ଘନଶ୍ୟାମ ମହାପାତ୍ର

ଘନଶ୍ୟାମ ମହାପାତ୍ର (ଜନ୍ମ : ୦୧ ଜାନୁଆରୀ ୧୯୩୩) ଜଣେ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ଓ ନିର୍ଦ୍ଦେଶକ । ୨୦୨୧ ମସିହା ପାଇଁ ସେ ଓଡ଼ିଆ ଚଳଚ୍ଚିତ୍ରର ସର୍ବୋଚ୍ଚ ଜୟଦେବ ପୁରସ୍କାର ଲାଭ କରିଥିଲେ ।

ଘନଶ୍ୟାମ ମହାପାତ୍ର
ଜନ୍ମ(1933-01-01)୧ ଜାନୁଆରୀ ୧୯୩୩
ଜାତୀୟତାଭାରତୀୟ
ବୃତ୍ତିଚଳଚ୍ଚିତ୍ର ପ୍ରଯୋଜକ ଓ ନିର୍ଦ୍ଦେଶକ
ଉଲ୍ଲେଖନୀୟ କୃତିକନକଲତା
ପୁରସ୍କାରଜୟଦେବ ପୁରସ୍କାର

ବ୍ୟକ୍ତିଗତ ଜୀବନ

ଘନଶ୍ୟାମ ୧୯୩୩ ମସିହାରେ ଢେଙ୍କାନାଳଠାରେ ଜନ୍ମଗ୍ରହଣ କରିଥିଲେ । ୧୯୫୧ ମସିହାରେ ରେଭେନ୍ସା ମହାବିଦ୍ୟାଳୟରେ ପାଠ ପଢୁଥିବା ସମୟରେ ସେ ବିଧୁଭୂଷଣ ଦାସଙ୍କଦ୍ୱାରା ପ୍ରଭାବିତ ହୋଇ ଡ୍ରାମାପ୍ରତି ଆକର୍ଷିତ ହୋଇଥିଲେ । ୨୨ ବର୍ଷ ବୟସରେ ସେ ବାଙ୍ଗାଲୋରସ୍ଥିତ ଏସ ଜେ ପଲିଟେକନିକ୍ସରେ ସିନେମାଟୋଗ୍ରାଫିରେ ୩ବର୍ଷିୟା ଡିପ୍ଲୋମା ପାଠ୍ୟକ୍ରମରେ ଯୋଗଦେଇଥିଲେ ।

ଚଳଚ୍ଚିତ୍ର ଜୀବନ

ଏସ ଜେ ପଲିଟେକନିକ୍ସରୁ ଶିକ୍ଷା ସମାପ୍ତ କରିବା ପରେ ଘନଶ୍ୟାମ ବମ୍ବେର ଫିଲ୍ମସ୍ଥାନ ଷ୍ଟୁଡ଼ିଓରେ ଯୋଗଦେଇଥିଲେ । ସେଠାରେ ସେ ପ୍ରାୟ ୨୦ଟି ଚଳଚ୍ଚିତ୍ରରେ ସହଯୋଗୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ୧୯୬୦ ମସିହାରେ ସେ ଓଡ଼ିଶାକୁ ଫେରି କୋଣାର୍କ ଫିଲ୍ମ ପ୍ରାଇଭେଟ ଲିମିଟେଡ଼ ନାମରେ ଏକ ପ୍ରଯୋଜନା ସଂସ୍ଥା ସ୍ଥାପନ କରିଥିଲେ ।

୧୯୬୨ ମସିହାରେ ମା ଓ ଶିଶୁ ନାମରେ ସେ ଏକ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଏହି ଚଳଚ୍ଚିତ୍ର ଓଡ଼ିଶା ସରକାରଙ୍କଠାରୁ ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା । ୧୯୬୯ ମସିହାରେ ସେ ରାଧୁ ଓ ଶ୍ୟାମ ନିର୍ମାଣ କରିଥିଲେ । ପରେ ସେ କୃଷି ଯନ୍ତ୍ରପାତି ନାମରେ ଅନ୍ୟ ଏକ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଏସବୁ ଚଳଚ୍ଚିତ୍ର ବହୁ ପୁରସ୍କାର ଜିତିଥିଲେ ।

