୨୦୧୫ ଗପ ହେଲେ ବି ସତ: ୨୦୧୫ର ଓଡ଼ିଆ କଥାଚିତ୍ର

ଗପ ହେଲେ ବି ସତ ୨୦୧୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ତରଙ୍ଗ ସିନେ ପ୍ରଡକ୍ସନ‌ର ୨ୟ ଚଳଚ୍ଚିତ୍ର ଥିଲା ଗପ ହେଲେ ବି ସତ । ପୂର୍ବରୁ ୧୯୭୬ ମସିହାରେ ପ୍ରଥମ ଓଡ଼ିଆ ରଙ୍ଗୀନ ଚଳଚ୍ଚିତ୍ର ଗପ ହେଲେ ବି ସତ ଶୀର୍ଷକରେ ନିର୍ମାଣ ହୋଇଥିଲା । ଏହି ଚଳଚ୍ଚିତ୍ରରେ ନାୟକ ସାଜିଥିଲେ ଅନୁଭବ ଏବଂ ତାଙ୍କ ବିପକ୍ଷରେ ନାୟିକା ସାଜିଥିଲେ ବର୍ଷା । ପ୍ରେମ ଆନନ୍ଦ ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିବା ବେଳେ ଉଦିତ ନାରାୟଣ କଣ୍ଠଦାନ କରିଥିଲେ ।

ଗପ ହେଲେ ବି ସତ
ନିର୍ଦ୍ଦେଶକମୂରଲି କ୍ରିଷ୍ଣା
ପ୍ରଯୋଜକଜାଗି ମଙ୍ଗଦ ପଣ୍ଡା
ସଂଳାପନିର୍ମଳ ନାୟକ
କଳାକାରଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ମିହିର ଦାସ, ପ୍ରିୟଙ୍କା ମହାପାତ୍ର, ଭୂମିକା ଦାଶ
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣଅଭିରାମ ମିଶ୍ର
ମୁକ୍ତିଲାଭ ତାରିଖ
୧୨ ଜୁନ ୨୦୧୫
ଦେଶ୨୦୧୫ ଗପ ହେଲେ ବି ସତ: ଅଭିନୟ, କାହାଣୀ, ଗୀତ ଓ ସଂଗୀତ ଭାରତ
ଭାଷାଓଡ଼ିଆ

ଅଭିନୟ

ଓଡ଼ିଆ କଥାଚିତ୍ର ଗପ ହେଲେ ବି ସତ ଚଳଚ୍ଚିତ୍ରରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନ ହେଲେ:

କାହାଣୀ

ଆକାଶ(ଅନୁଭବ) ଗୋଟିଏ ସଫ୍ଟ‌ୱାର କମ୍ପାନୀର ମାଲିକ । ସ୍କୁଲର ପୁରୁଣା ଛାତ୍ରମାନଙ୍କରେ ଭେଟ ହେବାପାଇଁ ସେ ଗାଁକୁ ଆସିଥିଲା । ସେଠାରେ ତା'ର ସମସ୍ତ ପୁରୁଣା ସାଙ୍ଗମାନଙ୍କ ସ‌ହ ଦେଖାହେଲା । କେବଳ ବର୍ଷା(ବର୍ଷା ପ୍ରିୟଦର୍ଶିନୀ) ସ‌ହ ତା'ର ଦେଖା ହୋଇପାରିଲାନି । ବର୍ଷା ହେଉଛି ତା'ର ପିଲାଦିନରୁ ବଡ଼ ହେବା ଯାଏ ସାଙ୍ଗ ତ‌ଥା ତା'ର ପ୍ରେମ ଯାହାଠାରୁ ସେ ଅନେକ ଦିନ ତଳୁ ଅଲଗା ହୋଇଯାଇଥିଲା ।

