ଫିଫା ବିଶ୍ୱକପ

ଫିଫା ବିଶ୍ୱକପ ହେଉଛି ଅନ୍ତର୍ଜାତୀୟ ଫୁଟବଲ୍ ସଂଘଦ୍ୱାରା ଆୟୋଜିତ ଏକ ଫୁଟବଲ୍ ପ୍ରତିଯୋଗିତା । ଲୋକେ ଏହାକୁ ଫୁଟବଲ୍ ବିଶ୍ୱକପ ବୋଲି ମଧ୍ୟ କହିଥାନ୍ତି । ଏଥିରେ ବିଶ୍ୱର ଫୁଟବଲ୍ ପରିଚାଳକ ସଂସ୍ଥା ଫିଫା ର ସଦସ୍ୟ ରାଷ୍ଟ୍ରମାନେ ଅଂଶ ଗ୍ରହଣ କରିଥାନ୍ତି । ୧୯୩୦ ମସିହାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ପ୍ରତି ୪ ବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ । ୧୯୪୨ ଓ ୧୯୪୬ ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଚାଲିଥିବା ଯୋଗୁଁ ଫୁଟବଲ୍ ବିଶ୍ୱକପ ଆୟୋଜିତ ହୋଇନଥିଲା । ସଦ୍ୟ ସମାପ୍ତ ହୋଇଥିବା ‍ ବିଶ୍ୱକପ ପ୍ରତିଯୋଗିତାରେ ଫ୍ରାନ୍ସ ବିଶ୍ୱବିଜେତା ଦଳ ହେବାର ଗୌରବ ଲାଭ କରିଥିଲା । .

ଫିଫା ବିଶ୍ୱକପ (ଈଂରାଜୀରେ FIFA World Cup) ହେଉଛି ଅନ୍ତର୍ଜାତୀୟ ଫୁଟବଲ୍ ସଂଘଦ୍ୱାରା ଆୟୋଜିତ ଏକ ଫୁଟବଲ୍ ପ୍ରତିଯୋଗିତା । ଲୋକେ ଏହାକୁ ଫୁଟବଲ୍ ବିଶ୍ୱକପ ବୋଲି ମଧ୍ୟ କହିଥାନ୍ତି । ଏଥିରେ ବିଶ୍ୱର ଫୁଟବଲ୍ ପରିଚାଳକ ସଂସ୍ଥା ଫିଫା (Fédération Internationale de Football Association - FIFA)ର ସଦସ୍ୟ ରାଷ୍ଟ୍ରମାନେ ଅଂଶ ଗ୍ରହଣ କରିଥାନ୍ତି । ୧୯୩୦ ମସିହାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ପ୍ରତି ୪ ବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ । ୧୯୪୨ ଓ ୧୯୪୬ ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଚାଲିଥିବା ଯୋଗୁଁ ଫୁଟବଲ୍ ବିଶ୍ୱକପ ଆୟୋଜିତ ହୋଇନଥିଲା । ସଦ୍ୟ ସମାପ୍ତ ହୋଇଥିବା ‍(୨୦୧୮ ମସିହାରେ ଋଷିଆରେ ଅନୁଷ୍ଠିତ) ବିଶ୍ୱକପ ପ୍ରତିଯୋଗିତାରେ ଫ୍ରାନ୍ସ ବିଶ୍ୱବିଜେତା ଦଳ ହେବାର ଗୌରବ ଲାଭ କରିଥିଲା ।

ଫିଫା ବିଶ୍ୱକପ
Founded୧୯୩୦
Regionଅନ୍ତର୍ଜାତୀୟ ପ୍ରତିଯୋଗିତା (ଆୟୋଜକ : ଫିଫା)
Number of teams୨୧୧ରୁ ଉର୍ଦ୍ଧ୍ୱ ସଂଖ୍ୟକ ଦେଶଙ୍କ ମଧ୍ୟରେ ଯୋଗ୍ୟ ବିବେଚିତ ହୋଇଥିବା ୩୨ (ପ୍ରତିଯୋଗୀ ଦେଶ)
Current championsଫ୍ରାନ୍ସ
Most successful team(s)ବ୍ରାଜିଲ (୫ ଥର ବିଶ୍ୱବିଜେତା ଦଳ)
Websitefifa.com/worldcup/
୨୦୧୮ ଫିଫା ବିଶ୍ୱକପ
ଫିଫା ବିଶ୍ୱକପ 1978

ବର୍ତ୍ତମାନ ସମୟରେ ବିଶ୍ୱକପ ପୂର୍ବରୁ ସେଥିରେ କେଉଁ କେଉଁ ଦଳ ଖେଳିବେ ତାହା ନିର୍ଣ୍ଣୟ କରିବା ପାଇଁ ସଦସ୍ୟ ରାଷ୍ଟ୍ରମାନଙ୍କୁ ଏକ ଯୋଗ୍ୟତା ଲାଭ ସ୍ତର ଦେଇ ଗତି କରିବାକୁ ହୁଏ । ବିଶ୍ୱକପ ଆୟୋଜନ ବର୍ଷର ପୂର୍ବ ତିନି ବର୍ଷ ମଧ୍ୟରେ ବିଭିନ୍ନ ଯୋଗ୍ୟତା ହାସଲକାରୀ ପ୍ରତିଯୋଗିତା ହୁଏ ଓ ସେଥିରୁ ୩୨ ଗୋଟି ଦଳ ବିଶ୍ୱକପ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଥାନ୍ତି । ଯେଉଁ ଦେଶରେ ବିଶ୍ୱକପ ପ୍ରତିଯୋଗିତା ଆୟୋଜିତ ହୁଏ, ସେ ଦେଶ ସ୍ୱତଃ ଯୋଗ୍ୟତା ହାସଲ କରେ ଓ ବିଶ୍ୱକପରେ ଅଂଶ ଗ୍ରହଣ କରିଥାଏ । ପ୍ରାୟ ୧ ମାସ ଧରି ଏହି ଫୁଟବଲ ମହାସମାରୋହ ଅନୁଷ୍ଠିତ ହୋଇଥାଏ ।

ବର୍ତ୍ତମାନ ପର୍ଯ୍ୟନ୍ତ ୮ଟି ଦେଶ ୨୦ ଥର ବିଶ୍ୱକପ ହାସଲ କରିଛନ୍ତି । ବ୍ରାଜିଲ ସର୍ବାଧିକ ୫ ଥର ବିଶ୍ୱବିଜୟୀ ହୋଇଛି ଏବଂ ଏହି ଏକମାତ୍ର ଦଳ ସମସ୍ତ ବିଶ୍ୱକପ ପ୍ରତିଯୋଗିତାରେ ଖେଳିବାର ଯୋଗ୍ୟତା ହାସଲ କରିଆସିଛି । ଉଭୟ ଜର୍ମାନୀଇଟାଲୀ ୪ ଥର ଲେଖାଏଁ, ଆର୍ଜେଣ୍ଟିନା,ଉରୁଗୁଏ ଓ ଫ୍ରାନ୍ସ ୨ ଥର ଲେଖାଏଁ ବିଶ୍ୱବିଜୟୀ ହୋଇଛନ୍ତି । ୧୯୩୦ ମସିହାରେ ଆୟୋଜିତ ପ୍ରଥମ ବିଶ୍ୱକପରେ ଉରୁଗୁଏ ବିଜୟଶ୍ରୀ ମଣ୍ଡନ କରିଥିଲା । ଏହା ବ୍ୟତୀତ ଲଂଲଣ୍ଡ ଓ ସ୍ପେନ୍ ଗୋଟିଏ ଥର ଲେଖାଏଁ ଏହି ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି ।

ଫିଫା ବିଶ୍ୱକପ ବିଶ୍ୱର ସବୁଠାରୁ ଅଧିକ ଆଦୃତ ଓ ଲୋକପ୍ରିୟ ଫୁଟବଲ୍ ପ୍ରତିଯୋଗିତା । ଏହାର ଲୋକପ୍ରିୟତା ଓ ବିଶ୍ୱବ୍ୟାପୀ ଦର୍ଶକଙ୍କ ସଂଖ୍ୟା ଅଲମ୍ପିକ୍ କ୍ରୀଡ଼ାକୁ ମଧ୍ୟ ପଛରେ ପକାଇ ଦେଇଥାଏ । ୨୦୦୬ ଫିଫା ବିଶ୍ୱକପର ସର୍ବମୋଟ ଦର୍ଶକ ସଂଖ୍ୟା ୨୬୨୯୦ କୋଟି ଏବଂ ୨୦୦୬ ବିଶ୍ୱକପ ଫାଇନାଲ୍ ୭୧.୫୧ କୋଟି ଦର୍ଶକ ଉପଭୋଗ କରିଥିଲେ । ଏହି ସଂଖ୍ୟା ସମୁଦାୟ ବିଶ୍ୱର ଜନସଂଖ୍ୟାର ୯ ଭାଗରୁ ଏକ ଭାଗ ।[୧][୨][୩][୪]

ଇତିହାସ

ପୂର୍ବରୁ ଖେଳାଯାଇଥିବା ଅନ୍ୟ ଅନ୍ତର୍ଜାତୀୟ ପ୍ରତିଯୋଗିତା

୧୮୭୨ ମସିହାରେ ବିଶ୍ୱର ପ୍ରଥମ ଅନ୍ତର୍ଜାତୀୟ ପ୍ରତିଯୋଗିତାମୂଳକ ଫୁଟବଲ୍ ମ୍ୟାଚ୍ ସ୍କଟଲ୍ୟାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଗ୍ଲାସ୍‍ଗୋଠାରେ ଖେଳାଯାଇଥିଲା ।[୫] ଏହି ମ୍ୟାଚ୍‍ରେ ଉଭୟ ଦଳ କୌଣସି ଗୋଲ୍ କରିପାରି ନଥିଲେ ଓ ମ୍ୟାଚ୍‍ଟି ଡ୍ର ହୋଇଯାଇଥିଲା । ବିଶ୍ୱର ପ୍ରଥମ ବହୁଦଳୀୟ ଅନ୍ତର୍ଜାତୀୟ ପ୍ରତିଯୋଗିତା ୧୮୮୪ ମସିହାରେ ଅନୁଷ୍ଠିତ ହୋଇଥିଲା ଓ ଏହାର ନାମ ଥିଲା "ବ୍ରିଟିଶ୍ ଘରୋଇ ପ୍ରତିଯୋଗିତା" (British Home Championship) ।[୬] ଦ୍ୱାଦଶ ଶତାବ୍ଦୀର ଆରମ୍ଭ ବେଳକୁ ସମଗ୍ର ବିଶ୍ୱରେ ଫୁଟବଲ୍ ଖେଳର ଲୋକପ୍ରିୟତା କ୍ରମଶଃ ବଢ଼ି ଚାଲିଥିଲା । ତେଣୁ ୧୯୦୦, ୧୯୦୪ ଓ ୧୯୦୬ ମସିହାର ଗ୍ରୀଷ୍ମକାଳୀନ ଅଲମ୍ପିକ୍ ଖେଳରେ ପ୍ରଦର୍ଶନୀ ଫୁଟବଲ୍‍ ମ୍ୟାଚ୍ ଅନୁଷ୍ଠିତ ହେଉଥିଲା ଓ ପୁରସ୍କାର ରୂପେ କୌଣସି ପଦକ ଦିଆଯାଉନଥିଲା । ତେବେ ଅନ୍ତର୍ଜାତୀୟ ଅଲମ୍ପିକ୍ ସମିତି (IOC) ପରବର୍ତ୍ତୀ ସମୟରେ ଏହି ଖେଳମାନଙ୍କୁ ଅନ୍ତର୍ଜାତୀୟ ପ୍ରତିଯୋଗିକତାମୂଳକ ଖେଳର ମାନ୍ୟତା ମିଳିଥିଲା ।[୭]

୧୯୦୪ ମସିହାରେ ଫିଫା ପ୍ରତିଷ୍ଠିତ ହେବା ପରେ ଅଲମ୍ପିକ୍ ସଭ୍ୟ ପରିସରରୁ ବାହାରେ ଥିବା ରାଷ୍ଟ୍ରମାନଙ୍କୁ ମିଶାଇ ୧୯୦୬ ମସିହାରେ ସ୍ୱିଜରଲ୍ୟାଣ୍ଡଠାରେ ଏକ ଅନ୍ତର୍ଜାତୀୟ ଫୁଟବଲ୍ ପ୍ରତିଯୋଗିତା ଆୟୋଜନ କରିବାର ନିଷ୍ପତ୍ତି ନିଆଗଲା । ଅନ୍ତର୍ଜାତୀୟ ସ୍ତରର ଫୁଟବଲ୍ ପ୍ରତିଯୋଗିତା ଆୟୋଜନ କ୍ଷେତ୍ରରେ ଏହା ପ୍ରାରମ୍ଭିକ ସମୟ ଥିଲା ଓ ଫିଫା ଏହି ପ୍ରତିଯୋଗିତାକୁ ଏକ ଅସଫଳ ପ୍ରୟାସ ଭାବେ ଗଣନା କରେ ।[୮]