୧୯୭୪ରେ ସେ ନିଜର ପ୍ରଥମ ସମ୍ପୂର୍ଣ୍ଣ ଚଳଚ୍ଚିତ୍ର କନକଲତା ନିର୍ମାଣ କରିଥିଲେ ।

ସମ୍ମାନ ଓ ପୁରସ୍କାର

ଆଧାର

ବାହାର ଆଧାର

Tags:

ଘନଶ୍ୟାମ ମହାପାତ୍ର ବ୍ୟକ୍ତିଗତ ଜୀବନଘନଶ୍ୟାମ ମହାପାତ୍ର ଚଳଚ୍ଚିତ୍ର ଜୀବନଘନଶ୍ୟାମ ମହାପାତ୍ର ସମ୍ମାନ ଓ ପୁରସ୍କାରଘନଶ୍ୟାମ ମହାପାତ୍ର ଆଧାରଘନଶ୍ୟାମ ମହାପାତ୍ର ବାହାର ଆଧାରଘନଶ୍ୟାମ ମହାପାତ୍ରଜୟଦେବ ପୁରସ୍କାର

🔥 Trending searches on Wiki ଓଡ଼ିଆ:

ରୋହିତ ଶର୍ମାଓଡ଼ିଶାର କଳାଆଲଜେରିଆରେବତୀ (କ୍ଷୁଦ୍ରଗଳ୍ପ)ରଜାବଖରି,ଦଶ ବିଦ୍ୟା ମହଲ,ରଜନୀ ରଞ୍ଜନଅନ୍ତରଙ୍ଗ ସମ୍ପର୍କମାକ୍ସ ୱେବରହୃଦାନନ୍ଦ ପାଣିଗ୍ରାହୀଓଣମମାଗୁଣି ଚରଣ କୁଅଁରସି (ପ୍ରୋଗ୍ରାମିଂ ଭାଷା)ତାରାତାରିଣୀ ମନ୍ଦିରପବିତ୍ର ପାଣିଗ୍ରାହୀଲିଙ୍ଗରାଜ ମନ୍ଦିରବଲାଙ୍ଗୀର ଜିଲ୍ଲାମ୍ୟାଲେରିଆଅଙ୍ଗାରକପ୍ରଯୁକ୍ତି ବିଦ୍ୟାଓଡ଼ିଆ ନାଟକଶ୍ରୀନିବାସ ରାମାନୁଜନବାୟୁ (ଦେବତା)ଚିତ୍ତରଞ୍ଜନ ଦାସଡାଇନୋସରଲକ୍ଷ୍ମୀନାରାୟଣ ସାହୁଲାଇମ ରୋଗବାଗ୍ ଯନ୍ତ୍ରଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିମିଳିତ ଜାତିସଂଘଅମ୍ଳଜାନଏଲୋରା ଗୁମ୍ଫାମାଳିକାବିରଞ୍ଚି ନାରାୟଣ ମନ୍ଦିର, ବୁଗୁଡ଼ାସୋମନାଥଶ୍ରୀମନ୍ଦିରରେ ପାଳିତ ଦୈନିକ ନୀତିଅଳେଇଚଜଳ ପ୍ରଦୂଷଣଓଡ଼ଗାଁଚୋଡ଼ଗଙ୍ଗ ଦେବବ୍ରଜନାଥ ରଥଧର୍ମପଦନବୀନ ପଟ୍ଟନାୟକୟୁରୋପଗଣେଶ ପୂଜାନଟବର ଶତପଥୀବିଭୂତି ପଟ୍ଟନାୟକଶ୍ରାଦ୍ଧପରିସଂଖ୍ୟାନଜଗନ୍ନାଥ ପ୍ରସାଦ ଦାସକର୍କଟ ରୋଗଉଇକିପିଡ଼ିଆସୁଭାଷ ଚନ୍ଦ୍ର ବୋଷହସ୍ତମୈଥୁନଚେକ୍ ଗଣରାଜ୍ୟଛ ମାଣ ଆଠ ଗୁଣ୍ଠବୈଦେହୀଶ ବିଳାସଓଡ଼ିଆ କବି ମାନଙ୍କର ତାଲିକାସ୍କନ୍ଦ ପୁରାଣଓଡ଼ିଆ ଭାଗବତସୋଫୋସବୁଭିର/ଭେଲପାଟାସଭିରଶର୍ଦ୍ଦିଭାଗବତ ଟୁଙ୍ଗିଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିପାଟଦେଇସାଧାରଣତନ୍ତ୍ର ଦିବସ (ଭାରତ)ଶିବ🡆 More