ଚାରି ଶମ୍ଭୁ ମନ୍ଦିର: ଭାରତର ଏକ ହିନ୍ଦୁ ମନ୍ଦିର

'ଚାରି ଶମ୍ଭୁ ମନ୍ଦିର ଓଡ଼ିଶାର ବୌଦ୍ଧ ଜିଲ୍ଲାରେ ଅବସ୍ଥିତ ଏକ ପ୍ରସିଦ୍ଧ ଯାଆଁଳା ଶିବ ଓ ବିଷ୍ଣୁ ମନ୍ଦିର । ବଉଦ ସହରଠାରୁ ୧୬ କି.ମି ଦୂରରେ ଅବସ୍ଥିତ ଜଗତି ଗାଆଁରେ ଏହି ପ୍ରସିଦ୍ଧ ମନ୍ଦିର ଅବସ୍ଥିତ । ସ୍ଥାନୀୟ ଲୋକେ ଯାଆଁଳା ମନ୍ଦିରକୁ ଚାରି ଶମ୍ଭୁ ମନ୍ଦିର କହନ୍ତି। ଯାଆଁଳା ମନ୍ଦିର କହିଲେ , ଗୋଟିଏ ଭିତ୍ତଭୂମି ଉପରେ ଲାଗି ଲାଗି ତିଆରି ହୋଇଥିବା ସମାନ ଆକାରର ଦୁଇଟି ମନ୍ଦିରକୁ ବୁଝାଏ। ମନ୍ଦିର ଦୁଇଟି ସବୁ ଦୃଷ୍ଟିରୁ ଦେଖିବାକୁ ଏକାପରି । ଗୋଟିଏ ମନ୍ଦିରରେ ପୂଜା ପାଉଛନ୍ତି ଭଗବାନ ବିଷ୍ଣୁ ଓ ଅନ୍ୟ ମନ୍ଦିରରେ ଭଗବାନ ଶିବ । ବିଷ୍ଣୁ ପୂଜା ପାଉଥିବା ମନ୍ଦିରଟିର ନାମ ନୀଳମାଧବ ଏବଂ ମହେଶ୍ୱର ପୂଜାପାଉଥିବା ମନ୍ଦିରର ନାମ ସିଦ୍ଧେଶ୍ୱର । ନୀଳମାଧବ ମନ୍ଦିରର ଶିଖରରେ ଶୋଭା ପାଉଛି ନୀଳ କ୍ଲୋରାଇଟ ପଥରରେ ତିଆରି ଚକ୍ର । ସେହି ପରି ସିଦ୍ଧେଶ୍ୱର ମନ୍ଦିରର ଚୂଡା଼ରେ ସ୍ଥାପିତ ହୋଇଛି ଗୋଟିଏ ଶିବଲିଙ୍ଗ । କାରୁକାର୍ଯ୍ୟ ଦୃଷ୍ଟିରୁ ଦେଖିଲେ ଭୁବନେଶ୍ୱରର ମୁକ୍ତେଶ୍ୱର ଓ ପରଶୁରାମେଶ୍ୱର ମନ୍ଦିର ସହ ତୁଳନୀୟ । ଗନ୍ଧରାଡ଼ିର ଯାଆଁଳା ମନ୍ଦିର ଖିଞ୍ଜଳିର ଭଞ୍ଜ ରାଜାମାନଙ୍କ ପୃଷ୍ଠପୋଷକତାରେ ଅଷ୍ଟମ ଶତାବ୍ଦୀର ଶେଷ ଭାଗରେ ତିଆରି ହୋଇଥିବା ବିଶ୍ୱାସ କରାଯାଏ ।

ଚାରି ଶମ୍ଭୁ ମନ୍ଦିର
ଚାରି ଶମ୍ଭୁ ମନ୍ଦିର: ଇତିହାସ, ମନ୍ଦିର, ଆଧାର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtବଉଦ
Location
ସ୍ଥାନବଉଦ
Countryଭାରତ
Architecture
ଭଞ୍ଜରାଜ ବଂଶ

ଇତିହାସ

ଜଗତିର ଏକ ଅଂଶର ନାମ ଗନ୍ଧରାଡ଼ି। ତେଣୁ ଏହା ମଧ୍ୟ ଗନ୍ଧରାଡ଼ି ଯାଆଁଳା ମନ୍ଦିର ଭାବେ ଓଡ଼ିଶାରେ ପ୍ରସିଦ୍ଧ । ଗନ୍ଧପତି ନାମକ ଏକ ଭଞ୍ଜ ରାଜା ସେଠାରେ ନିଜର ରାଜଧାନୀ ବସାଇଥିବାରୁ ସ୍ଥାନଟିର ନାଆଁ ଗନ୍ଧରାଡ଼ି ।