ଲଣ୍ଡନରେ ଅନୁଷ୍ଠିତ ୧୯୦୮ ମସିହା ଗ୍ରୀଷ୍ମକାଳୀନ ଅଲମ୍ପିକ୍ ଫୁଟବଲ୍ ଏକ ପ୍ରତିଯୋଗିତାମୂଳକ କ୍ରୀଡ଼ା ରୂପେ ଉଭା ହେଲା । ଇଂଲଣ୍ଡର ଫୁଟବଲ୍ ପରିଚାଳକ ସମିତି "ଦ ଫୁଟବଲ୍ ଏଶୋସିଏସନ୍" ଏହାର ଆୟୋଜନ କରିଥିଲା । ଏଥିରେ ଗ୍ରେଟ୍ ବ୍ରିଟେନ୍ ସ୍ୱର୍ଣ୍ଣ ପଦକ ଲାଭ କରିଥିଲା । ଷ୍ଟକ୍‍ହୋମ୍‍ରେ ଅନୁଷ୍ଠିତ ୧୯୧୨ ଗ୍ରୀଷ୍ମକାଳୀନ ଅଲମ୍ପିକ୍ ଖେଳରେ ମଧ୍ୟ ଗ୍ରେଟ୍ ବ୍ରିଟେନ୍ ବିଜୟ ଲାଭ କରିଥିଲା ।

ଅଲମ୍ପିକ୍ ପ୍ରତିଯୋଗିତାରେ ଖେଳୁଥିବା ସମସ୍ତ ଫୁଟବଲ୍ ଖେଳାଳୀମାନେ ଉନ୍ନତମାନର କ୍ରୀଡ଼ାଜୀବୀ ନଥିଲେ ବରଂ ସାମୟିକ ଖେଳାଳୀ ଥିଲେ । ଏହି ସମୟରେ ୧୯୦୯ ମସିହାରେ ତୁରିନ୍‍ଠାରେ ସାର୍ ଥୋମାସ୍ ଲିପ୍ଟନ୍ ସାର୍ ଲିପ୍ଟନ୍ ଥୋମାସ୍ ଟ୍ରଫି ନାମକ ଏକ ପ୍ରତିଯୋଗିତାର ଆୟୋଜନ କଲେ । ଲିପ୍ଟନ୍ ପ୍ରତିଯୋଗିତାରେ ବିଭିନ୍ନ ଦେଶର ଜାତୀୟ ଦଳ ଖେଳୁନଥିଲେ । ବରଂ ବିଭିନ୍ନ ଦେଶର କିଛି ଫୁଟବଲ୍ କ୍ଲବ୍ ଅଂଶଗ୍ରହଣ କରୁଥିଲେ । ପ୍ରତି କ୍ଲବ୍‍କୁ ନିଜ ନିଜ ଦେଶର ପ୍ରତିନିଧି ଭାବେ ଗଣନା କରାଯାଉଥିଲା । ବେଳେବେଳେ ଏହି ପ୍ରତିଯୋଗିତାକୁ ପ୍ରଥମ ବିଶ୍ୱକପ ବୋଲି ଅଭିହିତ କରାଯାଏ ।[୯] ଏହି ପ୍ରତିଯୋଗିତାରେ ଇଟାଲୀ, ଜର୍ମାନୀ ଓ ସ୍ୱିଜରଲ୍ୟାଣ୍ଡର ପ୍ରଖ୍ୟାତ କ୍ଲବ୍‍ମାନେ ଅଂଶଗ୍ରହଣ କରିଥିଲେ; କିନ୍ତୁ ଇଂଲଣ୍ଡର ଫୁଟବଲ୍ ଏଶୋସିଏସନ୍ ଏହି ପ୍ରତିଯୋଗିତାକୁ ଏକ ଈଂରାଜୀ କ୍ଲବ୍ ଦଳ ପଠାଇବାକୁ ମନା କରିଦେଇଥିଲା । ଲିପ୍ଟନ୍ ପରେ ଇଂଲଣ୍ଡର ପ୍ରତିନିଧିତ୍ୱ କରିବା ପାଇଁ ଡର୍‍ହାମ୍ କାଉଣ୍ଟିର ପଶ୍ଚିମ ଅକ୍‍ଲାଣ୍ଡ କ୍ଲବ୍‍କୁ ଆମନ୍ତ୍ରଣ କରିଥିଲେ । ପଶ୍ଚିମ ଅକ୍‍ଲାଣ୍ଡ କ୍ଲବ୍ ୧୯୦୯ରେ ଏହି ପ୍ରତିଯୋଗିତାରେ ବିଜୟ ଲାଭ କରିଥିଲା ଓ ପୁଣି ୧୯୧୧ ମସିହାରେ ନିଜ ବିଜେତା ପଦବୀ ବଜାୟ ରଖିବାରେ ସଫଳ ହୋଇଥିଲା ।

ଗ୍ରୀଷ୍ମକାଳୀନ ଅଲମ୍ପିକ୍‍ରେ ଖେଳାଯାଉଥିବା ଫୁଟବଲ୍ ମ୍ୟାଚ୍‍ଗୁଡ଼ିକୁ ଅନୌପଚାରିକ ବିଶ୍ୱ ଫୁଟବଲ୍ ଚାମ୍ପିୟନ୍‍ଶିପ୍ ଭାବେ ୧୯୧୪ ମସିହାରେ ଫିଫା ମାନ୍ୟତା ଦେଲା ଓ ଏହି ସବୁ ଖେଳର ଆୟୋଜନର ଦାୟିତ୍ୱ ନିଜ ହାତକୁ ନେଲା ।[୧୦] ବିଭିନ୍ନ ମହାଦେଶର ଦଳମାନେ ଭାଗ ନେବା ଫଳରେ ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତାର ମୂଳଦୁଆ ପଡ଼ିଥିଲା । ୧୯୨୦ ଗ୍ରୀଷ୍ମକାଳୀନ ଅଲମ୍ପିକ୍ ଖେଳରେ ମିଶର ସମେତ ୧୩ଟି ଦଳ ଫୁଟବଲ୍ ପ୍ରତିଯୋଗିତାରେ ଖେଳିଥିଲେ ଏବଂ ଏହି ପ୍ରତିଯୋଗିତାରେ ବେଲ୍‍ଜିୟମ୍ ଦଳ ବିଜୟୀ ହୋଇଥିଲା ।[୧୧] ୧୯୨୪ ଓ ୧୯୨୮ ଗ୍ରୀଷ୍ମକାଳୀନ ଅଲମ୍ପିକ୍ ଖେଳରେ ଉରୁଗୁଏ ଦଳ ବିଜୟୀ ହୋଇଥିଲା । ୧୯୨୪କୁ ଫିଫାର ଔପଚାରିକ କାର୍ଯ୍ୟକାଳର ଆରମ୍ଭ ଭାବେ ଗଣନା କରାଯାଇଥାଏ ଏବଂ ଏହି ଦୁଇ ଚାମ୍ପିୟନ୍‍ଶିପ୍‍କୁ ବିଶ୍ୱର ପ୍ରଥମ ଦୁଇ ମୁକ୍ତ ପ୍ରତିଯୋଗିତା କୁହାଯାଇଥାଏ ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବରୁ ଅନୁଷ୍ଠିତ ବିଶ୍ୱକପ

 
ଉରୁଗୁଏର ମଣ୍ଟେଭିଡ଼ିଓସ୍ଥିତ ଏଷ୍ଟାଡ଼ିଓ ସେଣ୍ଟେନାରିଓ ଯେଉଁଠାରେ ୧୯୩୦ ମସିହାର ପ୍ରଥମ ବିଶ୍ୱକପ୍ ଫାଇନାଲ୍ ଖେଳାଯାଇଥିଲା

ଅଲମ୍ପିକ୍‍ରେ ଖେଳାଯାଉଥିବା ଫୁଟବଲ୍‍ର ସଫଳତା ଓ ଲୋକପ୍ରିୟତା ଯୋଗୁଁ ଫିଫା ସଭାପତି ଜୁଲ୍‍ସ୍ ରିମେଟ୍ ଫିଫାର ଏକ ସ୍ୱତନ୍ତ୍ର ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ କରିବାର ମନ ବଳାଇଲେ । ୧୯୨୮ ମସିହା ମଇ ୨୮ ତାରିଖ ଦିନ ଆମ୍‍ଷ୍ଟରଡାମ୍ ସହରରେ ଏକତ୍ରିତ ହୋଇଥିବା ଫିଫା କଂଗ୍ରେସ୍‍ର ସଦସ୍ୟମାନେ ଏକ ସ୍ୱତନ୍ତ୍ର ବିଶ୍ୱ ଚାମ୍ପିୟନ୍‍ଶିପ୍ ଆୟୋଜନ କରିବା ନିଷ୍ପତ୍ତିକୁ ଅନୁମୋଦନ ପ୍ରଦାନ କଲେ ।[୧୨] ମଣ୍ଟେଭିଡ଼ିଓ ଚୁକ୍ତିନାମା (୧୯୨୮) ଓ ଉରୁଗୁଏର ସ୍ୱାଧୀନତା ଉତ୍ସବ ପାଳନ କରିବା ଅବସରରେ ୧୯୩୦ ମସିହାରେ ଫିଫା ଉରୁଗୁଏକୁ ପ୍ରଥମ ଆୟୋଜକ ଭାବେ ଚୟନ କଲା । ଉରୁଗୁଏରେ ୧୯୩୦ ମସିହାର ପ୍ରଥମ ଫିଫା ବିଶ୍ୱକପ୍ ଖେଳାଯାଇଥିଲା ।

କିଛି ନିର୍ଦ୍ଦିଷ୍ଟ ଦେଶରୁ ଗୋଟିଏ ଲେଖାଏଁ ଜାତୀୟ ଦଳ ପଠାଇବାକୁ ଅନୁରୋଧ କରାଗଲା । କିନ୍ତୁ ଉରୁଗୁଏ ପହଞ୍ଚିବା ପାଇଁ ୟୁରୋପୀୟ ଦଳମାନଙ୍କୁ ଆଟ୍‍ଲାଣ୍ଟିକ୍ ମହାସାଗର ଅତିକ୍ରମ କରି ଏକ ଲମ୍ବା ଓ ବ୍ୟୟବହୁଳ ଯାତ୍ରାରେ ଯିବାକୁ ପଡ଼ୁଥିଲା । ଏହି କାରଣରୁ ବିଶ୍ୱକପ୍ ଆରମ୍ଭ ହେବାକୁ ମାତ୍ର ୨ ମାସ ରହିଥିଲେ ହେଁ କୌଣସି ୟୁରୋପୀୟ ଦେଶ ନିଜ ଦଳ ପଠାଇବାକୁ ରାଜି ହେଲେନାହିଁ । ଜୁଲ୍‍ସ୍ ରିମେଟ୍ ବେଲ୍‍ଜିୟମ୍, ଫ୍ରାଂସ୍, ରୋମେନିଆ ଓ ୟୁଗୋସ୍ଲାଭିଆ ଦଳମାନଙ୍କୁ ପରେ ମନାଇବାରେ ସଫଳ ହେଲେ ଓ ଏହି ଦଳ ସବୁ ବିଶ୍ୱକପ୍ ଖେଳିବା ପାଇଁ ଯାତ୍ରା କଲେ । ଏହି ବିଶ୍ୱକପ୍‍ରେ ସର୍ବମୋଟ ୧୩ଟି ଦଳ (ଦକ୍ଷିଣ ଆମେରିକାରୁ ୭, ୟୁରୋପ୍‍ରୁ ୪ ଓ ଉତ୍ତର ଆମେରିକାରୁ ୨) ଭାଗନେଇଥିଲେ ।

୧୯୩୦ ମସିହା ଜୁଲାଇ ୧୩ ତାରିଖ ଦିନ ପ୍ରଥମ ବିଶ୍ୱକପର ଦୁଇଟି ମ୍ୟାଚ୍ ଖେଳାଗଲା ଏବଂ ଏହି ମ୍ୟାଚ୍‍ଗୁଡ଼ିକରେ ଫ୍ରାଂସ୍ (ମେକ୍ସିକୋକୁ ୪-୧ ଗୋଲ୍‍ରେ ହରାଇ) ଏବଂ ଯୁକ୍ତରାଷ୍ଟ୍ର ଆମେରିକା (ବେଲ୍‍ଜିୟମ୍‍କୁ ୩-୦ ଗୋଲ୍‍ରେ ହରାଇ) ବିଜୟ ଲାଭ କରିଥିଲେ । ଫ୍ରାଂସ୍‍ର ଲୁସିଏନ୍ ଲରେଣ୍ଟ୍ ଫିଫା ବିଶ୍ୱକପର ପ୍ରଥମ ଗୋଲ୍ କରିଥିଲେ ।[୧୩] ୧୯୩୦ ମସିହାରେ ମଣ୍ଟେଭିଡ଼ିଓ ସହରର ୯୩ ହଜାର ଦର୍ଶକଙ୍କ ସାମନାରେ ଫିଫା ବିଶ୍ୱକପ ଫାଇନାଲ୍ ମ୍ୟାଚ୍ ଖେଳାଗଲା ଯେଉଁଥିରେ ଉରୁଗୁଏ ୪-୨ ଗୋଲ୍‍ରେ ଆର୍ଜେଣ୍ଟିନାକୁ ପରାସ୍ତ କରିଥିଲା ଓ ପ୍ରଥମ ଦେଶ ଭାବେ ଫିଫା ବିଶ୍ୱକପ ବିଜୟୀ ହୋଇଥିଲା ।[୧୪]

