ଅମୃତ ଫଳ

ଅମୃତ ଫଳ ମନୋଜ ଦାସଙ୍କ ଲିଖିତ ଏକ ଉପନ୍ୟାସ । ଏହାର କଥାବସ୍ତୁ ଏକ ଐତିହାସିକ କାହାଣୀ ଉପରେ ଆଧାରିତ । ୧୯୯୬ ମସିହା ଜାନୁଆରୀ ମାସରେ ଏହା ପ୍ରଥମ କରି ପ୍ରକାଶିତ ହୋଇଥିଲା । ବିଦ୍ୟାପୁରୀ, ବାଲୁବଜାର, କଟକର ପିତାମ୍ବର ମିଶ୍ର ଏହି ପୁସ୍ତକଟିର ପ୍ରକାଶକ ଅଟନ୍ତି । କଟକରେ ଥିବା ଆଲାମଚାନ୍ଦବଜାରର ବିଦ୍ୟାଶ୍ରୀ ଡିଟିପି ସେଣ୍ଟରଦ୍ୱାରା ଏହାର ଲିପି ସଂଯୋଜନା କରାଯାଇଛି । ଭୁବନେଶ୍ୱରର ଚନ୍ଦକା ଇଣ୍ଡଷ୍ଟ୍ରିଆଲ୍ ଅଞ୍ଚଳରେ ଥିବା ବିଶ୍ୱନାଥ ଏଣ୍ଟରପ୍ରାଇଜେସ୍ଦ୍ୱାରା ଏହି ପୁସ୍ତକଟିକୁ ମୁଦ୍ରଣ କରାଯାଇଛି । ଅଦ୍ୟାବଧି ଏହାର ୧୪ଟି ମୁଦ୍ରଣ ପ୍ରକାଶ ପାଇସାରିଛି । ଚତୁର୍ଦ୍ଦଶ ପ୍ରକାଶନରେ ଏହାର ମୂଲ୍ୟ ୧୩୦ ଟଙ୍କା ରଖାଯାଇଛି । ୨୦୦୦ ମସିହାରେ ଏହି ଉପନ୍ୟାସଟି ପାଇଁ ମନୋଜ ଦାସଙ୍କୁ ସରସ୍ୱତୀ ସମ୍ମାନରେ ସମ୍ମାନିତ କରାଯାଇଛି ।

ଅମୃତ ଫଳ  
ଲେଖକମନୋଜ ଦାସ
ଦେଶଭାରତ
ଭାଷାଓଡ଼ିଆ
ବିଭାଗଐତିହାସିକ ଉପନ୍ୟାସ
ପ୍ରକାଶକବିଦ୍ୟାପୁରୀ
ବାଲୁବଜାର, କଟକ
ପ୍ରକାଶ ତାରିଖ୧୯୯୬, ୧୯୯୭, ୨୦୦୦, ୨୦୦୧, ୨୦୦୨, ୨୦୦୪, ୨୦୦୫, ୨୦୦୭, ୨୦୦୯, ୨୦୧୦, ୨୦୧୧, ୨୦୧୪, ୨୦୧୫
ମାଧ୍ୟମ ପ୍ରକାରଛପାବହି, ବନ୍ଧେଇ
ପୃଷ୍ଠା୨୦୨
ISBN୮୧-୭୪୧୧-୧୧୪-X

ପ୍ରକାଶନ ଇତିହାସ

ପ୍ରକାଶନ ସଂଖ୍ୟା ପ୍ରକାଶନ ମାସ ପ୍ରକାଶନ ବର୍ଷ
ପ୍ରଥମ ଜାନୁଆରୀ ୧୯୯୬
ଦ୍ୱିତୀୟ ଅଗଷ୍ଟ ୧୯୯୭
ତୃତୀୟ ଜାନୁଆରୀ ୨୦୦୦
ଚତୁର୍ଥ ମାର୍ଚ୍ଚ ୨୦୦୧
ପଞ୍ଚମ ଫେବୃଆରୀ ୨୦୦୨
ଷଷ୍ଠ ଏପ୍ରିଲ ୨୦୦୪
ସପ୍ତମ ଅଗଷ୍ଟ ୨୦୦୫
ଅଷ୍ଟମ ଜାନୁଆରୀ ୨୦୦୭
ନବମ ଜାନୁଆରୀ ୨୦୦୯
ଦଶମ ଜାନୁଆରୀ ୨୦୧୦
ଏକାଦଶ ଜୁନ୍ ୨୦୧୦
ଦ୍ୱାଦଶ ନଭେମ୍ବର ୨୦୧୧
ତ୍ରୟୋଦଶ ଜାନୁଆରୀ ୨୦୧୪
ଚତୁର୍ଦ୍ଦଶ ଜାନୁଆରୀ ୨୦୧୫

