ଅପର୍ଣ୍ଣା ଦେବୀ: ଭାରତୀୟ ଓଡ଼ିଆ-ଭାଷୀ ଲେଖକ

କବିତାକଳ୍ପଲତା ଅପର୍ଣ୍ଣା ଦେବୀ (୨୮ ଜାନୁଆରୀ ୧୮୯୯–୨୩ ଜାନୁଆରୀ ୧୯୬୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି ଥିଲେ । ତାଙ୍କର ରଚନା ମଧ୍ୟରେ ଚିନ୍ତା, କାଳ୍ପନିକ କାବ୍ୟ ଆର୍ଯ୍ୟଲଳନା ଓ ବନମାଳତୀ, ପ୍ରକୃତି ସମ୍ପର୍କିତ ରଚନା ବାରମାସୀ, ପୌରାଣିକ କାବ୍ୟ ସାବିତ୍ରୀ ଚରିତ ଏବଂ ଦେବୀରାଣୀ, ଏକଶହ ଖଣ୍ଡକାବ୍ୟ ସଂକଳନ ଶତଦଳ, ଶିଶୁକିଶୋର ସାହିତ୍ୟ ଦଶକୁମାର ଚରିତ ଓ ଅପ୍ରକାଶିତ ରଚନା ତଥା ଅମିତ୍ରାକ୍ଷରୀ କାବ୍ୟ ସଂଯୁକ୍ତା, ଖଣ୍ଡକାବ୍ୟ ବୀରମତୀ ଏବଂ ଚାରିଭାଗରେ ବିଭକ୍ତ କବିତାବଳୀ ଆଦି ଅନ୍ୟତମ ।

ଅପର୍ଣ୍ଣା ଦେବୀ
ଅପର୍ଣ୍ଣା ଦେବୀ Edit this on Wikidata
ଜନ୍ମ୨୮ ଜାନୁଆରୀ ୧୮୯୯ Edit this on Wikidata
ବୀରଭଦ୍ରପୁର Edit this on Wikidata
ମୃତ୍ୟୁ୨୩ ଜାନୁଆରୀ ୧୯୬୩ Edit this on Wikidata (ବୟସ ୬୩)
ପୁରୀ Edit this on Wikidata
ବୃତ୍ତିଲେଖକ Edit this on Wikidata
କାର୍ଯ୍ୟକବିତାଞ୍ଜଳି, ଦଶ କୁମାରୀ ଚରିତ Edit this on Wikidata

ପ୍ରାରମ୍ଭିକ ଜୀବନୀ ଓ ଶିକ୍ଷା

ଅପର୍ଣ୍ଣା ଦେବୀ ତତ୍କାଳୀନ ପୁରୀ ଜିଲ୍ଲାର ବୀରବଳଭଦ୍ରପୁର ଗ୍ରାମରେ ୧୮୯୯ ମସିହା ଜାନୁଆରୀ ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ବୈଦ୍ୟନାଥ ମିଶ୍ର ଓ ମାତାଙ୍କ ନାମ ଥିଲା ଦୁର୍ଗା ଦେବୀ । ସେ ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ । ସେତେବେଳର ବ୍ରାହ୍ମଣ ସମାଜରେ ନାରୀମାନଙ୍କ ଉପରେ ସାମାଜିକ କଟକଣା ହେତୁ ସେ ଉଚ୍ଚଶିକ୍ଷା କରିପାରିନଥିଲେ । ସେ ଛଅ ବର୍ଷ ବୟସରେ ହରେକୃଷ୍ଣପୁର ଶାସନରେ ଜଣେ ସ୍କୁଲ ଶିକ୍ଷକଙ୍କୁ ବିବାହ କରି ପୁରୀରେ ରହୁଥିଲେ । ତାଙ୍କ ପୁଅଙ୍କ ନାମ ଜଗନ୍ନାଥ ମିଶ୍ର ଓ ଅନ୍ତିମ ଜୀବନରେ ସେ ପୁଅଙ୍କ ପାଖରେ ରହୁଥିଲେ ।

