ଇଣ୍ଟର ମିଲାନ ଫୁଟବଲ କ୍ଲବ

ଇଣ୍ଟର ମିଲାନ ଫୁଟବଲ କ୍ଲବ (ଇଟାଲୀ ଭାଷାରେ ମୂଳନାମ Football Club Internazionale Milano, ଇଟାଲୀର ବ୍ୟବହାରିକ ଭାଷାରେ ଇଣ୍ଟରନାଜିଓନାଲେ ବା ଇଣ୍ଟର, ଇଟାଲୀ ବାହାରେ ଇଣ୍ଟର ମିଲାନ) ଇଟାଲୀର ଲୋମ୍ବାର୍ଡ଼ି ପ୍ରାନ୍ତର ମିଲାନ ସହରର ଏକ ବ୍ୟବସାୟିକ ଫୁଟବଲ କ୍ଲବ । ଇଟାଲୀର ସିରି ଏ ଫୁଟବଲ ଲିଗରେ ଏହି କ୍ଲବ ଦଳ ଖେଳିଥାଏ । ଇଟାଲୀ କ୍ଲବ ଫୁଟବଲରେ ଇଣ୍ଟର ମିଲାନ ଦଳ ଏଯାବତ ସବୁ ବର୍ଷ ଯୋଗ୍ୟତା ହାସଲ କରିଆସିଛି ଓ ଏପରି କରିପାରିଥିବା ଏହା ଏକମାତ୍ର ଇଟାଲୀୟ କ୍ଲବ ।

ଇଣ୍ଟର ମିଲାନ
ଇଣ୍ଟର ମିଲାନ ଫୁଟବଲ କ୍ଲବ
ପୂର୍ଣ୍ଣ ନାମଫୁଟବଲ କ୍ଲବ୍ ଇଣ୍ଟରନାଜିଓନାଲେ ମିଲାନୋ
ଡାକ ନାମ
  • ଇ ନେରାଜ୍ଜୁରି (କଳା ଓ ନୀଳ ଦଳ)
  • ଲା ବାନିଆମାଟା (ସୁପୋଷିତ ଓ ଆଦୃତ ଦଳ)
  • ଇଲ୍ ବିଶ୍ୟୋନେ (ବୃହତ୍ ତୃଣଭୂମି ସର୍ପ)
କ୍ଷୁଦ୍ର ନାମଇଣ୍ଟର
ପ୍ରତିଷ୍ଠା୦୯-ମାର୍ଚ୍ଚ-୧୯୦୮
ଷ୍ଟାଡ଼ିୟମ୍ସାନ୍ ସିରେ
ଦର୍ଶକ କ୍ଷମତା୭୮,୨୭୫
ମାଲିକ
  • ସୁନିଂଗ୍ ହୋଲ୍‍ଡିଂଗ୍ସ ଗ୍ରୁପ୍ (୬୮.୫୫%)
  • ଲାୟନ୍‍ରକ୍ କ୍ୟାପିଟାଲ (୩୧.୦୫%)
  • ପିରେଲି (୦.୩୭%)
  • ଅନ୍ୟାନ୍ୟ ଅଂଶୀଦାର (୦.୦୩%)
ଅଧ୍ୟକ୍ଷ ବା ସଭାପତିଷ୍ଟିଭେନ୍ ଝାଂଗ୍
ମୁଖ୍ୟ ପ୍ରଶିକ୍ଷକଆଣ୍ଟୋନିଓ କୋଣ୍ଟେ
ଲିଗ୍ସିରି ଏ
ୱେବସାଇଟ୍Club website
ଇଣ୍ଟର ମିଲାନ ଫୁଟବଲ କ୍ଲବ
ଇଣ୍ଟର ମିଲାନ ଫୁଟବଲ କ୍ଲବ
ଇଣ୍ଟର ମିଲାନ ଫୁଟବଲ କ୍ଲବ
ଇଣ୍ଟର ମିଲାନ ଫୁଟବଲ କ୍ଲବ
ଇଣ୍ଟର ମିଲାନ ଫୁଟବଲ କ୍ଲବ
ଇଣ୍ଟର ମିଲାନ ଫୁଟବଲ କ୍ଲବ
ଇଣ୍ଟର ମିଲାନ ଫୁଟବଲ କ୍ଲବ
ଇଣ୍ଟର ମିଲାନ ଫୁଟବଲ କ୍ଲବ
ଇଣ୍ଟର ମିଲାନ ଫୁଟବଲ କ୍ଲବ
ଇଣ୍ଟର ମିଲାନ ଫୁଟବଲ କ୍ଲବ
ଘର ରଙ୍ଗ
ଇଣ୍ଟର ମିଲାନ ଫୁଟବଲ କ୍ଲବ
ଇଣ୍ଟର ମିଲାନ ଫୁଟବଲ କ୍ଲବ
ଇଣ୍ଟର ମିଲାନ ଫୁଟବଲ କ୍ଲବ
ଇଣ୍ଟର ମିଲାନ ଫୁଟବଲ କ୍ଲବ
ଇଣ୍ଟର ମିଲାନ ଫୁଟବଲ କ୍ଲବ
ଇଣ୍ଟର ମିଲାନ ଫୁଟବଲ କ୍ଲବ
ଇଣ୍ଟର ମିଲାନ ଫୁଟବଲ କ୍ଲବ
ଇଣ୍ଟର ମିଲାନ ଫୁଟବଲ କ୍ଲବ
ଇଣ୍ଟର ମିଲାନ ଫୁଟବଲ କ୍ଲବ
ବାହାର ରଙ୍ଗ
ଇଣ୍ଟର ମିଲାନ ଫୁଟବଲ କ୍ଲବ
ଇଣ୍ଟର ମିଲାନ ଫୁଟବଲ କ୍ଲବ
ଇଣ୍ଟର ମିଲାନ ଫୁଟବଲ କ୍ଲବ
ଇଣ୍ଟର ମିଲାନ ଫୁଟବଲ କ୍ଲବ
ଇଣ୍ଟର ମିଲାନ ଫୁଟବଲ କ୍ଲବ
ଇଣ୍ଟର ମିଲାନ ଫୁଟବଲ କ୍ଲବ
ଇଣ୍ଟର ମିଲାନ ଫୁଟବଲ କ୍ଲବ
ଇଣ୍ଟର ମିଲାନ ଫୁଟବଲ କ୍ଲବ
ଇଣ୍ଟର ମିଲାନ ଫୁଟବଲ କ୍ଲବ
ଇଣ୍ଟର ମିଲାନ ଫୁଟବଲ କ୍ଲବ
ତୃତୀୟ ରଙ୍ଗ

ତତ୍କାଳୀନ ମିଲାନ କ୍ରିକେଟ ଓ ଫୁଟବଲ କ୍ଲବରେ (ବର୍ତ୍ତମାନ ଏସି ମିଲାନ ନାମରେ ଖ୍ୟାତ) ଏକ ମତଭେଦ ଯୋଗୁଁ ୧୯୦୮ ମସିହାରେ କ୍ଲବରୁ ବିଚ୍ଛିନ୍ନ ହୋଇ ଇଣ୍ଟର ମିଲାନ କ୍ଲବ ସ୍ଥାପିତ ହୋଇଥିଲା । ୧୯୧୦ ମସିହାରେ ଇଣ୍ଟର ନିଜର ପ୍ରଥମ ଚାମ୍ପିୟନ୍‍ସିପ୍ ଜିତିଥିଲା । ସ୍ଥାପନା ପରଠାରୁ ଇଣ୍ଟର କ୍ଲବ ସମୁଦାୟ ୩୦ଟି ଘରୋଇ ବା ଜାତୀୟ ପ୍ରତିଯୋଗିତାରେ ବିଜୟ ଲାଭ କରିଆସିଛି । ତନ୍ମଧ୍ୟରେ ୧୮ ଥର ସିରି ଏ ଲିଗ୍, ୭ ଥର କୋପା ଇଟାଲିଆ ଓ ୫ ଥର ସୁପରକୋପା ଇଟାଲିଆନା ବିଜୟ ଅନ୍ତର୍ଭୁକ୍ତ । ୨୦୦୬ରୁ ୨୦୧୦ ମଧ୍ୟରେ ଇଣ୍ଟର ଦଳ ୫ ବର୍ଷ କ୍ରମାଗତ ଭାବେ ଲିଗ୍ ବିଜେତା ହୋଇ ଯୁଗ୍ମ ରେକର୍ଡର ଅଧିକାରୀ ହୋଇଥିଲା । ୧୯୬୪, ୧୯୬୫ ଓ ୨୦୧୦ ମସିହାରେ ଇଣ୍ଟର ଦଳ ୟୁଇଫା ଚାମ୍ପିୟନ୍ସ ଲିଗରେ ମଧ୍ୟ ବିଜୟୀ ହୋଇ ତିନି ଥର ୟୁରୋପୀୟ ଚାମ୍ପିୟନ୍ ହେବାର ଗୌରବ ଲାଭ କରିଛି । ୨୦୧୦ ମସିହାରେ ଇଣ୍ଟର କୋପା ଇଟାଲିଆ ଓ ଶୁଡେଟୋ ପ୍ରତିଯୋଗିତାରେ ବିଜୟୀ ହୋଇ ତ୍ରି-ବିଜୟ ହାସଲ କରିଥିଲା । ଇଣ୍ଟର ମିଲାନ ଫୁଟବଲ ଦଳ ୩ ଥର ୟୁଇଫା ୟୁରୋପା ଲିଗ୍, ୨ ଥର ଅନ୍ତର୍ମହାଦେଶୀୟ (ଇଣ୍ଟରକଣ୍ଟିନେଣ୍ଟାଲ) କପ ଓ ଥରେ ଫିଫା କ୍ଲବ ବିଶ୍ୱକପ ପ୍ରତିଯୋଗିତାରେ ମଧ୍ୟ ବିଜୟ ଲାଭ କରିଛି ।

ଇଣ୍ଟର ନିଜର ଘର ମ୍ୟାଚ୍ ସାନ୍ ସିରୋ ଷ୍ଟାଡିୟମରେ ଖେଳିଥାଏ । ଉଭୟ ଇଣ୍ଟର ଓ ମିଲାନ ସହରରେ ଥିବା ଏହାର ପ୍ରତିଦ୍ୱନ୍ଦୀ ଏସି ମିଲାନ (କେବଳ ମିଲାନ ନାମରେ ମଧ୍ୟ ପରିଚିତ) କ୍ଲବ ସାନ୍ ସିରୋକୁ ନିଜର ଘର ମ୍ୟାଚ ପାଇଁ ବ୍ୟବହାର କରନ୍ତି । ୮୦,୦୧୮ ଦର୍ଶକ ବସିପାରୁଥିବା ସାନ୍ ସିରୋ ଇଟାଲୀୟ ଫୁଟବଲରେ ସର୍ବବୃହତ ଷ୍ଟାଡିୟମ୍ । ଏସି ମିଲାନ ଫୁଟବଲ କ୍ଲବ ଓ ୟୁଭେଣ୍ଟସ୍ ଏଫ୍‍ସି କ୍ଲବ ହେଉଛନ୍ତି ଇଣ୍ଟର ମିଲାନ କ୍ଲବର ପାରମ୍ପରିକ ପ୍ରତିଦ୍ୱନ୍ଦୀ । ଏମାନଙ୍କ ସହିତ ଇଣ୍ଟର ଦଳ ଯଥାକ୍ରମେ ଡର୍ବି ଡେଲା ମାଡୋନିନା ଓ ଡର୍ବି ଡି’ଇଟାଲିଆରେ ପ୍ରତିଦ୍ୱନ୍ଦିତା କରିଥାଏ । ଏସି ମିଲାନ ଓ ଇଣ୍ଟର ମିଲାନର ପ୍ରତିଦ୍ୱନ୍ଦିତା ଇଟାଲୀରେ ଖୁବ୍ ଲୋକପ୍ରିୟ । ୧୯୧୯ ମସିହା ବେଳକୁ ଇଣ୍ଟରର ଘର ମ୍ୟାଚ ଦେଖିବାକୁ ଆସୁଥିବା ଦର୍ଶକଙ୍କ ସଂଖ୍ୟା ଇଟାଲୀରେ ସର୍ବାଧିକ ଏବଂ ବିଶ୍ୱରେ ଷଷ୍ଠ ସର୍ବାଧିକ ରହିଥିଲା । ଇଟାଲୀୟ ଓ ବିଶ୍ୱ ବ୍ୟବସାୟିକ ଫୁଟବଲରେ ଇଣ୍ଟର ମିଲାନ ଏକ ମୂଲ୍ୟବାନ ଦଳ ।

ପ୍ରାରମ୍ଭିକ ଇତିହାସ (୧୯୦୮-୧୯୬୭)

ଇଣ୍ଟର ମିଲାନ ଫୁଟବଲ କ୍ଲବ 
୧୯୧୦ ମସିହା ଇଣ୍ଟର ଦଳ

"Questa notte splendida darà i colori al nostro stemma: il nero e l'azzurro sullo sfondo d'oro delle stelle. Si chiamerà Internazionale, perchè noi siamo fratelli del mondo."