କଥାବସ୍ତୁ ଓ ସାରକଥା

ମନୋଜ ଦାସଙ୍କଦ୍ୱାରା ଲିଖିତ ଏହି ଉପନ୍ୟାସର କଥାବସ୍ତୁ ଇତିହାସ, ରହସ୍ୟ ତ‌ଥା ବାସ୍ତବିକତାର ଏକ ମିଶ୍ରଣ । ଏଥିରେ ଦୁଇଜଣ ବ୍ୟକ୍ତିଙ୍କ ଜୀବନ କାହାଣୀକୁ ସମାନ୍ତରାଳ ଭାବେ ବର୍ଣ୍ଣନା କରାଯାଇଛି । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ପ୍ରାଚୀନ ଯୁଗର ରାଜା ଭର୍ତୃହରି ହୋଇଥିବା ବେଳେ ଆଉଜଣେ ହେଉଛନ୍ତି ଆଧୁନିକ ଯୁଗର ଶିଳ୍ପ‌ପତି ଅମରନାଥ । ଏହି ଉପନ୍ୟାସର କାହାଣୀ ଅନୁସାରେ ଉଜ୍ଜୟିନୀର ରାଜା ଭର୍ତୃହରି ଏକ ଅମୃତ ଫଳ ଲାଭ କରିବା ପରେ ବିଭିନ୍ନ ପରିସ୍ଥିତିର ସମ୍ମୁଖିନ ହୋଇଛନ୍ତି । ଫଳରେ ତାଙ୍କ ମନ‌କୁ ଗ୍ରାସ କରିଛି ନିଜ ଅସ୍ତିତ୍ତ୍ୱ ତ‌ଥା ଜୀବନର ଉଦ୍ଦେଶ୍ୟକୁ ନେଇ ଅନେକ ପ୍ରଶ୍ନ । ଅପରପକ୍ଷରେ ଶିଳ୍ପ‌ପତି ଅମରନାଥଙ୍କର ମଧ୍ୟ ଜୀବନ ବିଷୟରେ ହୋଇଛି ସମାନ ଅନୁଭୂତି । କିପରି ଅମରନାଥ ରାଜା ଭର୍ତୃହରିଙ୍କ ଜୀବନ ସ‌ହ ନିଜ ଜୀବନର ସାମଞ୍ଜସ୍ୟକୁ ହୃଦୟଙ୍ଗମ କରିଛନ୍ତି ଓ କିପରି ରାଜାଙ୍କ ଜୀବନ କାହାଣୀରୁ ସେ ନିଜ ମନରେ ଉଠିଥିବା ଆଧ୍ୟାତ୍ମିକ ପ୍ରଶ୍ନଗୁଡ଼ିକର ଉତ୍ତର ପାଇଛନ୍ତି, ତାହା ହିଁ ଏହି ଉପନ୍ୟାସର ମୁଖ୍ୟ ବିଷୟବସ୍ତୁ ।

ଆଧାର

Tags:

କଟକଭୁବନେଶ୍ୱରମନୋଜ ଦାସସରସ୍ୱତୀ ସମ୍ମାନ

🔥 Trending searches on Wiki ଓଡ଼ିଆ:

ଗିରିଜା କୁମାର ବଳୀୟାରସିଂହଶବ୍ଦ (ଧ୍ୱନି)ହିନ୍ଦୁ ମନ୍ଦିର ସ୍ଥାପତ୍ୟକଳାଓଡ଼ିଆ ଖାଦ୍ୟରାଜ୍ୟ ସଭାଗୋଦାବରୀଶ ମହାପାତ୍ରକାହ୍ନୁଚରଣ ମହାନ୍ତିଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଧାମରା ବନ୍ଦରକାଜଲବର୍ଷାପ୍ରଦୀପ କୁମାର ପାଣିଗ୍ରାହୀଗୋଲୋକ ବିହାରୀ ଧଳଉତ୍କଳ ସମ୍ମିଳନୀତୁଳସୀ ଦାସଜ୍ଞାନୀ ଦେବାଶିଷ ମିଶ୍ରଖାଦ୍ୟରେବତୀ (କ୍ଷୁଦ୍ରଗଳ୍ପ)ଇସଲାମ ଧର୍ମଜଗନ୍ନାଥ ମନ୍ଦିରରାମ ନବମୀଗିରିଧର ଗମାଙ୍ଗବିଜ୍ଞାନଜଗନ୍ନାଥଓଡ଼ିଶୀଦରବାର (କବିତା)ରାମକୃଷ୍ଣ ନନ୍ଦଭାରତ ଛାଡ଼ ଆନ୍ଦୋଳନବସନ୍ତ କୁମାର ଶତପଥୀରାଧାନାଥ ରାୟରାଜା ରାମମୋହନ ରାୟପଞ୍ଚକନ୍ୟାସାରଳା ମନ୍ଦିରଓଡ଼ିଆ ଲିପିଜୟ ଜଗନ୍ନାଥଗୋବିନ୍ଦ ତ୍ରିପାଠୀଇଣ୍ଡୋନେସିଆଗୁରୁ ପ୍ରସାଦ ମହାନ୍ତିଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଆଖିଯାଜପୁରଚିତ୍ରା (ନକ୍ଷତ୍ର)ରାଜେନ୍ଦ୍ର କିଶୋର ପଣ୍ଡାଅଚ୍ୟୁତ ସାମନ୍ତବିଶ୍ୱନାଥ ଦାସଅମୃତ ଫଳଭାରତର ରାଷ୍ଟ୍ରପତିପରଶୁରାମଶ୍ରୀ ଦେବ ରାମେଶ୍ଵର ମନ୍ଦିରତୋରାଣିପର୍ଫେନାଜାଇନପଠାଣି ପଟ୍ଟନାୟକଜୟୀରାମ ସାମଲଭାଷାଓଡ଼ିଆ କବି ମାନଙ୍କର ତାଲିକାଚୌଧୁରୀ ବିକାଶ ଦାସସଂସ୍କୃତ ଭାଗବତଓଡ଼ିଶାର ଇତିହାସଉତ୍କଳ ବ୍ରାହ୍ମଣମଧୁସୂଦନ ରାଓହାଡ଼ଫୁଟିଦୁଃଶୀଳାଟାଇପରାଇଟରଇଂରାଜୀ ଭାଷାସମାଜ (ଖବରକାଗଜ)🡆 More