ଚନ୍ଦ୍ରମା ଶାନ୍ତା: ଓଡ଼ିଆ ରାଜନୀତିଜ୍ଞ

ଚନ୍ଦ୍ରମା ଶାନ୍ତା (ଜନ୍ମ: ୫ ମଇ ୧୯୩୮) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଭାରତୀୟ ଜାତୀୟ କଂଗ୍ରେସ ସହ ମିଶି ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ ଓ ଦୁଇଥର ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଚନ୍ଦ୍ରମା ୧୯୮୦ ମସିହାରେ ପଟ୍ଟାଙ୍ଗି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ପ୍ରଥମ ଥର ପାଇଁ ଓଡ଼ିଶା ବିଧାନ ସଭାର ୮ମ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ପୁଣିଥରେ ପଟ୍ଟାଙ୍ଗି ବିଧାନ ସଭା ନିର୍ବାଚନ ମଣ୍ଡଳୀ ଆସନରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଚନ୍ଦ୍ରମା ଶାନ୍ତା
ବିଧାୟିକା: ୮ମ ଓ ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୯୦
ପୂର୍ବ ଅଧିକାରୀଜୟରାମ ପାଙ୍ଗୀ
ପର ଅଧିକାରୀଜୟରାମ ପାଙ୍ଗୀ
ନିର୍ବାଚନ ମଣ୍ଡଳୀପଟ୍ଟାଙ୍ଗି
ବ୍ୟକ୍ତିଗତ ସବିଶେଷ
ଜନ୍ମ (1938-05-05) ୫ ମଇ ୧୯୩୮ (ବୟସ ୮୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀମଳୂ ଶାନ୍ତା
ବାପା/ବୋଉହନ୍ତାଳ ରଘୁନାଥ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ଚନ୍ଦ୍ରମା ଶାନ୍ତା ୧୯୩୮ ମସିହାର ମଇ ମା ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଥିଲା ହନ୍ତାଳ ରଘୁନାଥ । ସେ ମାଟ୍ରିକ ଯାଏଁ ପାଠ ପଢ଼ିପାରିନଥିଲେ । ଚନ୍ଦ୍ରମା ମଳୁ ଶାନ୍ତାଙ୍କୁ ବିବାହ କରିଥିଲେ । ସେ ଜଣେ କୃଷକ ଭାବରେ କାର୍ଯ୍ୟ କରୁଥିଲେ ଏବଂ କୃଷି ସେମାନଙ୍କର ମୁଖ୍ୟ କାର୍ଯ୍ୟ ଥିଲା । ଚନ୍ଦ୍ରମାଙ୍କର ପତି ମଳୁ ଶାନ୍ତା ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶା ବିଧାନ ସଭାର ସଭ୍ୟ । ମଳୁ ପ୍ରଥମେ ୧୯୩୯ ମସିହାରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଭାଗନେଇଥିଲେ । ଭାରତ ସ୍ୱାଧୀନ ହେଲାପରେ ସେ ୧୯୫୭ ମସିହାରେ ପ୍ରଥମ ଥର ପାଇଁ ପଟ୍ଟାଙ୍ଗି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାର ୨ୟ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ ୧୯୬୭ ମସିହାରେ ନନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ରାଜନୈତିକ ଜୀବନ

ଚନ୍ଦ୍ରମା ୧୯୫୩ ମସିହାରେ ଭୂଦାନ ସମିତିର ଜଣେ କର୍ମକର୍ତ୍ତା ଭାବରେ ଯୋଗ ଦେଇଥିଲେ ଏବଂ ଏହି ସମିତିରେ ୧୯୫୬ ମସିହାଯାଏଁ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ସମୟରେ ସେ ପଟ୍ଟାଙ୍ଗି ପଞ୍ଚାୟତ ସମିତି ସଭ୍ୟା ଭାବରେ କାର୍ଯ୍ୟ କରିଥିଲେ । ଏହାପରେ ସେ ଦୁଇଥର ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

୧୯୮୦ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସ ରାଜନୈତିକ ଦଳର ପ୍ରତିନିଧି ଭାବରେ ପଟ୍ଟାଙ୍ଗି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୮୦ ମସିହାରୁ ୧୯୮୫ ମସିହାଯାଏଁ ପାଞ୍ଚ ବର୍ଷ ଧରି କାର୍ଯ୍ୟ କରିଥିଲେ ।