ସ୍କୁଲରେ ପଢ଼ିବା ବେଳେ ଆକାଶ ଭଲ ପାଠ ପଢ଼ୁନଥିଲା । ମାତ୍ର ବର୍ଷା ତା' ଜୀବନରେ ଆସିବା ପରେ ତାକୁ ଭଲ ପାଠ ପଢ଼ି ଜୀବନରେ କିଛି ଲକ୍ଷ୍ୟରେ ପ‌ହଞ୍ଚିବା ପାଇଁ ପ୍ରେରଣା ଦେଇଥିଲା । ଧିରେ ଧିରେ ସେମାନଙ୍କର ବନ୍ଧୁତ୍ୱ ଭଲ ପାଇବାରେ ବଦଳିଯାଇଥିଲା । ମାତ୍ର ବର୍ଷା କୌଣସି କାରଣରୁ ତା'ର ଗାଆଁକୁ ଚାଲିଯାଇଥିଲା ଯେ ଆଉ ଫେରି ନଥିଲା ।

ଏହା ପରେ ଆକାଶ ମଧ୍ୟ ବାଙ୍ଗାଲୋରରେ ନିଜର କାମରେ ଲାଗିଯାଇଥିଲା । ବର୍ଷାର କଥା ମୂଳେ ମୂଳେ ସେ ସବୁବେଳେ ଚାଲୁଥିଲା ଏବଂ ଜୀବନରେ ବଡ଼ ମଣିଷଟିଏ ହୋଇସାରିଥିଲା । ହେଲେ ତା' ପାଖରେ ବର୍ଷା ନ ଥିଲା । ସ୍କୁଲର ବନ୍ଧୁମିଳନ ସମାରୋହରେ ସେ ବର୍ଷାକୁ ଭେଟିବାର ଆଶା ନେଇ ଆସିଥିଲା ହେଲେ ସେଠାକୁ ସେ ନ ଆସିବାରୁ, ଆକାଶ ତାକୁ ଖୋଜି ଖୋଜି ଯାଇ ତା'ର ଘରେ ପ‌ହଞ୍ଚିଲା ଏବଂ ସେଠାରେ ଜାଣିଲା କି ବର୍ଷା ଗୋଟିଏ ଦୁର୍ଘଟଣାରେ ତା'ର ଗୋଟିଏ ଗୋଡ଼ ସ‌ହ ନିଜ ମାଆକୁ ହରାଇଥିଲା । ଏହା ପରେ ଆକାଶ ବର୍ଷା ସ‌ହ ଏକ ନୂଆ ଜୀବନ ଆରମ୍ଭ କଲା ।

ଗୀତ ଓ ସଂଗୀତ

ପ୍ରେମ ଆନନ୍ଦ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିବା ବେଳ ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ବସନ୍ତରାଜ ସାମଲ, ଜୟନ୍ତ ଦାସ ପ୍ରମୁଖ ଏହି ଚଳଚ୍ଚିତ୍ରଟିର ଗୀତ ରଚନା କରିଥିଲେ । ଉଦିତ ନାରାୟଣ ଏହି ଚଳଚ୍ଚିତ୍ରରରେ କଣ୍ଠଦାନ କରିଥିଲେ । ଟାଇଟେଲ ଗୀତଟି ଉଦିତ ନାରାୟଣ ଏବଂ ଇରା ମହାନ୍ତି ଗାଇଥିଲେ । ଅନ୍ୟାନ୍ୟ କଣ୍ଠଶିଳ୍ପୀମାନେ ହେଲେଟି ସୌରୀ, କୁମାର ବାପି, ସସ୍ମିତା ଏବଂ ହ୍ୟୁମାନ ସାଗର ।

ଗୀତ

ଗୀତ ରଚନା କଣ୍ଠଦାନ
ଗପ ହେଲେ ବି ସତ ଉଦିତ ନାରାୟଣ, ଇରା ମହାନ୍ତି
ତୋତେ ଗାଇଦେଲେ ତୁ ଗୀତ ହେଇଯାଉ
ବର୍ଷା ବର୍ଷା
ପ୍ରେମ ଚଢ଼େଇର ଇରା ମହାନ୍ତି
ପ୍ରେମ ଚଢ଼େଇର(ପୁରୁଷ)
ପ୍ରେମ ଚଢ଼େଇର ସ୍ମିତା ମହାନ୍ତି
ଗୋଟେ ଶୁଆ ଗୋଟେ ସାରୀ
ହାୟେରେ ମିତ

