ଅଭିଲେଖ: ୧ · ୨ · ୩ · ୪ · ୫ · ୬ · ୭ · ୮ · ୯ · ୧୦ · ୧୧ · ୧୨ · ୧୩ · ୧୪ · ୧୫ · ୧୬ · ୧୭ · ୧୮ · ୧୯ · ୨୦ · ୨୧ · ୨୨ · ୨୩
ଆଲୋଚନା ସଭା ଅଭିଲେଖ | |
---|---|
ଏହି ପୃଷ୍ଠାରେ ଥିବା ଆଲୋଚନାଗୁଡ଼ିକୁ ଆଲୋଚନା ସଭାରୁ ଆଣି ଏଠାରେ ସାଇତାଯାଇଛି । ଦୟାକରି ଏହି ପୃଷ୍ଠାରେ କିଛି ବଦଳ କରନ୍ତୁ ନାହିଁ । ଯଦି ଆପଣ ଏଠାରେ ଆଲୋଚନା ହୋଇଥିବା କୌଣସି ବିଷୟ ଉପରେ ପୁଣି ଆଲୋଚନା କରିବାକୁ ଚାହୁଁଛନ୍ତି, ତେବେ ଏଠାରେ କ୍ଲିକ କରି ନୂଆ ଆଲୋଚନାଟିଏ ଆରମ୍ଭ କରନ୍ତୁ କିମ୍ବା ସେହି ବିଷୟ ଉପରେ ଥିବା ପୃଷ୍ଠାର ଆଲୋଚନା ପୃଷ୍ଠାରେ ଆଲୋଚନା କରନ୍ତୁ । | |
|
ନିଖିଳ ମୋହନ ପଟ୍ଟନାୟକ ବାବୁ କରିଥିବା ମେଲ୍ଟିଏ ରେ ଗୋଟିଏ ଜରୁରୀ କଥା ଉଠାଇଥିଲେ । ତାଙ୍କ ମତରେ କେବଳ ଇନସ୍କ୍ରିପ୍ଟ ମେଥଡ଼ ହିଁ ମାନକ ହୋଇଛି ତେଣୁ ତାକୁ ହିଁ ବ୍ୟବହାର କରିବା ଓ ପ୍ରଚାର-ପ୍ରସାର କରିବା ଲାଗି ସେ ମତ ଦେଇଥିଲେ । କିନ୍ତୁ ଇନସ୍କ୍ରିପ୍ଟ ଶିଖିବା ଏକେ ତ ନୂଆ ବ୍ୟବହାରକାରୀଙ୍କ ପାଇଁ ସହଜ ନୁହେଁ ପୁଣି ଭୁଲିଯିବା ମଧ୍ୟ ସ୍ୱାଭାବିକ । ଏଣୁ ଇଂରାଜୀ ସହ ଖାପ ଖାଉଥିବା ଫୋନେଟିକ ବ୍ୟବସ୍ଥା ନିତାନ୍ତ ଆବଶ୍ୟକ । କିନ୍ତୁ ପ୍ରଶ୍ନ ହେଉଛି, କେଉଁ ଫୋନେଟିକ? ଯେତେ ଓଡ଼ିଆ ଟାଇପିଂ ସଫ୍ଟୱେର ରହିଛି ସବୁର ନିଜ ନିଜର ଫୋନେଟିକ । କେଉଁଥିରେ t ରେ ’ତ’ ଓ T ରେ ’ଥ’ ରହୁଛି ତ କିଛି ରେ T ରେ ’ଠ’ ରହୁଛି । ଏତେ ପ୍ରକାର ଫୋନେଟିକ ହେଲେ ଯିଏ ଆସିଲେ ଦ୍ୱନ୍ଦ୍ୱ ସୃଷ୍ଟି ହେବା ସ୍ୱାଭାବିକ । ମୋ ମତରେ ଆମେ ଗୋଟେ ଫୋନେଟିକ ବ୍ୟବସ୍ଥାକୁ ମାନକ କରିବା । ଏଇଟା ସରକାରୀ ମାନକ ନ ହେଲେ ବି, ଉଇକିପିଡ଼ିଆର ଟାଇପିଂ ବ୍ୟବସ୍ଥା, ଟାଇପଓଡ଼ିଆ ଓ ଉଇକିଆଳିଙ୍କ ଦ୍ୱାରା ତିଆରି ବିଭିନ୍ନ ଟୁଲରେ ଏଇ ଫୋନେଟିକ ବ୍ୟବସ୍ଥା ରହିବ । ଆମେ କିଛି ଉଇକିଆଳି ଗୋଟେ ଅପ୍ରାନ୍ତ ପରି ଗୋଟେ ପୁରା ପ୍ୟାକେଜ ବି କରିବୁ ଯେଉଁଥିରେ ଟାଇପିଂ ଲାଗି ସଫ୍ଟୱେର, ଫଣ୍ଟ,, ସ୍ପେଲ ଚେକର ଆଦି ରହିବ: ଏଥିରେ ବି ସେଇ ଫୋନେଟିକ ମେଥଡ଼ ରଖିବା । ତେବେ କେଉଁ ଲେଆଉଟ ବ୍ୟବହାର କରିବା, ମତାମତ ଦବାକୁ ଅନୁରୋଧ ।
