ନର୍ମଦା କର: ଓଡ଼ିଶାର ପ୍ରଥମ ମହିଳା ସ୍ନାତକ

ନର୍ମଦା କର (୧୮୯୩ - ୧୯୮୦) ଓଡ଼ିଶାର ପ୍ରଥମ ମହିଳା ସ୍ନାତକ ।

ନର୍ମଦା କର
ଜନ୍ମ(1893-10-12)୧୨ ଅକ୍ଟୋବର ୧୮୯୩
କଟକ, ଓଡ଼ିଶା, ବ୍ରିଟିଶ ଭାରତ
ମୃତ୍ୟୁ୧୩ ସେପ୍ଟେମ୍ବର ୧୯୮୦(1980-09-13) (ବୟସ ୮୬)
କଲିକତା, ଭାରତ
ଅନ୍ୟ ନାମନର୍ମଦା କର
ପ୍ରସିଦ୍ଧିପ୍ରଥମ ମହିଳା ଓଡ଼ିଆ ସ୍ନାତକ
ବୈବାହିକ-ସାଥୀଜିତେନ୍ଦ୍ର କୁମାର ବିଶ୍ୱାସ

ପିଲାଦିନ

୧୮୯୩ ମସିହା ଅକ୍ଟୋବର ମାସ ୧୨ ତାରିଖରେ ତତ୍କାଳୀନ ବିଟ୍ରିଶ ଶାସନାଧୀନ ଭାରତର କଟକଠାରେ ସେ ଜନ୍ମ ଗ୍ରହଣ କରିଥିଲେ । ପିତା ବାଗ୍ମୀ ବିଶ୍ୱନାଥ କର ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ ଏବଂ ଉତ୍କଳ ସାହିତ୍ୟର ପ୍ରତିଷ୍ଠାତା ସମ୍ପାଦକ । ୧୯୧୦ ମସିହାରେ କଲିକତା ବିଶ୍ୱବିଧ୍ୟାଳୟରୁ ଏଣ୍ଟ୍ରାନ୍‌ସ ପାସ୍‌ କରି ସେ ଐତିହାସିକ ବେଥୁନ୍‌ କଲେଜରେ ପଢ଼ିଲେ ଏବଂ ୧୯୧୪ ମସିହାରେ ପ୍ରଥମ ଓଡ଼ିଆ ମହିଳା ଭାବେ ସ୍ନାତକ ଡିଗ୍ରୀ(ସମ୍ମାନ ଓ ଡିଷ୍ଟିଂସନ୍ ସହ) ହାସଲ କଲେ । ୨୬ ବର୍ଷ ବୟସରେ ସେ ଜଣେ ବଙ୍ଗାଳୀ ଓକିଲ ଜିତେନ୍ଦ୍ର କୁମାର ବିଶ୍ୱାସଙ୍କୁ ବାହାହେଲେ । ଜିତେନ୍ଦ୍ର ପରବର୍ତ୍ତୀ ସମୟରେ ମୁନ୍‌ସିଫ୍ ଓ ସବ୍‌ ଜଜ୍‌ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ପିଲାମାନଙ୍କର ଶିକ୍ଷା ଦୃଷ୍ଟିରୁ ନର୍ମଦା କଲିକତାଠାରେ ବାସ କଲେ । ଜୀବନର ଶେଷ ପର୍ଯ୍ୟାୟରେ କଟକ ଫେରିବାର ପ୍ରବଳ ଇଚ୍ଛା ସତ୍ତ୍ୱେ ତାହା ଫଳବତୀ ହୋଇପାରି ନ ଥିଲା । ଶେଷରେ ସେ ୧୯୮୦ ମସିହା ସେପ୍ଟେମ୍ବର ୧୩ ତାରିଖ ଦିନ ମୃତ୍ୟୁବରଣ କରିଥିଲେ।