ଏହି ବିଶ୍ୱକପ ପରେ ଗ୍ରୀଷ୍ମକାଳୀନ ଅଲମ୍ପିକ୍‍ରେ ସଉକ ଦୃଷ୍ଟିରୁ ଖେଳାଯାଉଥିବା ଫୁଟବଲ୍ ମ୍ୟାଚ୍‍କୁ ନେଇ ଫିଫା ଓ ଅନ୍ତର୍ଜାତୀୟ ଅଲମ୍ପିକ୍ ସମିତି ମଧ୍ୟରେ ମତାନ୍ତର ସୃଷ୍ଟି ହେଲା । ତେଣୁ ୧୯୩୨ ଗ୍ରୀଷ୍ମକାଳୀନ ଅଲମ୍ପିକ୍ ଖେଳରୁ ଫୁଟବଲ୍ ବାଦ୍ ପଡ଼ିଥିଲା ।[୧୫] ପୁଣି ୧୯୩୬ ଅଲମ୍ପିକ୍ ଖେଳରେ ଫୁଟବଲ୍ ସ୍ଥାନ ପାଇଲା କିନ୍ତୁ ସେତେବେଳକୁ ଅଲମ୍ପିକ୍ ଫୁଟବଲ୍ ତୁଳନାରେ ବିଶ୍ୱକପର ଲୋକପ୍ରିୟତା ଓ ଚାହିଦା ବଢ଼ି ସାରିଥିଲା ।

ସେ ସମୟରେ ଲାଗି ରହୁଥିବା ଯୁଦ୍ଧ ଓ ଏକ ମହାଦେଶରୁ ଅନ୍ୟ ମହାଦେଶକୁ ଖେଳିବା ପାଇଁ କରିବାକୁ ପଡ଼ୁଥିବା ଲମ୍ବା ଯାତ୍ରା ପ୍ରାରମ୍ଭିକ ବିଶ୍ୱକପ ଆୟୋଜନରେ ବାଧା ସୃଷ୍ଟି କରୁଥିଲେ । ୧୯୩୪ ବିଶ୍ୱକପ ପାଇଁ ଅଳ୍ପସଂଖ୍ୟକ ଉତ୍ତର ଓ ଦକ୍ଷିଣ ଆମେରିକୀୟ ଦଳ ରାଜିଥିଲେ । ବ୍ରାଜିଲ୍ ଓ କ୍ୟୁବାକୁ ଛାଡ଼ି ଅଧିକାଂଶ ଦକ୍ଷିଣ ଆମେରିକୀୟ ଏବଂ ଉତ୍ତର ଆମେରିକୀୟ ଦଳ ୧୯୩୮ ଫିଫା ବିଶ୍ୱକପର ଆମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ । କେବଳ ବ୍ରାଜିଲ୍ ଏହି ଉଭୟ ବର୍ଷ ଭାଗ ନେଇଥିଲା । ୧୯୪୨ ଓ ୧୯୪୬ ମସିହାର ଫିଫା ବିଶ୍ୱକପ ଯଥାକ୍ରମେ ଜର୍ମାନୀ ଓ ବ୍ରାଜିଲ୍ ଆୟୋଜକ ହେବାକୁ ସ୍ଥିର କରିଥିଲେ[୧୬] କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁଁ ଏହି ପ୍ରତିଯୋଗିତା ସବୁ ରଦ୍ଦ କରି ଦିଆଯାଇଥିଲା ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଅନୁଷ୍ଠିତ ବିଶ୍ୱକପ

 
୧୯୫୦ ଫିଫା ବିଶ୍ୱକପର ଅବ୍ୟବହିତ ପୂର୍ବରୁ ମାରାକାନା ଷ୍ଟାଡ଼ିୟମରେ ଖେଳାଯାଇଥିବା ଉଦ୍‍ଘାଟନୀ ମ୍ୟାଚ୍ । ବ୍ରାଜିଲ୍‍ର ଜାତୀୟ ଅଭିଲେଖାଗାରରୁ ଉଦ୍ଧୃତ ।

୧୯୫୦ ମସିହାର ଫିଫା ବିଶ୍ୱକପ ବ୍ରାଜିଲଦ୍ୱାରା ଆୟୋଜିତ ହୋଇଥିଲା ଏବଂ ଏଥିରେ ପ୍ରଥମ ଥର ପାଇଁ ବ୍ରିଟିଶ୍ ଦଳ ଅଂଶଗ୍ରହଣ କରିଥିଲା । ୧୯୨୦ ମସିହାରେ ବ୍ରିଟିଶ୍ ଦଳଗୁଡ଼ିକ ଫିଫାରୁ ଓହରି ଯାଇଥିଲେ । ଏହି ବିରୋଧର ମୁଖ୍ୟ କାରଣ ହେଲା - ଏକଦା ବ୍ରିଟିଶ୍‍ମାନେ ଯୁଦ୍ଧରେ ହରାଇଥିବା ଦେଶମାନଙ୍କ ସହିତ ଖେଳିବା, ଫୁଟବଲରେ ଅନ୍ୟ ଦେଶମାନଙ୍କ ପ୍ରଭାବ ବଢ଼ୁଥିବା ବ୍ରିଟେନ୍‍କୁ ପସନ୍ଦ ନଥିଲା ।[୧୭] ତେବେ ପରେ ୧୯୪୬ ମସିହାରେ ଫିଫାର ଆମନ୍ତ୍ରଣରେ ବ୍ରିଟେନ୍ ପୁଣି ଫିଫାରେ ଯୋଗ ଦେଲା ।[୧୮] ପୂର୍ବ ଦୁଇ ବିଶ୍ୱକପକୁ ପ୍ରତ୍ୟାଖ୍ୟାନ କରିଥିବା ଓ ୧୯୩୦ ମସିହାର ବିଶ୍ୱବିଜୟୀ ଦଳ ଉରୁଗୁଏ ମଧ୍ୟ ଏକ ଅନ୍ତରାଳ ପରେ ଏହି ପ୍ରତିଯୋଗିତାରେ ପୁନଃ ଯୋଗଦାନ କଲା । ଆୟୋଜକ ବ୍ରାଜିଲ୍‍କୁ ଫାଇନାଲରେ ପରାସ୍ତ କରି ଉରୁଗୁଏ ପୁଣି ବିଶ୍ୱବିଜେତା ଉପାଧି ମଣ୍ଡିତ କରିଥିଲା ।

୧୯୩୪ ଓ ୧୯୭୮ ମଧ୍ୟରେ ପ୍ରତି ବିଶ୍ୱକପରେ ୧୬ଟି ପ୍ରତିଯୋଗୀ ଦଳ ରହିଥିଲେ । କେବଳ ୧୯୩୮ ମସିହାରେ ଏକ ବ୍ୟତିକ୍ରମ ଦେଖାଯାଇଥିଲା ଯେଉଁଥିରେ ଯୋଗ୍ୟତା ହାସଲ କରିଥିବା ଅଷ୍ଟ୍ରିଆ ଦଳକୁ ନାଜି ଜର୍ମାନୀ ଦଳରେ ମିଶାଇ ଦିଆଯାଇଥିଲା । ତେଣୁ ପ୍ରତିଯୋଗିତାର ଦଳ ସଂଖ୍ୟା ୧୫ ହୋଇଯାଇଥିଲା । ସେହିପରି ୧୯୫୦ରେ ମଧ୍ୟ ଭାରତ, ସ୍କଟଲ୍ୟାଣ୍ଡ ଓ ତୁର୍କୀ ପ୍ରତିଯୋଗିତାରୁ ଓହରି ଯାଇଥିଲେ ଏବଂ ସମୁଦାୟ ଦଳ ସଂଖ୍ୟା ୧୩ ହୋଇଯାଇଥିଲା ।[୧୯] ବିଶ୍ୱକପରେ ଅଂଶଗ୍ରହଣ କରୁଥିବା ଅଧିକାଂଶ ଦଳ ୟୁରୋପ୍ କିମ୍ବା ଦକ୍ଷିଣ ଆମେରିକାର ଦେଶ ଥିଲେ । ଉତ୍ତର ଆମେରିକା, ଏସିଆ, ଆଫ୍ରିକା ବା ଓସେନିଆରୁ ଖୁବ୍ କମ୍ ଦଳ ଏହି ସବୁ ପ୍ରତିଯୋଗିତାରେ ଖେଳୁଥିଲେ । ୟୁରୋପ୍ ଓ ଦକ୍ଷିଣ ଆମେରିକାର ଦଳଗୁଡ଼ିକ ଏମାନଙ୍କୁ ସହଜରେ ହରାଇ ଦେଉଥିଲେ । ୧୯୮୨ ପର୍ଯ୍ୟନ୍ତ ୟୁରୋପୀୟ ବା ଦକ୍ଷିଣ ଆମେରିକୀୟ ବ୍ୟତୀତ ଯେଉଁ ଅଳ୍ପ କିଛି ଦଳ ପ୍ରଥମ ପର୍ଯ୍ୟାୟରୁ ଆଗକୁ ଯାଇପାରିଥିଲେ, ସେମାନେ ହେଲେ – ଯୁକ୍ତରାଷ୍ଟ୍ର ଆମେରିକା (୧୯୩୦ରେ ଶ୍ରେଷ୍ଠ ୪ ପର୍ଯ୍ୟନ୍ତ), କ୍ୟୁବା (୧୯୩୮ରେ ଶ୍ରେଷ୍ଠ ୮ ପର୍ଯ୍ୟନ୍ତ), ଉତ୍ତର କୋରିଆ (୧୯୬୬ରେ ଶ୍ରେଷ୍ଠ ୮ ପର୍ଯ୍ୟନ୍ତ), ମେକ୍ସିକୋ (୧୯୭୦ରେ ଶ୍ରେଷ୍ଠ ୮ ପର୍ଯ୍ୟନ୍ତ) ।

୩୨ଟି ପ୍ରତିଯୋଗୀ ଦଳ ବ୍ୟବସ୍ଥା

 
ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ୨୦୧୦ ବିଶ୍ୱକପ ବେଳେ ଜୋହାନସ୍‍ବର୍ଗ୍‍ର ସକର୍ ସିଟିର ଅଭ୍ୟନ୍ତରର ଏକ ଦୃଶ୍ୟ

୧୯୮୨ ମସିହାରେ ବିଶ୍ୱକପର ପ୍ରତିଦ୍ୱନ୍ଦୀ ସଂଖ୍ୟା ୨୪ଟି ଦଳକୁ[୨୦] ଓ ତାହା ପରେ ୧୯୯୮ରେ ୩୨କୁ ବଢ଼ାଇ ଦିଆଗଲା ।[୨୧] ଉତ୍ତର ଆମେରିକା, ଏସିଆ ଓ ଆଫ୍ରିକାରୁ ଅଧିକ ଦଳ ଖେଳିବାର ସୁଯୋଗ ମଧ୍ୟ ଦିଆଗଲା । ଏହା ପରଠାରୁ ଅନେକ ନୂତନ ଦଳ ବିଶ୍ୱକପରେ ଭଲ ପ୍ରଦର୍ଶନ କରି ନିଜ ଦେଶର ଯଶ ବୃଦ୍ଧି କରିଛନ୍ତି । ୧୯୮୬ରେ ମେକ୍ସିକୋ (ଶ୍ରେଷ୍ଠ ୮ ପର୍ଯ୍ୟନ୍ତ), ୧୯୯୦ରେ କ୍ୟାମେରୁନ୍ (ଶ୍ରେଷ୍ଠ ୮ ପର୍ଯ୍ୟନ୍ତ), ୨୦୦୨ରେ ଦକ୍ଷିଣ କୋରିଆ, ସେନେଗାଲ୍ ଓ ଯୁକ୍ତରାଷ୍ଟ୍ର ଆମେରିକା (ଶ୍ରେଷ୍ଠ ୮ ପର୍ଯ୍ୟନ୍ତ), ୨୦୧୦ରେ ଘାନା (ଶ୍ରେଷ୍ଠ ୮ ପର୍ଯ୍ୟନ୍ତ), ୨୦୧୪ରେ କୋଷ୍ଟାରିକା (ଶ୍ରେଷ୍ଠ ୮ ପର୍ଯ୍ୟନ୍ତ) ଉନ୍ନୀତ ହୋଇ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିପାରିଥିଲେ । ତେବେ ମଧ୍ୟ ୟୁରୋପୀୟ ଓ ଦକ୍ଷିଣ ଆମେରିକୀୟ ଦଳଗୁଡ଼ିକ ନିଜର ପ୍ରଭୁତ୍ୱ ବଜାୟ ରଖିପାରିଛନ୍ତି । ୧୯୯୪, ୧୯୯୮ ଓ ୨୦୦୬ ମସିହାର ଶ୍ରେଷ୍ଠ ୮ ସ୍ଥାନକୁ ୟୁରୋପୀୟ ଓ ଦକ୍ଷିଣ ଆମେରିକୀୟ ଦଳମାନେ ଅକ୍ତିଆର କରିପାରିଥିଲେ ।

ଫିଫା ବିଶ୍ୱକପରେ ଯୋଗ୍ୟତା ପାଇଁ ୨୦୦୨ ମସିହାରେ ୨୦୦ଟି ଦଳ, ୨୦୦୬ରେ ୧୯୮ଟି ଦଳ ଏବଂ ୨୦୧୦ ମସିହାରେ ୨୦୪ଟି ଦଳଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା ।[୨୨]

