କ୍ୟାପିଟାଲ ହାଇସ୍କୁଲ

କ୍ୟାପିଟାଲ ହାଇସ୍କୁଲ ଓଡ଼ିଶାର ଭୁବନେଶ୍ୱରରେ ଥିବା ଏକ ସରକାରୀ ଓଡ଼ିଆ ମାଧ୍ୟମ ଉଚ୍ଚବିଦ୍ୟାଳୟ ।

କ୍ୟାପିଟାଲ ହାଇସ୍କୁଲ
କ୍ୟାପିଟାଲ ହାଇସ୍କୁଲ
କ୍ୟାପିଟାଲ ହାଇସ୍କୁଲ ଭୁବନେଶ୍ୱର
ଅବସ୍ଥାନ
ଭୁବନେଶ୍ୱର, ଓଡ଼ିଶା, ଭାରତ
ବିବରଣୀ
ପ୍ରତିଷ୍ଠା ୧୯୫୧
ଅଧ୍ୟକ୍ଷ ନିରୁପମା ମଙ୍ଗରାଜ
ଶ୍ରେଣୀ ଶ୍ରେଣୀ ୬ରୁ ୧୦ମ
ଛାତ୍ରଛାତ୍ରୀ ସଂଖ୍ୟା ୧,୦୦୦+
ୱେବସାଇଟ

ଅବସ୍ଥିତି

ଏହି ବିଦ୍ୟାଳୟଟି ଭୁବନେଶ୍ୱରର କେନ୍ଦ୍ରସ୍ଥଳ ୩ ନମ୍ବର ଅଞ୍ଚଳରେ ଅବସ୍ଥିତ ।

ବିଶେଷତ୍ୱ

ଏହି ବିଦ୍ୟାଳୟଟି, ଭୁବନେଶ୍ୱରର ଅନ୍ୟତମ ପୁରାତନ ବିଦ୍ୟାଳୟ । ଏଠାରେ ଓଡ଼ିଆ ମାଧ୍ୟମରେ ଶିକ୍ଷାଦାନ କରାଯାଏ ଓ ଷଷ୍ଠରୁ ଦଶମ ଶ୍ରେଣୀ ଯାଏ ପାଠ ପଢ଼ାଯାଇଥାଏ । ଅଧୁନା ଏହି ବିଦ୍ୟାଳୟରେ ପ୍ରାୟ ୧,୫୦୦ ଛାତ୍ର ଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି । ଏହି ବିଦ୍ୟାଳୟ ସହ ସଂଶ୍ଳିଷ୍ଠ ରହିଛି "ଠକ୍କର ବାପା ଆଦିବାସୀ ଛାତ୍ରାବାସ" । ଏଠାରେ ପ୍ରାୟ ୧୦୦ ଜଣ ଅନ୍ତେବାସୀ ରହି କ୍ୟାପିଟାଲ ହାଇସ୍କୁଲରେ ଶିକ୍ଷାଗ୍ରହଣ କରନ୍ତି । ଏହି ବିଦ୍ୟାଳୟର ଖେଳ ପଡ଼ିଆରେ ବିଭିନ୍ନ ପ୍ରକାର କ୍ରୀଡାର ସୁବିଧା ରହିଛି । ବିଦ୍ୟାଳୟ ପରିସରରେ ଥିବା ପ୍ରାଥନା ଗୃହଟିରେ ବିଭିନ୍ନ ପ୍ରକାରର ଆଞ୍ଚଳିକ ତଥା ରାଜ୍ଯସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ ।