— 9 March 1908, Milan

"ଆଜିର ଏହି ମନୋରମ ରାତ୍ରି ଆମକୁ ଆମର ଦଳୀୟ ଚିହ୍ନର ରଙ୍ଗ ପ୍ରଦାନ କରିଛି : କଳା-ନୀଳ ରଙ୍ଗ ଏକ ତାରକାପୂର୍ଣ୍ଣ ପୃଷ୍ଠଭୂମିରେ ଦୃଶ୍ୟମାନ । ଆମେ ଇଣ୍ଟରନ୍ୟାସନାଲ ବୋଲାଇବା, କାରଣ ଆମେ ସମଗ୍ର ବିଶ୍ୱ ସହ ଭ୍ରାତୃତ୍ୱ ଭାବନା ରଖୁ ।"

— ତା ୦୯-୦୨-୧୯୦୮ରିଖ, ମିଲାନ

ମତଭେଦ ଯୋଗୁଁ ତତ୍କାଳୀନ ‘‘ମିଲାନ କ୍ରିକେଟ୍ ଓ ଫୁଟବଲ’’ (ବର୍ତ୍ତମାନ ସମୟର ଏସି ମିଲାନ) କ୍ଲବଠାରୁ ବିଚ୍ଛିନ୍ନ ହୋଇ ୧୯୦୮ ମସିହା ମାର୍ଚ୍ଚ ୯ ତାରିଖ ଦିନ ଫୁଟବଲ କ୍ଲୁବ ଇଣ୍ଟରନାଜିଓନାଲେ ସୃଷ୍ଟି ହୋଇଥିଲା । ଏହି କ୍ଲବର ସଂସ୍ଥାପକମାନଙ୍କ ଇଚ୍ଛା ଥିଲା ଯେ ତାଙ୍କ କ୍ଲବ ଇଟାଲୀୟ ସହିତ ବିଦେଶୀ ଖେଳାଳୀଙ୍କୁ କୌଣସି ଆରକ୍ଷଣ ନିୟମର ଅନୁସରଣ ନକରି ଦଳରେ ଖେଳିବାର ସୁଯୋଗ ଦେବ । ଏହି କାରଣରୁ କ୍ଲବର ନାମ ଇଣ୍ଟରନ୍ୟାସନାଲ (ଅନ୍ତର୍ଜାତୀୟ) ବୋଲି ରଖାଯାଇଥିଲା । ୧୯୧୦ ଓ ୧୯୨୦ ମସିହାରେ ଇଣ୍ଟର କ୍ଲବ ନିଜର ପ୍ରଥମ ଓ ଦ୍ୱିତୀୟ ଚାମ୍ପିୟନ୍‍ସିପ୍ ଜିତିଥିଲା । ୧୯୧୦ରେ ପ୍ରଥମ ଥର ଚାମ୍ପିୟନ୍ ହୋଇଥିବା ଇଣ୍ଟର ଦଳର ଅଧିନାୟକ ଓ ପ୍ରଶିକ୍ଷକ ଭିର୍ଜିଲିଓ ଫୋସାଟି ପ୍ରଥମ ବିଶ୍ୱଯୁଦ୍ଧରେ ଇଟାଲୀୟ ସେନା ପକ୍ଷରୁ ଯୁଦ୍ଧ କରିବା ସମୟରେ ପ୍ରାଣ ହରାଇଥିଲେ । ୧୯୨୨ ମସିହାରେ ଇଣ୍ଟର କ୍ଲବ ସର୍ବୋଚ୍ଚ ଫୁଟବଲ ଲିଗରେ ଅଯୋଗ୍ୟ ଘୋଷିତ ହୋଇ ନିମ୍ନ ସ୍ତରକୁ ଅବନତି ପାଇବାର ଅତି ନିକଟତର ଥିଲା, କିନ୍ତୁ ଶେଷ ଦୁଇ ପ୍ଲେ-ଅଫ୍ ମ୍ୟାଚ ଜିତି ସର୍ବୋଚ୍ଚ ସ୍ତରରେ ଖେଳିବାକୁ ସମର୍ଥ ହୋଇଥିଲା ।

୬ ବର୍ଷ ପରେ ଫାସିବାଦୀ ସରକାର ସମୟରେ ଇଣ୍ଟର କ୍ଲବକୁ ବାଧ୍ୟ କରି ଉନିଓନେ ସ୍ପୋର୍ଟିଭା ମିଲାନିଜ୍ (Unione Sportiva Milanese, ମିଲାନ କ୍ରୀଡ଼ା ସଂଘ)ରେ ବିଲୟ କରି ଦିଆଗଲା ଓ ଏହାର ନାମ ସୋଶିଏଟା ସ୍ପୋର୍ଟିଭା ଆମ୍ବ୍ରୋସିଆନା ବୋଲି ରଖାଯାଇଥିଲା । ୧୯୨୮-୨୯ କ୍ରୀଡ଼ାବର୍ଷରେ ଏହି ଫୁଟବଲ ଦଳ ମିଲାନର ପ୍ରାଦେଶିକ ଧ୍ୱଜା ଓ ରାଜସଙ୍କେତରୁ ଅନୁପ୍ରାଣିତ ହୋଇ ଲାଲ କ୍ରଶ୍ ଚିହ୍ନ ଥିବା ଧଳା ରଙ୍ଗର ପୋଷାକ ପିନ୍ଧି ଖେଳିଥିଲା । ୧୯୨୯ ମସିହାରେ କ୍ଲବର ନୂଆ ଅଧ୍ୟକ୍ଷ ଓରେଷ୍ଟେ ସିମୋନୋଟି ଏହି କ୍ଲବର ନାମ ପରିବର୍ତ୍ତନ କରି ଆସୋସିଆଜିଓନେ ସ୍ପୋର୍ଟିଭା ଆମ୍ବ୍ରୋସିଆନା (Associazione Sportiva Ambrosiana) ରଖିଲେ ଏବଂ ଦଳ ପୂର୍ବେ ବ୍ୟବହାର କରି ଆସୁଥିବା କଳା-ନୀଳ ପୋଷାକର ପ୍ରଚଳନ କରାଇଲେ । କିନ୍ତୁ ଦଳର ସମର୍ଥକମାନେ ସେହି ସମୟରେ ମଧ୍ୟ ଦଳକୁ ଇଣ୍ଟର ବୋଲି ହିଁ କହୁଥିଲେ । ୧୯୩୧ ମସିହାରେ ନୂଆ ଅଧ୍ୟକ୍ଷ ନିଯୁକ୍ତି ପାଇବା ପରେ ପୋଜ୍ଜାନି ଅଂଶୀଦାରମାନଙ୍କ ଚାପର ବଶବର୍ତ୍ତୀ ହୋଇ କ୍ଲବର ନାମ ଆସୋସିଆଜିଓନେ ସ୍ପୋର୍ଟିଭା ଆମ୍ବ୍ରୋସିଆନା - ଇଣ୍ଟର ବୋଲି ରଖିଥିଲେ ।

ଇଣ୍ଟର ମିଲାନ ଫୁଟବଲ କ୍ଲବ 
ନିଜ ପ୍ରଥମ କ୍ରୀଡ଼ାବର୍ଷ ୧୯୨୯-୩୦ରେ ସିରି ଏ ଲିଗରେ ଜ୍ୟୁସେପ୍ ମେଆଜ୍ଜା ୩୧ଟି ଗୋଲ କରିଥିଲେ ଯାହାକି ଏକ ରେକର୍ଡ

ଜ୍ୟୁସେପ୍ ମେଆଜ୍ଜାଙ୍କ ନେତୃତ୍ୱରେ ୧୯୩୮-୩୯ କ୍ରୀଡ଼ାବର୍ଷରେ ଇଣ୍ଟର ଦଳ ନିଜର ପ୍ରଥମ କୋପା ଇଟାଲିଆ ଟ୍ରଫି ଜିତିଥିଲା । ସାନ୍ ସିରୋ ଷ୍ଟାଡିୟମର ପଞ୍ଜୀକୃତ ନାମ “ଷ୍ଟାଡିଓ ଜ୍ୟୁସେପ୍ ମେଆଜ୍ଜା” ତାଙ୍କରି ସମ୍ମାନରେ ରଖାଯାଇଛି । ୧୯୪୦ ମସିହାରେ ମେଆଜ୍ଜା ଆହତ ହେବା ସତ୍ତ୍ୱେ ଇଣ୍ଟର ଦଳ ନିଜର ପଞ୍ଚମ ଚାମ୍ପିୟନ୍‍ସିପ୍ ଜିତିଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧର ସମାପ୍ତି ପରେ କ୍ଲବ ପୁଣି ନିଜର ପୂର୍ବ ମୂଳନାମ ଫେରି ପାଇଲା । ୧୯୫୩ ଓ ୧୯୫୪ ମସିହାରେ ଇଣ୍ଟର ଦଳ ନିଜର ଷଷ୍ଠ ଓ ସପ୍ତମ ଚାମ୍ପିୟନ୍‍ସିପ୍ ଜିତିଥିଲା ।

ଗ୍ରାଣ୍ଡେ ଇଣ୍ଟର (୧୯୬୦-୧୯୬୭)

୧୯୬୦ ମସିହାରେ ହେଲେନିଓ ହେରେରା ଏଫ୍‍ସି ବାର୍ସେଲୋନା ଛାଡ଼ି ଇଣ୍ଟର କ୍ଲବରେ ପରିଚାଳକ ଭାବେ ଯୋଗ ଦେଇଥିଲେ । ତାଙ୍କ ସହିତ ସେ ମିଡ୍-ଫିଲ୍‍ଡର୍ ଲୁଇ ସୁଆରେଜ୍‍ଙ୍କୁ (୧୯୩୫ ମସିହାରେ ଜାତ ଫୁଟବଲ ଖେଳାଳି) ଇଣ୍ଟର ଦଳକୁ ଆଣିଥିଲେ । ସୁଆରେଜ ସେହି ବର୍ଷ ବାର୍ସେଲୋନା ପକ୍ଷରୁ ଲା ଲିଗା ଓ ଫେୟାର୍ସ କପରେ ଉତ୍କୃଷ୍ଟ କ୍ରୀଡ଼ା ପ୍ରଦର୍ଶନ ପାଇଁ ସେ ବର୍ଷର ଶ୍ରେଷ୍ଠ ୟୁରୋପୀୟ ଫୁଟବଲ ଖେଳାଳି ବିବେଚିତ ହୋଇଥିଲେ । ହେରେରାଙ୍କ ଆଗମନ ପରେ ଇଣ୍ଟର ମିଲାନ ୟୁରୋପର ଏକ ମହାନ ଦଳରେ ପରିଣତ ହୋଇଥିଲା । ସେ ଇଣ୍ଟରରେ ୫-୩-୨"ଭେରୌ" ("ଦୁଆର କବଜା") ଖେଳାଳି ସଜ୍ଜାର ପ୍ରଚଳନ କରାଇଲେ ଯାହା ପ୍ରତ୍ୟାକ୍ରମଣ ପାଇଁ ସୁଯୋଗ ସୃଷ୍ଟି କରୁଥିଲା । କାର୍ଲ ରାପାନ୍ ନାମକ ଜଣେ ଅଷ୍ଟ୍ରୀୟ ପ୍ରଶିକ୍ଷକ କାଟେନାଚ୍ଚିଓ (catenaccio) ସଜ୍ଜା ରଣନୀତିର ପ୍ରୟୋଗ କରୁଥିଲେ । ଏହି ବ୍ୟବସ୍ଥା ଅନୁଯାୟୀ ଗୋଲକିପର ସମ୍ମୁଖରେ ୪ ଜଣ ସ୍ଥାୟୀ ପ୍ରତିରକ୍ଷକ (ଡିଫେଣ୍ଡର୍) ରହୁଥିଲେ ଯେଉଁମାନେ ପ୍ରତିପକ୍ଷ ଆକ୍ରମଣକାରୀଙ୍କୁ (ଫରୱାର୍ଡ) ମ୍ୟାନ୍-ଟୁ-ମ୍ୟାନ୍ ମାର୍କିଂ ଯୋଗେ ଅଟକାଇବାକୁ ଚେଷ୍ଟା କରୁଥିଲେ । ମଝି ପଡ଼ିଆରେ ଆଉ ଜଣେ ପ୍ଲେମେକର୍ ଖେଳାଳି ରହି ଦୁଇ ଡେଣାର ଖେଳାଳିଙ୍କ (ୱିଂଗର୍) ସହଯୋଗରେ ବଲ ପାସ୍ କରି ଆଗକୁ ବଢ଼ିବାର ସୁଯୋଗ ସୃଷ୍ଟି କରୁଥିଲେ । ହେରେରା ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଆଣି ଦୁଇ ସେଣ୍ଟର-ବ୍ୟାକ୍‍ଙ୍କ ପଛରେ ‘‘ସ୍ୱିପର୍’’ ବା ‘‘ଲିବେରୋ’’ ବୋଲାଉଥିବା ଆଉ ଜଣେ ପଞ୍ଚମ ପ୍ରତିରକ୍ଷକ ରଖିଲେ । ଲିବେରୋ ସ୍ଥାନର ଖେଳାଳି ମୁକ୍ତ ଭାବେ ଖେଳୁଥିଲା ଓ ସେଣ୍ଟର୍-ବ୍ୟାକ୍‍ଙ୍କୁ ପ୍ରତିହତ କରି ଆଗକୁ ବଢ଼ୁଥିବା ଆକ୍ରମଣକାରୀକୁ ଅଟକାଇବାରେ ଉପଯୋଗୀ ହେଉଥିଲା । ଇଣ୍ଟର ଦଳ ସିରି ଏ ଲିଗରେ ହେରେରାଙ୍କ ପ୍ରଥମ କ୍ରୀଡ଼ାବର୍ଷରେ ତୃତୀୟ ସ୍ଥାନ, ଦ୍ୱିତୀୟ କ୍ରୀଡ଼ାବର୍ଷରେ ଦ୍ୱିତୀୟ ସ୍ଥାନ ଅକ୍ତିଆର କରିବା ପରେ ତୃତୀୟ ବର୍ଷ ବିଜୟୀ ହୋଇଥିଲା । ତା’ ପରେ ୧୯୬୪ ଓ ୧୯୬୫ ମସିହାରେ ୟୁଇଫା ଚାମ୍ପିୟନ୍ସ ଲିଗରେ ବିଜୟୀ ହେବା ପରେ ହେରେରାଙ୍କୁ "ଇଲ୍ ମାଗୋ" ("ଜାଦୁଗର") ଉପାଧି ଦିଆଯାଇଥିଲା । ହେରେରାଙ୍କ ଖେଳାଳି ସଜ୍ଜା ଅନୁସାରେ ଆକ୍ରମଣକାରୀ ଫୁଲ୍‍ବ୍ୟାକ୍ ସ୍ଥାନରେ ତାର୍ଚିସିଓ ବୁର୍ଗନିଶ ଓ ଜିଆଚିନ୍ତୋ ଫାଚ୍ଚେଟି; ସ୍ୱିପର୍ ସ୍ଥାନରେ ଆର୍ମାଣ୍ଡୋ ପିଚ୍ଚି, ପ୍ଲେମେକର୍ ସ୍ଥାନରେ ସୁଆରେଜ୍, ହାଏର୍ ଡା କୋଷ୍ଟା ୱିଂଗର୍ ସ୍ଥାନରେ, ମାରିଓ କୋର୍ସୋ ବାମ ମିଡ୍‍ଫିଲ୍‍ଡର୍ ଭାବରେ ଓ ସାଣ୍ଡ୍ରୋ ମାଜ୍ଜୋଲା ଇନ୍‍ସାଇଡ୍‍-ଡାହାଣ ସ୍ଥାନରେ ରହି ଖେଳୁଥିଲେ ।

ଇଣ୍ଟର ମିଲାନ ଫୁଟବଲ କ୍ଲବ 
୧୯୬୦ ଦଶନ୍ଧିର ପ୍ରସିଦ୍ଧ "ଲା ଗ୍ରାଣ୍ଡେ ଇଣ୍ଟର" ଦଳର ଖେଳାଳି ସାଣ୍ଡ୍ରୋ ମାଜ୍ଜୋଲା

୧୯୬୪ ମସିହାରେ ଇଣ୍ଟର ଦଳ ବୋରୁସିଆ ଡୋର୍ଟମୁଣ୍ଡ ଦଳକୁ ହରାଇ ୟୁରୋପୀୟ କପ ଫାଇନାଲରେ ପ୍ରବେଶ କରିଥିଲା । ଇଣ୍ଟର ଦଳ ସେ ସମୟରେ ୯ରୁ ୭ଟି ଫାଇନାଲ ଖେଳି ଉନ୍ନତ ଫର୍ମରେ ଥିବା ରିଆଲ ମାଦ୍ରିଦ ବିପକ୍ଷରେ ଫାଇନାଲ ଖେଳିଥିଲା । ମାଜ୍ଜୋଲାଙ୍କ ଦୁଇଟି ଗୋଲ ସହାୟତାରେ ଇଣ୍ଟର ମିଲାନ ଫାଇନାଲରେ ୩-୧ ଗୋଲରେ ବିଜୟୀ ହୋଇଥିଲା । ପରେ ଇଣ୍ଟର ଦଳ ଇଣ୍ଡିପେଣ୍ଡିଏଣ୍ଟେ ବିପକ୍ଷରେ ଅନ୍ତଃ-ମହାଦେଶୀୟ କପ ମଧ୍ୟ ଜିତିଥିଲା । ୧୯୬୫ ୟୁରୋପୀୟ କପ ଫାଇନାଲରେ ଇଣ୍ଟର ଦଳ ବେନ୍‍ଫିସିଆ ଫୁଟବଲ ଦଳକୁ ଏବଂ ହାଏର୍‍ଙ୍କ ଗୋଲ ଯୋଗୁଁ ଅନ୍ତଃ-ମହାଦେଶୀୟ କପରେ ଇଣ୍ଡିପେଣ୍ଡିଏଣ୍ଟେକୁ ପରାସ୍ତ କରିଥିଲା । ୧୯୬୭ ମସିହା ବେଳକୁ ହାଏର୍ କ୍ଲବରୁ ବିଦାୟ ନେଇଥିଲେ ଓ ସୁଆରେଜ୍ ଆହତ ଥିଲେ । ସେହି ବର୍ଷ ୟୁରୋପୀୟ କପ ଫାଇନାଲରେ ଇଣ୍ଟର ଦଳ ସେଲ୍‍ଟିକ୍ ଏଫ୍‍ସିଠାରୁ ୧-୨ ଗୋଲରେ ପରାଜିତ ହୋଇଥିଲା । ଏହି ସମୟରେ କ୍ଲବର ନାମ ଫୁଟବଲ କ୍ଲୁବ୍ ଇଣ୍ଟରନାଜିଓନାଲେ ମିଲାନୋକୁ ପରିବର୍ତ୍ତିତ କରାଯାଇଥିଲା ।

ଷ୍ଟାଡିୟମ

ଇଣ୍ଟର ମିଲାନ ଫୁଟବଲ କ୍ଲବ 
ଇଣ୍ଟର ମିଲାନର ଏକ ମ୍ୟାଚ ଚାଲୁଥିବା ବେଳେ ସାନ୍ ସିରୋର ଦୃଶ୍ୟ

ମିଲାନ ସହରରେ ନିର୍ମିତ ସାନ୍ ସିରୋ ଷ୍ଟାଡିୟମ (ପଞ୍ଜୀକୃତ ନାମ – ଷ୍ଟାଡିଓ ଜ୍ୟୁସେପ୍ ମେଆଜ୍ଜା) ଉଭୟ ଏସି ମିଲାନ ଓ ଇଣ୍ଟର ମିଲାନ ଦଳର ଘରୋଇ ପଡ଼ିଆ । ଜ୍ୟୁସେପ୍ ମେଆଜ୍ଜା ନିଜ ଖେଳ ଜୀବନରେ ଉଭୟ ଇଣ୍ଟର ଓ ଏସି ମିଲାନ ଦଳ ପକ୍ଷରୁ ଖେଳିଥିଲେ । ଏହି ଷ୍ଟାଡିୟମର ଦର୍ଶକଧାରଣ କ୍ଷମତା ୮୦,୦୧୮ । ସାନ୍ ସିରୋ ଜିଲ୍ଲାରେ ଏହି ଷ୍ଟାଡିୟମ ରହିଥିବାରୁ ଏହାକୁ ସାନ୍ ସିରୋ ଷ୍ଟାଡିୟମ୍ ବୋଲି କୁହାଯାଏ । ୧୯୨୬ ମସିହାରୁ ସାନ୍ ସିରୋ ଏସି ମିଲାନର ଘରୋଇ ପଡ଼ିଆ ରହିଆସିଛି । ମିଲାନର ତତ୍କାଳୀନ ସଭାପତି ପିଏରୋ ପିରେଲିଙ୍କ ଆର୍ଥିକ ଅନୁଦାନରେ ଏହି ଷ୍ଟାଡିୟମ ନିର୍ମିତ ହୋଇଥିଲା । ସାଢ଼େ ୧୩ ମାସ ସମୟରେ ୧୨୦ ଜଣ ଲୋକଙ୍କ ଉଦ୍ୟମରେ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଗଲା । କ୍ଲବ ଅଧୀନରେ ରହିଥିବା ଏହି ଷ୍ଟାଡିୟମ୍ ୧୯୩୫ ମସିହାରେ ନଗରପାଳିକାକୁ ବିକ୍ରି କରାଗଲା । ୧୯୪୭ ମସିହାରୁ ଏସି ମିଲାନ ସହ ଇଣ୍ଟର ମିଲାନ ମଧ୍ୟ ସାନ୍ ସିରୋକୁ ନିଜ ଘରୋଇ ମ୍ୟାଚ୍ ପଡ଼ିଆ ଭାବେ ବ୍ୟବହାର କରିବା ଆରମ୍ଭ କଲା ।

