ଗୁଆ

ଗୁଆ ଗଛ ଲମ୍ବା, ଉଚ୍ଚ ଓ ଏକ ଚିରହରିତ୍ ବୃକ୍ଷ । ଗଛର ଶୀର୍ଷରେ ମୁକୁଟ ସଦୃଶ୍ୟ ପତ୍ରଗୁଡ଼ିକ ରହିଥାଏ । ଏହା ଏକ ଶାଖାବିହୀନ ଉଦ୍ଭିଦ । ପତ୍ରର ତଳଭାଗରେ ଏକ ପ୍ରକାର ଆବରଣ ରହିଥାଏ । ଫଳଗୁଡ଼ିକ ଝୁଲି ହୋଇ ରହିଥାଏ । ଫଳ ୩.୮ରୁ ୫ ସେଣ୍ଟିମିଟର ଲମ୍ବ । ଏସବୁ ଦେଖିବାକୁ ଚିକ୍କଣ ଓ ନାରଙ୍ଗୀ ରଙ୍ଗର ହୋଇଥାଏ । ପାଚିଲେ ଅଳ୍ପ ଧୂସରିଆ ମିଶା ନାରଙ୍ଗୀ ରଙ୍ଗ ପାଲଟିଯାଏ । ଫଳରେ ରହିଥିବା ମଞ୍ଜିକୁ ଗୁଆ କହନ୍ତି । ଏହା ଔଷଧାଗାରରେ ବ୍ୟବହୃତ ହୋଇଥାଏ । ଗୁଆ ଗଛର ଫୁଲ, ଫଳ, ମୂଳ, ମଧ୍ୟସ୍ଥିତ ମଞ୍ଜପତ୍ର, କତା ଓ ବାହୁଙ୍ଗାକୁ ମଧ୍ୟ ଔଷଧ ରୂପେ ବ୍ୟବହାର କରାଯାଏ ।

ଗୁଆ
Areca nut
ଗୁଆ
An areca nut bunch hanging from the palm
ଗୁଆ
A ripe areca nut.

ଗୁଆର ପ୍ରକାରଭେଦ

ଗୁଆ ଗଛର ପତ୍ର ମଧୁର, ତିକ୍ତ ଓ କଷା । ଗୁଆ ଗଛର ଅଠା ଅମ୍ଳ, କ୍ଷାର । ଆମଦେଶରେ ତାମ୍ବୁଳ ସହିତ ଦୁଇପ୍ରକାର ଗୁଆ ଯଥା- ଦେଶୀ ଗୁଆ ଓ ଦକ୍ଷିଣୀ ଗୁଆ ବ୍ୟବହାର ହୁଏ । ଦକ୍ଷିଣୀ ଗୁଆକୁ ଆରଙ୍ଗି ଗୁଆ କହନ୍ତି । କଞ୍ଚାଗୁଆ ଅତ୍ୟନ୍ତ କଷା । ଏହା ଖାଇଲେ ମୁଣ୍ଡ ବୁଲାଇଦିଏ ।

ଦନ୍ତରୋଗ

ଶୁଖିଲା ଗୁଆକୁ ପୋଡ଼ି, ସେଥିରେ ଲୁଣ ମିଶାଇ ଦାନ୍ତରେ ଘଷିବାଦ୍ୱାରା ସମସ୍ତ ପ୍ରକାର ଦାନ୍ତରୋଗ ଦୂର ହୁଏ । ଏହାଛଡ଼ା ଦାନ୍ତ ପରିଷ୍କାର ହୋଇ ଚିକ୍ ମିକ୍ ଦେଖାଯାଏ ।

ଅତିସାର

ଶୁଖିଲା ଗୁଆକୁ ଗୁଣ୍ଡ କରି ତା’ର ଚୂର୍ଣ୍ଣକୁ ୧ରୁ୨ ଗ୍ରାମ୍ ନେଇ ଦହି ସହିତ ନିୟମିତ ସେବନ କଲେ ପୁରୁଣା ଅତିସାର ନିବାରିତ ହୁଏ ।

ଅମ୍ଳପିତ୍ତ ଘା

କଞ୍ଚା ଗୁଆକୁ ପାଣିରେ ଘୋରି ତାକୁ ଲିଙ୍ଗସ୍ଥାନରେ କିଛିଦିନ ଲଗାଇଲେ ଏହି ରୋଗ ଉପଶମ ହୁଏ ।

ରତିଶକ୍ତି ବୃଦ୍ଧି

ଦକ୍ଷିଣୀ ଗୁଆର ଚୂର୍ଣ୍ଣ ୧ରୁ୨ଗ୍ରାମ ନେଇ ସେଥିରେ ୧ରୁ୨ଚାମଚ ଚିନି ଓ ୧ଗ୍ଳାସ କ୍ଷୀର ମିଶାଇ ନିୟମିତଭାବେ ସେବନ କଲେ ଅଳ୍ପଦିନ ମଧ୍ୟରେ ରତିଶକ୍ତି ବର୍ଦ୍ଧିତ ହୁଏ ।

