ଗଜାନନ ବେଶ: ଶ୍ରୀଜଗନ୍ନାଥଙ୍କ ବେଶ

ଗଜାନନ ବେଶ (ଗଣପତି ବେଶ ବା ହାତୀ ବେଶ ବା ଗଣେଶ ବେଶ ଭାବରେ ମଧ୍ୟ ଜଣା) ଦେବସ୍ନାନ ପୂର୍ଣ୍ଣିମା (ଜ୍ୟୈଷ୍ଠ ପୂର୍ଣ୍ଣିମା) ଦିନ ଆନନ୍ଦବଜାରସ୍ଥିତ ସ୍ନାନମଣ୍ଡପ (ବେଦୀ) ଉପରେ ହୋଇଥାଏ । ସ୍ନାନ ଯାତ୍ରା ପ୍ରତି ବର୍ଷ ଜ୍ୟୈଷ୍ଠ ମାସ ପୂର୍ଣ୍ଣିମା ତିଥିରେ ପାଳିତ ହେଇଥାଏ ।

ଗଜାନନ ବେଶ: ନୀତି, କିମ୍ବଦନ୍ତୀ, ଆଧାର
ପୁରୀ ଜଗନ୍ନାଥଙ୍କ ହାତୀ ବେଶ
ଗଜାନନ ବେଶ: ନୀତି, କିମ୍ବଦନ୍ତୀ, ଆଧାର
୨୦୧୯ ମସିହାରେ ଅନୁଷ୍ଠିତ ସ୍ନାନପୂର୍ଣ୍ଣିମାରେ ବଳଭଦ୍ର, ସୁଭଦ୍ରା ଏବଂ ଶ୍ରୀଜଗନ୍ନାଥଙ୍କର ଗଜାନନ ବେଶ

ନୀତି

ଗଜାନନ ବେଶ: ନୀତି, କିମ୍ବଦନ୍ତୀ, ଆଧାର 
ମହାପ୍ରଭୁଙ୍କ ଗଜାନନ ବେଶ

ପରମ୍ପରା ଅନୁଯାୟୀ ସ୍ନାନ ମଣ୍ଡପରେ ବିରାଜିତ ଶ୍ରୀଜୀଉମାନଙ୍କର ସ୍ନାନ ନୀତି ପରେ ଗୋପାଳ ତୀର୍ଥ ମଠ ଓ ରାଘବ ଦାସ ମଠରୁ ଆସିଥିବା ଗଜାନନ ବେଶ ଉପକରଣ ଯଥାକ୍ରମେ ବଳଭଦ୍ର, ଜଗନ୍ନାଥ, ସୁଭଦ୍ରା, ସୁଦର୍ଶନଙ୍କୁ ଲାଗି କରାଯାଏ । ଗଜାନନ ବେଶ ସମ୍ପର୍କରେ ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ଉଲ୍ଲେଖ ଅଛି ଯେ, ସ୍ନାନ ମଣ୍ଡପରେ ଶ୍ରୀବିଗ୍ରହମାନଙ୍କର ଜଳ ଲାଗି ନୀତି ବଢିବା ପରେ ଲେଙ୍କା ଓ ଘଣ୍ଟ କାହାଳୀ ସହ ଗୋପାଳତୀର୍ଥ ମଠରୁ ବଡ଼ ବାଡ଼ (ବଳଭଦ୍ରଙ୍କ ବାଡ଼) ଓ ଶ୍ରୀସୁଦର୍ଶନଙ୍କର ଗଜାନନ ବେଶ ଉପକରଣମାନ ଆଣିବାକୁ ଯାଆନ୍ତି । ଏହା ପରେ ଗଜପତି ମହାରାଜା କିମ୍ବା ତାଙ୍କ ଅନୁପସ୍ଥିତରେ ମୁଦିରଥ ତିନି ବାଡ଼ରେ ରାଜ ନୀତି କରନ୍ତି । ରାଜ ନୀତି ବଢିବା ପରେ ସ୍ନାନ ମଣ୍ଡପରେ ଛେରା ପହଁରା ହୋଇଥାଏ । ତତ୍ପରେ ସୁଆରବଡୁ ସେବକ ପାଣି ପକାନ୍ତି । ପାଣି ପଡ଼ିଲା ପରେ ଜଗମୋହନରେ ଥିବା ବଡ଼ବାଡ଼ର (ବଳଭଦ୍ର) ବେଶ ଉପକରଣ ଓ ରାଘବ ଦାସ ମଠରୁ ଆସିଥିବା ଅନ୍ୟ ଦୁଇ ବାଡ଼ (ଜଗନ୍ନାଥ, ସୁଭଦ୍ରା)ର ବେଶ ଉପକରଣମାନ ସ୍ନାନ ମଣ୍ଡପରେ ରଖାଯାଏ । ଭିତରଚ୍ଛ, ଚଳିଚ୍ଛ, ପୁଷ୍ପାଳକ,ଖୁଣ୍ଟିଆ, ଦଇତାପତିମାନଙ୍କ ସହ ତିନିବାଡ଼ରେ ହାତୀ ବେଶ କରନ୍ତି । ବେଶ ବଢିବା ପରେ ତିନି ବାଡ଼ରେ କର୍ପୂର ଲାଗି ହୋଇଥାଏ ଏବଂ ପରେ ପରେ ସ୍ନାନ ବେଦୀ ଉପରେ ଶୋଧ କରାଯାଏ ଓ ଭୋଗ ପାଇଁ ପ୍ରସ୍ତୁତି ହୋଇଥାଏ । ସୂଚନାଯୋଗ୍ୟ ଯେ ଏହି ଦିନ ମାତ୍ର ଗୋଟିଏ ଭୋଗ ହୋଇଥାଏ । ଭୋଗ ଶେଷ ପରେ ସ୍ନାନ ବେଦୀ ଉପରକୁ ସର୍ବସାଧାରଣଙ୍କୁ ଦର୍ଶନ ନିମିତ୍ତ ଅନୁମତି ଦିଆଯାଏ ।