ମୋ ମତରେ ଆଇଟ୍ରାନ୍ସ (iTrans) ବ୍ୟବସ୍ଥା ବେଶ ଉପଯୋଗୀ । ଅଶୀ ଦଶକରେ ଇଂରାଜୀ ଲିପିରେ ସଠିକ ହିନ୍ଦୀ ଓ ସଂସ୍କୃତ ଲେଖିବା ପାଇଁ ଏହା ଆବିଷ୍କୃତ ହୋଇଥିଲା । ଏହା ବେଶ୍ ପୁରୁଣା, ମାନକ, ବିଜ୍ଞାନସିଦ୍ଧ, ପ୍ରାୟ ଅସୁବିଧା ସବୁ ଠିକ କରାଯାଇ ସାରିଛି ଓ ଏହା ଓପନ ସୋର୍ସ । ହିନ୍ଦୀ ଲାଗି ଅନେକ ସଫ୍ଟୱେର ଏହାକୁ ବ୍ୟବହାର କରୁଛନ୍ତି । ତା ଛଡ଼ା ଅନେକେ ଇଂରାଜୀ ଲିପିରେ ହିନ୍ଦୀ କିମ୍ବା ଓଡ଼ିଆ ଲେଖିଥିଲେ ସହଜରେ କନଭର୍ଟ କରିହେବ । Coldbreeze16 (ମୋ ଆଲୋଚନା) ୧୮:୩୧, ୧୫ ଅପ୍ରେଲ ୨୦୧୬ (IST)
ଏବେକାର ଟ୍ରାନ୍ସଲିଟରେସନ ପଦ୍ଧତିରେ ଥିବା କେତେକ ମୁଖ୍ୟ ଅସୁବିଧା ହେଲା:
ତେଣୁ ଉପରୋକ୍ତ ସମସ୍ତ ଅସୁବିଧାକୁ ଦୂର କରିବା ନିମନ୍ତେ ଆଇଟ୍ରାନ୍ସ ବ୍ୟବସ୍ଥାକୁ ମାନକ ଭାବେ ବ୍ୟବହାର କରିବା ନିମନ୍ତେ ମୋର ସମର୍ଥନ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୨୦:୫୮, ୧୬ ଜୁନ ୨୦୧୬ (IST)
ପୁଣି ଗୋଟିଏ କଥା । ଯଦି କିଛି ନିଜସ୍ଵ ଆପ୍ଲିକେସନ ବାହାର କରା ଯାଇପାରେ , ସେଥିରେ ମାଇକ୍ରୋସଫ୍ଟ ୱାର୍ଡ ( MS Words ) ରେ ଥିବା ଏକ ଅତି ଉପଯୋଗୀ ବ୍ୟବସ୍ଥା ଅଟୋ କରେକ୍ଟ ( Auto Correct option ) ରାଖି ହେଲେ ତାହା ଶୀଘ୍ର ଟାଇପ କରିବାକୁ ଖୁବ ସହାୟକ ହେବ । ଯାଉମାନେ ସଠିକ ଭାବରେ auto correct ର ଉପଯୋଗ କରନ୍ତି ସେମାନେ ତାହାର ମଜା ଜାଣନ୍ତି । ବାରମ୍ବାର ବ୍ୟବହାର ହାଉଥିବା ସମସ୍ତ ଶବ୍ଦ କୁ ଥରକ ପାଇଁ auto correct ରେ save କରି ରଖିଦେଲେ ଟାଇପ ଖୁବ ସହଜ ହେଇଯାଏ । ମୁ ନିଜେ MSWord ରେ ଓଡିଆ ଟାଇପ କରିବା ପାଇଁ ଅନେକ auto correct ଶବ୍ଦ save କରି ତାହାର ପରିକ୍ଷ୍ୟା କରିଛି । ତେବେ ଏହି auto correct ବ୍ୟବସ୍ଥା ସିଧା ସଳଖ ୱିକି ରେ ଟାଇପ କଳା ବେଳେ ଉପଲବ୍ଧ ହେବନାହି । Susant purohit (ମୋ ଆଲୋଚନା) ୧୧:୪୨, ୧୮ ଅକ୍ଟୋବର ୨୦୧୬ (IST)
କାଲି ରାତିରେ ଅମିରଙ୍କ ସଙ୍ଗେ କଥାହୋଇ ଏଇ କାମଟି ହୋଇଗଲା । ଆଉ କିଛି ଅସୁବିଧା ଥିଲେ ସଭିଏଁ ଜଣେଇବେ । --ସୁଭାସିସ ପାଣିଘରି (ଆଳାପ) ୧୨:୫୪, ୫ ଜୁନ ୨୦୧୭ (IST)
ୱିକିପୀଡିୟା ଓଡିଆ ରେ ଦେଖବାକୁ ମିଳେ ଯେ ଇଂରେଜୀ ୱିକି ରେ ଥିବା ଅନେକ ଲେଖା ର ଓଡିଆ ଭାଷାନ୍ତର ନ ଥାଏ । ଏ ପର୍ଯ୍ୟନ୍ତ ବହୁତ କମ ଓଡିଆ ଭାଷାନ୍ତର ରହିଛି । ତାହାର ସଂଖ୍ୟା ବୃଦ୍ଧି କରିବା ସହ ତାହାର ଗୁଣାତ୍ମକ ମାନ ମଧ୍ୟ ବୃଦ୍ଧି କରିବାକୁ ଉଦ୍ୟମ ହେବା ଦରକାର । କିଛି ଓଡିଆ ଅନୁବାଦ ଅସମ୍ପୂର୍ଣ ରହିଥିବାର ଦେଖାଯାଏ । ଅନୁବାଦ କ୍ଷେତ୍ର ରେ ୩ ଟି ଦିଗ କୁ ଧ୍ୟାନ ଦେବା ଦରକାର ପଡେ । ୧। ଅନୁବାଦ ର ଭାଷା ଓଡିଆ ରେ ପ୍ରକୃତିକ ମାନେ ହାଉଥିବା ଦରକାର , ଇଂରେଜୀ ରେ ଥିବା ବିଷୟବସ୍ତୁ କୁ ଅତୁଟ ରାଖି । ତାହା ପଢିଲା ବେଳେ ମୂଳ ଓଡିଆ ଲେଖା ପଢିଲା ପରି ଲାଗିବା ଦରକାର । ତେଣୁ ବର୍ଣନା ସ୍ଵାଭାବିକ ରହିବା ଦରକାର । ୨. ଅନୁବାଦ କଳା ବେଳେ ମୂଳ ଇଂରେଜୀ ଲେଖା ର କିଛି ଅଦରକାରୀ ଲେଖା ଛାଡି ଦିଆ ଯାଇପାରିବ । କିମ୍ବା ଆଉ କିଛି ଦରକାରୀ ବିଷୟ ଯୋଡା ଯାଇ ପାରିବ । ତେଣୁ ଏହି ସବୁ ଛାଡିଦେବା ବିଷୟ ର reference କୁ ଅନୁବାଦ ରୁ ହଟେଇ ଦେବା ଦରକାର ଓ ନୂଆ ଜୋଡଣ ର reference ଯୋଡିବା ଦରକାର । ୩ ॰ ଅନୁଦିତ ଲେଖା ରେ ମଧ୍ୟ ନୂଆ କିଛି ସମ୍ପର୍କିତ ତଥା ନୂତନ ଚିତ୍ର ଦିଆ ଗଲେ ତାହା ଆହୁରି ଦରକାରୀ ଲେଖା ରେ ପରିଣତ ହେବ । ଆମ ଓଡିଆ ୱିକି ରେ ଅବଦାଙ୍କରୀ ଙ୍କ ମଧ୍ୟ ରେ କିଛି ଖୁବ ସୁନ୍ଦର ଅନୁବାଦ କରିବାର ଯୋଗ୍ୟତା