ତମାଳିକା କର୍ମାକର: ବଙ୍ଗଳାଦେଶୀ ଅଭିନେତ୍ରୀ

ତମାଳିକା କର୍ମାକର (ଜନ୍ମ: ୨ ଜୁଲାଇ ୧୯୭୦) ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଏବଂ ମଡେଲ, ଯିଏକି ମୁଖ୍ୟତଃ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ସକ୍ରିୟ ଭାବରେ ଅଭିନୟ କରନ୍ତି । ସେ ୧୯୯୨ ମସିହାରେ ବଙ୍ଗଳାଦେଶରେ ଅଭିନୟ କରିବା ଆରମ୍ଭ କରିଥିଲେ । ପ୍ରଥମେ ସେ ଜଣେ ମଞ୍ଚ ଅଭିନେତ୍ରୀ ଭାବରେ କାମ କରିବା ଆରମ୍ଭ କରିଥିଲେ ଏବଂ ପରେ ଦୂରଦର୍ଶନ ଓ କଥାଚିତ୍ର ଜଗତରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୧୯୯୬ ମସିହାର ଏଇ ଘର ଏଇ ସଂସାର, ୨୦୦୦ ମସିହାର କିଟ୍ଟୋଙ୍ଖୋଲା ଏବଂ ୨୦୧୨ ମସିହାର ଘେଟୁପୁତ୍ର ଭଳି କିଛି ପ୍ରସିଦ୍ଧ ବଙ୍ଗଳାଦେଶୀ ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ । ୨୦୦୦ ମସିହାରେ ତାଙ୍କ ଅଭିନୀତ କଥାଚିତ୍ର କିଟ୍ଟୋଙ୍ଖୋଲା ପାଇଁ ତାଙ୍କୁ ବଙ୍ଗଳାଦେଶର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ଜୁଲାଇ ୨୦୧୭ରେ ତମାଳିକା ରାରଙ୍ଗ ଥିଏଟର ଦଳର ୧୮୦ତମ ନାଟକରେ ଅଭିନେତା ଆରଣ୍ୟକ ନାଟ୍ଟଦୟାଲଙ୍କ ସ‌ହ ଅଭିନୟ କରିଥିଲେ ।

ତମାଳିକା କର୍ମାକର
তমালিকা কর্মকার
At the end of the exhibition of Rarang at Rajshahi College
ରାଜସାହି କଲେଜରେ ତମାଳିକା କର୍ମାକାର
ଜନ୍ମ (1970-07-02) ୨ ଜୁଲାଇ ୧୯୭୦ (ବୟସ ୫୩)
ଜାତୀୟତାବଙ୍ଗଳାଦେଶୀ
ବୃତ୍ତି(ସମୂହ)ଅଭିନେତ୍ରୀ, ମଡେଲ
ସକ୍ରିୟ ବର୍ଷ୧୯୯୨–ଏବେଯାଏଁ
ସମ୍ପର୍କୀୟଚୟନିକା ଚୌଧୁରୀ (ଭଉଣୀ)
ପୁରସ୍କାରବଙ୍ଗଳାଦେଶର ଜାତୀୟ ଚଳଚ୍ଚିତ୍ର ପୁରସ୍କାର
ୱେବସାଇଟhttps://www.tamalika.com
ଦସ୍ତଖତ
ତମାଳିକା କର୍ମାକର: ପ୍ରାରମ୍ଭିକ ଜୀବନ, ଅଭିନୟ ଜୀବନ, ଆଧାର

ପ୍ରାରମ୍ଭିକ ଜୀବନ

ତମାଳିକା କର୍ମାକର ୧୯୭୦ ମସିହା ଜୁଲାଇ ମାସ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜନ୍ମର ୮ ମାସ ପରେ ତାଙ୍କ ପରିବାର ଢାକା ପଳାଇଯାଇଥିଲେ । ସେଠାରେ ସେ ମାତ୍ର ତିନି ବର୍ଷ ବୟସରେ ମଞ୍ଚରେ ଅଭିନୟ ଆରମ୍ଭ କରିଥିଲେ । ୧୯୭୮ ମସିହାରୁ ୧୯୮୦ ଯାଏଁ ବିଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ଫୁଲକୁଡ଼ି ତେ ଗଳ୍ପ ଏବଂ ଛବି ଆଙ୍କାୟରେ ସେ ଅଭିନୟ କରିଥିଲେ । ସେ ସାଧାରଣ ନୃତ୍ୟ ଗହର ଜାମିଲ, କଥକ ନିକୁଞ୍ଜ ବିହାରି ପାଲଙ୍କଠାରୁ ଶିଖିଥିଲେ ।

