ଗାଇନେକୋମାଷ୍ଟିଆ

ଗାଇନେକୋମାଷ୍ଟିଆ ରୋଗରେ ପୁରୁଷମାନଙ୍କର ଗୋଟିଏ କିମ୍ବା ଉଭୟ ସ୍ତନର ଅଣ-କର୍କଟ ବୃଦ୍ଧି ହୋଇଥାଏ | କେତେକ ଏହି ଶବ୍ଦ ବ୍ୟବହାର କରନ୍ତି ଯେତେବେଳେ ଗ୍ରନ୍ଥି ଟିସୁ ବିସ୍ତାର ହୋଇଥାଏ ଏବଂ ଯେତେବେଳେ ସିଉଡୋଗାଇନାକୋମାଷ୍ଟିଆ ଶବ୍ଦ ବ୍ୟବ‌ହାର କରନ୍ତି ଯେତେବେଳେ ଚର୍ବି ତନ୍ତୁ ବୃଦ୍ଧି ଯୋଗୁ ହୋଇଥାଏ | ବେଳେବେଳେ କୋମଳତା ଉପସ୍ଥିତ ଥାଇପାରେ | ଏହି ଅବସ୍ଥା ମାନସିକ କଷ୍ଟ ଦେଇପାରେ ।

Gynecomastia
Gynaecomastia
ଗାଇନେକୋମାଷ୍ଟିଆ
A adult male with gynecomastia
ଉଚ୍ଚାରଣ
  • /ˌɡnɪkˈmæstiə, ˌ-, -kə-/ or /ɡˈnkəˌmæstiə, -k-/
ବିଭାଗEndocrinology, plastic surgery
ଲକ୍ଷଣEnlargement of one or both breasts
ଆକ୍ରାନ୍ତ ସମୟAny age
ଅବଧିMonths to years
କାରଣPhysiologic, obesity, liver disease, kidney failure, certain cancers, thyroid disease, medications, recreationally drugs, malnutrition
ସଠିକ ରୋଗ ନିର୍ଣ୍ଣୟPseudogynaecomastia, breast cancer, dermoid cyst
ଔଷଧTamoxifen, clomiphene
ଚିକିତ୍ସାReassurance, addressing the underlying cause, medications, surgery
ପୁନଃପୌନିକCommon

ସାଧାରଣ ଭାବରେ ନବଜାତ ଶୁଶୁଙ୍କର ଗାଇନେକୋମାଷ୍ଟିଆ ଥାଇପାରେ ଯାହା ମାର ଏସ୍ଟ୍ରୋଜେନ ଯୋଗୁ ହୁଏ, ଯୗବନାବସ୍ଥା, ଏବଂ ବୃଦ୍ଧାବସ୍ଥାରେ ହୋଇପାରେ । ଏହି ମାମଲାଗୁଡ଼ିକରେ ସାଧାରଣତଃ ଅଧିକ ଅନୁସନ୍ଧାନର ଆବଶ୍ୟକତା ପଡ଼େନାହିଁ | ଏହା ମେଦବହୁଳତା, ଯକୃତ ରୋଗ, କିଡନୀ ବିଫଳତା, କେତେକ କର୍କଟ, ଥାଇରଏଡ ରୋଗ, କିଛି ଔଷଧ ଏବଂ ମନୋରଞ୍ଜନକାରୀ ଔଷଧ, କ୍ଲିନଫେଲ୍ଟର ସିଣ୍ଡ୍ରୋମ ଏବଂ ପୁଷ୍ଟିହୀନତା ସହିତ ଯୋଗୁ ହୋଇପାରେ । ଅନ୍ତର୍ନିହିତ କାର୍ଯ୍ୟବିଧିରେ ଇଷ୍ଟ୍ରୋଜେନ୍ ବୃଦ୍ଧି କିମ୍ବା ଆଣ୍ଡ୍ରୋଜେନ୍ ସ୍ତର ହ୍ରାସ ଯୋଗୁ ଏହା ହେବା ଜଣାଯାଏ |

ଯୌବନାବସ୍ଥାରେ ଘଟୁଥିବା ମାମଲା ସାଧାରଣତଃ ଦୁଇ ବର୍ଷ ମଧ୍ୟରେ ସମାଧାନ ହୋଇଯାଏ ଏବଂ କେବଳ ଆଶ୍ୱାସନା ଆବଶ୍ୟକ କରେ | ଏହାର ମୂଳ କାରଣ ସମାଧାନ କଲେ ସାଧାରଣତଃ ଏହି ରୋଗର ସମାଧାନ ହୋଇଯାଏ | ଟାମୋକ୍ସିଫେନ୍ସ କିମ୍ବା କ୍ଲୋମିଫେନ୍ ଭଳି ଔଷଧ ଶୀଘ୍ର ବ୍ୟବହୃତ ହେଲେ ପ୍ରଭାବଶାଳୀ ହୋଇଥାଏ | ଦୀର୍ଘକାଳୀନ ରୋଗ ଥିଲେ ଲାଇପୋସକସନ କିମ୍ବା ସର୍ଜିକାଲ୍ ଏକ୍ସାଇଜନ୍ ଭଳି ଅସ୍ତ୍ରୋପଚାର ଆବଶ୍ୟକ ହୋଇଥାଏ |