ଏହା ପରେ ସେ ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଭାବରେ ପଟ୍ଟାଙ୍ଗି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ପୁଣିଥରେ ବିଜୟୀ ହୋଇ ଓଡ଼ିଶା ବିଧାନ ସଭାର ୯ମ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୮୫ ମସିହାରୁ ୧୯୯୦ ମସିହାଯାଏଁ ନିର୍ବାଚିତ ହୋଇଥିଲେ ।

ଆଧାର

Tags:

ଓଡ଼ିଶା ବିଧାନ ସଭାଭାରତୀୟ ଜାତୀୟ କଂଗ୍ରେସ

🔥 Trending searches on Wiki ଓଡ଼ିଆ:

ଆଣ୍ଟିରିଅର କ୍ରୁସିଏଟ ଲିଗାମେଣ୍ଟ ଇଞ୍ଜ୍ୟୁରିଓଡ଼ିଆ ଉଇକିପିଡ଼ିଆସାନ୍ତାଳୀ ଲୋକସଂସ୍କୃତିଗୌରୀଶଙ୍କର ରାୟକାର୍ତ୍ତିକ ଚନ୍ଦ୍ର ରଥନନ୍ଦିନୀ ଶତପଥୀସୋଫୋସବୁଭିର/ଭେଲପାଟାସଭିରବୈଷୟିକ ବିଜ୍ଞାନଓଡ଼ିଶାର ଦଶହରାବ୍ରଜନାଥ ରଥକାତ୍ୟାୟିନୀମନସ୍କକୁନ୍ତଳା କୁମାରୀ ସାବତଶ୍ରୀମନ୍ଦିରରେ ପାଳିତ ଦୈନିକ ନୀତିଗୋପାଳ ଚନ୍ଦ୍ର ପ୍ରହରାଜପଣା ସଂକ୍ରାନ୍ତି୧୮ ଅଗଷ୍ଟପ୍ରଶାନ୍ତ ପଟ୍ଟନାୟକନବୀନ ପଟ୍ଟନାୟକଲକ୍ଷ୍ମଣ ନାୟକଜୟ ଜଗନ୍ନାଥଅରଣ୍ୟ ରୋଦନପାଟଦେଇୟୁନେସ୍କୋଆଲଜେରିଆISBN (identifier)ବିପିନ ବିହାରୀ ମିଶ୍ରଜର୍ଜ କ୍ୟାଣ୍ଟରଟାଇଫଏଡଭୀମ ପୃଷ୍ଟିକମଳା ଶତପଥୀଇନ୍ଦ୍ରଇନ୍ଦିରା ଗାନ୍ଧୀମଧୁସୂଦନ ଦାସଜଗନ୍ନାଥଙ୍କ ବେଶଅଙ୍ଗାରକଅନ୍ତରଙ୍ଗ ସମ୍ପର୍କମହାପାତ୍ର ନୀଳମଣି ସାହୁରଣା ସାପଗଣେଶ ପୂଜାଅନୁରାଧା ବିଶ୍ୱାଳଗୋବିନ୍ଦ ତ୍ରିପାଠୀବାଗ୍ ଯନ୍ତ୍ରକାଳୀକା ଭଗବତୀ ମନ୍ଦିରତରୁଣକାନ୍ତି ମିଶ୍ରଓଡ଼ିଶା ବିଧାନ ସଭାଯନ୍ତ୍ରଣା୧୯ ଜାନୁଆରୀସୁରେନ୍ଦ୍ର ମହାନ୍ତିଓଡ଼ିଶାର ଦୋଳଯାତ୍ରାଆକବରପଞ୍ଚସଖାସର୍ବପଲ୍ଲୀ ରାଧାକୃଷ୍ଣନବିଶ୍ୱ ନାଟ୍ୟ ଦିବସଜୟନ୍ତୀ ରଥବେଣୁଧର ରାଉତସୌଭାଗ୍ୟ କୁମାର ମିଶ୍ରଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି୮ ଜୁନଚକ୍ଷୁ ପ୍ରତିସରଣ ଦୋଷଜୈନ ଧର୍ମ୩୧ ମାର୍ଚ୍ଚଧର୍ମପଦଆଣ୍ଟିଅକ୍ସିଡାଣ୍ଟଓଡ଼ିଆ ଭାଗବତ🡆 More