ଅଭିନୟ ଜୀବନ

ତମାଳିକା ପ୍ରଥମେ ମଞ୍ଚ ନାଟକରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ୧୯୯୨ ମସିହାରେ ଆରଣ୍ୟକ ନାଟ୍ୟଦଳ ଥିଏଟର ସଂସ୍ଥା ସ‌ହ କାମ କରିବା ଆରମ୍ଭ କରିଥିଲେ । ଆରଣ୍ୟକ ନାଟ୍ୟଦଳରେ ତାଙ୍କ ଅଭିନୀତ ପ୍ରଥମ ନାଟକ ଥିଲା ପାଥର, ଯାହାର ରଚନା କରିଥିଲେ ମମୁନୁର ରଶୀଦେର ଓ ଆଜିଜୁଲ ହାକିଲ ନିର୍ଦ୍ଦେଶନା ଦେଇଥିଲେ । ଏହାପରେ ଆରଣ୍ୟକ ଦଳର ଅନ୍ୟତମ ନାଟକ ଇବଲିସ, ଜୟଜୟନ୍ତୀ, ଖେଲା ଖେଲା, ଓରା କଦମ ଆଲୀ, ପ୍ରାକୃତଜନ କଥା, ରାଢ଼ାଙ, ବିଦ୍ୟାସାଗର, ମୟୂର ସିଂହାସନ ଆଦିରେ ଅଭିନୟ କରିଥିଲେ । ଏହିସବୁ ନାଟକରେ ତାଙ୍କର ଅଭିନୟ ତାଙ୍କୁ ମଞ୍ଚ ନାଟକରେ ବେଶ ଲୋକପ୍ରିୟତା ଆଣିଦେଇଥିଲା ।

ତମାଳିକା ୧୯୯୫ ମସିହାରେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା 'ଅନ୍ୟ ଜୀବନ, ଯାହାର ନିର୍ଦ୍ଦେଶନା ଦେଇଥିଲେ ଶେଖ ନିଆମତ ଅଲ୍ଲୀ । ଏହାପରେ ସେ ୧୯୯୬ ମସିହାରେ ଏଇ ଘର ଏଇ ସଂସାର କଥାଚିତ୍ରରେ ଅଭିନୟ କରିଥିଲେ । ପରେ ସେ ୨୦୦୦ ମସିହାରେ କିତ୍ତନଖୋଲା ଏବଂ ୨୦୧୨ ମସିହାରେ ଘେଟୁପୁତ୍ର କମଳା କଥାଚିତ୍ରରେ କମଳାର ମାଆ ଚରିତ୍ରରେ ଅଭିନୟ କରିଥିଲେ ।

୧୯୯୬ ମସିହାରେ ସେ ଲେଖକ ହୁମାୟୁନ ଅହମ୍ମଦଙ୍କର ଲୋକପ୍ରିୟ ନାଟକ କୋଥାଓ କେଉରେ ଅଭିନୟ କରିଥିଲେ ଏବଂ ଏହି ନାଟକ ଜରିଆରେ ସେ ଅଧିକ ଲୋକପ୍ରିୟତା ପାଇଥିଲେ । କଥାଚିତ୍ର ଏବଂ ମଞ୍ଚରେ ଅଭିନୟ କରିବା ବ୍ୟତୀତ ତମାଳିକା ଏକ ଦୂରଦର୍ଶନ କାର୍ଯ୍ୟକ୍ରମର ବିଚାରିକା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ସେ ନାଟ୍ୟଯୁଦ୍ଧ ନାମକ ଏକ ରିୟାଲିଟି ଶୋରେ ବିଚାରିକା ଭାବରେ କାର୍ଯ୍ୟ କରିଥିଲେ । ଦକ୍ଷିଣ କୋରିଆର ସିଓଲଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଥିଏଟର ଫେଷ୍ଟିଭାଲରେ ସେ ଅଂଶ କରିଥିଲେ ।