ରଖନ୍ତି , ଆଉ କିଛି ରେଫରେନ୍ସ ବା ଆଧାର ଯୋଡିବା ବିଷୟ ରେ technically ବେସୀ ଜାଣନ୍ତି । କିଛି ବନ୍ଧୁ ଓଡିଆ ରେ ନିର୍ଭୁଲ ଟାଇପ କରିବାରେ ଅଭ୍ୟସ୍ତ । ଜଣେ ଭଲ ଭାବରେ ପ୍ରକୃତିକ ଭାଷା ରେ ଅନୁବାଦ କରିଯାଣୁଛନ୍ତି , ସେ ହୁଏତ technical ଦିଗ ଟି ଭଲ କରି କରି ପାରୁନଥିବେ ବା ଫୋଟୋ ସ୍ଥାନିତ କରି ପାରୁ ନଥିବେ । ତା ପରେ ଟାଇପଗତ ଭୁଲ ତ୍ରୁଟି ସଂଶୋଧନ ଭି ଦରକାର । ଏସବୁ ଜଣେ ବ୍ୟକ୍ତି କଳା ବେଳେ ଗୋଟିଏ ଅନୁବାଦ ପାଇଁ ୨/୩ ଦିନ ଲାଗିଯିବ । ଏଣୁ ମୋ ମତରେ ଆମେ ଯଦି ୩ ବ ୪ ଜଣଙ୍କୁ ନେଇ ଅନୁବାଦ ପାଇଁ ଗ୍ରୁପ କରିବା , ଜଣେ ଅନୁବାଦ କରିବେ , ଜଣେ ତାହାର technical ଦିଗ ଦେଖି ତାହାକୁ technical perfaction ଦେବେ ,ଆଉ ଜଣେ ସମ୍ପର୍କିତ ଫୋଟୋ ଖୋଜି ସ୍ଥାନିତ କରିବେ ,ଓଡିଆ ରେ ଟାଇପ କରିବାର ଧୁରନ୍ଧର ବନ୍ଧୁ ଜଣେ ଭୁଲ ତ୍ରୁଟି ସୁଧାରୀ ଦେବେ ତେବେ ଗୋଟିଏ ଗ୍ରୁପ ମାସକୁ ଅନ୍ୟୁନ ୧୦୦ ରୁ ବେସୀ ଅନୁବାଦ ସ୍ଥାନିତ କରି ପାରିବେ ।
ଏହା ମୋର ନିଜସ୍ଵ ମତ । ବନ୍ଧୁ ମାନଙ୍କୁ ଅନୁରୋଧ ସେମାନେ ଏହା ଉପରେ ଆଲୋଚନା କରନ୍ତୁ ଓ ନିଜର ମତ ରଖନ୍ତୁ । Susant purohit (ମୋ ଆଲୋଚନା) ୧୨:୧୨, ୧୮ ଅକ୍ଟୋବର ୨୦୧୬ (IST)
ବର୍ତ୍ତମାନ ଓଡ଼ିଆ ଉଇକିପିଡ଼ିଆରେ ୩ଟି ଉଇକିଟୁଙ୍ଗି ଅଛି, ପୁରୀ ଟୁଙ୍ଗିରେ ପ୍ରତି ଦୁଇ ମାସରେ ଥରେ ମେଳଣ ହେଉଛି, ଭୁବନେଶ୍ୱର ଟୁଙ୍ଗିରେ ମାସକୁ ଥରେ। କେହି ଉଇକିଆଳି ଏହି ମେଳଣ ସମୟରେ କିଛି ପୁସ୍ତକର ସାହାୟତା ନେଇ ଉଇକିପିଡ଼ିଆ ରେ ଲେଖା ଲେଖିବାକୁ ସାହାଯ୍ୟ କରିବା ପାଇଁ ପ୍ରତିଟି ଟୁଙ୍ଗିରେ ଗୋଟେ ଲାଇବ୍ରେରୀ ର ପ୍ରସ୍ତାବ ଦେଉଛି। ତଳେ ଉଇକିଆଳି ମାନଙ୍କୁ ୧୦-୧୫ଟି ବହିର ନାମ ଲେଖିବାକୁ ଅନୁରୋଧ ଯେଉଁ ବହି ଗୁଡା ଏହି ଲାଇବ୍ରେରୀରେ ସ୍ତାନ ପାଇଲେ ଭଲ ହେବ।