କେଶା

କେଶା ରୋଜ୍ ସେବେର୍ତ୍ (/ˈkɛʃə roʊz ˈsiːbərt/ KESH-Ə-_-ROHZ-_; (ଜନ୍ମ ୧ ମାର୍ଚ୍ଚ ୧୯୮୭); ଜଣେ ଆମରିକାର କଣ୍ଠଶିଳ୍ପୀ, ଗୀତିକାର ଏବଂ ଅଭିନେତ୍ରୀ, ଯିଏକି କେଶା ଭାବରେ ପରିଚିତା । ୨୦୦୫ରେ ମାତ୍ର ୧୮ ବର୍ଷ ବୟସରେ କେଶା କେମୋସବେ ରେକର୍ଡ଼ସ୍ ପାଇଁ କାମ କରିବା ଆରମ୍ଭ କରିଥିଲେ ଏବଂ ଏକ ରାଜିନାମା ସ୍ୱାକ୍ଷର କରିଥିଲେ । ୨୦୦୯ର ପ୍ରଥମ ଭାଗରେ କେଶାଙ୍କୁ ତାଙ୍କର ପ୍ରଥମ ବଡ଼ ସଫଳତା ମିଳିଥିଲା । ଯେତେବେଳେ ସେ ଆମେରିକାର ରାପର୍ ଫ୍ଲୋ ରିଡାଙ୍କ ସ‌ହ ଏକ ଗୀତ ରାଇଟ୍ ରାଉଣ୍ଡରେ କାର୍ଯ୍ୟ କରିଥିଲେ, ସେତେବେଳେ କେଶା ଅଧିକ ଲୋକପ୍ରିୟତା ପାଇଥିଲେ ।

କେଶା
କେଶା
ଜନ୍ମ
କେଶା ରୋଜ୍ ସେବେର୍ତ୍

(1987-03-01) ୧ ମାର୍ଚ୍ଚ ୧୯୮୭ (ବୟସ ୩୭)
ଲୋସ୍ ଅଞ୍ଜେଲେସ୍, କାଲିଫର୍ନିଆ, ଯୁକ୍ତରାଷ୍ଟ୍ର ଆମେରିକା
ବୃତ୍ତିସମୂହ
  • କଣ୍ଠଶିଳ୍ପୀ
  • ଗୀତିକାର
  • ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୫-ଏବେଯାଏଁ
ପିତାମାତାପେବେ ସେବେର୍ତ୍ (ମାଆ)
ୱେବସାଇଟkeshaofficial.com

କେଶାଙ୍କର ଗୀତ ଏବଂ ତାଙ୍କ ପାଇଁ ତାଙ୍କର ପ୍ରଥମ ଆଲବମ୍ ଆନିମାଲ୍ ୨୦୦୯ ଏବଂ ୨୦୧୦ରେ ଅନେକ ଦେଶରେ ବ‌ହୁଳ ସଫଳତା ପାଇଥିଲା । ଏହା ପରେପରେ ସେ ଆଉ ତିନୋଟି ଆଲବମ୍‌ରେ ଏକା ହିଁ କାମ କରିଥିଲେ । ଏହି ଆଲବମ୍‌ଗୁଡ଼ିକ ହେଲା ଟିକ୍ ଟକ୍, ଉଇ ଆର୍ ହୁ ଉଇ ଆର୍ ଏବଂ ଟିମ୍ବର୍ । ଟିମ୍ବର୍‌ରେ ପିଟ୍‌ବୁଲ୍ ମଧ୍ୟ କାର୍ଯ୍ୟ କରିଥିଲେ । ଏକା ସମୟରେ ସେ ଅନ୍ୟ କଳାକାରମାନଙ୍କ ପାଇଁ ଗୀତ ଲେଖିଥିଲେ ଏବଂ ନିଜର ଆଲବମ୍‌ରେ ମଧ୍ୟ କାର୍ଯ୍ୟ କରିଥିଲେ । ସେ ବ୍ରିଟେନୀ ସ୍ପିୟରସ୍‌ଙ୍କ ପାଇଁ ଟିଲ୍ ଦ ୱାରଲ୍ଡ ଏଣ୍ଡସ୍। ୨୦୧୨ରେ ତାଙ୍କର ୨ୟ ଷ୍ଟୁଡ଼ିଓ ଆଲବମ୍ ୱାରିଅର୍ ମୁକ୍ତିଲାଭ କରିଥିଲା । ଏହାପରେ ଲଗାତାର ଆଠଟି ଆଲବମ୍ ସଫଳ ହୋଇଥିଲା । ତାଙ୍କର ଆଲବମ୍ ଟିକ୍ ଟକ୍ ସେତେବେଳେ ସବୁଠାରୁ ଅଧିକ ବିକ୍ରି ହୋଇଥିଲା । ଏହି ଆଲବମ୍‌ଟି ସାରା ବିଶ୍ୱରେ ୧୬.୫ କୋଟିରୁ ଅଧିକ ବିକ୍ରି ହୋଇଥିଲା ।