ଆଧାର

ବାହାର ଆଧାର

Tags:

ତମାଳିକା କର୍ମାକର ପ୍ରାରମ୍ଭିକ ଜୀବନତମାଳିକା କର୍ମାକର ଅଭିନୟ ଜୀବନତମାଳିକା କର୍ମାକର ଆଧାରତମାଳିକା କର୍ମାକର ବାହାର ଆଧାରତମାଳିକା କର୍ମାକର

🔥 Trending searches on Wiki ଓଡ଼ିଆ:

ବିଜୁ ଜନତା ଦଳକାଳିନ୍ଦୀ ଚରଣ ପାଣିଗ୍ରାହୀକୋଣାର୍କଭ୍ୟାକୁମ୍ କ୍ଲିନର୍ଫକୀର ମୋହନ ସେନାପତିଯକୃତବର୍ଷା ପ୍ରିୟଦର୍ଶିନୀମନୋଜ ଦାସଅଷ୍ଟ୍ରିଆଜାହାଙ୍ଗୀରବିଜୟ ମିଶ୍ରଓଡ଼ିଶାର କଳାମାୟାଧର ମାନସିଂହସମୀର ରଞ୍ଜନ ଦାଶଭାରତର ଜାତୀୟ ପତାକାଗୌରୀଶଙ୍କର ରାୟରାଜ ଯୋଗପଠାଣି ସାମନ୍ତବର୍ଷାତ୍ରିଭୁଜପ୍ରଦୀପ କୁମାର ପାଣିଗ୍ରାହୀଟ୍ରାଲୋକିନୁମାବଅଭିରାମ ପରମହଂସବେଦକୃଷ୍ଣଚନ୍ଦ୍ର ପାଣିଗ୍ରାହୀବୀର ସୁରେନ୍ଦ୍ର ସାଏଖାଦ୍ୟବିରିୟାନୀରୋହିତ ଶର୍ମାବଣ୍ଡ (ଅର୍ଥ)ହେମନ୍ତ କୁମାର ଦାସଉତ୍କଳ ସମ୍ମିଳନୀଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗଙ୍ଗାଧର ରଥଅଣ୍ଡାପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରତ୍ନାକର ଚଇନିଫତୁରାନନ୍ଦକାଜାଖସ୍ତାନଛାନ୍ଦଅମାବାସ୍ୟାର ଚନ୍ଦ୍ରମୁମ୍ବାଇଓପନ-ସୋର୍ସ ସଫ୍ଟୱେରସ୍ତୁତି ଚିନ୍ତାମଣିନିର୍ମଳା (ଉପନ୍ୟାସ)ଭକ୍ତ ଚରଣ ଦାସ (ରାଜନେତା)ହୃଷୀକେଶ ପଣ୍ଡାବିଦ୍ୟୁତପ୍ରଭା ଦେବୀଲାଟିନ ଭାଷାରଥ୦ (ସଂଖ୍ୟା)ଦାସିଆ ବାଉରୀମୁକୁନ୍ଦ ଦେବଫୋସିନୋପ୍ରିଲବ୍ରଜନାଥ ରଥତୃପ୍ତି ଦାସଧାତୁରାମ ନବମୀଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଚନ୍ଦ୍ରଶେଖର ନନ୍ଦଲଣ୍ଡନସରସ୍ୱତୀ ସମ୍ମାନନନ୍ଦିଘୋଷଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ଗୋପୀନାଥ ମହାନ୍ତି୧୦୫୪ପଖିଆତମନ୍ନା ବ୍ୟାସମଙ୍ଗଳୁ ଚରଣ ବିଶ୍ୱାଳଦେବସ୍ନାନ ପୂର୍ଣ୍ଣିମାକବିସୂର୍ଯ୍ୟ ବଳଦେବ ରଥଆଲୋକସୀତାକାନ୍ତ ମହାପାତ୍ରକୃଷ୍ଣପ୍ରସାଦ ମିଶ୍ର🡆 More