ଗାଇନେକୋମାଷ୍ଟିଆ ରୋଗ ପ୍ରାୟ ୩୫% ପୁରୁଷଙ୍କୁ ୫୦ରୁ ୬୯ ବର୍ଷ ବୟସ ମଧ୍ୟରେ ସାଧାରଣତଃ ହୁଏ । ଏହା ନବଜାତମାନଙ୍କ କ୍ଷେତ୍ରରେ ୯୦% ପିଲାଙ୍କର ଥାଏ ଓ କିଶୋର ଅବସ୍ଥାରେ ୬୦% ପିଲାଙ୍କର ଉପସ୍ଥିତ ଥାଏ । ପୁରୁଷମାନଙ୍କର ସ୍ତନ ସମସ୍ୟା ପାଇଁ ଚିକିତ୍ସାର ଏହା ଏକ ସାଧାରଣ କାରଣ | ଦ୍ୱିତୀୟ ଶତାବ୍ଦୀରେ ଏହି ରୋଗର ବର୍ଣ୍ଣନା ଗ୍ୟାଲେନ କରିଥିବା ଜଣାଯାଏ ।  

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ନରେନ୍ଦ୍ର ମୋଦୀଟିଣଦେବଗଡ଼ ଜିଲ୍ଲାପ୍ଲୁଟୋପୁଥୁପ୍ପାଲ୍ଲୀ, କୋଟ୍ଟାୟାମଦୀପକ ମିଶ୍ରଟମ୍ ଖା କାଇନଅଙ୍କ ଦୁର୍ଭିକ୍ଷବିରଳା ମନ୍ଦିର, କୋଲକାତାଶ୍ରୀନିବାସ ରାମାନୁଜନଉଦୟନାଥ ଷଡ଼ଙ୍ଗୀଫୋସିନୋପ୍ରିଲଅଚ୍ୟୁତାନନ୍ଦ ଦାସନୟାଗଡ଼ ଜିଲ୍ଲାସାଲଭାଡୋର ଡାଲିଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦଶବ୍ଦ (ପଦ)ଭଦ୍ରକସ୍ୱର ବର୍ଣ୍ଣରାମାୟଣୟୁକ୍ରେନପ୍ରେମଓଡ଼ିଆ ଭାଷା ଆନ୍ଦୋଳନବୀର ସୁରେନ୍ଦ୍ର ସାଏଓଡ଼ିଶାର ସଂସ୍କୃତିଗଣନ ସଂଖ୍ୟାଫେବୃଆରୀ ୨୮ବିଶ୍ୱତାପନଅନନ୍ତ ପଟ୍ଟନାୟକଶେୟାର ବଜାରବାଇଶି ପାହାଚଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗଭଦଭଦଳିଆଛବିଳ ମଧୁ ବର୍ଣ୍ଣବୋଧଶୀତଳ ଷଷ୍ଠୀ ଯାତ୍ରାରଥଅଂଶୁଘାତଥାଲକୁଡ଼ିଚିଲିକା (ବହୁବିକଳ୍ପ)ଚିକୁନ‌ଗୁନିଆଓଡ଼ିଆ ଉଇକିପିଡ଼ିଆଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ମଙ୍ଗଳା ମନ୍ଦିରଆନନ୍ଦ ଶଙ୍କର ଦାସଉତ୍କଳ ବ୍ରାହ୍ମଣଖାରବେଳସୋନାଲ ମାନସିଂହଆଉରଙ୍ଗଜେବସାମାଜିକ ଆନ୍ଦୋଳନସୁଇଜରଲ୍ୟାଣ୍ଡମହମ୍ମଦ ମୋକିମ୍ସଚ୍ଚିଦାନନ୍ଦ ରାଉତରାୟନନ୍ଦିଘୋଷପ୍ରତିଭା ରାୟରାୟଗଡ଼ା ଜିଲ୍ଲାତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରରତ୍ନାକର ଚଇନିଯୌନ ଉତ୍ପୀଡ଼ନସାରଥୀ ବାବାଓଡ଼ିଶା ବିଧାନ ସଭାଚିତ୍ତରଞ୍ଜନ ତ୍ରିପାଠୀଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଲକ୍ଷ୍ମୀପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସୁନାଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିବଳ🡆 More