ଇତିହାସ

କ୍ୟାପିଟାଲ ହାଇସ୍କୁଲ ୧୯୫୧ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ପ୍ରଥମ ପ୍ରଧାନ ଶିକ୍ଷକ ରୂପେ ଶ୍ରୀ ଗଣେଶ ଚନ୍ଦ୍ର ମିଶ୍ର ୧୬ ଜୁଲାଇ ୧୯୫୧ ତାରିଖରେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଏହି ବିଦ୍ୟାଳୟ ପ୍ରଥମେ ଆଜିର ଦୁଇ ନମ୍ବର ବାଳିକା ବିଦ୍ୟାଳୟରେ ଚାଲୁଥିଲା । ୧୯୫୮ ମସିହା ଅଗଷ୍ଟ ୨୪ ତାରିଖ ଦିନ ଦୁଇ ନମ୍ବର ମୂଳ ସ୍କୁଲରୁ ଅଲଗା ହୋଇ, କ୍ୟାପିଟାଲ ହାଇସ୍କୁଲ ଏବେକାର ତିନି ନମ୍ବରଠାରେ ଥିବା ନୂତନ କୋଠାଘରକୁ ଆସିଥିଲା । ଗଣେଶ ଚନ୍ଦ୍ର ମିଶ୍ର ମଧ୍ୟ ବଦଳି ହୋଇ ନୂଆ ସ୍କୁଲକୁ ପ୍ରଧାନ ଶିକ୍ଷକ ହୋଇ ଆସିଥିଲେ । ସୁଧାମଞ୍ଜରୀ ଦାସ ବାଳିକା କ୍ୟାପିଟାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ଦାୟିତ୍ୱ ତୁଲାଇଥିଲେ । ଗଣେଶ ଚନ୍ଦ୍ର ମିଶ୍ରଙ୍କ ପରବର୍ତ୍ତୀ ସମୟରେ ଶ୍ରୀ ଲକ୍ଷ୍ମଣ କର, ଶ୍ରୀ ଶରତ ଚନ୍ଦ୍ର ବସୁ ଇତ୍ୟାଦି ବହୁ ଛାତ୍ରବତ୍ସଳ ଶିକ୍ଷକ, ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରିଯାଇଛନ୍ତି । ଇତି ମଧ୍ୟରେ ବିଦ୍ୟାଳୟଟି ୬୧ ବର୍ଷ ପୁରଣ କରି ସାରିଛି । ୨୮ ଓ ୨୯ ଅପ୍ରେଲ ୨୦୧୨ରେ ବିଦ୍ୟାଳୟର ହୀରକ ଜୟନ୍ତି ପାଳନ କରାଯାଇଥିଲା । ହୀରକ ଜୟନ୍ତି ଅବସରରେ ଭାରତୀୟ ଡାକବିଭାଗ ତରଫରୁ ସ୍କୁଲକୁ ଉତ୍ସର୍ଗୀକୃତ ଏକ ସ୍ୱତନ୍ତ୍ର ଲଫାପା ପ୍ରକାଶ କରାଯାଇଛି । ପ୍ରତିଷ୍ଠା ବର୍ଷରୁ ଏ ଯାବତ ବହୁ ଛାତ୍ର ମାଟ୍ରିକ ପରୀକ୍ଷାରେ ରାଜ୍ୟରେ ପ୍ରଥମ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ଅର୍ଜନ କରିଛନ୍ତି ।

ଗ୍ୟାଲେରି

ଆହୁରି ଦେଖିବେ

ଆଧାର

ବାହାର ଲିଙ୍କ

Tags:

କ୍ୟାପିଟାଲ ହାଇସ୍କୁଲ ଅବସ୍ଥିତିକ୍ୟାପିଟାଲ ହାଇସ୍କୁଲ ବିଶେଷତ୍ୱକ୍ୟାପିଟାଲ ହାଇସ୍କୁଲ ଇତିହାସକ୍ୟାପିଟାଲ ହାଇସ୍କୁଲ ଗ୍ୟାଲେରିକ୍ୟାପିଟାଲ ହାଇସ୍କୁଲ ଆହୁରି ଦେଖିବେକ୍ୟାପିଟାଲ ହାଇସ୍କୁଲ ଆଧାରକ୍ୟାପିଟାଲ ହାଇସ୍କୁଲ ବାହାର ଲିଙ୍କକ୍ୟାପିଟାଲ ହାଇସ୍କୁଲଓଡ଼ିଆ ଭାଷାଓଡ଼ିଶାଓଡ଼ିଶା ସରକାରଭୁବନେଶ୍ୱର