୪୮ଟି ପ୍ରତିଯୋଗୀ ଦଳ ବ୍ୟବସ୍ଥା

୨୦୧୩ ମସିହା ଅକ୍ଟୋବର ମାସରେ ସେପ୍ ବ୍ଲାଟର୍ ବିଶ୍ୱକପରେ କ୍ୟାରିବିଆନ୍ ଫୁଟବଲ୍ ସଂଘକୁ ସ୍ଥାନ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।[୨୩] ୨୦୧୩ ମସିହା ଅକ୍ଟୋବର ୨୫ ତାରିଖରେ ପ୍ରକାଶିତ ଫିଫା ସାପ୍ତାହିକୀର (FIFA Weekly) ସଂସ୍କରଣରେ ବ୍ଲାଟର୍ ଲେଖିଥିଲେ ଯେ: "ଖେଳୁଆଡ଼ ମନୋଭାବ ଦୃଷ୍ଟିରୁ ମୁଁ କ୍ରୀଡ଼ାର ଭୂମଣ୍ଡଳୀକରଣ (globalisation) ପ୍ରତି ଜୋର ଦେବାକୁ ଚାହେଁ । ମୁଁ ଚାହେଁ ଯେ ଆଫ୍ରିକୀୟ ଓ ଏସୀୟ ଦେଶର ସଂଘମାନଙ୍କୁ ଫିଫା ବିଶ୍ୱକପରେ ସେମାନଙ୍କ ପ୍ରାପ୍ୟ ସ୍ଥାନ ଓ ମାନ ମିଳୁ । ୟୁରୋପୀୟ ଓ ଦକ୍ଷିଣ ଆମେରିକୀୟ ଦେଶର ସଂଘମାନେ ଏକଚାଟିଆ ବିଶ୍ୱକପରେ ସର୍ବାଧିକ ସ୍ଥାନ ଅଧିକାର କରୁଥାନ୍ତୁ – ଏହା ଠିକ୍ ନୁହେଁ ।"[୨୪] ଅଧିକ ଲୋକଙ୍କୁ ଖୁସି କରାଇଥିବା ଏପରି ମତରୁ କିଛି ବିଶ୍ଳେଷକଙ୍କୁ ମନେ ହେଲା ଯେ ବ୍ଲାଟର୍ ଫିଫାର ସଭାପତି ଭାବେ ପୁନଃ ନିର୍ବାଚିତ ହେବା ପାଇଁ ଚେଷ୍ଟା ଚଳାଇଛନ୍ତି ।[୨୫]

ପତ୍ରିକା ପ୍ରକାଶିତ ହେବା ପରେ ବ୍ଲାଟର୍‍ଙ୍କ ଭବିଷ୍ୟତର ପ୍ରତିଦ୍ୱନ୍ଦୀ ଓ ୟୁରୋପୀୟ ଫୁଟବଲ୍ ସଂଘର ତତ୍କାଳୀନ ସଭାପତି ମିସେଲ୍ ପ୍ଲାଟିନି ବିଶ୍ୱକପରେ ୪୦ଟି ଦଳ ଭାଗ ନେବା ସପକ୍ଷରେ ମତ ପୋଷଣ କରିଥିଲେ । ପ୍ଲାଟିନି କହିଲେ ଯେ ସେ ୟୁରୋପୀୟ ସଂଘକୁ ଅତିରିକ୍ତ ୧ଟି, ଏସୀୟ ଓ ଆଫ୍ରିକୀୟ ସଂଘକୁ ଅତିରିକ୍ତ ୨ଟି ଲେଖାଏଁ, CONCACAF ଓ CONMEBOL ମଧ୍ୟରେ ୨ଟି, ଓସେନିଆ ସଂଘକୁ ଏକ ସ୍ଥାୟୀ ସ୍ଥାନ ଦେଇ ପ୍ରତିଯୋଗୀ ଦଳଙ୍କ ସଂଖ୍ୟା ୩୨ରୁ ବଢ଼ାଇ ୪୦ କରିବେ ।[୨୬] ବିଶ୍ୱକପରେ ଦଳ ସଂଖ୍ୟା ବୃଦ୍ଧି କରିବା ବିଷୟରେ ପ୍ଲାଟିନି ସ୍ପଷ୍ଟ ମତ ରଖି କହିଥିଲେ ଯେ – ବିଶ୍ୱକପରେ ପ୍ରତିଯୋଗିତାର ମାନ ବୃଦ୍ଧି ଉପରେ ଜୋର୍ ଦିଆଯାଏ ନାହିଁ କାରଣ ୩୨ଟି ପ୍ରତିଯୋଗୀ ଦଳଙ୍କ ମଧ୍ୟରୁ ସମସ୍ତେ ବିଶ୍ୱର ଶ୍ରେଷ୍ଠ ଓ ଉନ୍ନତ ଦଳ ବୋଲି କହିହେବ ନାହିଁ । କାମ ଚଳାଇବା ଦୃଷ୍ଟିରୁ ଏହା ଏକ ଉତ୍ତମ ପନ୍ଥା ମାତ୍ର । ଅଧିକ ଆଫ୍ରିକୀୟ ବା ଅନ୍ୟ ଦଳ ଭାଗ ନେବା ଏକ ରାଜନୈତିକ ପ୍ରଶ୍ନ ହୋଇପାରେ । କିନ୍ତୁ ପ୍ରତିଯୋଗିତାର ଲକ୍ଷ୍ୟ ହେଲା ସମଗ୍ର ବିଶ୍ୱବାସୀଙ୍କୁ ନିକଟତର କରାଇବା । ଯଦି ଅନ୍ୟ ଦଳମାନଙ୍କୁ ଭାଗ ନେବାର ସୁଯୋଗ ଦିଆ ନଯାଏ, ସେମାନଙ୍କ ଖେଳରେ ଉନ୍ନତି ଆଣିବା ଅସମ୍ଭବ ।"[୨୬]

୨୦୧୬ ମସିହା ଅକ୍ଟୋବରରେ ଫିଫା ସଭାପତି ଜିଆନି ଇନ୍‍ଫାଣ୍ଟିନୋ ୨୦୨୬ ବିଶ୍ୱକପକୁ ଏକ ୪୮ ଦଳୀୟ ପ୍ରତିଯୋଗିତା କରିବା ସପକ୍ଷରେ ମତ ପୋଷଣ କଲେ ।[୨୭] ୨୦୧୭ ମସିହା ଜାନୁଆରୀ ୧୦ ତାରିଖ ଦିନ ଫିଫା ଘୋଷଣା କଲା ଯେ ୨୦୨୬ ବିଶ୍ୱକପରେ ୪୮ଟି ଦଳ ଭାଗ ନେବେ ।[୨୮]

୨୦୧୫ ଫିଫା ଦୁର୍ନୀତି ବିବାଦ

ମଇ ୨୦୧୫ ବେଳକୁ ଫିଫାରେ ଲାଞ୍ଚ, ଠକେଇ ଓ ପ୍ରସାରଣ ଅଧିକାରର ଆବଣ୍ଟନରେ ଦୁର୍ନିତି, କଳାଧନକୁ ଧଳା କରିବା – ଏପରି ଅନେକ ଅଭିଯୋଗ ଯୋଗୁଁ ଫିଫା ଆୟୋଜିତ ପ୍ରତିଯୋଗିତା ସବୁ ଲୋକଙ୍କ ଆଶଙ୍କାର କଳା ବାଦଲ ଘୋଡ଼ାଇ ହୋଇଯାଇଥିଲା ।[୨୯] ୨୪ ବର୍ଷରେ ଫିଫା ଅଧିକାରୀମାନେ ୧୫ କୋଟି ଆମେରିକୀୟ ଡଲାର୍‍ରୁ ଅଧିକ ଲାଞ୍ଚ ଗ୍ରହଣ କରିଥିବାର ଅଭିଯୋଗ ହୋଇଥିଲା । ମଇ ମାସର ଶେଷ ବେଳକୁ ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟାୟ ବିଭାଗ ୧୪ ଜଣ ଫିଫା ଅଧିକାରୀଙ୍କ ବିରୁଦ୍ଧରେ ୪୭ଟି ବିଭିନ୍ନ ପ୍ରକାରର ଅପରାଧିକ ମାମଲା ରୁଜୁ କରିଥିଲା । ପରେ ମଇ ୨୯ ଓ ଡିସେମ୍ବର ୩ ତାରିଖରେ ୧୨ ଜଣ ଫିଫା ଅଧିକାରୀ ଗିରଫ ମଧ୍ୟ ହୋଇଥିଲେ ।[୩୦] ୨୦୧୫ ମସିହାର ଶେଷ ବେଳକୁ ୯ ଜଣ ଫିଫା ଅଧିକାରୀ, ୫ ଜଣ କ୍ରୀଡ଼ା ପ୍ରସାରଣ ସଂସ୍ଥାର କର୍ମଚାରୀଙ୍କ ବିରୁଦ୍ଧରେ ଦୁର୍ନୀତିର ମାମଲା ରୁଜୁ କରାଯାଇ ସାରିଥିଲା । ଏହି ସମୟରେ ଫିଫା ସଭାପତି ସେପ୍ ବ୍ଲାଟର୍ ୨୦୧୬ ମସିହା ଫେବୃଆରୀ ମାସରେ ଇସ୍ତଫା ଦେବାର ଘୋଷଣା କରିଥିଲେ।[୩୧]

୨୦୧୫ ମସିହା ଜୁନ୍ ୪ ତାରିଖରେ ଚକ୍ ବ୍ଲେଜର୍ ପଚରାଉଚରା ବେଳେ ସେ ଏବଂ ଅନେକ ଫିଫା ଅଧିକାରୀ ୧୯୯୮ ଓ ୨୦୧୦ ବିଶ୍ୱକପର ଆୟୋଜନକୁ ନେଇ ଲାଞ୍ଚ ଗ୍ରହଣ କରିଥିବା ବିଷୟ ଏଫ୍. ବି. ଆଇ. ଓ ସ୍ୱିସ୍ ଅନୁସନ୍ଧାନକାରୀ ସଂସ୍ଥାଙ୍କ ସମ୍ମୁଖରେ ମାନିଥିଲେ ।[୩୨] ୨୦୧୫ ମସିହା ଜୁନ୍ ୧୦ ତାରିଖରେ ସ୍ୱିସ୍ ଅନୁସନ୍ଧାନକାରୀ ସଂସ୍ଥା ସେପ୍ ବ୍ଲାଟର୍‍ଙ୍କ ସମସ୍ତ କାର୍ଯ୍ୟାଳୟର କମ୍ପ୍ୟୁଟରରୁ ବହୁ ତଥ୍ୟ ବରାମତ କରିଥିଲେ ।[୩୩] ୨୦୧୮ ଓ ୨୦୨୨ ବିଶ୍ୱକପର ଆୟୋଜନକୁ ନେଇ ପୁଣି ଦୁର୍ନୀତି ଅଭିଯୋଗ (ଗାର୍ସିଆ ରିପୋର୍ଟ୍) ପ୍ରକାଶ ପାଇବାରୁ ସେହିଦିନ ଫିଫା ୨୦୨୬ର ଆୟୋଜନ ପାଇଁ ହେବାକୁ ଥିବା ନିଲାମ ପ୍ରକ୍ରିୟାକୁ ଘୁଞ୍ଚାଇ ଦେଇଥିଲା । ଫିଫାର ତତ୍କାଳୀନ ସେକ୍ରେଟାରୀ ଜେନେରାଲ୍ ଜେରୋମ୍ ୱାଲ୍‍କେ କହିଥିଲେ ଯେ "ବର୍ତ୍ତମାନର ପରିସ୍ଥିତିରେ କୌଣସି ପ୍ରକାରର ନିଲାମ ପ୍ରକ୍ରିୟା ଆରମ୍ଭ କରିବା ଠିକ୍ ହେବନାହିଁ ।"[୩୪] ୨୦୧୫ ଅକ୍ଟୋବର ୨୮ ତାରିଖରେ ବ୍ଲାଟର୍ ଓ ଫିଫା ଉପସଭାପତି ମିସେଲ୍ ପ୍ଲାଟିନି ୯୦ଦିନ ପାଇଁ ନିଲମ୍ବିତ ହୋଇଥିଲେ । ତେବେ ଗଣମାଧ୍ୟମ ସମ୍ମୁଖରେ ଉଭୟ ନିଜକୁ ନିର୍ଦ୍ଦୋଷ ବୋଲି ମତ ରଖିଥିଲେ ।[୩୫]

୨୦୧୫ ମସିହା ଡିସେମ୍ବର ୩ ତାରିଖରେ ଜୁରିକ୍ ସହରର ଏକ ହୋଟେଲ୍‍ରୁ ଆଉ ୨ ଜଣ ଫିଫା ଉପସଭାପତିଙ୍କୁ ଗିରଫ କରାଯାଇଥିଲା । ପୂର୍ବେ ମଇ ମାସରେ ଏହି ହୋଟେଲ୍‍ରୁ ୭ ଜଣ ଫିଫା କର୍ମଚାରୀଙ୍କୁ ଗିରଫ କରାଯାଇଥିଲା ।[୩୬] ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟାୟ ବିଭାଗ ତରଫରୁ ପୁଣି ୧୬ଟି ଅପରାଧିକ ମାମଲା ଯୋଡ଼ା ଯାଇଥିଲା ।[୩୭]