କୃତି

ନର୍ମଦା ମହିଳାମାନଙ୍କୁ ଶିକ୍ଷିତ ହେବାକୁ ଉତ୍ସାହିତ କରୁଥିଲେ । ତାଙ୍କରି ଉତ୍ସାହରେ ତାଙ୍କ ପୁତ୍ର ବଧୁ ଭାରତି ବିଶ୍ୱାସ ଏମ୍‌.ଏ. ପାସ୍‌ କରିଥିଲେ । ଅନୁବାଦ ସାହିତ୍ୟରେ ତାଙ୍କରି ବ୍ୟୁତ୍ପତ୍ତି ଥିଲା। ୧୯୨୬ ମସିହାରେ ତାଙ୍କଦ୍ୱାରା ଟଲଷ୍ଟୟଙ୍କ ସାହିତ୍ୟର ଗୁଡିଏ ଅନୁବାଦ ପ୍ରସାଦ ନାମରେ ପ୍ରକାଶିତ ହୋଇଛି ।

ଆଧାର

ବାହାର ତଥ୍ୟ

Tags:

ନର୍ମଦା କର ପିଲାଦିନନର୍ମଦା କର କୃତିନର୍ମଦା କର ଆଧାରନର୍ମଦା କର ବାହାର ତଥ୍ୟନର୍ମଦା କର

🔥 Trending searches on Wiki ଓଡ଼ିଆ:

କଳାପାହାଡ଼ଖୋର୍ଦ୍ଧାଭାରତୀୟ ଜନତା ପାର୍ଟିପ୍ରଥମ ବିଶ୍ୱଯୁଦ୍ଧସୀତା ବିବାହପଣିକିଆଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଶରତ କୁମାର ମହାନ୍ତିଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାIndiaଭାରତର ଜାତୀୟ ପତାକାତୁଳସୀ ଦାସଗୁରୁ ପ୍ରସାଦ ମହାନ୍ତିବିଜ୍ଞାନପ୍ରଦୂଷଣବଳରାମ ଦାସଗୌତମ ବୁଦ୍ଧବିଜୟ ମିଶ୍ରଜଗନମୋହ‌ନ ଲାଲସୀତାକାନ୍ତ ମହାପାତ୍ରନୀଳକଣ୍ଠ ଦାସଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାପର୍ଯ୍ୟାୟ ସାରଣୀକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାରୋମୀୟ ସାମ୍ରାଜ୍ୟଭାରତୀୟ ସମ୍ବିଧାନଓଡ଼ିଆ ରାନ୍ଧଣାମଦର ଟେରେସା୧୫ ଅପ୍ରେଲଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଚନ୍ଦ୍ରଶେଖର ରଥକାଳୀଚରଣ ପଟ୍ଟନାୟକପଦାର୍ଥଭାରତର ରାଷ୍ଟ୍ରପତିଭଗବତୀ ଚରଣ ପାଣିଗ୍ରାହୀପଠାଣି ପଟ୍ଟନାୟକଜନ ଗଣ ମନଗଣିତରାମକୃଷ୍ଣ ପରମହଂସଭାରତୀୟ ଡାକ ସେବାଅମନାତ୍ୟ ଜନଜାତିବନମାଳୀ ଦାସ୨ ଅପ୍ରେଲଭରତ (ରାମାୟଣ)ଓଡ଼ିଶାର କଳାରାଧାମୋହନ ଗଡ଼ନାୟକଉଇକିପିଡ଼ିଆଅହଲ୍ୟା (ଓଡ଼ିଆ କଥାଚିତ୍ର)ଜାତୀୟ ଖାଦ୍ୟ ସୁରକ୍ଷା ନୀତି ୨୦୧୩ଭି. କାର୍ତ୍ତିକେୟ ପାଣ୍ଡିଆନପ୍ରଶାନ୍ତ ନନ୍ଦଜନ ବୀମସରାଜେନ୍ଦ୍ର ନାରାୟଣ ସିଂହଦେଓଲାନାଡେଲୁମାବଜାପାନକୋରାପୁଟ୬୧୬୨୯ ଅପ୍ରେଲଗୋବିନ୍ଦ ତ୍ରିପାଠୀଉଇକିପିଡ଼ିଆ ସମୂହର ତାଲିକାହିନ୍ଦୁ ମନ୍ଦିର ସ୍ଥାପତ୍ୟକଳାଓଡ଼ିଆ କବି ମାନଙ୍କର ତାଲିକାଓଡ଼ିଶାଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର🡆 More