ଆଧାର

ଅଧିକ ତଥ୍ୟ

Tags:

୨୦୧୫ ଗପ ହେଲେ ବି ସତ ଅଭିନୟ୨୦୧୫ ଗପ ହେଲେ ବି ସତ କାହାଣୀ୨୦୧୫ ଗପ ହେଲେ ବି ସତ ଗୀତ ଓ ସଂଗୀତ୨୦୧୫ ଗପ ହେଲେ ବି ସତ ଆଧାର୨୦୧୫ ଗପ ହେଲେ ବି ସତ ଅଧିକ ତଥ୍ୟ୨୦୧୫ ଗପ ହେଲେ ବି ସତଅନୁଭବ ମହାନ୍ତିଉଦିତ ନାରାୟଣଗପ ହେଲେ ବି ସତପ୍ରେମ ଆନନ୍ଦବର୍ଷା ପ୍ରିୟଦର୍ଶିନୀ

🔥 Trending searches on Wiki ଓଡ଼ିଆ:

Indiaନିର୍ମଳା (ଉପନ୍ୟାସ)ସୌରୀନ୍ଦ୍ର ବାରିକମହାରାଷ୍ଟ୍ରମାଣବସା ଗୁରୁବାର୧ମ ଓଡ଼ିଶା ବିଧାନ ସଭାଅର୍ଚ୍ଚିତା ସାହୁବିଜୁ ଜନତା ଦଳଶାସ୍ତିଜୟୀ ରାଜଗୁରୁଚିନ୍ତାମଣି ବେହେରାଭୂମିକମ୍ପରାମାବତାରମ୍ଆରିଷ୍ଟୋଟଲଗୋପାଳ ଚନ୍ଦ୍ର ପ୍ରହରାଜଓଡ଼ିଶୀ ସଙ୍ଗୀତଫେବୃଆରୀ ୨୮ଗଣ୍ଡାମଧୁସୂଦନ ରାଓମୋନିକା ସେଲ୍ସନନ୍ଦିନୀ ଶତପଥୀଜଗନ୍ନାଥଙ୍କ ବେଶଟାହିଆଲାଗି ବେଶଜଗନ୍ନାଥ ପ୍ରସାଦ ଦାସମାଗୁଣିର ଶଗଡ଼ (କଥାଚିତ୍ର)ଟୋକିଓଗୋବିନ୍ଦ ତ୍ରିପାଠୀଭାରତୀୟ ସମ୍ବିଧାନକୋଳିଶେର ଶାହ ସୁରୀଓଡ଼ିଆ ରାମାୟଣହନୁମାନ ବାଟିକାମହାନଦୀମନୋଜ କୁମାର ମିଶ୍ରବ୍ରାଉଜରପ୍ରଦୀପ କୁମାର ପାଣିଗ୍ରାହୀଜଗନ୍ନାଥଶତ୍ରୁଘ୍ନ ପାଣ୍ଡବwiki.phtmlକଳାପାହାଡ଼ଉଦ୍ଭିଦଶିଶୁ ଅନନ୍ତ ଦାସସ୍ତନ୍ୟପାୟୀପାଇକ ବିଦ୍ରୋହଦୁର୍ଗା ପୂଜାବିରାଟ କୋହଲୀଶନିବାରପଣା ସଂକ୍ରାନ୍ତିଅଶ୍ରୁମୋଚନ ମହାନ୍ତିଦ୍ୱିତୀୟ ଭାସ୍କରଟ୍ରାଲୋକିନୁମାବଶ୍ରୀଲଙ୍କାର ଭୂଗୋଳମାସଗାଲୁଆ୧୯୦୫ପ୍ଲୀହାମହେନ୍ଦ୍ର ସିଂହ ଧୋନିଭୃସଙ୍ଗ ଗଛଓଡ଼ିଶାର ଇତିହାସଚିଲିକା ହ୍ରଦଚୈତନ୍ୟବୃହସ୍ପତିଭୀମ ପୃଷ୍ଟିଗିରିଧର ଗମାଙ୍ଗପରିବେଶମହାବିଦ୍ୟାରାସେଶ୍ୱରୀ ପାଣିଗ୍ରାହୀ🡆 More