ସାହିତ୍ୟ ରଚନା

ସେ ମୁଖ୍ୟତଃ କାବ୍ୟ ରଚନା କରିଥିଲେ । ତାଙ୍କ ରଚିତ ପ୍ରଥମ ପୌରାଣିକ କାବ୍ୟ ଇନ୍ଦୁମତୀ । ତାଙ୍କର ବିଭିନ୍ନ ଶ୍ରେଣୀର କାବ୍ୟକବିତା ମଧ୍ୟରେ ଚିନ୍ତା, କାଳ୍ପନିକ କାବ୍ୟ ଆର୍ଯ୍ୟଲଳନାବନମାଳତୀ, ପ୍ରକୃତି ସମ୍ପର୍କିତ ରଚନା ବାରମାସୀ, ପୌରାଣିକ କାବ୍ୟ ସାବିତ୍ରୀ ଚରିତ ଏବଂ ଦେବୀରାଣୀ, ଏକଶହ ଖଣ୍ଡକାବ୍ୟ ସଂକଳନ ଶତଦଳ, ଶିଶୁକିଶୋର ସାହିତ୍ୟ ଦଶକୁମାର ଚରିତ ଓ ଅପ୍ରକାଶିତ ରଚନା ତଥା ଅମିତ୍ରାକ୍ଷରୀ କାବ୍ୟ ସଂଯୁକ୍ତା, ଖଣ୍ଡକାବ୍ୟ ବୀରମତୀ ଏବଂ ଚାରିଭାଗରେ ବିଭକ୍ତ କବିତାବଳୀ ଆଦି ଅନ୍ୟତମ । ସେ ବିଶେଷତଃ ଉପେନ୍ଦ୍ର ଭଞ୍ଜଙ୍କରାଧାନାଥ ରାୟଙ୍କ ରଚନାରୁ ପ୍ରଭାବିତ ହୋଇଥିଲେ । ତାଙ୍କ ରଚିତ ବନମାଳତୀ କାବ୍ୟର ପ୍ରଥମ ସଂସ୍କରଣ ଝରିଆ ରାଜ୍ୟର ଯୁବରାଣୀ ପ୍ରକାଶ କରିଥିଲେ ।

ସମ୍ମାନ ଓ ପୁରସ୍କାର

ତାଙ୍କର ପ୍ରଥମ ରଚନା ଓ ଏକ ପୌରାଣିକ କାବ୍ୟ ଇନ୍ଦୁମତୀ ନିମନ୍ତେ ସେ କେନ୍ଦୁଝର ରାଜଦରବାରରେ କବିତାକଳ୍ପଲତା ଉପାଧିରେ ଭୂଷିତ ହୋଇଥିଲେ । ସମ୍ମାନସ୍ୱରୂପ ତାଙ୍କୁ ପୁରୀ ପଥୁରିଆ ସାହିରେ ଏକ ବାସସ୍ଥାନ ମିଳିଥିଲା ।

ରଚନାବଳୀ

  • ଇନ୍ଦୁମତୀ
  • ଚିନ୍ତା
  • ଆର୍ଯ୍ୟଲଳନା (କାଳ୍ପନିକ କାବ୍ୟ)
  • ବନମାଳତୀ
  • ବାରମାସୀ ( ପ୍ରକୃତି ସମ୍ପର୍କିତ ରଚନା)
  • ସାବିତ୍ରୀ ଚରିତ (ପୌରାଣିକ କାବ୍ୟ)
  • ଦେବୀରାଣୀ (ପୌରାଣିକ କାବ୍ୟ)
  • 'ଶତଦଳ (ଖଣ୍ଡକାବ୍ୟ ସଂକଳନ)
  • ଦଶକୁମାର ଚରିତ (ଶିଶୁକିଶୋର ସାହିତ୍ୟ)
  • ସଂଯୁକ୍ତା (ଅପ୍ରକାଶିତ ରଚନା ତଥା ଅମିତ୍ରାକ୍ଷରୀ କାବ୍ୟ)
  • ବୀରମତୀ (ଖଣ୍ଡକାବ୍ୟ)
  • କବିତାବଳୀ
  • କବିତାଞ୍ଜଳି (୧୯୪୬)

ଆଧାର

Tags:

ଅପର୍ଣ୍ଣା ଦେବୀ ପ୍ରାରମ୍ଭିକ ଜୀବନୀ ଓ ଶିକ୍ଷାଅପର୍ଣ୍ଣା ଦେବୀ ସାହିତ୍ୟ ରଚନାଅପର୍ଣ୍ଣା ଦେବୀ ସମ୍ମାନ ଓ ପୁରସ୍କାରଅପର୍ଣ୍ଣା ଦେବୀ ରଚନାବଳୀଅପର୍ଣ୍ଣା ଦେବୀ ଆଧାରଅପର୍ଣ୍ଣା ଦେବୀଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ୱାଘା ସୀମା ସମାରୋହଭିଏତନାମଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଅଷ୍ଟ୍ରେଲିଆ ଆଦିମ ଅଧିବାସୀଫକୀର ମୋହନ ସେନାପତିବିଜୟ ମିଶ୍ରଭାରତୀୟ ସ୍ୱାଧୀନତା ଆନ୍ଦୋଳନଆର୍ଟିଫିସିଆଲ ଇଣ୍ଟେଲିଜେନ୍ସଶଙ୍ଖ କ୍ଷେତ୍ରଶଙ୍ଖPimecrolimusଭଗତ ସିଂହଖାରବେଳ ସ୍ୱାଇଁଋଷିଆ୧୭୯୦ଦେବୀପ୍ରସନ୍ନ ପଟ୍ଟନାୟକରାମଶଙ୍କର ରାୟଶରଣ ଶ୍ରୀକ୍ଷେତ୍ରପାଇକ ବିଦ୍ରୋହପ୍ରଣବ ପ୍ରକାଶ ଦାସସ୍ୱାସ୍ଥ୍ୟଦୁର୍ଗା ପୂଜାଅନୁଶ୍ରୀ (କନ୍ନଡ଼ ଅଭିନେତ୍ରୀ)ବନ୍ଧୁତାଯକୃତଚନ୍ଦ୍ରଶେଖର ନନ୍ଦ (ନାଟ୍ୟକାର)ଗୋଦାବରୀଶ ମହାପାତ୍ରମହୁଲିରଥଯାତ୍ରାଡାଇରେକ୍ଟ ବେନିଫିଟ ଟ୍ରାନ୍ସଫରତୁଳସୀ ଚଉରାସୁଦଶା ବ୍ରତସ୍ୱିଡେନଉମେଶଚନ୍ଦ୍ର ସରକାରହଜପାଇଥନ୍ (ପ୍ରୋଗ୍ରାମିଂ ଭାଷା)ଦକ୍ଷିଣ ଚୀନ ସାଗରଅଶୋକାଷ୍ଟମୀ୧୬ଶ ଲୋକ ସଭାଗୁଜରାଟବେଦନୀଳମାଧବ ମନ୍ଦିରପଖାଳମହେଶ୍ୱର ମହାନ୍ତିଇସଲାମ ଧର୍ମପେଚାଗୋଦାବରୀଶ ମିଶ୍ରବ୍ୟଞ୍ଜନ ବର୍ଣ୍ଣମୁଦ୍ରା (ପୂଜା)ପାଣିwiki.phtmlଅକ୍ଷାଂଶୱିଲିଅମ ସେକ୍ସପିଅରଚେକ୍ ଗଣରାଜ୍ୟକରୁଣାକର କରସୀତା ବିବାହସୁବର୍ଣ୍ଣପୁର ଜିଲ୍ଲାପୃଥ୍ୱୀରାଜ ଚୌହାନଭଗବତ ଗୀତାଦ୍ରୌପଦୀ ମୁର୍ମୁଓଡ଼ିଶା ବିଧାନ ସଭାଉପେନ୍ଦ୍ର ଭଞ୍ଜବଣ୍ଡା ଜନଜାତିବିନି ଅରୋଡ଼ାବାଇପୋଲାର ଡିଜଅଡରଭୂମିକମ୍ପଜୁନରତ୍ନାକର ଚଇନିପ୍ଲାଟିନମହେପାଟାଇଟିସ🡆 More