--ଶୈଳେଶ (ପଚାରିବେ କିଛି?) ୧୬:୫୮, ୨ ନଭେମ୍ବର ୨୦୧୬ (IST) ଯଦି ଇଂରାଜୀ ରୁ ହିନ୍ଦୀ ଓ ଇଂରାଜୀ ରୁ ଓଡିଆ ଅଭିଧାନ ମିଳୁଥାଏ ତେବେ ତାହା ଯଦି ରଖାଯାଏ ଭାଷାନ୍ତର କାରୀ ମାନଙ୍କ ପାଇଁ ତାହା ଯଥେଷ୍ଟ କାର୍ଯ ରେ ଲଗନ୍ତା । ବିଶିଷ୍ଟ ପୁସ୍ତକ ବ୍ୟବସାୟୀ ମାନଙ୍କୁ ପଚାରିଲେ ସେମାନେ ସେ ବିଷୟ ରେ ନିଶ୍ଚୟ କହି ପାରିବେ । Susant purohit (ମୋ ଆଲୋଚନା) ୧୫:୪୮, ୧୪ ଡିସେମ୍ବର ୨୦୧୬ (IST)
ଆଗାମି ୩୧ ଜାନୁଆରିରେ, IIMC, ଢେଙ୍କାନାଳ ଠାରେ ଉଇକିପିଡ଼ିଆର କର୍ମଶାଳା ହେବାକୁ ଯାଉଛି। ଢେଙ୍କାନାଳ ଓ ଅନୁଗୁଲ ଠାରେ ଥିବା ଉଇକିଆଳିଙ୍କୁ ଭାଗ ନେବାକୁ ଅନୁରୋଧ କରୁଛି। କର୍ମଶାଳାରେ ଆଉ କଣ କରିହେବ ଏଠାରେ ଆଲୋଚନା କରନ୍ତୁ।--ଶୈଳେଶ (ପଚାରିବେ କିଛି?) ୧୦:୩୩, ୨୨ ଜାନୁଆରୀ ୨୦୧୭ (IST)
ନମସ୍କାର , ମୁଁ ଉଭୟ ଉଇକି ପେଡିଆ ଏବଂ ଉଇକି ସୋର୍ସ ପାଇଁ ଏକ ଲ୍ୟାପଟପ ଆବଶ୍ୟକତା ଚାହୁଁଛି । ମୁଁ ପ୍ରାୟତଃ ବର୍ଷେ ହେଲା ମୋବାଇଲ ଫୋନରେ ଏଡିଟିଂ ଏବଂ ନୂଆ ନୂଆ ଆର୍ଟିକିଲ ଲେଖି ଆସୁଛି । କିନ୍ତୁ ମୋବାଇଲରେ ଏଡିଟିଂ କରିବା ଦ୍ୱାରା ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ତେଣୁ କିପରି ଏକ ଲ୍ୟାପଟପ ପାଇ ପାରିବି ବାଟ ବତାନ୍ତୁ । ଧନ୍ୟବାଦ ।--Aliva Sahoo (ମୋ ଆଲୋଚନା) ୨୩:୪୮, ୩୧ ଜାନୁଆରୀ ୨୦୧୭ (IST)
ସମସ୍ତ ଉଇକିଆଳି ବନ୍ଧୁମାନଙ୍କର ଏତଦ୍ୱାରା ଜଣେଇଦିଆଯାଉଛି, କଳିଙ୍ଗ ଲିଟରାରି ଫେସ୍ଟିଭାଲ କର୍ମକର୍ତ୍ତାମାନେ ତାଙ୍କର ଆଗାମୀ ଉତ୍ସବରେ ଉଇକିପିଡିଆକୁ ଯୋଗ ଦେବାକୁ ନିମନ୍ତ୍ରଣ କରିଛନ୍ତି । ଏହା ମେଫେୟାରରେ ଜୁନ ୧୦,୧୧ ଓ ୧୨ତାରିଖ ୨୦୧୭ରେ ଅନୁଷ୍ଠିତ ହେବ । ସେମାନେ ଏଥିରେ ଉଇକିପିଡିଆ ବିଷୟରେ ବକ୍ତୃତା ଦେବା ସହିତ ସମସ୍ତ ତିନି ଦିନ ଧରି କର୍ମଶାଳା କରିବାକୁ ଅନୁରୋଧ କରିଛନ୍ତି । ସେହି ତାରିଖମାନଙ୍କରେ କିଏ ଯୋଗ ଦେଇପାରିବେ ଚିନ୍ତା କରି ଲେଖନ୍ତୁ ଓ ଏଥିରେ ଆପଣମାନଙ୍କର ସୁଚିନ୍ତିତ ମତାମତ ଦେବାକୁ ଅନୁରୋଧ । ନିମ୍ନରେ ତାଙ୍କ ଚିଠିର ନକଲ ଦିଆଗଲା । ମୁଁ ଭାବୁଛି ଏହା ଜାତୀୟ ସ୍ତରର ଲୋକଙ୍କୁ ଆମ ବିଷୟରେ କହିବାକୁ ଏକ ସୁବର୍ଣ୍ଣ ସୁଯୋଗ ମିଳିଛି । ଶୈଳେଶଙ୍କୁ ଏଥି ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ । --Subas Chandra Rout (ମୋ ଆଲୋଚନା) ୧୦:୪୩, ୮ ଫେବୃଆରୀ ୨୦୧୭ (IST)
ପୋଥି ପ୍ରକଳ୍ପ ଅନ୍ତର୍ଗତରେ ମୁଁ ବିରଳ ବହି କିଣିବାପାଇଁ ଯେଉଁ ଆବେଦନ କରିଥିଲି ତାହା ସିଆଇଏସ ଦ୍ୱାରା ଗୃହୀତ ହୋଇଗଲାଣି । ମୁଁ ଗତଥର ପୋଥି ପାଇଁ କଟକର ଧର୍ମଗ୍ରନ୍ଥ ଷ୍ଟୋରରୁ ୯ ଗୋଟି ବିରଳ ବହି (ପୁରାତନ ରଚନା, ଓଡ଼ିଆରେ) କ୍ରୟ କରି ଆଣିଥିଲି । ଏଗୁଡ଼ିକ ସ୍କାନ କରାଯାଇ ଓସିଆର ଦ୍ୱାରା ସିଧାସଳଖ ଉଇକିପାଠାଗାରରେ ଯୋଡ଼ିହେବ ଯେହେତୁ ଏଗୁଡ଼ିକ ନୂତନ ସଂସ୍କରଣ ବହିଗୁଡ଼ିକ । ଏବେ ସେଗୁଡ଼ିକର ବିଲ ରିଇମ୍ବର୍ସମେଣ୍ଟ ପାଇଁ ସିଆଇଏସକୁ ଆବେଦନ କରିବି । କିନ୍ତୁ ପ୍ରଶ୍ନ ରହିଲା ଯେ ଏହି ବହିଗୁଡ଼ିକ ରହିବ କାହା ପାଖେ? ଅଧୁନା ଏହି ନଅ ଗୋଟି ବହି ମୋ ପାଖରେ ଦାମନଯୋଡ଼ିରେ ଅଛି ।
ଦୟାକରି ତଳେ ନିଜ ମତାମତ ଜଣାନ୍ତୁ । -ପ୍ରତୀକ ପଟ୍ଟନାୟକ (ମୋ ଆଲୋଚନା) ୨୩:୦୩, ୧୨ ଫେବୃଆରୀ ୨୦୧୭ (IST)
ବହିଗୁଡ଼ିକ ବିରଳ ହୋଇଥିବାରୁ ତମ ପାଖେ ରଖିବାଟା ନିରାପଦ । ପୁରୁଣା ଆଉ ଭଙ୍ଗୁର ହୋଇନଥିଲେ ମୁଁ ଚିନୁ ଆଉ ଶୈଳେଶ ଦୁହିଙ୍କ ପାଖକୁ ପଠାଇବାକୁ ପରାମର୍ଶ ଦେଇଥାନ୍ତି । ତେବେ ଗୁଡ଼ାଏ ଦିନ ଧରି ସ୍କାନର ତମ ପାଖକୁ ଆସିନପାରିବା ସମ୍ଭାବନା ଥିବାରୁ କେବେ ଭୁବନେଶ୍ୱର ଗଲେ ନିଜେ ସେଗୁଡ଼ିକୁ ସାଙ୍ଗରେ ଧରି ସେମାନଙ୍କୁ ଦେଇପାରନ୍ତ । ତେବେ @Chinmayee Mishra: ଆଉ @Saileshpat:ଙ୍କ ପାଖେ ସେଗୁଡ଼ିକୁ ସ୍କାନ କରିବା ପାଇଁ ସମୟ ଅଛି କି ନାହିଁ କିମ୍ବା ଭୁବନେଶ୍ୱରରେ ଆଉ କେହି ସ୍କାନ କରିପାରିବେ କି ନାହିଁ ସେମାନେ କେବଳ କହିପାରିବେ । --ସୁଭାସିସ ପାଣିଘରି (ଆଳାପ) ୧୪:୨୪, ୧୩ ଫେବୃଆରୀ ୨୦୧୭ (IST)