କିମ୍ବଦନ୍ତୀ

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ହାତୀ ବେଶ ବା ଗଜାନନ ବେଶ ସମ୍ପର୍କରେ ରହିଥିବା କିମ୍ବଦନ୍ତୀ ଅନୁଯାୟୀ ପଞ୍ଚଦଶ ଶତାବ୍ଦୀରେ ମହାରାଷ୍ଟ୍ରରୁ ମହାଗାଣପତ୍ୟ ସମ୍ପ୍ରଦାୟର ଶ୍ରୀ ଗଣପତି ଭଟ୍ଟ ନାମକ ଜନୈକ ବ୍ରାହ୍ମଣ ଶ୍ରୀକ୍ଷେତ୍ରକୁ ଆଗମନ କରିଥିଲେ । ସେ ପ୍ରଭୁ ଗଣେଶଙ୍କ ବଡ଼ ଭକ୍ତ ଥିଲେ । ସ୍ନାନ ପୂର୍ଣ୍ଣିମୀ ଦିନ ଶ୍ରୀମନ୍ଦିରରୁ ପ୍ରବେଶ କରି ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରି ଗଣପତି ଭଟ୍ଟ ସନ୍ତୋଷ ଲାଭ କଲେ ନାହିଁ । ତେଣୁ ନିରାଶ ମନରେ ଶ୍ରୀକ୍ଷେତ୍ରରୁ କିଛି ବାଟ ଯିବା ପରେ ମୁକ୍ତେଶ୍ୱରଠାରେ ଶୂନ୍ୟବାଣୀ ଶୁଣି ପୁନଶ୍ଚ ଶ୍ରୀମନ୍ଦିରକୁ ଫେରିଆସି ଦେଖନ୍ତି ଯେ, ଠାକୁରମାନେ ତାଙ୍କର ଇଷ୍ଟ ଗଣପତି ରୂପ ଧାରଣ କରି ଧବଳ ରୂପରେ ବଳଭଦ୍ର ଓ କଳା ରୂପରେ ଜଗନ୍ନାଥ ଶୋଭା ପାଉଛନ୍ତି । ଗଣପତି ଭଟ୍ଟ ଏହି ଦୃଶ୍ୟ ଦେଖି ଭକ୍ତି ବିଭୋର ହୋଇପଡ଼ିଲେ ଓ ତତ୍‌କ୍ଷଣାତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚରଣାବିନ୍ଦରେ ସାଷ୍ଟାଙ୍ଗ ପ୍ରଣିପାତ ପୂର୍ବକ ପ୍ରାର୍ଥନା କରିଥିଲେ । ଗଣପତି ଭଟ୍ଟଙ୍କ ଗଣପତି ବେଶ ଦର୍ଶନର ସ୍ମାରକୀ ସ୍ୱରୂପ ଏହି ବେଶ ହୋଇ ଆସୁଛି ।

