ଆକାଶବାଣୀ ସମ୍ବଲପୁର

ଆକାଶବାଣୀ ସମ୍ବଲପୁର କେନ୍ଦ୍ର ୧୯୬୩ ମସିହା ମଇ ୨୬ ତାରିଖରୁ ଆରମ୍ଭ ହୋଇଥିଲା । ଏହି କେନ୍ଦ୍ରଦ୍ୱାରା ପ୍ରସାରିତ କାର୍ଯ୍ୟକ୍ରମକୁ ସମ୍ବଲପୁର, ସୁନ୍ଦରଗଡ଼, {ବଲାଙ୍ଗୀର ଜିଲ୍ଲା|ବଲାଙ୍ଗୀର]], ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସୋନପୁର, ବୌଦ୍ଧ ତଥା ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଅଞ୍ଚଳର ଲୋକ ଶୁଣିପାରନ୍ତି । ଏହି କେନ୍ଦ୍ର ପ୍ରଥମେ ଏହା ସାକ୍ଷୀପଡ଼ାର ଏକ ଭଡ଼ା ଘରୁ କାର୍ଯ୍ୟାରମ୍ଭ କରିଥିଲା । ୧୯୮୪ରେ କଚେରୀ ରୋଡସ୍ଥିତ ନୂଆ କୋଠାକୁ ସ୍ଥାନାନ୍ତରିତ ହୋଇଥିଲା । ଆରମ୍ଭରୁ ୧୦ କିଲୋୱାଟ ଯୋଗେ କାର୍ଯ୍ୟକ୍ରମ ପ୍ରସାର କରାଯାଉଥିବା ବେଳେ ପରବର୍ତ୍ତୀ ସମୟରେ ତାହା ୧୦୦ କିଲୋୱାଟକୁ ବୃଦ୍ଧି ପାଇଥିଲା । ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାର ଭାଷା, ସଂସ୍କୃତି, ପରମ୍ପରା, ସଙ୍ଗୀତ ଓ ନାଟକ ଆଦିର ପ୍ରଚାର ପ୍ରସାର କ୍ଷେତ୍ରରେ ଆକାଶବାଣୀ ସମ୍ବଲପୁର କାର୍ଯ୍ୟ କରିଥାଏ । ରଙ୍ଗବତୀ ଭଳି ବିଶ୍ୱପ୍ରସିଦ୍ଧ ଗୀତ ଏହି କେନ୍ଦ୍ରର ସୃଷ୍ଟି ।

ଇତିହାସ

  1. ୧୯୬୩ ମସିହା ମଇ ୨୬ ତାରିଖରେ ସାକ୍ଷୀପଡ଼ାରୁ ଆରମ୍ଭ
  2. ୧୯୮୪ ମସିହାରେ କଚେରୀ ରୋଡସ୍ଥିତ ଆକାଶବାଣୀର ନୂଆ କୋଠାକୁ ସ୍ଥାନାନ୍ତର
  3. ୨୦୧୫ ମସିହା ନଭେମ୍ବର ୨୬ ତାରିଖରେ ସମ୍ବଲପୁର କେନ୍ଦ୍ରର ଏଫଏମ୍‌ ସେବାର ଲୋକାର୍ପଣ
  4. ୨୦୧୬ ମସିହା ଜାନୁଆରୀ ୨୩ ତାରିଖରୁ ସମ୍ବଲପୁରୀ ଭାଷାରେ ସମ୍ବାଦ ପ୍ରସାରଣ ଆରମ୍ଭ

ଆଧାର

ବାହାର ଆଧାର

Tags:

ଅନୁଗୋଳ ଜିଲ୍ଲାଆଠମଲ୍ଲିକଝାରସୁଗୁଡ଼ା ଜିଲ୍ଲାଦେବଗଡ଼ ଜିଲ୍ଲାବରଗଡ଼ ଜିଲ୍ଲାବୌଦ୍ଧ ଜିଲ୍ଲାରଙ୍ଗବତୀସମ୍ବଲପୁର ଜିଲ୍ଲାସୁନ୍ଦରଗଡ଼ ଜିଲ୍ଲାସୁବର୍ଣ୍ଣପୁର ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ନବକଳେବରପଦ୍ମଚରଣ ପଟ୍ଟନାୟକଶ୍ରୀରାଧାଭାରତକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭୀମ ପୃଷ୍ଟିବାଜି ରାଉତଭାରତର ପ୍ରଧାନମନ୍ତ୍ରୀଖୋର୍ଦ୍ଧା ଜିଲ୍ଲାଇଣ୍ଡୋନେସିଆଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭଗବତ ଗୀତାପ୍ରେମପ୍ରଦୀପ କୁମାର ପଣ୍ଡାସତ୍ୟ ସାଇ ବାବାଇଣ୍ଡିଆନ ପ୍ରିମିଅର ଲିଗଦ୍ୱିତୀୟ ବିଶ୍ୱଯୁଦ୍ଧହୃଷୀକେଶ ପଣ୍ଡାଚୈତ୍ର ମଙ୍ଗଳବାର ଓଷା୧୭୩୬ବର୍ଷା ପ୍ରିୟଦର୍ଶିନୀଉପେନ୍ଦ୍ର କିଶୋର ଦାସ୪ ଅପ୍ରେଲଦଶାଶ୍ୱମେଧ ଘାଟମହେନ୍ଦ୍ରଗିରିକାଳିନ୍ଦୀ ଚରଣ ପାଣିଗ୍ରାହୀଓଡ଼ିଆ କବି ମାନଙ୍କର ତାଲିକାଅକ୍ଷି ତୃତୀୟାକେନ୍ଦ୍ରାପଡ଼ା (ଲୋକ ସଭା ନିର୍ବାଚନ ମଣ୍ଡଳୀ)ପ୍ରଧାନ ପୃଷ୍ଠାଅନୁଗୋଳ ଜିଲ୍ଲାବିଅରଚାଣକ୍ୟଚକ୍ରଧର ବେହେରାସୁବର୍ଣ୍ଣରେଖା ନଦୀମୃଣାଳ ସେନ୧୨ ସେପ୍ଟେମ୍ବରୱାଟରଲୁ ଯୁଦ୍ଧମିନତି ମିଶ୍ରହନୁମାନ ଜୟନ୍ତୀରିୟା ସେନଆନନ୍ଦପୁରଭାରତୀୟ ସମ୍ବିଧାନଜଳ ପ୍ରଦୂଷଣଋଷିଆସମୀର ରଞ୍ଜନ ଦାଶନାରୀବାଦରେବତୀ (କ୍ଷୁଦ୍ରଗଳ୍ପ)କଣ୍ଡୋମମା ଓ ମମତା (୧୯୯୯ର ଓଡ଼ିଆ କଥାଚିତ୍ର)ଯଶୋବନ୍ତ ଦାସମହାଭାରତମି ଠୁ (ହ୍ୟାସଟ୍ୟାଗ)ସମ୍ବଲପୁରୀ ଭାଷା୧୨ ଡିସେମ୍ବରଜର୍ଜ କ୍ୟାଣ୍ଟରପଟ୍ଟଚିତ୍ରରତ୍ନାକର ଚଇନିମଧୁସୂଦନ ରାଓଜୀବସାର ଖଚତୁର ବିନୋଦରାଜ୍ୟକଟକଗୋଦାବରୀଶ ମହାପାତ୍ରରାସାୟନିକ ମୌଳିକୟୁରୋପଅନାଦି ଚରଣ ସାହୁ🡆 More