ଆଗକୁ ବିଭିନ୍ନ କାର୍ଯ୍ୟକ୍ରମ ହେବାକୁ ଯାଉଛି । ଏଥିରେ ଭାଗ ନେବାକୁ ଆଗ୍ରହୀ ଉଇକିଆଳିଏ ତଳ ଲିଙ୍କରୁ ଯାଇ ଆବେଦନ କରିପାରିବେ । ଆଉ ଆବେଦନ କଲାବେଳେ ଉଇକିପିଡ଼ିଆ ଓ ଅନ୍ୟାନ୍ୟ ଉଇକିପ୍ରକଳ୍ପରେ ସେମାନେ କଣ କରିବାକୁ ଇଚ୍ଛୁକ ମଧ୍ୟ ଉଲ୍ଲେଖ କରିବାକୁ ଅନୁରୋଧ ଫଳରେ ଆପଣ ସେଠାରେ ଓଡ଼ିଆ ଉଇକିମିଡ଼ିଆ ପ୍ରକଳ୍ପ ଓ ସଂଘର ପ୍ରତିନିଧିତ୍ୱ କରିପାରିବେ । --ସୁଭାସିସ ପାଣିଘରି (ଆଳାପ) ୧୪:୧୧, ୧୩ ଫେବୃଆରୀ ୨୦୧୭ (IST)
କାର୍ଯ୍ୟକ୍ରମ ଓ ସାମାନ୍ୟ ସୂଚନା | କେଉଁମାନେ ଭାଗନେବା ଉଚିତ | ଆବେଦନ ଶେଷ ତାରିଖ |
---|---|---|
ଉଇକିମାନିଆ ୨୦୧୭, ଉଇକିମିଡ଼ିଆ ପ୍ରକଳ୍ପସବୁର ବାର୍ଷିକ ଉତ୍ସବ, ଅଗଷ୍ଟ ୯-୧୩, ମଣ୍ଟ୍ରିଲ, କାନାଡ଼ା (ଆବେଦନ କରିବା ପାଇଁ ଏଠାରେ କ୍ଲିକ କରିବେ ତେବେ ଆବେଦନ ଆଗରୁ ସବିଶେଷ ପ୍ରଥମ ଲିଙ୍କରୁ ପଢ଼ିବେ | ଉଭୟ ନୂଆ ଓ ପୁରୁଖା ଉଇକିଆଳି | ଫେବୃଆରୀ ୨୦ |
WikiCite 2017, ଉଇକିପିଡ଼ିଆରେ ଆଧାର ଓ ତାହା ବାବଦରେ ଗବେଷଣା ଓ ଆଲୋଚନା | ପୁରୁଖା ଉଇକିପିଡ଼ିଆରେ ସକ୍ରିୟ ଥିବା ଉଇକିଆଳି | ଫେବୃଆରୀ ୨୭ |
Gender and Technology Institute Asia, ଏସିଆର କୌଣସି ଏକ ସ୍ଥାନରେ (ଏପ୍ରିଲ ୨୦୧୭) | ନାରୀ ଓ LGBTIଙ୍କ ସୁରକ୍ଷା ଓ ସମାନତା ପାଇଁ ବୈଷୟିକ ସୁବିଧା ତିଆରିରେ ଆଗ୍ରହୀ ଉଇକିଆଳି | ଫେବୃଆରୀ ୨୭ |
ଏହି ରବିବାର (୧୨/୦୨/୨୦୧୭)ରେ ମତେ ନନ୍ଦିନୀ ଶତପଥୀ ଫାଉଣ୍ଡେସନରୁ ସୁପର୍ଣ ଶତପଥୀ ଭେଟିବାକୁ ଡାକିଥିଲେ ଓଡ଼ିଆ ଉଇକିପିଡ଼ିଆ ସମ୍ବନ୍ଧରେ ଜାଣିବା ପାଇଁ । କଥାବାର୍ତ୍ତା ମଝିରେ ମୁଁ ତାଙ୍କୁ ବିରଳ ବହି ଡ଼ିଜିଟାଇଜେସନ୍ ବିଷୟରେ ଜଣାଇଥିଲି, ସେ ଏହା ଜାଣି ବହୁତ ଖୁସି ହେଇଥିଲେ ଏବଂ କିପରି ସାହାଯ୍ୟ କରିପାରିବେ ବୋଲି ଜଣାଇଥିଲେ। ନନ୍ଦିନୀ ଶତପଥୀ ଫାଉଣ୍ଡେସନ ଆମକୁ ପୁରୁଣା, କପିରାଇଟ ମୁକ୍ତ ବହି ଯୋଗାଇବାରେ ଓ ନିଜ ଅକ୍ତିଆରରେ ଥିବା ବହି ଗୁଡ଼ିକୁ ମଧ୍ୟ ଉଇକିପାଠାଗାରକୁ ଦେବାକୁ ଇଚ୍ଛୁକ। ନନ୍ଦିନୀ ଶତପଥୀ ଫାଉଣ୍ଡେସନ ସହିତ ଜଡ଼ିତ ଥିବା କିଛି ସ୍ୱେଚ୍ଛାସେବୀଙ୍କୁ ମଧ୍ୟ ଉଇକି ଟ୍ରେନିଙ୍ଗ ଦେବା ପାଇଁ ସେ ଇଚ୍ଛୁକ ଥିଲେ, ଯେଉଁମାନେ ଉଇକିପିଡ଼ିଆ କିମ୍ବା ପାଠାଗାର ରେ ଲେଖିପାରିବେ। ଏହା ସହିତ ଭୁବନେଶ୍ୱରରେ ଆୟୋଜିତ ହେଉଥିବା ଉଇକି କାର୍ଯ୍ୟକ୍ରମ ଗୁଡ଼ିକରେ ସାହାଯ୍ୟ କରିବା ପାଇଁ ଇଚ୍ଛୁକ ଥିଲେ। ସେ ଏଥିପାଇଁ ଏକ MoU କରିବା ପାଇଁ ଚାହୁଁଛନ୍ତି, ଯାହା ଦ୍ୱାରା କାମ ଗୁଡ଼ିକ ସହଳ ହେବାର ସମ୍ଭାବନା ଅଛି। ଏହି MoUରେ ଆମେ ଅଧିକ କଣ ସାହାୟତା ନେଇପାରିବା ତାହା ବିଷୟରେ ତଳେ ଆଲୋଚନା କରିବାକୁ ଅନୁରୋଧ କରୁଛି।-ଶୈଳେଶ (ପଚାରିବେ କିଛି?) ୨୩:୪୩, ୧୬ ଫେବୃଆରୀ ୨୦୧୭ (IST)
୨୦-୨୨ଫେବୃଆରୀ ବେଙ୍ଗାଳୁରୁରେ ଆୟୋଜିତ ଟ୍ରେନ ଦ ଟ୍ରେନର କାର୍ଯ୍ୟକ୍ରମରେ ଆମ୍ଭେମାନେ ଯୋଗ ଦେଉଛୁ ।
ଯୋଗଦେବା ପାଇଁ ଆମ୍ଭମାନଙ୍କୁ ସୁଯୋଗ ଦେଇଥିବାରୁ ସିଆଇଏସ-ଏଟୁକେକୁ ଅଶେଷ ଧନ୍ୟବାଦ । ଆଶାକରୁଛୁ ଏଥିରୁ ବହୁତ କିଛି ଶିଖିବାକୁ ପାଇବୁ । -ନିଷ୍ଠାରଞ୍ଜନଦାଶମୋ ଆଲୋଚନା ୨୨:୦୯, ୧୮ ଫେବୃଆରୀ ୨୦୧୭ (IST)
ନମସ୍କାର, ଏହି ରବିବାର (୫ ତାରିଖ) ସନ୍ଧ୍ୟା ୭:୩୦ ଟାରେ ମୁଁ ସମସ୍ତ ଉଇକିଆଳି ମାନଙ୍କୁ CIS-A2Kର ଏହି ବର୍ଷର କାମ ଓ ଆଗାମି କାମ ବିଷୟରେ ଆଲୋଚନା କରିବା ପାଇଁ IRCରେ ଯୋଗଦାନ ଦେବା ପାଇଁ ଅନୁରୋଧ କରୁଛି। ଶୈଳେଶ (ପଚାରିବେ କିଛି?) ୧୪:୧୦, ୨ ମାର୍ଚ୍ଚ ୨୦୧୭ (IST)
This article uses material from the Wikipedia ଓଡ଼ିଆ article ଅଭିଲେଖ ୧୯, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.