🔥 Trending searches on Wiki ଓଡ଼ିଆ:

ଜ୍ଞାନକୋଷପାଇକ ଆଖଡ଼ାଗଣ୍ଡାରାସାୟନିକ ମୌଳିକପଥ ଓ ପୃଥିବୀଖଞ୍ଜଣିପ୍ରଯୁକ୍ତି ବିଦ୍ୟାଉତ୍କଳ ଦୀପିକାବୃହସ୍ପତିସାରଳା ଦାସଜଗନ୍ନାଥ ମନ୍ଦିରବାମାଚରଣ ମିତ୍ରରାଉରକେଲାମୟୂରଭଞ୍ଜ ଜିଲ୍ଲାଓଡ଼ିଆ ରାମାୟଣବିଜୁ ଜନତା ଦଳରଥଯାତ୍ରାହେପାଟାଇଟିସ ବିସାରଳା ମନ୍ଦିରଗର୍ଭାଶୟ କର୍କଟମହାପ୍ରସାଦଭଣ୍ଡ ଗଣେଶଫସ୍‌ଫରସଶୀତଳ ଷଷ୍ଠୀ ଯାତ୍ରାତ୍ରିପୁରା ମିଶ୍ରରାଧାନାଥ ରାୟରାଣୀ ଲକ୍ଷ୍ମୀବାଈକଳାହାଣ୍ଡି ଜିଲ୍ଲାରାସନ କାର୍ଡ଼ (ଭାରତ)ସମୟ (କାଳ)ପ୍ରଣବ ପ୍ରକାଶ ଦାସବ୍ୟଞ୍ଜନ ବର୍ଣ୍ଣଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପବିଶ୍ୱନାଥ କରଗୁଗଲଦୀପକ ମିଶ୍ର୧୯୦୫ପ୍ରାଣବନ୍ଧୁ କରଚିଲିକା ହ୍ରଦଚରକହରେକୃଷ୍ଣ ମହତାବବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗିରିଜା କୁମାର ବଳୀୟାରସିଂହବୀର ସୁରେନ୍ଦ୍ର ସାଏଆଇଡେଲାଲିସିବମହାଦେଶତପନ କୁମାର ପ୍ରଧାନନବୀନ ପଟ୍ଟନାୟକକାଞ୍ଚି ଅଭିଯାନଖାଦ୍ୟହୃତ୍‌ପିଣ୍ଡଖାରବେଳକାଳିନ୍ଦୀ ଚରଣ ପାଣିଗ୍ରାହୀମେହମୁଦ ହୁସେନଗୋବିନ୍ଦ ତ୍ରିପାଠୀରାଜ୍ୟ ସଭାମେସିନ ଲର୍ଣ୍ଣିଙ୍ଗ୍ରାମଚନ୍ଦ୍ର ବେହେରାଗୋପବନ୍ଧୁ ଦାସଶିଶୁ ଅନନ୍ତ ଦାସଭାରତର ସଂସ୍କୃତିବ୍ରାହ୍ମ ସମାଜଟମ୍ ଖା କାଇସ୍ୱର ବର୍ଣ୍ଣତୃପ୍ତି ଦାସପ୍ରଗତିବାଦୀସୂର୍ଯ୍ୟବଂଶୀ ସୂରଜଓଡ଼ିଆଗର୍ଭାବସ୍ଥାଲଣ୍ଡନଗୋପାଳକୃଷ୍ଣ ପଟ୍ଟନାୟକଗୌତମ ବୁଦ୍ଧକୃଷ୍ଣଚନ୍ଦ୍ର ପାଣିଗ୍ରାହୀ୧୭ ଫେବୃଆରୀସୁରେନ୍ଦ୍ର ମହାନ୍ତି🡆 More