୧୯୨୬ ମସିହା ସେପ୍ଟେମ୍ବର ୧୯ ତାରିଖରେ ସାନ୍ ସିରୋରେ ପ୍ରଥମ ଫୁଟବଲ ମ୍ୟାଚ୍ ଖେଳାଯାଇଥିଲା । ଏହି ସୌହାର୍ଦ୍ଦ୍ୟମୂଳକ ମ୍ୟାଚରେ ଇଣ୍ଟର ଦଳ ଏସି ମିଲାନ ଦଳକୁ ୬-୩ ଗୋଲରେ ପରାସ୍ତ କରିଥିଲା । ଏହି ପଡ଼ିଆରେ ଏସି ମିଲାନ ଦଳ ଖେଳିଥିବା ନିଜ ପ୍ରଥମ ଲିଗ୍ ମ୍ୟାଚରେ ସାମ୍ପିଏର୍ଡାରେନେସ୍ କ୍ଲବଠାରୁ ୧-୨ ଗୋଲରେ ପରାସ୍ତ ହୋଇଥିଲା । ପ୍ରଥମେ ଷ୍ଟାଡିୟମର ଦର୍ଶକ କ୍ଷମତା ୩୫ ହଜାର ଥିଲା । ଏହି ଷ୍ଟାଡିୟମରେ ଅନେକ ନବୀକରଣ ପ୍ରକଳ୍ପ କରାଯାଇଛି । ୧୯୯୦ ମସିହା ଫିଫା ବିଶ୍ୱକପ ପାଇଁ ଷ୍ଟାଡିୟମର ନବୀକରଣ କରାଯାଇଥିଲା । ଏହାର ଉପର ପଟେ ଏକ ପଲିକାର୍ବୋନେଟ୍ ଛାତ ନିର୍ମିତ ହେଲା ଓ ଏହାର ଦର୍ଶକ କ୍ଷମତା ୮୫ ହଜାର ୭୦୦କୁ ବଢ଼ାଯାଇଥିଲା । ୟୁଇଫା ଧାର୍ଯ୍ୟ କରିଥିବା ନୂତନ ନିୟମାବଳୀ ଆଧାରରେ ୨୦୦୮ ମସିହାରେ ଷ୍ଟାଡିୟମର ଦର୍ଶକ କ୍ଷମତା ୮୦ ହଜାର ୦୧୮କୁ କମାଇ ଦିଆଯାଇଛି ।

ଷ୍ଟାଡିୟମ୍ ନିର୍ମାଣର ଇଂରାଜୀ ମଡେଲ୍ ଅନୁଯାୟୀ ସାନ୍ ସିରୋକୁ ଫୁଟବଲ ଖେଳ ପାଇଁ ହିଁ ନିର୍ମାଣ କରାଯାଇଛି । ସିରି ଏରେ ବହୁମୁଖୀ ବ୍ୟବହାର ପାଇଁ କିଛି ଷ୍ଟାଡିୟମ ବ୍ୟବହୃତ ହୁଅନ୍ତି । ବସିବା ସ୍ଥାନର ଅବସ୍ଥିତି ଷ୍ଟାଡିୟମ୍ ମଧ୍ୟସ୍ଥ ପଡ଼ିଆଠାରୁ ଅପେକ୍ଷାକୃତ ନିକଟତର ହୋଇଥିବାରୁ ଖେଳ ଦେଖିବା ବେଳେ ରୋମାଞ୍ଚ ସୃଷ୍ଟିକାରୀ ପରିବେଶ ସୃଷ୍ଟି ହୁଏ ଓ ସାନ୍ ସିରୋ ପଡ଼ିଆ ଇଟାଲୀରେ ଏହି କାରଣରୁ ଖୁବ୍ ପ୍ରସିଦ୍ଧ । ଅଗ୍ନିସଂଯୁକ୍ତ ଆଲୋକମାଳା ଯୋଗୁଁ ଏହି ପରିବେଶ ଅଧିକ ମନୋରଞ୍ଜକ ଲାଗିପାରେ କିନ୍ତୁ ଅନେକ ସମୟରେ ଏହା ଯୋଗୁଁ ବହୁ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ ।

ପୋଷାକ ଯୋଗାଣକାରୀ ଓ ପ୍ରାୟୋଜକ

ସମୟ କିଟ୍ ନିର୍ମାତା ପୋଷାକ ପ୍ରାୟୋଜକ
୧୯୭୯-୧୯୮୧ ପ୍ୟୁମା
୧୯୮୧-୧୯୮୨ ଇନ୍ନୋ-ହିଟ୍
୧୯୮୨-୧୯୮୬ ମେକସ୍ପୋର୍ଟ୍ ମିସୁରା
୧୯୮୬-୧୯୮୮ ଲେ କୋକ୍ ସ୍ପୋର୍ଟିଫ୍
୧୯୮୮-୧୯୯୧ ଉଃଲସ୍ପୋର୍ଟ୍
୧୯୯୧-୧୯୯୨ ଉମ୍ବ୍ରୋ ଫିଟ୍‍ଗାର୍
୧୯୯୨-୧୯୯୫ ସିଜାରେ ଫିଓରୁଚ୍ଚି
୧୯୯୫-୧୯୯୮ ପିରେଲି
୧୯୯୮-୨୦୧୬ ନାଇକି
୨୦୧୬–
  • ପିରେଲି (ପ୍ରକୃତ ମ୍ୟାଚ ପୋଷାକ)
  • ସୁନିଂଗ୍ ଡଟ୍ କମ୍ (ପ୍ରଶିକ୍ଷଣ ପୋଷାକ)


ବିଜୟ ଓ ସମ୍ମାନ

ଇଣ୍ଟର ମିଲାନ ଫୁଟବଲ କ୍ଲବ 
୧୯୬୫ ମସିହା ଅନ୍ତଃ-ମହାଦେଶୀୟ କପ ବିଜୟୀ ଇଣ୍ଟର ଫୁଟବଲ ଦଳ

ଇଣ୍ଟର କ୍ଲବ ୩୦ ଗୋଟି ଘରୋଇ ବା ଜାତୀୟ ଟ୍ରଫି ଜିତିଛି । ୧୮ ଥର ସିରି ଏ ଲିଗ୍, ୭ ଥର କୋପା ଇଟାଲିଆ, ୫ ଥର ସୁପରକୋପା ଇଟାଲିଆନା ଏହାର ଅନ୍ତର୍ଗତ । ୨୦୦୬ ମସିହାରୁ ୨୦୧୦ ମସିହା ଯାଏଁ ଇଣ୍ଟର କ୍ଲବ କ୍ରମାଗତ ୫ ବର୍ଷ ଲିଗ୍ ବିଜୟୀ ହୋଇଥିଲା । ଏହା ସେ ସମୟରେ ଏକ ଯୁଗ୍ମ ରେକର୍ଡ ଥିଲା । ୨୦୧୭ ମସିହାରେ ୟୁଭେଣ୍ଟସ୍ କ୍ଲବ ଷଷ୍ଠ ବର୍ଷ କ୍ରମାଗତ ଲିଗ୍ ବିଜୟୀ ହୋଇ ନୂତନ ରେକର୍ଡ କରିଥିଲା । ୧୯୬୪, ୧୯୬୫ ଓ ୨୦୧୦ ମସିହାରେ ଇଣ୍ଟର କ୍ଲବ ୩ ଥର ୟୁଇଫା ଚାମ୍ପିୟନ୍ସ ଲିଗ୍ ମଧ୍ୟ ଜିତିଛି । ୨୦୧୦ ବର୍ଷରେ ଇଣ୍ଟର ଜାତୀୟ ତ୍ରି-ବିଜୟ ମଧ୍ୟ ହୋଇଥିଲା । ଏହା ଛଡ଼ା ଇଣ୍ଟର କ୍ଲବ ଦୁଇ ଥର ୟୁଇଫା ୟୁରୋପା ଲିଗ୍, ଦୁଇ ଥର ଅନ୍ତଃମହାଦେଶୀୟ କପ ଓ ଥରେ ଫିଫା କ୍ଲବ ବିଶ୍ୱକପ ମଧ୍ୟ ଜିତିଛି ।