ମନ୍ଦିର

କାରୁକାର୍ଯ୍ୟ ଦୃଷ୍ଟିରୁ ଦେଖିଲେ ଭୁବନେଶ୍ୱରର ମୁକ୍ତେଶ୍ୱର ଓ ପରଶୁରାମେଶ୍ୱର ମନ୍ଦିର ସହ ତୁଳନୀୟ । ଗନ୍ଧରାଡ଼ିର ଯାଆଁଳା ମନ୍ଦିର ଖିଞ୍ଜଳିର ଭଞ୍ଜ ରାଜାମାନଙ୍କ ପୃଷ୍ଠପୋଷକତାରେ ଅଷ୍ଟମ ଶତାବ୍ଦୀର ଶେଷ ଭାଗରେ ତିଆରି ହୋଇଥିବା ବିଶ୍ୱାସ କରାଯାଏ । ଚାରି ଶମ୍ଭୁ ମନ୍ଦିର କହିବାର କାରଣ ସେଠାରେ ଚାରୋଟି ଶିବ ଲିଙ୍ଗ ପୂଜା ପାଉଛନ୍ତି : ସିଦ୍ଧେଶ୍ୱର, ଜୋଗେଶ୍ୱର, କପିଳେଶ୍ୱର ଏବଂ ପଶ୍ଚିମ ସୋମନାଥ । ମୂଖ୍ୟ ମନ୍ଦିରଠାରୁ କିଛି ଦୂରରେ ଏକ ବରଗଛ ମୂଳେ ଅଷ୍ଟଭୂଜା ଦୁର୍ଗା ଏବଂ ପଶ୍ଚିମ ସୋମନାଥ ମନ୍ଦିର ନିକଟରେ ଗଣେଶଙ୍କ ପ୍ରତିମା ଦେଖିବାକୁ ମିଳେ । ଗାଆଁ ଲାଗିଥିବା କ୍ଷେତରୁ ଏକଦା ସୁନ୍ଦର ନବଗ୍ରହ ପ୍ରତିମା ଏବଂ ଅନେକ ପ୍ରସ୍ତର କଳାର ଧ୍ୱଂସାବଶେଷ ଆବିଷୃତ ହୋଇଥିଲା । ସ୍ଥାନଟିର ଐତିହାସିକ ଗୁରୁତ୍ୱ ଥିବାରୁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ସେଠାକାର ରକ୍ଷଣାବେକ୍ଷଣ କାର୍ଯ୍ୟ ତୁଲାଉଛି।

ଆଧାର

ବାହାର ତଥ୍ୟ

Tags:

ଚାରି ଶମ୍ଭୁ ମନ୍ଦିର ଇତିହାସଚାରି ଶମ୍ଭୁ ମନ୍ଦିର ମନ୍ଦିରଚାରି ଶମ୍ଭୁ ମନ୍ଦିର ଆଧାରଚାରି ଶମ୍ଭୁ ମନ୍ଦିର ବାହାର ତଥ୍ୟଚାରି ଶମ୍ଭୁ ମନ୍ଦିରଓଡ଼ିଶାନୀଳମାଧବବିଷ୍ଣୁବୌଦ୍ଧ (ସହର)ବୌଦ୍ଧ ଜିଲ୍ଲାଭୁବନେଶ୍ୱରମୁକ୍ତେଶ୍ୱର ମନ୍ଦିରଶିବ

🔥 Trending searches on Wiki ଓଡ଼ିଆ:

ଗୋପବନ୍ଧୁ ଚୌଧୁରୀଭାରତରମାକାନ୍ତ ରଥଖଡ଼ଗପୁରଦାସକାଠିଆପଠାଣି ସାମନ୍ତଓଡ଼ିଆ ଭାଗବତରାବଣମଧୁସୂଦନ ଦାସଅଂଶୁପା ହ୍ରଦଅଷ୍ଟ୍ରିଆନଅଙ୍କ ଦୁର୍ଭିକ୍ଷଭାରତୀୟ ଡାକ ସେବା୨୯ ମାର୍ଚ୍ଚରାସେଶ୍ୱରୀ ପାଣିଗ୍ରାହୀମହମ୍ମଦ ମୋକିମ୍ଅନନ୍ତ ବାସୁଦେବ ମନ୍ଦିରଭାରତର ସଂସ୍କୃତିନାରାୟଣ ସାହୁନନ୍ଦିନୀ ଶତପଥୀକୁଞ୍ଜବିହାରୀ ଦାଶଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରଭାରତୀୟ ଜାତୀୟ କଂଗ୍ରେସଜାହାଙ୍ଗୀରଆଖୁସାରଳା ମନ୍ଦିରବିରାଟ କୋହଲୀସମର ସଲିମ ସାଇମନ୨୫ ଅପ୍ରେଲବିର୍ସା ମୁଣ୍ଡାଲସିବିନ୍ଦୁବିଦ୍ୟୁତପ୍ରଭା ଦେବୀତୁଳସୀ ଗଛଗର୍ଭାବସ୍ଥାମଟର ସାଇକେଲହେମଲତା ମାନସିଂହତାରିଣୀ ମନ୍ଦିର, ଘଟଗାଁଦେବସ୍ନାନ ପୂର୍ଣ୍ଣିମାରାଧାମୋହନ ଗଡ଼ନାୟକଗୋପାଳ ଛୋଟରାୟଲକ୍ଷ୍ମୀନାରାୟଣ ସାହୁଓଡ଼ିଆ ଖାଦ୍ୟଫେବୃଆରୀ ୨୯୪ (ସଂଖ୍ୟା)ପ୍ରଣବ ପ୍ରକାଶ ଦାସବର୍ଷାକାଟୁଲୁ ରବି କୁମାରଅଭିମନ୍ୟୁ ସାମନ୍ତସିଂହାରଧନୁ (ରାଶି)ଭାରତ ସରକାରଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟଫତୁରାନନ୍ଦପ୍ଲୁଟୋକାଗଜପରୀକ୍ଷାମାଁ ପୀତାମ୍ବର ମନ୍ଦିରଲିଙ୍ଗରାଜ ମନ୍ଦିରତପନ କୁମାର ପ୍ରଧାନଧରିତ୍ରୀଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନମହାରାଷ୍ଟ୍ରପୋଟଳ ରସାଘରମଙ୍ଗଳା ମନ୍ଦିରଯୁକ୍ତରାଜ୍ୟଅପରେଟିଙ୍ଗ ସିଷ୍ଟମସୂଚନା ପ୍ରଯୁକ୍ତିବିଦ୍ୟାପ୍ରାଣବନ୍ଧୁ କରଜୟୀରାମ ସାମଲ🡆 More