୨୦୧୩ ମସିହାରୁ କେଶା ଏବଂ ତାଙ୍କର ପୂର୍ବତନ ପ୍ରଯୋଜକ ଡ. ଲୁକେଙ୍କର ଆଇନତଃ ବିବାଦ ଲାଗିରହିଛି । ଏହି ବିବାଦ ଉଭୟ କେଶା ଏବଂ ଲୁକେଙ୍କର ତରଫରୁ ରୁଜ୍ଜୁ ହୋଇଛି । କେଶା ଲୁକେଙ୍କ ଉପରେ ଶାରିରୀକ, ମାନସିକ ଏବଂ ଯୌନ ଅତ୍ୟାଚାର ସ‌ହ ପାଉଣାର ଭେଦଭାବ କରିବାର ଅଭିଯୋଗ କରିଥିଲେ । ତେଣେ ଲୁକେ ମଧ୍ୟ କେଶାଙ୍କ ଉପରେ ଚୁକ୍ତିରେ ଖିଲାପ ଏବଂ ମାନହାନୀ ମୋକଦ୍ଦମା ଆଣିଥିଲେ । ଏହି ମୋକଦ୍ଦମା ସମୟରେ କେଶା ମାତ୍ର କେବଳ ଗୋଟିଏ ଗୀତ ନିର୍ମାଣ କରିବାରେ ସଫଳ ହୋଇଥିଲେ । ଏହାପରେ ସେ ୨୦୧୭ ମସିହାରେ ତାଙ୍କରୁ ତୃତୀୟ ଷ୍ଟୁଡ଼ିଓ ଆଲବମ୍ ନିର୍ମାଣ କରି ମୁକ୍ତିଲାଭ କରାଇଥିଲେ । ଏହି ଆଲବମ୍‌ଟି ଥିଲା ରେନ୍‌ବୋ । ଏହି ଆଲବମ୍‌ଟିର ଶୀର୍ଷକ ଗୀତଟି ଏବଂ ପ୍ରେୟିଙ୍ଗ୍ ଗୀତଟି ଗ୍ରାମି ପୁରସ୍କାର ପାଇଁ ମନୋନୀତ ହୋଇଥିଲା ।

କେଶା ଅନେକ ପୁରସ୍କାର ପାଇବା ସ‌ହ ଅନେକ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ସେ ୨୦୧୦ ମସିହାରେ ଏମ୍‌ଟିଭି ଇଉରୋପ୍ ସଙ୍ଗୀତ ପୁରସ୍କାରରେ ଶ୍ରେଷ୍ଠ କଳାକାର ପୁରସ୍କାର ପାଇଥିଲେ । ୨୦୧୩ ନଭେମ୍ବର ସୁଦ୍ଧା ତାଙ୍କର ଗୀତ ଯୁକ୍ତରାଷ୍ଟ୍ର ଆମେରିକାରେ ୬କୋଟି ପାଖାପାଖି ବିକ୍ରି ହୋଇଥିଲା ଏବଂ ସମଗ୍ର ବିଶ୍ୱରେ ୭.୬ କୋଟିରୁ ଅଧିକ ବିକ୍ରି ହୋଇଥିଲା ।