ସ୍ଥାପନା ପରଠାରୁ ୨୦୨୧ ମସିହା ପର୍ଯ୍ୟନ୍ତ ସବୁ ବର୍ଷ ଇଟାଲୀର ସର୍ବୋଚ୍ଚ ଫୁଟବଲ ଲିଗରେ ଇଣ୍ଟର କ୍ଲବ ଖେଳିବାର ଯୋଗ୍ୟତା ହାସଲ କରିଆସିଛି । ସିରି ଏ ଓ ତା ପୂର୍ବରୁ ରହିଥିବା ଇଟାଲୀୟ ଲିଗର ସମସ୍ତ କ୍ରୀଡ଼ାବର୍ଷରେ ଖେଳିଥିବା ଏକମାତ୍ର ଦଳ ହେଉଛି ଇଣ୍ଟର ଦଳ । ୟୁରୋପ ମହାଦେଶରେ ନିଜ ଦେଶର ସର୍ବୋଚ୍ଚ ଲିଗରେ ସବୁଠାରୁ ଲମ୍ବା ସମୟ ପାଇଁ ଅବିଚ୍ଛିନ୍ନ ଭାବେ ଖେଳିବାରେ ଯେଉଁ କିଛି ଦଳ ରହିଛନ୍ତି ତନ୍ମଧ୍ୟରୁ ଇଣ୍ଟର ଅନ୍ୟତମ । ୨୦୨୦ ଯାଏଁ ଇଣ୍ଟର କ୍ରମାଗତ ୧୦୬ ବର୍ଷ ସର୍ବୋଚ୍ଚ ଲିଗରେ ଖେଳିଆସିଛି । ଇଣ୍ଟର ଆଗକୁ ଆଉ ପାଞ୍ଚଟି ଇଂରାଜୀ ଫୁଟବଲ କ୍ଲବ ଦଳ ରହିଛନ୍ତି ।

ଇଣ୍ଟର ମିଲାନର ସଫଳତା କାହାଣୀ
ପ୍ରକାର ପ୍ରତିଯୋଗିତା ଟାଇଟଲ୍ କ୍ରୀଡ଼ାବର୍ଷ
ଜାତୀୟ ସିରି ଏ
ବା
ଇଟାଲୀୟ ଫୁଟବଲ ଚାମ୍ପିୟନ୍‍ସିପ୍
୧୮ ୧୯୦୯-୧୦, ୧୯୧୯-୨୦, ୧୯୨୯-୩୦, ୧୯୩୭-୩୮, ୧୯୩୯-୪୦, ୧୯୫୨-୫୩, ୧୯୫୩-୫୪, ୧୯୬୨-୬୩, ୧୯୬୪-୬୫, ୧୯୬୫-୬୬, ୧୯୭୦-୭୧, ୧୯୭୯-୮୦, ୧୯୮୮-୮୯, ୨୦୦୫-୦୬, ୨୦୦୬-୦୭, ୨୦୦୭-୦୮, ୨୦୦୮-୦୯, ୨୦୦୯-୧୦
କୋପା ଇଟାଲିଆ ୧୯୩୮-୩୯, ୧୯୭୭-7୮, ୧୯୮୧-୮୨, ୨୦୦୪-୦୫, ୨୦୦୫-୦୬,୨୦୦୯-୧୦, ୨୦୧୦-୧୧
ସୁପରକୋପା ଇଟାଲିଆନା ୧୯୮୯, ୨୦୦୫, ୨୦୦୬, ୨୦୦୮, ୨୦୧୦
ମହାଦେଶୀୟ ୟୁରୋପୀୟ କପ / ୟୁଇଫା ଚାମ୍ପିୟନ୍ସ ଲିଗ୍ ୧୯୬୩-୬୪, ୧୯୬୪-୬୫, ୨୦୦୯-୧୦
ୟୁଇଫା କପ (ୟୁରୋପା ଲିଗ୍) ୧୯୯୦-୯୧, ୧୯୯୩-୯୪, ୧୯୯୭-୯୮
ଅନ୍ତର୍ଜାତୀୟ ଅନ୍ତଃ-ମହାଦେଶୀୟ କପ ୧୯୬୪, ୧୯୬୫
ଫିଫା କ୍ଲବ୍ ବିଶ୍ୱକପ ୨୦୧୦

କ୍ଲବ ସମ୍ବନ୍ଧୀୟ ଅନ୍ୟ ରେକର୍ଡ ଓ ପରିସଂଖ୍ୟାନ

ଇଣ୍ଟର ମିଲାନ ଫୁଟବଲ କ୍ଲବ 
ୟାଭିଏର୍ ଜାନେଟ୍ଟି ଇଣ୍ଟର ପାଇଁ ସର୍ବାଧିକ ୮୫୮ଟି ମ୍ୟାଚରେ ଏବଂ ସିରି ଏ ଲିଗରେ ୬୧୮ଟି ମ୍ୟାଚରେ ଖେଳିଛନ୍ତି