ଅନ୍ୟ ଫିଫା ପ୍ରତିଯୋଗିତା

ବିଶ୍ୱକପ ଟ୍ରଫି

୧୯୩୦ରୁ ୧୯୭୦ ପର୍ଯ୍ୟନ୍ତ ବିଶ୍ୱକପ ବିଜେତା ଦଳକୁ ଜୁଲ୍‍ସ୍ ରିମେଟ୍ ଟ୍ରଫି ପ୍ରଦାନ କରାଯାଉଥିଲା । ଏହି ଟ୍ରଫିକୁ ବିଶ୍ୱକପ (World Cup) ବା କୁପେ ଡୁ ମୋଣ୍ଡେ (Coupe du Monde) ବୋଲି କୁହାଯାଉଥିଲା । ପ୍ରଥମ ଫିଫା ବିଶ୍ୱକପର ପ୍ରାରମ୍ଭ କରାଇଥିବାରୁ ୧୯୪୬ ମସିହା ପରଠାରୁ ଏହାକୁ ଜୁଲ୍‍ସ୍ ରିମେଟ୍‍ଙ୍କ ନାମରେ ନାମିତ କରାଯାଇଥିଲା । ୧୯୭୦ ମସିହା ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ଜିତିବା ପରେ ବ୍ରାଜିଲ ଦଳକୁ ବିଶ୍ୱକପ ଟ୍ରଫି ସବୁ ଦିନ ପାଇଁ ରଖିଦେବାର ଅନୁମତି ମିଳିଲା । ଅବଶ୍ୟ ୧୯୮୩ ମସିହାରେ ଏହି ଟ୍ରଫି ଚୋରି ହୋଇଯାଇଥିଲା । ଚୋରମାନେ ଏହି ଟ୍ରଫିଟିକୁ ତରଳାଇ ଦେଇଥିବାରୁ ଏହି ଟ୍ରଫି ସେମାନଙ୍କଠାରୁ ଜବତ କରାଯାଇପାରିଲା ନାହିଁ ।[୩୮]

୧୯୭୦ ମସିହା ପରେ ଏକ ନୂଆ ଫିଫା ବିଶ୍ୱକପ ଟ୍ରଫିର ପ୍ରଚଳନ କରାଗଲା । ୭ଟି ଦେଶର ଫିଫା ପ୍ରତିନିଧିଙ୍କ ଦେଖରେଖରେ ୫୩ଟି ବିଭିନ୍ନ ମଡେଲ୍‍ ମଧ୍ୟରୁ ଇଟାଲୀୟ ଶିଳ୍ପୀ ସିଲ୍‍ଭିଓ ଗାଜ୍ଜାନିଗାଙ୍କ ବିଶ୍ୱକପ ଟ୍ରଫି ମଡେଲ୍‍ଟିକୁ ଚୟନ କରାଯାଇଥିଲା । ନୂଆ ବିଶ୍ୱକପ ଟ୍ରଫିଟିର ଉଚ୍ଚତା ୩୬ ସେଣ୍ଟିମିଟର୍ ଓ ଏହା ୧୮ କ୍ୟାରେଟ୍ (୭୫%) ଶୁଦ୍ଧ ସୁନାରେ ନିର୍ମିତ । ଏହାର ଓଜନ ପ୍ରାୟ ୬.୧୭୫ କିଲୋଗ୍ରାମ୍ । ଟ୍ରଫିର ତଳଭାଗରେ ଦୁଇଟି ସ୍ତର ମାଲାକାଇଟ୍ ରହିଥାଏ । ୧୯୭୪ ମସିହା ପରଠାରୁ ବିଶ୍ୱକପ ପ୍ରତିଯୋଗିତାର ଆୟୋଜନ ବର୍ଷ ଓ ସେହି ବର୍ଷର ବିଜେତାମାନଙ୍କ ନାମ ଟ୍ରଫିର ନିମ୍ନ ଭାଗରେ ଖୋଦିତ ହୋଇ ଲେଖାଯାଇଥାଏ । ଏହି ଟ୍ରଫିର ବ୍ୟାଖ୍ୟା ପ୍ରଦାନ କରି ଗାଜ୍ଜାନିଗା ଲେଖିଛନ୍ତି : "The lines spring out from the base, rising in spirals, stretching out to receive the world. From the remarkable dynamic tensions of the compact body of the sculpture rise the figures of two athletes at the stirring moment of victory."[୩୯]

ବର୍ତ୍ତମାନ ସମୟରେ ବିଶ୍ୱବିଜେତା ଦଳକୁ ଟ୍ରଫିଟିଏ ସବୁବେଳ ପାଇଁ ପ୍ରଦାନ କରିଦିଆଯାଉଛି । ବିଶ୍ୱକପ ଜିତିବା ପରେ ହେଉଥିବା ବିଜୟ ସମ୍ବର୍ଦ୍ଧନା ଉତ୍ସବ ପର୍ଯ୍ୟନ୍ତ ବିଜୟୀ ଦଳ ମୁଖ୍ୟ ଟ୍ରଫିଟି ଧରିବାର ସୁଯୋଗ ପାଆନ୍ତି । ତାହା ପରେ ସେମାନଙ୍କୁ ସୁନା ଚଢ଼ା ହୋଇଥିବା ଏକ ଅବିକଳ ନକଲ ଟ୍ରଫିଟିଏ ସବୁ ବେଳ ପାଇଁ ପ୍ରଦାନ କରାଯାଇଥାଏ ।[୪୦]

ବର୍ତ୍ତମାନ ସମୟରେ ବିଜୟୀ ଦଳର ଖେଳାଳୀ, ପ୍ରଶିକ୍ଷକ ଓ ମୁଖ୍ୟ ତତ୍ତ୍ୱାବଧାରକଙ୍କୁ ଫିଫା ବିଶ୍ୱକପ ଟ୍ରଫିର ଚିତ୍ର ରହିଥିବା ଏକ ପଦକ ପ୍ରଦାନ କରାଯାଇଥାଏ । ବିଜେତା, ଦ୍ୱିତୀୟ ସ୍ଥାନ ଓ ତୃତୀୟ ସ୍ଥାନର ଦଳମାନଙ୍କୁ ଯଥାକ୍ରମେ ସ୍ୱର୍ଣ୍ଣ, ରୌପ୍ୟ ଓ କାଂସ୍ୟ ନିର୍ମିତ ଏହି ପଦକ ପ୍ରଦାନ କରାଯାଏ । ୨୦୦୨ ବିଶ୍ୱକପରେ ଚତୁର୍ଥ ସ୍ଥାନରେ ରହିଥିବା ଆୟୋଜକ ଦକ୍ଷିଣ କୋରିଆ ଦଳକୁ ମଧ୍ୟ ପଦକ ପ୍ରଦାନ କରାଯାଇଥିଲା । ୧୯୭୮ ବିଶ୍ୱକପ ପୂର୍ବରୁ ଫାଇନାଲ୍ ମ୍ୟାଚ୍ ଓ ତୃତୀୟ ସ୍ଥାନ ପାଇଁ ଉଦ୍ଦିଷ୍ଟ ମ୍ୟାଚ୍ ଶେଷରେ ଦଳର ୧୧ ଖେଳାଳୀଙ୍କୁ ପଦକ ପ୍ରଦାନ କରାଯାଉଥିଲା । ୨୦୦୭ ନଭେମ୍ବରରେ ୧୯୩୦ରୁ ୧୯୭୪ ବିଜେତା ସମସ୍ତ ଦଳକୁ ପଦକ ଦିଆଯିବା ନେଇ ଫିଫା ନିଷ୍ପତ୍ତି ନେଇଥିଲା ।[୪୧][୪୨][୪୩]

ବିଶ୍ୱକପକୁ ରାସ୍ତା

ଯୋଗ୍ୟତା ନିର୍ଣ୍ଣୟ ପର୍ଯ୍ୟାୟ

ମୁଖ୍ୟ ବିଶ୍ୱକପ ପ୍ରତିଯୋଗିତା

ଆୟୋଜକ

 
୧୯୩୦ରୁ ୨୦୨୨ ପର୍ଯ୍ୟନ୍ତ ବିଭିନ୍ନ ଫିଫା ବିଶ୍ୱକପ ଆୟୋଜକ ଦେଶ । ସବୁଜ: ଗୋଟିଏ ଥର; ଗାଢ଼ ସବୁଜ: ଦୁଇ ଥର; ଫିକା ସବୁଜ: ପ୍ରସ୍ତାବିତ ଆୟୋଜକ

