ଗଛ ଅଶୋକ

ଅଶୋକ ଏକ ଦ୍ରୁମ ଜାତୀୟ ଉଦ୍ଭିଦ । ଏହାର ପତ୍ର ଗୁଡ଼ିକ କେନ୍ଦୁ ପତ୍ର ପରି ଦିଶେ । ଏହାର ଫୁଲ ପେନ୍ଥା,ପେନ୍ଥା ହୋଇଥାଏ । ଓଡ଼ିଶାରେ ସର୍ବତ୍ର ଏହି ଗଛ ଦେଖାଯାଏ । ଏହା ଓଡ଼ିଶାର ରାଜ୍ୟ ପୁଷ୍ପ।

ଅଶୋକ
ଗଛ ଅଶୋକ
ଅଶୋକ ଫୁଲ (ଓଡ଼ିଶାର ରାଜ୍ୟ ଫୁଲ)
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Rosids
ଗଣ: Fabales
କୁଳ: Fabaceae
ପ୍ରଜାତି: Saraca
ଜାତି: S. asoca
ବାଇନୋମିଆଲ ନାମ
Saraca asoca
(Roxb.) Wilde
Synonyms

Saraca indica Linnaeus

ବିବିଧ ଭାରତୀୟ ପ୍ରାଦେଶିକ ନାମ

ଗଛ ଅଶୋକ 
ଅଶୋକ ଡାଳ
ପ୍ରାଦେଶିକ ଭାଷା ନାମ
ଓଡ଼ିଆ ଅଶୋକ
ସଂସ୍କୃତ ବଞ୍ଜୁଳ, ଅଶୋକ, ହେମପୁଷ୍ପ, ତାମ୍ର ବଲ୍ଲଭ, ବଙ୍କେଲି, ପିଣ୍ଡି ପୁଷ୍ପ, ଗନ୍ଧପୁଷ୍ପ, ସୀତାପୁଷ୍ପ, ନଟପୁଷ୍ପ ଓ ସୀତାରକ୍ଷିଣୀ କୁହାଯାଏ।
ହିନ୍ଦୀ ଅଶୋକ
ତେଲୁଗୁ ଅଂଶେଚେଟ୍ଟୁ, ଅଶୋମାନା ଓ ଦେବୀଛାୟାଡୁ
ବଙ୍ଗଳା ଅଶୋକ

ଶାସ୍ତ୍ରୋକ୍ତ ଗୁଣ

ତିକ୍ତରସ ମିଶ୍ରିତ କଷାୟରସ, ଉଷ୍ଣବୀର୍ଯ୍ୟ। ମାତ୍ରା ଦୁଇଅଣାରୁ ଆଠ ଅଣା ପର୍ଯ୍ୟନ୍ତ।

ବ୍ୟବହାର

ଅଶୋକ ଗଛର ସର୍ବାଙ୍ଗ ଔଷଧରୂପେ ବ୍ୟବହାର କରାଯାଏ। ବିଶେଷ କରି ଏହାର ଛେଲିକୁ ସମସ୍ତ ପ୍ରକାର ସ୍ତ୍ରୀ ରୋଗରେ ପ୍ରୟୋଗ କରାଯାଏ। ଅଶୋକ ସ୍ତ୍ରୀରୋଗର ଚିକିତ୍ସା ପାଇଁ ପ୍ରସିଦ୍ଧ।

ଅଶୋକ ମଳରୋଧକ, ବଳକାରକ, ବର୍ଣ୍ଣବର୍ଦ୍ଧକ, ରକ୍ତଶୁଦ୍ଧିକାରକ, ପ୍ରଦର, ବାଧକ, ଯୋନିରୋଗ, ଜ୍ୱର, ଦାହ, ତୃଷ୍ଣା, ଶୂଳ, କୃମି, ଉଦର ରୋଗ, ଶୋଥ, ଅଜୀର୍ଣ୍ଣ, ବାୟୁ ବିକୃତି, ବିଷଦୋଷ, ଗୁଳ୍ମ, ପ୍ଳୀହା, ପେଟଫମ୍ପା, ବ୍ରଣ, ଅପଚୀ, ଦୁଗ୍ଧକ୍ଷତ, ଦନ୍ତମୂଳ ପୀଡ଼ା ଓ ବମନ ପ୍ରଭୃତିର ନିବାରକ ଅଟେ।

ସ୍ତ୍ରୀ ରୋଗରେ ଅଶୋକଗଛ ମୂଳର ଛେଲିକୁ ପାଣିରେ ସିଝାଇ ବ୍ୟବହାର କରାଯାଏ। ଅଶୋକ ଛାଲିକୁ ମେଥି ସହିତ ସମାନ ମାତ୍ରାରେ ନେଇ କୁଟି ଚୂର୍ଣ୍ଣ କରି ଏହି ଚୂର୍ଣ୍ଣକୁ ଉଷ୍ଣଜଳ ଓ ମହୁ ସହିତ ସେବନ କଲେ ଯାବତୀୟ ସ୍ତ୍ରୀ ରୋଗ ଦୂର ହୁଏ। ସ୍ତ୍ରୀ ରୋଗ ନିବାରଣ ଓ ଗର୍ଭଧାରଣରେ ଅସାମର୍ଥ୍ୟତାର ଦୂରୀକରଣ ପାଇଁ ଅଶୋକ ଛେଲିକୁ ଗାଈଦୁଧ ଓ ପାଣି ସହିତ ସିଝାଇ ଅଥବା ମେଥି, ଶତାବରୀ ସହିତ ପ୍ରୟୋଗ କରାଯାଏ। କୃମି ନିବାରଣ ପାଇଁ ଏହାର ଛେଲି ଅଥବା ପତ୍ରର ରସକୁ କାମରେ ଲଗାଯାଏ। ଅଶୋକ ମୂଳ ଛେଲି, ଚନ୍ଦନଓ ଅପାମାର୍ଗମୂଳ ଏ ତିନି ପଦାର୍ଥକୁ ଚିକ୍କଣ କରି ବାଟି ଦେହରେ ଲଗାଇଲେ ଦେହର ଦୁର୍ଗନ୍ଧ ଦୂର ହୁଏ। ଅଶୋକ ପତ୍ରକୁ ବାଟି ଲେପଦେଲେ ବାଗୀ, ବ୍ରଣ, ବଥ ଆଦି ଭଲ ହୁଏ।

