ଆଟ୍ଲାସରସ୍

ଆଟ୍ଲାସରସ୍ ଏକ ମଧ୍ୟମ ଆକାରର ସରୋପଡ଼ ପ୍ରଜାତିର ଡାଇନୋସର ଥିଲା । ଏହା ଆଫ୍ରିକାରେ ମଧ୍ୟ ଜୁରାସିକ ଯୁଗରେ ବସବାସ କରୁଥିଲା ।

ଆବିଷ୍କାର

ଆଟ୍ଲାସରସ୍ ୧୯୯୯ରେ ମନ୍‌ବାରନ୍, ରସେଲ୍ ଓ ଟାକ୍ୱେଙ୍କଦ୍ୱାରା ଆବିଷ୍କୃତ ହୋ‍ଇଥିଲା । ଏହାର ନାମକରଣ ମରୋକ୍କୋର ଆଟଲାସ୍ ପର୍ବତଶୃଙ୍ଖଳା (ଯେଉଁଠି ଆଟଲାସ୍ ଆକାଶକୁ ଟେକି ଧରିବାର କିମ୍ବଦନ୍ତୀ ରହିଛି)ର ନାମାନୁସାରେ ହୋ‍ଇଛି ଯେଉଁଠି ଏହି ଜୀବାଶ୍ମ ଆବିଷ୍କୃତ ହୋ‍ଇଥିଲା । ଏହାର ଆକାର ୧୫ ମିଟର (୫୦ ଫୁଟ) ଲମ୍ବା । ଜୀବାଶ୍ମରେ ଏହାର ଖପୁରୀ ସହ ପ୍ରାୟ ସମଗ୍ର କଙ୍କାଳ ରହିଛି । ଖପୁରୀଟି ଅଲଗାରୁ ଆଜିଲାଲ୍‍ର ଟିଓଗୁଇ ଶିଳା ସଂରଚନାରୁ ମିଳିଥିଲା ।

ଏହାର ଜାତିର ନାମ ଆଟ୍ଲାସରସ୍ ଇମେଲାକେଇ । ଇମେଲାକେଇ ନାମଟି ଆରବୀ ଭାଷାର ଇମେଲାକେ ନାମକ ଦୈତ୍ୟର ନାମରୁ ଆନୀତ ।

ବର୍ଗୀକରଣ

ମେରୁହାଡ଼ ଓ ଗୋଡ଼ର ସମାନତା ଅନୁସାରେ ବିଭିନ୍ନ ସରୋପଡ଼ମାନଙ୍କ ମଧ୍ୟରୁ ବ୍ରାକିଓସରସ୍ର ନିକଟତର । ତେବେ ବ୍ରାକିଓସରସ୍ଠାରୁ ଏହାର ଖପୁରୀ ବଡ଼, ବେକ ସାନ (୧୩ଟି ଗ୍ରୀବା ମେରୁହାଡ଼, ବ୍ରାକିଓସରସ୍ ତୁଳନାରେ ଛୋଟ), ଲାଞ୍ଜ ଓ ଗୋଡ଼ ଗୁଡ଼ିକ ଲମ୍ବା । ଚିବୁକ ପ୍ରାୟ ୬୯ ସି.ମି., ବେକ ପ୍ରାୟ ୩.୮୬ ମି., ହ୍ୟୁମେରସ୍ ୧.୯୬ ମି. ଓ ଜଙ୍ଘହାଡ଼ ପ୍ରାୟ ୨ ମି. ଲମ୍ବା ଥିଲା । ଏହାର ଆନୁମାନିକ ଓଜନ ୨୨.୫ ଟନ୍ ଥିଲା । ଏହାର ଦାନ୍ତ ଗୁଡ଼ିକ ଚାମଚ ଆକୃତିର ଥିଲା ।

ଆଧାର

ବହି ଆଧାର

  • Monbaron, D.; Russell,D.; Taquet, P. (1999). "Atlasaurus imelakei n.g., n.sp., a brachiosaurid-like sauropod from the Middle Jurassic of Morocco". Comptes Rendus de l'Academie des Sciences. Science de la terre and des planetes (329): pp. 519 - 526.