ଯୋନିରୁ ଅଧିକ ପାଣି ନିର୍ଗତ ହେଉଥିଲେ

ଶୁଖିଲା ଗୁଆକୁ ଭଲ ଭାବେ ଚୂର୍ଣ୍ଣ କରି କନା ପୁଟୁଳିରେ ବାନ୍ଧି ଯୋନିରେ ଧାରଣ କଲେ ଏଥିରୁ ଶିଘ୍ର ଉପଶମ ମିଳିଥାଏ ।

ରକ୍ତପିତ୍ତ

କଞ୍ଚାଗୁଆ ଓ ରକ୍ତ ଚନ୍ଦନକୁ ଚାଉଳଧୁଆ ପାଣି ସହିତ ବାଟି ଚିନି ମିଶାଇ ସେବନ କଲେ ରକ୍ତପିତ୍ତ ଶାନ୍ତ ହୁଏ ।

ଆଧାର

ପୂଜାପର୍ବ

ଓଡ଼ିଆ ଘରର ସମସ୍ତ ପୁଜାରେ ଗୋଟାଗୁଆ ଏକ ଆବଶ୍ୟକ ସାମଗ୍ରୀ। ଦେବାଦେବୀଙ୍କ ପୁଜା ସହିତ ଗୋଟାଗୁଆ ପୁଜା ହଏ।

Tags:

ଗୁଆ ର ପ୍ରକାରଭେଦଗୁଆ ଦନ୍ତରୋଗଗୁଆ ଅତିସାରଗୁଆ ଅମ୍ଳପିତ୍ତ ଘାଗୁଆ ରତିଶକ୍ତି ବୃଦ୍ଧିଗୁଆ ଯୋନିରୁ ଅଧିକ ପାଣି ନିର୍ଗତ ହେଉଥିଲେଗୁଆ ରକ୍ତପିତ୍ତଗୁଆ ଆଧାରଗୁଆ ପୂଜାପର୍ବଗୁଆ

🔥 Trending searches on Wiki ଓଡ଼ିଆ:

କାଟୁଲୁ ରବି କୁମାରରାଶି ଓ ନକ୍ଷତ୍ରଦୀନକୃଷ୍ଣ ଦାସବିଜୟ ପ୍ରସାଦ ମହାପାତ୍ରସମୟ (କାଳ)ଓଡ଼ିଶାର ଇତିହାସମୟୂରଅୟେନ୍ଦ୍ରୀ ଲୱନିୟା ରାୟରେଭେନ୍‌ସା କଲିଜିଏଟ ସ୍କୁଲତାରାପ୍ରସାଦ ଦାସପଦ୍ମଶ୍ରୀକୁଞ୍ଜବିହାରୀ ଦାଶସମ୍ବଲପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭୁବନେଶ୍ୱରସାରଳା ଦାସଟୀକା ଗୋବିନ୍ଦ ଚନ୍ଦ୍ର୪ ଅପ୍ରେଲଧାମରା ବନ୍ଦରଓଡ଼ିଆ କଥାଚିତ୍ର ଜଗତମାୟାଧର ମାନସିଂହସିକ୍ଲ ସେଲ୍ ରୋଗଅଭିମନ୍ୟୁ ସାମନ୍ତସିଂହାରଦରବାର (କବିତା)ଚୈତ୍ର ପୂର୍ଣ୍ଣିମାତାମିଲ ଭାଷାମଧୁସୂଦନ ଦାସଅପରେଟିଙ୍ଗ ସିଷ୍ଟମଭାରତର ନଦୀ ସମୂହର ତାଲିକାଡୋରାଆଣ୍ଟିସାଇକୋଟିକକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା୨୦ ଅପ୍ରେଲସୁଭାଷ ଚନ୍ଦ୍ର ବୋଷଚନ୍ଦ୍ରଶେଖର ରଥଲିନକ୍ସବୈକୁଣ୍ଠନାଥ ପଟ୍ଟନାୟକରାଜା ରାମମୋହନ ରାୟ୬୧୬ମ୍ୟାଲେରିଆମିଳିମିଳାନନ୍ଦିନୀ ଶତପଥୀଚଇତି ଘୋଡ଼ା ନାଚରାଧା୭ ଅପ୍ରେଲଓଡ଼ିଆଶେର ଶାହ ସୁରୀମଦନମୋହନ ମିଶ୍ରଓଡ଼ିଶାର ଲୋକନୃତ୍ୟଲଳିତ ମାନସିଂହଉତ୍କଳ ଦୀପିକାମଧୁସୂଦନ କାନୁନଗୋରମାକାନ୍ତ ପଣ୍ଡାଖାଦ୍ୟଉତ୍କଳ ବ୍ରାହ୍ମଣଭାରତୀୟ ଡାକ ସେବାଭି. କାର୍ତ୍ତିକେୟ ପାଣ୍ଡିଆନଦହି ହାଣ୍ଡିସୌଭାଗ୍ୟ କୁମାର ମିଶ୍ରଲିଚୁଖୋର୍ଦ୍ଧାଜାତୀୟ ଖାଦ୍ୟ ସୁରକ୍ଷା ନୀତି ୨୦୧୩ବିଦ୍ୟାଳୟଦଶାବତାରସ୍ୱାମୀ ବିବେକାନନ୍ଦନୂଆ ଦିଲ୍ଲୀବୀଣାପାଣି ମହାନ୍ତିହେମନ୍ତ ଦାସ🡆 More