ଚୟନ ପ୍ରକ୍ରିୟା

ରାଷ୍ଟ୍ରମାନଙ୍କ ପ୍ରଦର୍ଶନ

ରାଷ୍ଟ୍ରମାନଙ୍କ ଅଂଶଗ୍ରହଣ

ବର୍ଷଆୟୋଜକଷ୍ଟାଡ଼ିୟମ୍/
ସହର
ଦର୍ଶକ ଉପସ୍ଥିତିମ୍ୟାଚ୍ ସଂଖ୍ୟାହାରାହାରି ଉପସ୍ଥିତିସର୍ବାଧିକ ଦର୍ଶକ ଉପସ୍ଥିତି
ସର୍ବାଧିକ ଦର୍ଶକ ଉପସ୍ଥିତି †ସର୍ବାଧିକ ଦର୍ଶକ ହୋଇଥିବା ମ୍ୟାଚ୍‍ର ସ୍ଥାନ †ସର୍ବାଧିକ ଦର୍ଶକ ଦେଖିଥିବା ମ୍ୟାଚ୍ †
୧୯୩୦ଉରୁଗୁଏ୩/୧୫୯୦୫୪୯୧୮୩୨୮୦୮୯୩୦୦୦ଏଷ୍ଟାଡ଼ିଓ ସେଣ୍ଟେନାରିଓ, ମଣ୍ଟେଭିଡ଼ିଓଉରୁଗୁଏ ୬-୧ ୟୁଗୋସ୍ଲାଭିଆ (ସେମି ଫାଇନାଲ୍)
୧୯୩୪ଇଟାଲୀ୮/୮୩୬୩୦୦୦୧୭୨୧୩୫୩୫୫୦୦୦ଷ୍ଟାଡ଼ିଓ ନାଜିଓନାଲେ ପି.ଏନ୍.ଏଫ୍, ରୋମ୍ଇଟାଲୀ ୨-୧ ଚେକୋସ୍ଲୋଭାକିଆ (ଫାଇନାଲ୍)
୧୯୩୮ଫ୍ରାଂସ୍୧୦/୯୩୭୫୭୦୦୧୮୨୦୮୭୨୫୮୪୫୫ଷ୍ଟାଡେ ଓଲାଇମ୍ପ୍ ଡି କୋଲୋମ୍ବେସ୍, ପ୍ୟାରିସ୍ଫ୍ରାଂସ୍ ୧-୩ ଇଟାଲୀ, କ୍ୱାର୍ଟର୍ ଫାଇନାଲ୍
୧୯୫୦ବ୍ରାଜିଲ୍୬/୬୧୦୪୫୨୪୬୨୨୪୭୫୧୧୧୭୧୭୭୨ମାରାକାନା ଷ୍ଟାଡ଼ିୟମ୍, ରିଓ ଡି ଜେନିରୋବ୍ରାଜିଲ୍ ୧-୨ ଉରୁଗୁଏ, ଫାଇନାଲ୍
୧୯୫୪ସ୍ୱିଜରଲ୍ୟାଣ୍ଡ୬/୬୭୬୮୬୦୭୨୬୨୯୫୬୨୬୩୦୦୦ୱାଂକ୍‍ଡୋର୍ଫ୍ ଷ୍ଟାଡ଼ିୟମ୍, ବର୍ଣ୍ଣ୍ପଶ୍ଚିମ ଜର୍ମାନୀ ୩-୨ ହଙ୍ଗେରୀ, ଫାଇନାଲ୍
୧୯୫୮ସ୍ୱିଡେନ୍୧୨/୧୨୮୧୯୮୧୦୩୫୨୩୪୨୩୫୦୯୨୮ଉଲ୍ଲେୱି ଷ୍ଟାଡ଼ିୟମ୍, ଗୋଥେନ୍‍ବର୍ଗ୍ବ୍ରାଜିଲ୍ ୨-୦ ସୋଭିଏତ୍ ରାଷ୍ଟ୍ରସଂଘ, ଗ୍ରୁପ୍ ମ୍ୟାଚ୍
୧୯୬୨ଚିଲି୪/୪୮୯୩୧୭୨୩୨୨୭୯୧୨୬୮୬୭୯ଏଷ୍ଟାଡିଓ ନାସିଓନାଲ୍, ସାଣ୍ଟିଆଗୋବ୍ରାଜିଲ୍ ୪-୨ ଚିଲି, ସେମି ଫାଇନାଲ୍
୧୯୬୬ଇଂଲଣ୍ଡ୮/୭୧୫୬୩୧୩୫୩୨୪୮୮୪୮୯୮୨୭୦ୱେମ୍ବ୍‍ଲି ଷ୍ଟାଡ଼ିୟମ୍, ଲଣ୍ଡନ୍ଇଂଲଣ୍ଡ ୪-୨ ପଶ୍ଚିମ ଜର୍ମାନୀ, ଫାଇନାଲ୍
୧୯୭୦ମେକ୍ସିକୋ୫/୫୧୬୦୩୯୭୫୩୨୫୦୧୨୪୧୦୮୧୯୨ଏଷ୍ଟାଡ଼ିଓ ଆଜ୍‍ଟେକା, ମେକ୍ସିକୋ ସିଟିମେକ୍ସିକୋ ୧-୦ ବେଲ୍‍ଜିୟମ୍, ଗ୍ରୁପ୍ ମ୍ୟାଚ୍
୧୯୭୪ପଶ୍ଚିମ ଜର୍ମାନୀ୯/୯୧୮୬୫୭୫୩୩୮୪୯୦୯୯୮୩୧୬୮ଓଲିମ୍ପିଆଷ୍ଟାଡ଼ିଓନ୍, ପଶ୍ଚିମ ବର୍ଲିନ୍ପଶ୍ଚିମ ଜର୍ମାନୀ ୧-୦ ଚିଲି, ଗ୍ରୁପ୍ ମ୍ୟାଚ୍
୧୯୭୮ଆର୍ଜେଣ୍ଟିନା୬/୫୧୫୪୫୭୯୧୩୮୪୦୬୭୯୭୧୭୧୨ରିଭର୍ ପ୍ଲେଟ୍ ଷ୍ଟାଡ଼ିୟମ୍, ବୁଏନୋସ୍ ଏଇରିସ୍ଇଟାଲୀ ୧-୦ ଆର୍ଜେଣ୍ଟିନା, ଗ୍ରୁପ୍ ମ୍ୟାଚ୍
୧୯୮୨ସ୍ପେନ୍୧୭/୧୪୨୧୦୯୭୨୩୫୨୪୦୫୭୨୯୫୫୦୦କ୍ୟାମ୍ପ୍ ନୋଆ, ବାର୍ସେଲୋନାଆର୍ଜେଣ୍ଟିନା ୦-୧ ବେଲ୍‍ଜିୟମ୍, ଉଦ୍‍ଘାଟନୀ ମ୍ୟାଚ୍
୧୯୮୬ମେକ୍ସିକୋ୧୨/୧୧୨୩୯୪୦୩୧୫୨୪୬୦୩୯୧୧୪୬୦୦ଏଷ୍ଟାଡ଼ିଓ ଆଜ୍‍ଟେକା, ମେକ୍ସିକୋ ସିଟିମେକ୍ସିକୋ ୧-୧ ପାରାଗୁଏ, ଗ୍ରୁପ୍ ମ୍ୟାଚ୍
ଆର୍ଜେଣ୍ଟିନା ୩-୨ ପଶ୍ଚିମ ଜର୍ମାନୀ, ଫାଇନାଲ୍
୧୯୯୦ଇଟାଲୀ୧୨/୧୨୨୫୧୬୨୧୫୫୨୪୮୩୯୮୭୪୭୬୫ସାନ୍ ସିରୋ, ମିଲାନ୍ପଶ୍ଚିମ ଜର୍ମାନୀ ୪-୧ ୟୁଗୋସ୍ଲାଭିଆ, ଗ୍ରୁପ୍ ମ୍ୟାଚ୍
୧୯୯୪ଯୁକ୍ତରାଷ୍ଟ୍ର ଆମେରିକା୯/୯୩୫୮୭୫୩୮୫୨୬୮୯୯୧୯୪୧୯୪ରୋଜ୍ ବାଓଲ୍, ପାସାଡେନା, କାଲିଫୋର୍ଣ୍ଣିଆବ୍ରାଜିଲ୍ ୦ (୩)-(୨)୦ ଇଟାଲୀ, ଫାଇନାଲ୍
୧୯୯୮ଫ୍ରାଂସ୍୧୦/୧୦୨୭୮୫୧୦୦୬୪୪୩୫୧୭୮୦୦୦୦ଷ୍ଟାଡେ ଡି ଫ୍ରଁସ୍, ସେଣ୍ଟ୍ ଡେନିସ୍ବ୍ରାଜିଲ୍ ୦-୩ ଫ୍ରାଂସ୍, ଫାଇନାଲ୍
୨୦୦୨ଦକ୍ଷିଣ କୋରିଆ
ଜାପାନ
୧୦/୧୦
୧୦/୧୦
୨୭୦୫୧୯୭୬୪୪୨୨୬୯୬୯୦୨୯ଇଣ୍ଟର୍‍ନ୍ୟାସ୍‍ନାଲ୍ ଷ୍ଟାଡ଼ିୟମ୍ ୟୋକୋହାମା, ଜାପାନବ୍ରାଜିଲ୍ ୨-୦ ଜର୍ମାନୀ, ଫାଇନାଲ୍
୨୦୦୬ଜର୍ମାନୀ୧୨/୧୨୩୩୫୯୪୩୯୬୪୫୨୪୯୧୭୨୦୦୦ଓଲିମ୍ପିଆଷ୍ଟାଡ଼ଓନ୍, ବର୍ଲିନ୍ଜର୍ମାନୀ ୧(୪)-(୨)୧ ଆର୍ଜେଣ୍ଟିନା, କ୍ୱାର୍ଟର୍ ଫାଇନାଲ୍
୨୦୧୦ଦକ୍ଷିଣ ଆଫ୍ରିକା୧୦/୯୩୧୭୮୮୫୬୬୪୪୯୬୭୦୮୪୪୯୦ସକର୍ ସିଟି, ଜୋହାନସ୍‍ବର୍ଗ୍ସ୍ପେନ୍ ୧-୦ ନେଦର୍‍ଲ୍ୟାଣ୍ଡ୍‍ସ୍, ଫାଇନାଲ୍
୨୦୧୪ବ୍ରାଜିଲ୍୧୨/୧୨୩୪୨୯୮୭୩୬୪୫୩୫୯୨୭୪୭୩୮ମାରାକାନା ଷ୍ଟାଡ଼ିୟମ୍, ରିଓ ଡି ଜେନିଏରୋଜର୍ମାନୀ ୧-୦ ଆର୍ଜେଣ୍ଟିନା, ଫାଇନାଲ୍
୨୦୧୮ଋଷ୍୧୨/୧୧୬୪ଲୁଝନୀକୀ ଷ୍ଟାଡିୟମ୍, ମସ୍କୋଫ୍ରାନ୍ସ ୪-୨ କ୍ରୋଏସିଆ, ଫାଇନାଲ୍
୨୦୨୨କାତାର୍୮/୫୬୪
୨୦୨୬କାନାଡ଼ା
ମେକ୍ସିକୋ
ଯୁକ୍ତରାଷ୍ଟ୍ର ଆମେରିକା
୩/୩
୩/୩
୧୦/୧୦
୮୦
ସର୍ବାଧିକ୩୭୫୦୦୭୧୦୮୩୬୪୪୮୫୭୧୭୧୭୭୨ମାରାକାନା ଷ୍ଟାଡ଼ିୟମ୍, ରିଓ (୧୯୫୦)

ବେତାର ଓ ଟେଲିଭିଜନ୍ ପ୍ରସାରଣ

ବିଶ୍ୱକପମାନଙ୍କରେ ଫଳାଫଳ

ପ୍ରଥମ ଚାରୋଟି ସ୍ଥାନ ଅକ୍ତିଆର କରିଥିବା ଦଳସମୂହ

ଦଳବିଜେତାଦ୍ୱିତୀୟ ସ୍ଥାନତୃତୀୟ ସ୍ଥାନଚତୁର୍ଥ ସ୍ଥାନଶ୍ରେଷ୍ଠ ୪
ସ୍ଥାନ
ଶ୍ରେଷ୍ଠ ୩
ସ୍ଥାନ
ଶ୍ରେଷ୍ଠ ୨
ସ୍ଥାନ
ବ୍ରାଜିଲ୍୫ (୧୯୫୮, ୧୯୬୨, ୧୯୭୦, ୧୯୯୪, ୨୦୦୨)୨ (୧୯୫୦*, ୧୯୯୮)୨ (୧୯୩୮, ୧୯୭୮)୨ (୧୯୭୪, ୨୦୧୪*)୧୧
ଜର୍ମାନୀ ^୪ (୧୯୫୪, ୧୯୭୪*, ୧୯୯୦, ୨୦୧୪)୪ (୧୯୬୬, ୧୯୮୨, ୧୯୮୬, ୨୦୦୨)୪ (୧୯୩୪, ୧୯୭୦, ୨୦୦୬ *, ୨୦୧୦)୧ (୧୯୫୮)୧୩୧୨
ଇଟାଲୀ୪ (୧୯୩୪ *, ୧୯୩୮, ୧୯୮୨, ୨୦୦୬)୨ (୧୯୭୦, ୧୯୯୪)୧ (୧୯୯୦ *)୧ (୧୯୭୮)
ଆର୍ଜେଣ୍ଟିନା୨ (୧୯୭୮ *, ୧୯୮୬)୩ (୧୯୩୦, ୧୯୯୦, ୨୦୧୪)--
ଉରୁଗୁଏ୨ (୧୯୩୦ *, ୧୯୫୦)--୩ (୧୯୫୪, ୧୯୭୦, ୨୦୧୦)
ଫ୍ରାଂସ୍୨ (୧୯୯୮ *, ୨୦୧୮)୧ (୨୦୦୬)୨ (୧୯୫୮, ୧୯୮୬)୧ (୧୯୮୨)
ଇଂଲଣ୍ଡ୧ (୧୯୬୬ *)--୧ (୧୯୯୦)
ସ୍ପେନ୍୧ (୨୦୧୦)--୧ (୧୯୫୦)
ନେଦରଲ୍ୟାଣ୍ଡ୍‍ସ୍-୩ (୧୯୭୪, ୧୯୭୮, ୨୦୧୦)୧ (୨୦୧୪)୧ (୧୯୯୮)
ହଙ୍ଗେରୀ-୨ (୧୯୩୮, ୧୯୫୪)--
ଚେକୋସ୍ଲୋଭାକିଆ#-୨ (୧୯୩୪, ୧୯୬୨)--
ସ୍ୱିଡେନ୍-୧ (୧୯୫୮*)୨ (୧୯୫୦, ୧୯୯୪)୧ (୧୯୩୮)
ପୋଲାଣ୍ଡ୍--୨ (୧୯୭୪, ୧୯୮୨)--
ଅଷ୍ଟ୍ରିଆ--୧ (୧୯୫୪)୧ (୧୯୩୪)-
ପର୍ତ୍ତୁଗାଲ୍--୧ (୧୯୬୬)୧ (୨୦୦୬)-
ଯୁକ୍ତରାଷ୍ଟ୍ର ଆମେରିକା--୧ (୧୯୩୦)--
ଚିଲି--୧ (୧୯୬୨ *)--
କ୍ରୋଏସିଆ--୧ (୧୯୯୮)--
ତୁର୍କୀ--୧ (୨୦୦୨)--
ୟୁଗୋସ୍ଲାଭିଆ#---୨ (୧୯୩୦, ୧୯୬୨)--
ସୋଭିଏତ୍ ସଂଘ#---୧ (୧୯୬୬)--
ବେଲ୍‍ଜିୟମ୍---୧ (୧୯୮୬)--
ବୁଲ୍‍ଗେରିଆ---୧ (୧୯୯୪)--
ଦକ୍ଷିଣ କୋରିଆ---୧ (୨୦୦୨ *)--
    * = ଆୟୋଜକ ଦେଶ
    ^ = ସମ୍ମିଳିତ ଦେଶମାନଙ୍କ ଫଳାଫଳକୁ ମିଶାଇ (ଯଥା – ୧୯୫୪ରୁ ୧୯୯୦ ପର୍ଯ୍ୟନ୍ତ ପଶ୍ଚିମ ଜର୍ମାନୀ)
    # = ବିଭକ୍ତ ଦେଶମାନଙ୍କ ଫଳାଫଳକୁ ମିଶାଇ[୪୫]

ମହାଦେଶ ଅନୁଯାୟୀ ରାଷ୍ଟ୍ରମାନଙ୍କ ପ୍ରଦର୍ଶନ

କେଉଁ ଦଳ କେତେଥର ଯୋଗ୍ୟତା ହାସଲ କରିଛି (ରାଜ୍ୟସଂଘ ଅନୁଯାୟୀ ତାଲିକା)
ଏସୀୟ ଫୁଟବଲ୍ ରାଷ୍ଟ୍ରସଂଘଆଫ୍ରିକୀୟ ଫୁଟବଲ୍ ରାଷ୍ଟ୍ରସଂଘଉତ୍ତର ଓ କେନ୍ଦ୍ରୀୟ ଆମେରିକା ଓ କ୍ୟାରିବିୟାନ୍ ଫୁଟବଲ୍ ରାଷ୍ଟ୍ରସଂଘଦକ୍ଷିଣ ଆମେରିକୀୟ ଫୁଟବଲ୍ ରାଷ୍ଟ୍ରସଂଘଓସେନିଆ ଫୁଟବଲ୍ ରାଷ୍ଟ୍ରସଂଘୟୁରୋପୀୟ ରାଷ୍ଟ୍ରସଂଘସର୍ବମୋଟ
ଦଳ୩୨୩୯୩୯୮୦୨୩୧୪୨୫
ଶ୍ରେଷ୍ଠ ୧୬ରେ ସ୍ଥାନ୧୩୩୧୮୧୧୪୦[୪୬]
ଶ୍ରେଷ୍ଠ ୮ରେ ସ୍ଥାନ୩୨୯୪୧୩୬[୪୬]
ଶ୍ରେଷ୍ଠ ୪ରେ ସ୍ଥାନ୨୨୫୬୮୦
ଶ୍ରେଷ୍ଠ ୨ରେ ସ୍ଥାନ୧୪୨୬୪୦
ପ୍ରଥମ୧୧୨୦
ଦ୍ୱିତୀୟ୧୫୨୦
ତୃତୀୟ୧୬୨୦
ଚତୁର୍ଥ୧୪୨୦