ଆହୁରି ପଢନ୍ତୁ

ବାହାର ଲିଙ୍କ

Tags:

ଆଟ୍ଲାସରସ୍ ଆବିଷ୍କାରଆଟ୍ଲାସରସ୍ ବର୍ଗୀକରଣଆଟ୍ଲାସରସ୍ ଆଧାରଆଟ୍ଲାସରସ୍ ଆହୁରି ପଢନ୍ତୁଆଟ୍ଲାସରସ୍ ବାହାର ଲିଙ୍କଆଟ୍ଲାସରସ୍

🔥 Trending searches on Wiki ଓଡ଼ିଆ:

ଭୁବନେଶ୍ୱରଶାରଳା ପୁରସ୍କାରକବିସୂର୍ଯ୍ୟ ବଳଦେବ ରଥମହାଦେଶଇଣ୍ଡୋନେସିଆ୧୮ ଅକ୍ଟୋବରପାପୁଆ ନିଉ ଗିନିଜଗନ୍ନାଥଙ୍କ ଧୂପଅନନ୍ତ ପଟ୍ଟନାୟକମନମୋହନ ସାମଲବାମାଚରଣ ମିତ୍ରଜଗନ୍ନାଥଙ୍କ ବେଶଯକୃତମାଣବସା ଗୁରୁବାରରଥଅଂଶୁଘାତଫସ୍‌ଫରସଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପକାଳିନ୍ଦୀ ଚରଣ ପାଣିଗ୍ରାହୀତପନ କୁମାର ପ୍ରଧାନତପସ୍ୱିନୀବୌଦ୍ଧ ଧର୍ମବ୍ରୁସେଲୋସିସସୋନପୁର ରାଜ୍ୟରାସାୟନିକ ମୌଳିକପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଜିମି ୱେଲ୍ସବୈଶାଖରସଗୋଲାଉତ୍କଳ ସମ୍ମିଳନୀନଇ ଆରପାରିଚୁଡ଼ାସ୍ତନ୍ୟପାୟୀମନୋଜ କୁମାର ମିଶ୍ରକାହ୍ନୁଚରଣ ମହାନ୍ତିହେପାଟାଇଟିସବି. ଆର. ଆମ୍ବେଦକର୭୦୧ଭାରତହରେକୃଷ୍ଣ ମହତାବଚନ୍ଦ୍ରଶେଖର ରଥସରୋଜିନୀ ନାଇଡୁଶାସ୍ତିଦାସିଆ ବାଉରୀଆଶୁତୋଷ ପରିଡ଼ାତମନ୍ନା ବ୍ୟାସମାର୍ଚ୍ଚ ୨୧ଓଡ଼ିଶା ବିଧାନ ସଭାଚାଟ୍ ଜିପିଟିଥାଲକୁଡ଼ିରାଜାରାଣୀ ମନ୍ଦିରଲଣ୍ଡନଟୁକୁନି ସାହୁଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସଗୌରହରି ଦାସସୀତାକାନ୍ତ ମହାପାତ୍ରvji40ବ୍ୟଞ୍ଜନ ବର୍ଣ୍ଣଅଚ୍ୟୁତ ନାୟକଏ. ପି. ଜେ. ଅବଦୁଲ କଲାମପଖିଆଓଡ଼ିଶାର ମାପ ବ୍ୟବସ୍ଥାପିଙ୍କି ପ୍ରଧାନୟୁକ୍ରେନବିରିୟାନୀହନୁମାନ ଚାଳିଶାରେବତୀ (କ୍ଷୁଦ୍ରଗଳ୍ପ)କୁଜିବର ପ‌ତ୍ରପଙ୍କଜ ଉଧାସମାଗୁଣିର ଶଗଡ଼ (କଥାଚିତ୍ର)🡆 More