ଆଧାର

ବାହାର ଆଧାର

Tags:

ଉଇକିପିଡ଼ିଆ:ଇଂରାଜୀ ଶବ୍ଦ ଉଚ୍ଚାରଣ ବିଧି

🔥 Trending searches on Wiki ଓଡ଼ିଆ:

କଣ୍ଟାବାଞ୍ଝି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମୁଁ ରାଜା ତୁ ରାଣୀଆଷ୍ଟାଟାଇନରାସନ କାର୍ଡ଼ (ଭାରତ)ବେଲାଋଷ୨୮ ଜୁଲାଇନୀଳକଣ୍ଠ ଦାସଓଡ଼ିଶାର କଳାଦାସକାଠିଆବୁଦ୍ଧ ପୂର୍ଣ୍ଣିମାରାଶି ଓ ନକ୍ଷତ୍ରଯକ୍ଷ୍ମାରାମାକାନ୍ତ ଦେଶାଇହିମାଳୟଧର୍ମେନ୍ଦ୍ର ପ୍ରଧାନଲୋକସଂଖ୍ୟା ଅନୁସାରେ ଏସିଆ ମହାଦେଶ ର ଦେଶ ସମୂହରାମାନନ୍ଦ ରାୟକୋରାପୁଟ ଜିଲ୍ଲାଲକ୍ଷ୍ମଣ ନାୟକଯାଜପୁର ଜିଲ୍ଲାମଇ ଦିବସଜୟ ଜଗନ୍ନାଥଦଶାବତାରସେହି ଦିନଓଡ଼ିଆ ଭ୍ରମଣ ସାହିତ୍ୟପ୍ରଧାନ ପୃଷ୍ଠାଗୋଲୋକ ବିହାରୀ ଧଳରାମଚନ୍ଦ୍ର ମିଶ୍ରଉତ୍ତର ଭାଦ୍ରପଦ (ନକ୍ଷତ୍ର)ପର୍ଯ୍ୟାୟ ସାରଣୀ (ବୃହତ ସଂସ୍କରଣ)ମୁଁଅଚ୍ୟୁତାନନ୍ଦ ଦାସଏସିଆସାରଳା ଦାସଜାଭା (ପ୍ରୋଗ୍ରାମିଂ ଭାଷା)ଓଡ଼ିଆ ଲିପିରାଜନୀତି ବିଜ୍ଞାନପର୍ଶୁରାମ ଧଡ଼ାବାଞ୍ଛାନିଧି ମହାନ୍ତିନାସାବ୍ରହ୍ମୋତ୍ରୀ ମହାନ୍ତିଅଟଳ ପେନସନ ଯୋଜନାଗୁରୁ୨୧ ଜାନୁଆରୀଶିଶିର ମିଶ୍ରପଣସବୀର ସୁରେନ୍ଦ୍ର ସାଏଉପେନ୍ଦ୍ର ଭଞ୍ଜତୁମ ପରି ଛୋଟ ପିଲାଟିଏଗାୟତ୍ରୀବାଳା ପଣ୍ଡାବିଦ୍ୟୁତ୍ ଶକ୍ତିଉପେନ୍ଦ୍ର କିଶୋର ଦାସକୁଞ୍ଜବିହାରୀ ଦାଶଭାରତୀୟ ଇତିହାସ (୧୯୪୭-ବର୍ତ୍ତମାନ)ଚିତାଲାଗି ଅମାବାସ୍ୟାରମାଦେବୀ ଚୌଧୁରୀମାଗୁଣିର ଶଗଡ଼ (କଥାଚିତ୍ର)ମହାଭାରତଉଇକିମିଡ଼ିଆ ମୁଭମେଣ୍ଟରାୟଗଡ଼ା ଜିଲ୍ଲାହସ୍ତମୈଥୁନଭାରତୀୟ ଦଣ୍ଡ ସଂହିତା, ୧୮୬୦ପ୍ଲୀହାଅପାମାର୍ଗବାଘଅନୀତା ଦାସ🡆 More