ବିଶ୍ୱକପରେ ଦିଆଯାଉଥିବା ଅନ୍ୟ ପୁରସ୍କାର

ପ୍ରତି ବିଶ୍ୱକପର ସମାପନରେ ବିଭିନ୍ନ ଦଳ ଓ ଖେଳାଳୀମାନଙ୍କୁ ବିଶେଷ ପ୍ରଦର୍ଶନ ପାଇଁ ପୁରସ୍କାର ଦିଆଯାଇଥାଏ । ଖେଳାଳୀଙ୍କ ଦଳର କ୍ରମ ଉପରେ ଏହି ପୁରସ୍କାର ନିର୍ଭର କରେନାହିଁ । ଫିଫା ବିଶ୍ୱକପରେ ଦିଆଯାଉଥିବା ୬ଟି ବିଭିନ୍ନ ପୁରସ୍କାର ହେଲା :[୪୭]

  • ସୁନେଲି ବଲ୍ (ଗୋଲ୍ଡେନ୍ ବଲ୍ - Golden Ball) : ଏହି ପୁରସ୍କାର ସବୁଠାରୁ ଉତ୍ତମ ପ୍ରଦର୍ଶନ କରିଥିବା ଖେଳାଳୀକୁ ମିଳିଥାଏ । ଗଣମାଧ୍ୟମର ପ୍ରତିନିଧିମାନଙ୍କ ମତାନୁସାରେ ଏହି ପୁରସ୍କାର ନିର୍ଣ୍ଣୟ କରାଯାଏ । ୧୯୮୨ ମସିହାରେ ପ୍ରଥମେ ଏହି ପୁରସ୍କାର ଦିଆଯାଇଥିଲା । ଭୋଟିଂ ଅନୁସାରେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିବା ଖେଳାଳୀଙ୍କୁ ଯଥାକ୍ରମେ ରୌପ୍ୟ ବଲ୍ ଓ କାଂସ୍ୟ ବଲ୍ ପ୍ରଦାନ କରାଯାଇଥାଏ ।[୪୮]
  • ସୁନେଲି ଯୋତା (ଗୋଲ୍ଡେନ୍ ବୁଟ୍ - Golden Boot) : ବିଶ୍ୱକପରେ ସର୍ବାଧିକ ଗୋଲ୍ କରିଥିବା ଖେଳାଳୀକୁ ଏହି ପୁରସ୍କାର ଦିଆଯାଇଥାଏ । ପ୍ରଥମେ ୧୯୮୨ ମସିହାରେ ଏହି ପୁରସ୍କାର ଦିଆଯାଇଥିଲା । କିନ୍ତୁ ପିଛିଲା ଭାବେ ୧୯୩୦ ବିଶ୍ୱକପରୁ ସର୍ବାଧିକ ଗୋଲ୍ କରିଥିବା ସବୁ ଖେଳାଳୀଙ୍କୁ ମଧ୍ୟ ଏହି ପୁରସ୍କାର ମଧ୍ୟ ଦିଆଯାଇଥିଲା । କିଛି ବର୍ଷ ହେଲା ୨ୟ ଓ ୩ୟ ସ୍ଥାନରେ ରହିଥିବା ଖେଳାଳୀଙ୍କୁ ଯଥାକ୍ରମେ ରୌପ୍ୟ ଯୋତା ଓ କାଂସ୍ୟ ଯୋତା ଦିଆଯାଉଛି ।[୪୯]
  • ସୁନେଲି ହାତମୌଜା (ଗୋଲ୍ଡେନ୍ ଗ୍ଲଭ୍ - Golden Glove) : ଏହାକୁ ପୂର୍ବେ ୟାସିନ୍ ଏୱାର୍ଡ଼୍ ବୋଲି କୁହାଯାଉଥିଲା । ବିଶ୍ୱକପର ଶ୍ରେଷ୍ଠ ଗୋଲ୍ କିପର୍‍କୁ ଏହି ପୁରସ୍କାର ମିଳିଥାଏ । ଫିଫାର ଟେକ୍‍ନିକାଲ୍ ଷ୍ଟଡ଼ିଦଳ ଏହି ପୁରସ୍କାରର ବିଜେତା ଚୟନ କରନ୍ତି । ଏହି ପୁରସ୍କାର ୧୯୯୪ ମସିହାରେ ପ୍ରଥମ ଥର ପାଇଁ ଦିଆଯାଇଥିଲା ।[୫୦]
  • ଶ୍ରେଷ୍ଠ ଯୁବ ଖେଳାଳୀ (ବେଷ୍ଟ୍ ୟଂଗ୍ ପ୍ଲେୟାର୍ - Best Young Player) : ୨୧ ବର୍ଷରୁ କମ୍ ବୟସ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳୀଙ୍କୁ ଏହି ପୁରସ୍କାର ମିଳେ । ଫିଫାର ଟେକ୍‍ନିକାଲ୍ ଷ୍ଟଡ଼ିଦଳ ଏହି ପୁରସ୍କାରର ବିଜେତା ଚୟନ କରନ୍ତି । ୨୦୦୬ ମସିହାରୁ ଏହି ପୁରସ୍କାର ଆରମ୍ଭ ହୋଇଥିଲା ।[୫୧]
  • ଶ୍ରେଷ୍ଠ କ୍ରୀଡ଼ା ମନୋଭାବ ପୁରସ୍କାର (ଫିଫା ଫେଆର୍ ପ୍ଲେ ଟ୍ରଫି - FIFA Fair Play Trophy) : ଉତ୍ତମ କ୍ରୀଡ଼ାବିତ୍ ମନୋଭାବ ପ୍ରଦର୍ଶନ କରିଥିବା ଦଳକୁ ଏହି ପୁରସ୍କାର ମିଳିଥାଏ । ଫିଫା ଫେଆର୍ ପ୍ଲେ ସମିତି ଏହି ପୁରସ୍କାର ପାଇଁ ଆବଶ୍ୟକୀୟ ମାନଦଣ୍ଡ ନିର୍ଦ୍ଧାରଣ କରିଥାନ୍ତି । ୧୯୭୮ ମସିହାରୁ ଏହି ପୁରସ୍କାର ଦିଆଯାଉଛି ।[୫୧]
  • ଶ୍ରେଷ୍ଠ ମନୋରଞ୍ଜକ ଦଳ (ମୋଷ୍ଟ୍ ଏଣ୍ଟର୍ଟେନିଂ ଟିମ୍ - Most Entertaining Team) : ଦର୍ଶକଙ୍କୁ ସବୁଠାରୁ ଅଧିକ ମନୋରଞ୍ଜନ ଯୋଗାଇ ଦେଇଥିବା ଦଳ ଏହି ପୁରସ୍କାର ପାଇଥାଏ । ସାଧାରଣ ଜନତାଙ୍କ ପାଇଁ ଉଦ୍ଦୀଷ୍ଟ ଭୋଟିଂ ବ୍ୟବସ୍ଥାରୁ ଏହି ପୁରସ୍କାରର ବିଜେତା ନିର୍ଦ୍ଧାରଣ କରାଯାଏ । ପ୍ରଥମେ ୧୯୯୪ ମସିହାରେ ଏହି ପୁରସ୍କାର ଦିଆଯାଇଥିଲା ।[୫୧]

ପ୍ରତିଯୋଗିତାର ସମସ୍ତ ଶ୍ରେଷ୍ଠ ଖେଳାଳୀଙ୍କୁ ଫିଫାର ସର୍ବ-ତାରକା ଦଳରେ ସ୍ଥାନୀତ କରାଯାଇଥାଏ । ୧୯୯୮ରୁ ଏହି ପୁରସ୍କାର ଦିଆଯାଇ ଆସୁଛି ।

କିର୍ତ୍ତୀମାନ ଓ ପରିସଂଖ୍ୟାନ

 
ଲୋଥାର୍ ମାଟ୍‍ହେଉସ୍ ୫ଟି ବିଶ୍ୱକପ ପ୍ରତିଯୋଗିତାରେ ସର୍ବାଧିକ ୨୫ଟି ମ୍ୟାଚ୍ ଖେଳି କିର୍ତ୍ତୀମାନ ସ୍ଥାପନ କରିଥିଲେ

ବିଶ୍ୱକପରେ ସବୁଠାରୁ ଅଧିକ ମ୍ୟାଚ୍ ଖେଳିବାର କିର୍ତ୍ତୀମାନ ମିଳିତ ଭାବେ ୩ ଜଣଙ୍କ ନାମରେ ରହିଛି । ସେମାନେ ହେଲେ – ମେକ୍ସିକୋର ଆଣ୍ଟୋନିଓ କାର୍ବାୟାଲ୍ (୧୯୫୦-୧୯୬୬) ଓ ରାଫାଏଲ୍ ମାର୍କ୍ୱେଜ୍ (୨୦୦୨-୨୦୧୮) ଏବଂ ଜର୍ମାନୀର ଲୋଥାର୍ ମାଟ୍‍ହେଉସ୍ (୧୯୮୨-୧୯୯୮) ।[୫୨] ସର୍ବାଧିକ ୨୫ଟି ମ୍ୟାଚ୍ ସହିତ ମାଟ୍‍ହେଉସ୍ ହେଉଛନ୍ତି ସବୁଠାରୁ ଅଧିକ ବିଶ୍ୱକପ ମ୍ୟାଚ୍ ଖେଳିଥିବା ଖେଳାଳୀ ।[୫୩] ବ୍ରାଜିଲର ଡେଲ୍‍ମା ସାଣ୍ଟୋସ୍ (୧୯୫୪, ୧୯୫୮, ୧୯୬୨), ପଶ୍ଚିମ ଜର୍ମାନୀର ଫ୍ରାଂଜ୍ ବେକେନ୍‍ବାଉଅର୍ (୧୯୬୬, ୧୯୭୦, ୧୯୭୪) ଓ ଜର୍ମାନୀର ଫିଲିପ୍ ଲାମ୍ (୨୦୦୬, ୨୦୦୮, ୨୦୧୪) ତିନି ବର୍ଷ ଧରି ଫିଫା ବିଶ୍ୱକପର ସର୍ବ-ତାରକା ଦଳରେ (ଅଲ୍ ଷ୍ଟାର୍ ଟିମ୍) ସ୍ଥାନ ପାଇଥିଲେ । ଏପରି କୀର୍ତ୍ତିମାନ କେବଳ ଏହି ତିନିଜଣଙ୍କ ନାମରେ ରହିଛି ।[୫୪]

ଜର୍ମାନୀର ମିରୋସ୍ଲାଭ୍ କ୍ଲୋଜା ୨୦୦୨ରୁ ୨୦୧୪ ବିଶ୍ୱକପ ଯାଏଁ ନିଜ ଦେଶର ପ୍ରତିନିଧିତ୍ୱ କରି ଆସିଛନ୍ତି ଏବଂ ବିଶ୍ୱକପରେ ସର୍ବାଧିକ ୧୬ଟି ଗୋଲ୍ କରିଛନ୍ତି । ୧୯୯୮ର ୨୦୦୬ ବିଶ୍ୱକପ ଖେଳିଥିବା ବ୍ରାଜିଲର ଫୁଟବଲ୍ ତାରକା ରୋନାଲ୍‍ଡୋ ତାହା ପୂର୍ବରୁ ୧୫ଟି ଗୋଲ୍ କରି ରେକର୍ଡ଼୍ କରିଥିଲେ । ୨୦୧୪ ମସିହା ବ୍ରାଜିଲ୍ ବନାମ ଜର୍ମାନୀ ସେମିଫାଇନାଲ୍ ମ୍ୟାଚ୍‍ରେ କ୍ଲୋଜା ରୋନାଲ୍‍ଡୋଙ୍କ ରେକର୍ଡ଼୍ ଅତିକ୍ରମ କରିଥିଲେ । ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଥିବା ଖେଳାଳୀ ହେଲେ ପଶ୍ଚିମ ଜର୍ମାନୀର ଗେର୍ଡ୍ ମ୍ୟୁଲର୍ । ସେ ୧୯୭୦ ଓ ୧୯୭୪ ବିଶ୍ୱକପ ଖେଳି ୧୪ଟି ଗୋଲ୍ କରିଛନ୍ତି ।[୫୫] ଫ୍ରାଂସ୍‍ର ଜଷ୍ଟ୍ ଫୋଣ୍ଟେନ୍ ଏହି ତାଲିକାର ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି । ସେ ୧୯୫୮ ବିଶ୍ୱକପରେ ସମୁଦାୟ ୧୩ଟି ଗୋଲ୍ କରିଛନ୍ତି । ଗୋଟିଏ ବିଶ୍ୱକପ ପ୍ରତିଯୋଗିତାରେ ସର୍ବାଧିକ ଗୋଲ କରିବାର କୀର୍ତ୍ତିମାନ ଫୋଣ୍ଟେନ୍‍ଙ୍କ ନାମରେ ରହିଛି ।[୫୬]