ଆଧାର

ଅଧିକ ତଥ୍ୟ

Tags:

ଗଜାନନ ବେଶ ନୀତିଗଜାନନ ବେଶ କିମ୍ବଦନ୍ତୀଗଜାନନ ବେଶ ଆଧାରଗଜାନନ ବେଶ ଅଧିକ ତଥ୍ୟଗଜାନନ ବେଶଜ୍ୟୈଷ୍ଠତିଥିଦେବସ୍ନାନ ପୂର୍ଣ୍ଣିମାପୂର୍ଣ୍ଣିମା

🔥 Trending searches on Wiki ଓଡ଼ିଆ:

ଓଡ଼ିଆ ଭାଗବତଶବ୍ଦ (ଧ୍ୱନି)ଗଣିତଓଡ଼ିଶାରାସନ କାର୍ଡ଼ (ଭାରତ)ଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଉଇକିପିଡ଼ିଆ ସମୂହର ତାଲିକାଡୋରାକ୍ଲେଭିଡିପିନନଟବର ଶତପଥୀଓଡ଼ିଶାର ଭୂଗୋଳବି. ଆର. ଆମ୍ବେଦକରପ୍ରଶାନ୍ତ ନନ୍ଦଆପେଣ୍ଡିସାଇଟିସଶିମିଳିପାଳ ଜାତୀୟ ଉଦ୍ୟାନସାରଳା ମନ୍ଦିରନମିତା ଅଗ୍ରୱାଲସୁଦର୍ଶନ ପଟ୍ଟନାୟକଓଡ଼ିଆ ଭାଷା ଆନ୍ଦୋଳନବିଭୂତି ପଟ୍ଟନାୟକସୁନାବେଶଶ୍ରୀ ଦେବ ରାମେଶ୍ଵର ମନ୍ଦିରଜଗଦୀଶ ମହାନ୍ତିରାଜନୀତି ବିଜ୍ଞାନହୋଲିଜ୍ଞାନୀ ଦେବାଶିଷ ମିଶ୍ରପ୍ରଥମ ବିଶ୍ୱଯୁଦ୍ଧଚନ୍ଦ୍ରଶେଖର ରଥରାମକୃଷ୍ଣ ନନ୍ଦଯକ୍ଷ୍ମାତରଳ ଝାଡ଼ାଅଶୋକାଷ୍ଟମୀକୁମ୍ଭାର ଚକବୈଶାଖ୧୯ ଅପ୍ରେଲପାରାଦ୍ୱୀପଗୋପବନ୍ଧୁ ଦାସଲଳିତ ମାନସିଂହରତ୍ନାକର ଚଇନିଭାରତୀୟ ଜନତା ପାର୍ଟିମହାତ୍ମା ଗାନ୍ଧୀ୧୯ ମାର୍ଚ୍ଚରାଧାପଣାଅଗ୍ନ୍ୟାଶୟ ଅକ୍ଷମତାପାରାଦୀପ ବନ୍ଦରଓଡ଼ିଆଅଟିଜିମ୍‌ବୌଦ୍ଧ ଧର୍ମହିଡ଼ିମ୍ବବୀରକିଶୋର ଦାସବ୍ରଜନାଥ ବଡ଼ଜେନାମନୋରଞ୍ଜନ ଦାସକାଳୀଚରଣ ପଟ୍ଟନାୟକହିନ୍ଦୁ ମନ୍ଦିର ସ୍ଥାପତ୍ୟକଳାଧାମରା ବନ୍ଦରଶୈଳବାଳା ଦାସଗ୍ରହଦହି ହାଣ୍ଡିକରଞ୍ଜନନ୍ଦିନୀ ଶତପଥୀରାମଚନ୍ଦ୍ର ବେହେରାମହାଦେଶଓଡ଼ିଶାର କଳାଭାରତର ନଦୀ ସମୂହର ତାଲିକା🡆 More