ୟାଭିଏର୍ ଜାନେଟ୍ଟି ଇଣ୍ଟର ମିଲାନ ଫୁଟବଲ କ୍ଲବ ଦଳ ପାଇଁ ସର୍ବାଧିକ ୮୫୮ଟି ମ୍ୟାଚରେ ଏବଂ ସିରି ଏ ଲିଗରେ ୬୧୮ଟି ମ୍ୟାଚରେ ଖେଳିଛନ୍ତି । ଉଭୟ ତାଙ୍କ ନାମରେ ରହିଥିବା ରେକର୍ଡ । ଜ୍ୟୁସେପ୍ ମେଆଜ୍ଜା ଇଣ୍ଟରମିଲାନ କ୍ଲବ ପକ୍ଷରୁ ସର୍ବକାଳୀନ ସର୍ବାଧିକ ଗୋଲ କରିଥିବା ଖେଳାଳି । ସେ ୪୦୮ଟି ମ୍ୟାଚରେ ୨୮୪ଟି ଗୋଲ କରିଛନ୍ତି । ତାଙ୍କ ପଛକୁ ଆଲେସାନ୍ଦ୍ରୋ ଆଲ୍ଟୋବେଲି ୪୬୬ଟି ମ୍ୟାଚରେ ୨୦୯ଟି ଗୋଲ କରି ଦ୍ୱିତୀୟ ସ୍ଥାନରେ ଏବଂ ରୋବେର୍ତ୍ତୋ ବୋନିନସେଗ୍ନା ୨୮୧ଟି ମ୍ୟାଚରେ ୧୭୧ଟି ଗୋଲ କରି ତୃତୀୟ ସ୍ଥାନରେ ରହିଛନ୍ତି । ଇଣ୍ଟର ମିଲାନ କ୍ଲବରେ ସର୍ବାଧିକ ସମୟ ୯ ବର୍ଷ ପାଇଁ ହେଲେନିଓ ହେରେରା ପ୍ରଶିକ୍ଷକ ଦାୟିତ୍ୱ ବହନ କରିଥିଲେ । ତାଙ୍କ କାର୍ଯ୍ୟକାଳରେ ଇଣ୍ଟର କ୍ଲବ ୩ ଥର ଶୁଡେଟି, ୨ ଥର ୟୁରୋପୀୟ କପ ଓ ୨ ଥର ଅନ୍ତଃ-ମହାଦେଶୀୟ କପରେ ବିଜୟ ଲାଭ କରିଛି । ଇଣ୍ଟର ପାଇଁ ହୋଜେ ମୌରିନ୍ୟୋ ଅନ୍ୟତମ ସଫଳ ପରିଚାଳକ ଥିଲେ ଯାହାଙ୍କ କାର୍ଯ୍ୟକାଳରେ ଦଳ ୨୦୦୮-୦୯ ସିରି ଏ ଓ ସୁପରକୋପା ଇଟାଲିଆନାରେ ବିଜୟ, ୨୦୦୯-୧୦ ଇଟାଲୀରେ ଜାତୀୟ ତ୍ରି-ବିଜୟ ଏବଂ ୨୦୧୦ ୟୁଇଫା ଚାମ୍ପିୟନ୍ସ ଲିଗରେ ବିଜୟ ଲାଭ କରିଥିଲା ।

ଆହୁରି ଦେଖନ୍ତୁ

ଟୀକା

ଆଧାର

ଅନ୍ୟାନ୍ୟ ଲିଂକ୍

Tags:

ଇଣ୍ଟର ମିଲାନ ଫୁଟବଲ କ୍ଲବ ପ୍ରାରମ୍ଭିକ ଇତିହାସ (୧୯୦୮-୧୯୬୭)ଇଣ୍ଟର ମିଲାନ ଫୁଟବଲ କ୍ଲବ ଷ୍ଟାଡିୟମଇଣ୍ଟର ମିଲାନ ଫୁଟବଲ କ୍ଲବ ପୋଷାକ ଯୋଗାଣକାରୀ ଓ ପ୍ରାୟୋଜକଇଣ୍ଟର ମିଲାନ ଫୁଟବଲ କ୍ଲବ ବିଜୟ ଓ ସମ୍ମାନଇଣ୍ଟର ମିଲାନ ଫୁଟବଲ କ୍ଲବ କ୍ଲବ ସମ୍ବନ୍ଧୀୟ ଅନ୍ୟ ରେକର୍ଡ ଓ ପରିସଂଖ୍ୟାନଇଣ୍ଟର ମିଲାନ ଫୁଟବଲ କ୍ଲବ ଆହୁରି ଦେଖନ୍ତୁଇଣ୍ଟର ମିଲାନ ଫୁଟବଲ କ୍ଲବ ଟୀକାଇଣ୍ଟର ମିଲାନ ଫୁଟବଲ କ୍ଲବ ଆଧାରଇଣ୍ଟର ମିଲାନ ଫୁଟବଲ କ୍ଲବ ଅନ୍ୟାନ୍ୟ ଲିଂକ୍ଇଣ୍ଟର ମିଲାନ ଫୁଟବଲ କ୍ଲବଇଟାଲୀଫୁଟବଲ

🔥 Trending searches on Wiki ଓଡ଼ିଆ:

ରାମାବତାରମ୍ଦ୍ୱିତୀୟ ବିଶ୍ୱଯୁଦ୍ଧବ୍ୟାସଦେବବିରାଟ କୋହଲୀଢଗ ଢମାଳି୩୦ ଅପ୍ରେଲପ୍ରତାପରୁଦ୍ର ଦେବwiki.phtmlପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଜ୍ଞାନପୀଠ ପୁରସ୍କାରଜୟ ଜଗନ୍ନାଥପୁରୀଚାଣକ୍ୟଆପେଣ୍ଡିସାଇଟିସଜମ୍ମୁ ତୱି ରେଳ ଷ୍ଟେସନଶେୟାର ବଜାରଚୁଡ଼ାପ୍ରଯୁକ୍ତି ବିଦ୍ୟା୧୯ ମାର୍ଚ୍ଚମଦର ଟେରେସାପଖିଆଓଡ଼ିଶା ବିଧାନ ସଭାସୁନାମହିଳା ଯୌନାଙ୍ଗ ଛେଦନନଅଙ୍କ ଦୁର୍ଭିକ୍ଷହରେକୃଷ୍ଣ ମହତାବବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପ୍ରଧାନ ପୃଷ୍ଠାକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାଧାନାଥ ରାୟସୋନାଲ ମାନସିଂହରାଜକିଶୋର ପଟ୍ଟନାୟକରବୀନ୍ଦ୍ରନାଥ ଠାକୁରଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସୁଭାଷ ଚନ୍ଦ୍ର ବୋଷଶ୍ୱେତସାରଜାହାଙ୍ଗୀରକମ୍ପ୍ୟୁଟରନବକଳେବରଉତ୍କଳ ବିଶ୍ୱବିଦ୍ୟାଳୟଓଡ଼ିଆ ଭାଷାଧରିତ୍ରୀ (ଖବରକାଗଜ)କବିସୂର୍ଯ୍ୟ ବଳଦେବ ରଥଚନ୍ଦ୍ରଶେଖର ନନ୍ଦବେଲନେମାଳବାମାଚରଣ ମିତ୍ରରାବଣବର୍ଷାଜିମି ୱେଲ୍ସ୦ (ସଂଖ୍ୟା)ମହାନଦୀଉପନିଷଦଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାକୋଷ୍ଠକାଠିନ୍ୟଟୁକୁନି ସାହୁଓଡ଼ିଶାର ଇତିହାସଯଶୋବନ୍ତ ଦାସତପସ୍ୱିନୀଶ୍ରାଦ୍ଧହେପାଟାଇଟିସ ବିତୁଳସୀ ଗଛଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପଠାଣି ସାମନ୍ତସତୀ (ହିନ୍ଦୁ ଦେବୀ)ବିସ୍ଥାପିତ କାନ୍ଧ ଗଣ୍ଠିଭାରତୀୟ ଜନତା ପାର୍ଟି୧ (ସଂଖ୍ୟା)ବଳଦେବଜୀଉ ମନ୍ଦିରକୃଷ୍ଣପ୍ରସାଦ ମିଶ୍ରସମ୍ବଲପୁର ଜିଲ୍ଲାକୋଚିଲାଇଣ୍ଡୋନେସିଆକୃଷ୍ଣଚନ୍ଦ୍ର ପାଣିଗ୍ରାହୀ🡆 More