୧୯୩୦ରୁ ୧୯୭୪ ମସିହା ମଧ୍ୟରେ ଖେଳାଯାଇଥିବା ସମସ୍ତ ବିଜେତା ଦଳଙ୍କୁ ପଦକ ଦେବାକୁ ଫିଫା ୨୦୦୭ ମସିହା ନଭେମ୍ବର ମାସରେ ନିଷ୍ପତ୍ତି ନେଇଥିଲା ।[୪୧] ଏହି ନିଷ୍ପତ୍ତି ଫଳରେ ବ୍ରାଜିଲର ପେଲେ ୧୯୫୮, ୧୯୬୨ ଓ ୧୯୭୦ ମସିହାର ବିଶ୍ୱକପ ପାଇଁ ପଦକ ପାଇଥିଲେ । ଏପରି ଭାବେ ତିନି ବର୍ଷ ବିଜେତା ପଦକ ପାଇଥିବାର ସମ୍ମାନ ହାସଲ କରିବାରେ ପେଲେ ହେଉଛନ୍ତି ଏକମାତ୍ର ଖେଳାଳୀ । ୧୯୬୨ ମସିହାର ବିଶ୍ୱକପରେ ପେଲେ ଆଘାତ ଯୋଗୁଁ ଖେଳିପାରି ନଥିଲେ କିନ୍ତୁ ଦଳର ସଦସ୍ୟ ହୋଇଥିବାରୁ ପଦକ ପାଇଥିଲେ ।[୫୭] ଦୁଇ ବର୍ଷ ବିଜେତା ପଦକ ପାଇଥିବା ଅନେକ ଖେଳାଳୀ ରହିଛନ୍ତି । ଏବେ ପର୍ଯ୍ୟନ୍ତ ୭ ଜଣ ଖେଳାଳୀ ସମସ୍ତ ଭିନ୍ନ ପଦକ (ବିଜେତା, ଦ୍ୱିତୀୟ ଓ ତୃତୀୟ ଦଳର ପଦକ) ପାଇଛନ୍ତି । ସେମାନେ ହେଲେ – ପଶ୍ଚିମ ଜର୍ମାନୀର ବେକେନ୍‍ବାଉଅର୍ (୧୯୬୬-୧୯୭୪), ୟୁର୍ଗେନ୍ ଗ୍ରାବୋସ୍କି, ହୋର୍ଷ୍ଟ୍-ଡିଟର୍ ହୋଟ୍‍ଗେସ୍, ସେପ୍ ମାୟର୍ ଓ ୱୁଲ୍‍ଫ୍‍ଗାଂଗ୍ ଓଭେରାଥ୍ (୧୯୬୬-୧୯୭୪), ଇଟାଲୀର ଫ୍ରାଂକୋ ବାରେସି (୧୯୮୨, ୧୯୯୦, ୧୯୯୪) ଓ ଜର୍ମାନୀର ମିରୋସ୍ଲାଭ୍ କ୍ଲୋଜା (୨୦୦୨-୨୦୧୪) ।[୫୮]

ଖେଳାଳୀ ଓ ପ୍ରଶିକ୍ଷକ (କୋଚ୍) ଭାବେ ବିଶ୍ୱକପ ଜିତିଥିବା ମାତ୍ର ଦୁଇ ଜଣ ଖେଳାଳୀ ହେଲେ ବ୍ରାଜିଲର ମାରିଓ ଜାଗାଲୋ ଓ ପଶ୍ଚିମ ଜର୍ମାନୀର ଫ୍ରାଂଜ୍ ବେକେନ୍‍ବାଉଅର୍ । ଜାଗାଲୋ ଖେଳୁଥିବା ବେଳେ ବ୍ରାଜିଲ୍ ୧୯୫୮ ଓ ୧୯୬୨ ମସିହାରେ ଏବଂ କୋଚ୍ ଥିବା ସମୟରେ ୧୯୭୦ ମସିହାରେ ବିଜେତା ହୋଇଥିଲା ।[୫୯] ବେକେନ୍‍ବାଉଅର୍ ଖେଳୁଥିବା ବେଳେ ୧୯୭୪ ଓ କୋଚ୍ ଥିବା ବେଳେ ୧୯୯୦ ମସିହାରେ ଜର୍ମାନୀ ବିଶ୍ୱବିଜେତା ହୋଇଥିଲା ।[୬୦] ନିଜ ଦଳକୁ ଦୁଇଟି ବିଶ୍ୱକପରେ (୧୯୩୪ ଓ ୧୯୩୮) ବିଜୟୀ କରାଇଥିବା ବିଶ୍ୱର ଏକମାତ୍ର କୋଚ୍ ହେଲେ ଇଟାଲୀର ଭିଟ୍ଟୋରିଓ ପୋଜ୍ଜୋ ।[୬୧] ସମସ୍ତ ବିଶ୍ୱବିଜେତା ଦଳର କୋଚ୍ ତାଙ୍କ ନିଜ ଦେଶର । ଅନ୍ୟ ପ୍ରକାରରେ କହିଲେ କୌଣସି ବିଦେଶୀ କୋଚ୍‍ଙ୍କ ଦଳ କେବେ ବିଶ୍ୱକପ ଜିତିପାରି ନାହିଁ ।[୬୨]

ଜାତୀୟ ଦଳମାନଙ୍କ ମଧ୍ୟରେ ଜର୍ମାନୀ ସବୁଠାରୁ ଅଧିକ ୧୦୬ଟି ବିଶ୍ୱକପ ମ୍ୟାଚ୍ ଖେଳିଛି, ୮ ଥର ଫାଇନାଲ୍, ୧୩ ଥର ସେମିଫାଇନାଲ୍ ଓ ୧୬ ଥର କ୍ୱାର୍ଟର୍ ଫାଇନାଲ୍ ପର୍ଯ୍ୟନ୍ତ ଉନ୍ନୀତ ହୋଇଛି ଏବଂ ବିଶ୍ୱକପରେ ସର୍ବାଧିକ ୨୨୪ଟି ଗୋଲ୍ ମାରିଛି । ଅପର ପକ୍ଷରେ ବ୍ରାଜିଲ୍ ସର୍ବାଧିକ ଥର (୨୦ଟି) ବିଶ୍ୱକପରେ ଖେଳିଛି ।[୬୩] ବ୍ରାଜିଲ ଓ ଜର୍ମାନୀ ପରସ୍ପରକୁ ବିଶ୍ୱକପରେ ଦୁଇଥର ଭେଟିଛନ୍ତି । ୨୦୦୨ ମସିହାର ବିଶ୍ୱକପ ଫାଇନାଲରେ ବ୍ରାଜିଲ୍ ବିଜୟୀ ହୋଇଥିବା ବେଳେ ୨୦୧୪ ବିଶ୍ୱକପ ସେମିଫାଇନାଲ୍‍ରେ ଜର୍ମାନୀ ବିଜୟୀ ହୋଇଥିଲା ।[୬୪]

ସର୍ବାଧିକ ଗୋଲ୍ କରିଥିବା ଖେଳାଳୀ

 
ଜର୍ମାନୀର ଖେଳାଳୀ ମିରୋସ୍ଲାଭ୍ କ୍ଲୋଜା ୪ଟି ବିଶ୍ୱକପରେ ନିଜ ଦେଶ ପାଇଁ ୧୬ଟି ଗୋଲ୍ କରିଛନ୍ତି
ବିଶ୍ୱକପ ପ୍ରତିଯୋଗିତାମାନଙ୍କରେ ୧୦ରୁ ଅଧିକ ଗୋଲ୍ କରିଥିବା ଖେଳାଳୀ
କ୍ରମଦେଶଖେଳାଳୀକରିଥିବା ଗୋଲ୍ ସଂଖ୍ୟା
ଜର୍ମାନୀମିରୋସ୍ଲାଭ୍ କ୍ଲୋଜା୧୬
ବ୍ରାଜିଲ୍ରୋନାଲ୍‍ଡୋ୧୫
ପଶ୍ଚିମ ଜର୍ମାନୀଗେର୍ଡ୍ ମ୍ୟୁଲର୍୧୪
ଫ୍ରାଂସ୍ଜଷ୍ଟ୍ ଫୋଣ୍ଟେନ୍୧୩
ବ୍ରାଜିଲ୍ପେଲେ୧୨
ଜର୍ମାନୀୟୁର୍ଗେନ୍ କ୍ଲିନ୍ସମାନ୍ନ୍୧୧
ହଙ୍ଗେରୀସାଣ୍ଡୋର୍ କୋସିସ୍୧୧

ବିଶ୍ୱବିଜେତାଙ୍କ ତାଲିକା

ସ୍ଥାନଦଳଅଂଶଗ୍ରହଣଖେଳିଛନ୍ତିଜିତିଛନ୍ତିଡ୍ର ରହିଛିହାରିଛନ୍ତିଗୋଲ୍ ଦେଇଛନ୍ତିଗୋଲ୍ ଖାଇଛନ୍ତିଗୋଲ୍ ବ୍ୟବଧାନପଏଣ୍ଟ୍ହାରାହାରି
ପଏଣ୍ଟ୍
ଟ୍ରଫି
ବ୍ରାଜିଲ୍୨୦୧୦୪୭୦୧୭୧୭୨୨୧୧୦୨୧୧୯୨୨୭୨.୧୮
ଜର୍ମାନୀ[୬୫]୧୮୧୦୬୬୬୨୦୨୦୨୨୪୧୨୧୧୦୩୨୧୮୨.୦୬
ଇଟାଲୀ୧୮୮୩୪୫୨୧୧୭୧୨୮୭୭୫୧୧୫୬୧.୮୮
ଆର୍ଜେଣ୍ଟିନା୧୬୭୭୪୨୧୪୨୧୧୩୧୮୪୪୭୧୪୦୧.୮୨
ସ୍ପେନ୍୧୪୫୯୨୯୧୨୧୮୯୨୬୬୨୬୯୯୧.୬୮
ଇଂଲଣ୍ଡ୧୪୬୨୨୬୨୦୧୬୭୯୫୬୨୩୯୮୧.୫୮
ଫ୍ରାଂସ୍୧୪୫୯୨୮୧୨୧୯୧୦୬୭୧୩୫୯୬୧.୬୩
ଉରୁଗୁଏ୧୨୫୧୨୦୧୨୧୯୮୦୭୧୭୨୧.୪୧

ଆହୁରି ଦେଖନ୍ତୁ

  • ଲା ଲିଗା
  • ଫିଫା କନ୍‍ଫେଡ଼େରେସନ୍ସ କପ

ଦ୍ରଷ୍ଟବ୍ୟ ଓ ଟୀକା

ପୁସ୍ତକ ଆଧାର

ଅନ୍ୟାନ୍ୟ ଲିଂକ୍

This article uses material from the Wikipedia ଓଡ଼ିଆ article ଫିଫା ବିଶ୍ୱକପ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 3.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wikimedia Foundation, Inc. Wiki (DUHOCTRUNGQUOC.VN) is an independent company and has no affiliation with Wikimedia Foundation.

In other languages:

🔥 Trending searches on Wiki ଓଡ଼ିଆ:

ପ୍ରଧାନ ପୃଷ୍ଠାରାମ ନବମୀଅଂକୋର୍ ୱାଟ୍କମ୍ପ୍ୟୁଟରଗ୍ରୀକ ଭାଷାଉତ୍କଳ ଦିବସ୧୪୦୦ଆପଲ କମ୍ପାନୀରାମଓଡ଼ିଶାନ୍ୟାଚୁରାଲ ଲାଙ୍ଗୁଏଜ ପ୍ରୋସେସିଂମୀରା ରାୟବନ୍ଦେ ଉତ୍କଳ ଜନନୀଜଗନ୍ନାଥରାମାୟଣଓଡ଼ିଆ ସାହିତ୍ୟ୧୯୬୨ଦଣ୍ଡ ନାଟହନୁମାନ ଚାଳିଶାଓଡ଼ିଶାର ସଂସ୍କୃତିଭାରତଓଡ଼ିଆ ଭାଷାଫକୀର ମୋହନ ସେନାପତିଲକ୍ଷ୍ମୀକାନ୍ତ ମହାପାତ୍ରଜଗନ୍ନାଥ ମନ୍ଦିରରଥଯାତ୍ରାବାହାଘର ଡଟ୍ କମ୍ଭାରତର ସଂସ୍କୃତିମନୋଜ ଦାସଓଡ଼ିଶାର ଲୋକନୃତ୍ୟଓଡ଼ିଆ ରାମାୟଣଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିକାଳୀଚରଣ ପଟ୍ଟନାୟକବୈଦେହୀଶ ବିଳାସସ୍ୱାମୀ ବିବେକାନନ୍ଦଅଶୋକାଷ୍ଟମୀପଞ୍ଚସଖାଓଡ଼ିଶାର ଇତିହାସରାଧାନାଥ ରାୟମଧୁସୂଦନ ଦାସଗୋପୀନାଥ ମହାନ୍ତିଲକ୍ଷ୍ମଣ ନାୟକଅଚ୍ୟୁତାନନ୍ଦ ଦାସଆର୍କମିଡ଼ିସକାଳିନ୍ଦୀ ଚରଣ ପାଣିଗ୍ରାହୀଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଭୁବନେଶ୍ୱରଉପେନ୍ଦ୍ର ଭଞ୍ଜଓଡ଼ିଆ ସାହିତ୍ୟର ଇତିହାସନମିତା ଅଗ୍ରୱାଲଓଡ଼ିଆ କବି ମାନଙ୍କର ତାଲିକାସଚ୍ଚିଦାନନ୍ଦ ରାଉତରାୟପ୍ରତିଭା ରାୟପଠାଣି ସାମନ୍ତସାରଳା ଦାସକୁଞ୍ଜବିହାରୀ ଦାଶକନକ ମଞ୍ଜରୀ ମହାପାତ୍ରଚୈତନ୍ୟଓଡ଼ିଆ ଭାଗବତଶ୍ରୀରାମ ପଣ୍ଡା୨୧ଜଗନ୍ନାଥ ଦାସମହାଭାରତଭାରତୀୟ ସମ୍ବିଧାନମଧୁସୂଦନ ରାଓ🡆 More
/** SHOW / HIDE SECTION**/function mfTempOpenSection(getID) {var x = document.getElementById("mf-section-"+getID); if (x.style.display === "none") { x.style.display = ""; } else { x.style.display = "none"; }}