ଶୁକ୍ଳପକ୍ଷ ଅଷ୍ଟମୀଦିନ ଏହାର ଆଠଟି କଳିକା ନେଇ ଜଳଗଣ୍ଡୁଷ ପାନ କଲେ ଏକ ବର୍ଷ ପର୍ଯ୍ୟନ୍ତ କୌଣସି ପ୍ରକାର ଶୋକରେ ଅଭିଭୂତ ହେବାକୁ ପଡେନା ବୋଲି ମାନ୍ୟତା ରହିଛି।

ଆଧାର

ଅଧିକ ତଥ୍ୟ

Tags:

ଗଛ ଅଶୋକ ବିବିଧ ଭାରତୀୟ ପ୍ରାଦେଶିକ ନାମଗଛ ଅଶୋକ ଶାସ୍ତ୍ରୋକ୍ତ ଗୁଣଗଛ ଅଶୋକ ବ୍ୟବହାରଗଛ ଅଶୋକ ଆଧାରଗଛ ଅଶୋକ ଅଧିକ ତଥ୍ୟଗଛ ଅଶୋକ

🔥 Trending searches on Wiki ଓଡ଼ିଆ:

ଭୁବନେଶ୍ୱର ମିଶ୍ରଭାରତର ରାଷ୍ଟ୍ରପତିପରିସଂଖ୍ୟାନ ବର୍ଗୀକରଣତୁଳସୀ ଦାସମଧୁସୂଦନ ଦାସଶଶି ଭୂଷଣ ରଥସଦାଶିବ ତ୍ରିପାଠୀନୃସିଂହ ଚରଣ ପଣ୍ଡାଶଙ୍ଖଅହଲ୍ୟା (ଓଡ଼ିଆ କଥାଚିତ୍ର)ଭିତରକନିକା ଜାତୀୟ ଉଦ୍ୟାନରାମ ନବମୀଅମିୟ କୁମାରୀ ପାଢ଼ୀ୩ ଅପ୍ରେଲ୧୯୯୯ ଓଡ଼ିଶା ମହାବାତ୍ୟାପ୍ରାଣବନ୍ଧୁ କରରୋମୀୟ ସାମ୍ରାଜ୍ୟରାମାୟଣଗୋମୁହାଁ କୁମ୍ଭୀରଭଦଭଦଳିଆଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାପାପମୋଚନୀ ଏକାଦଶୀଫକୀର ମୋହନ ସେନାପତିନଟବର ସାମନ୍ତରାୟକଲମପଖାଳଲକ୍ଷ୍ମଣ ନାୟକଗୋଦାବରୀଶ ମହାପାତ୍ରପ୍ରଧାନ ପୃଷ୍ଠାହନୁମାନରଜରାଜ୍ୟ ସଭାହିଡ଼ିମ୍ବଗଜେନ୍ଦ୍ର ପ୍ରସାଦ ସାହୁଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରବୌଦ୍ଧ ଧର୍ମଆଣ୍ଟିସାଇକୋଟିକ୧୫ ଅପ୍ରେଲସୀତା ବିବାହଚାରି ଧାମରମେଶ ପ୍ରସାଦ ପାଣିଗ୍ରାହୀଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିତୃପ୍ତି ଦାସ୨୮ ଅପ୍ରେଲଶବ୍ଦ (ଧ୍ୱନି)ଉପେନ୍ଦ୍ର କିଶୋର ଦାସପୃଥିବୀ ଦିବସଅଶୋକାଷ୍ଟମୀସୁରେନ୍ଦ୍ର ମହାନ୍ତିକାଞ୍ଚନ ଅୱସ୍ତିସ୍ୱାମୀ ବିବେକାନନ୍ଦଗୋପୀନାଥ ମହାନ୍ତିଯାଜପୁର୨୯ ଅପ୍ରେଲଜୟ ଜଗନ୍ନାଥଅକ୍ଷର କଳାଖାଦ୍ୟକଟକ ଜିଲ୍ଲାକିରଣ ବେଦୀରମାଦେବୀ ଚୌଧୁରୀତାରାପ୍ରସାଦ ଦାସତରଳ ଝାଡ଼ାଦେବୀପ୍ରସନ୍ନ ପଟ୍ଟନାୟକଚିତ୍ରା (ନକ୍ଷତ୍ର)ଭାରତୀୟ ସ୍ୱାଧୀନତା ଆନ୍ଦୋଳନଅଗ୍ନ୍ୟାଶୟ ଅକ୍ଷମତାଭଗବତୀ ଚରଣ ପାଣିଗ୍ରାହୀକ୍ୟୁ. ଆର. କୋଡ଼🡆 More