ଅଞ୍ଜୁ ଘୋଷ: ବଙ୍ଗଳାଦେଶର ଅଭିନେତ୍ରୀ

ଅଞ୍ଜୁ ଘୋଷ ଜଣେ ବଙ୍ଗଳାଦେଶୀ ତଥା ଦକ୍ଷିଣ ଭାରତୀୟ (ଟଲିଉଡ) କଥାଚିତ୍ର ଅଭିନେତ୍ରୀ । ୧୯୮୨ ମସିହାରେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିବା ଅଞ୍ଜୁଙ୍କୁ ୧୯୮୯ ମସିହାରେ ମୁକ୍ତିଲାଭ କରିଥିବା ବଙ୍ଗଳାଦେଶୀ ଚଳଚ୍ଚିତ୍ର ବେଦେର ମେୟେ ଜୋସ୍ନାରେ ଲୋକପ୍ରିୟତା ମିଳିଥିଲା ।

ଅଞ୍ଜୁ ଘୋଷ
অঞ্জু ঘোষ
ଜନ୍ମ
ଅଞ୍ଜଳି ଘୋଷ

ଫରିଦପୁର ଜିଲ୍ଲା, ବଙ୍ଗଳାଦେଶ
ଜାତୀୟତାବଙ୍ଗଳାଦେଶୀଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୭୨-ଏବେଯାଏଁ
ଉଲ୍ଲେଖନୀୟ କୃତିବେଦେର ମେୟେ ଜୋସ୍ନା

ଅଭିନୟ ଜୀବନ

ଅଞ୍ଜୁ ୧୯୮୨ ମସିହାରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲେ ସୌଦାଗର, ଯାହାର ନିର୍ଦ୍ଦେଶନା ଦେଇଥିଲେ ଏଫ୍. କବୀର ଚୌଧୁରୀ ।

ସେ ପାଖାପାଖି ୫୦ରୁ ଉର୍ଦ୍ଧ୍ୱ ଚଳଚ୍ଚିତ୍ର ଅଭିନୟ କରିଛନ୍ତି । ଅବଦୁର ରଜାକ୍, ଜାଫର୍ ଇକ୍‌ବାଲ୍, ୱସିମ୍ ଏବଂ ଇଲିଆସ୍ କାଞ୍ଚନଙ୍କ ଭଳି ବଙ୍ଗଳାଦେଶୀ ଅଭିନେତାମାନେ ତାଙ୍କ ସହ କାର୍ଯ୍ୟ କରିଛନ୍ତି । ଭାରତୀୟ କଳାକାରଙ୍କ ଭିତରେ ସେ ରଣଜିତ ମଲ୍ଲିକ, ଚିରଣଜିତ ଚକ୍ରବର୍ତ୍ତୀ, ପ୍ରସନ୍ନଜିତ ଚାଟାର୍ଜୀ ଆଦି ତାଙ୍କ ସହିତ କାର୍ଯ୍ୟ କରିଛନ୍ତି ।

ସେ ୧୯୯୬ ମସିହାରେ ବଙ୍ଗଳାଦେଶ ଛାଡ଼ି କଲିକତା ଆସିଯାଇଥିଲେ । ୨୦୧୮ ମସିହାରେ ସେ ଅନ୍ୟ ଏକ ବଙ୍ଗଳାଦେଶୀ କଥାଚିତ୍ର ମଧୁର କ୍ୟାଣ୍ଟିନ୍‌ରେ କାର୍ଯ୍ୟ କରିଥିଲେ, ଯାହାର ନିର୍ଦ୍ଦେଶନା ଦେଇଥିଲେ ସୈଦୁର ରହମାନ ସଇଦ୍ ।

୧୯୯୦ ମସିହାରେ ଅଞ୍ଜୁଙ୍କର ମାଲିକ ଛାର ଚିଠି ନାମକ ଏକ ଆଲବମ୍ ମୁକ୍ତିଲାଭ କରିଥିଲା, ଯେଉଁଥିରେ ୧୨ଟି ଗୀତ ଅନ୍ତର୍ଭୁକ୍ତ ଥିଲା ।

ନାଗରିକତା ବିବାଦ

ଅଞ୍ଜୁ ୨୦୧୯ ମସିହରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେବାପରେ ତାଙ୍କ ଜାତୀୟତାକୁ ନେଇ ପ୍ରଶ୍ନ ଉଠିଥିଲା । ଏହାପରେ ବିଜେପି ତରଫରୁ ତାଙ୍କ ଭାରତୀୟ ନାଗରିକତା ଏବଂ ଭାରତୀୟ ପାସ୍‌ପୋର୍ଟ୍ ଥିବା କଥା ଦାବି କରାଯାଇଥିଲା । ୨୦୦୩ ମସିହାରେ କଲିକତା ମୁନିସିପାଲିଟି କର୍ପୋରେସନ୍ଦ୍ୱାରା ପ୍ରଦତ୍ତ ତାଙ୍କ ଜନ୍ମ ପ୍ରମାଣପତ୍ର ମଧ୍ୟ ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲୀପ ଘୋଷ ସର୍ବସାଧରଣରେ ପ୍ରକାଶ କରିଥିଲେ । ଏହି ପ୍ରମାଣପତ୍ର ଅନୁସାରେ ଅଞ୍ଜୁ ଘୋଷ ୧୭ ସେପ୍ଟେମ୍ବର ୧୯୬୬ରେ କଲିକତାର ଏଷ୍ଟ ଏଣ୍ଡ୍ ନର୍ସିଂ ହୋମ୍‌ରେ ଜନ୍ମଗ୍ରହଣ କରିଥିଲେ; ତାଙ୍କ ବାପାଙ୍କ ନାମ ସୁଧାନ୍ୟ ଘୋଷ ଏବଂ ମାଆଙ୍କ ନାମ ବୀଣାପଣି ଘୋଷ ।

ଏତଦ୍ ବ୍ୟତୀତ ୨୦୧୮ ମସିହାର ସେପ୍ଟେମ୍ବର ମାସରେ ସେ ଏକୁଶେୟ ଟିଭିର ଏକ ସାକ୍ଷାତକାରରେ ତାଙ୍କ ଜନ୍ମ ୧୯୫୬ ମସିହାରେ ପୂର୍ବ ପାକିସ୍ତାନ (ବର୍ତ୍ତମାନର ବଙ୍ଗଳାଦେଶ) ଅନ୍ତର୍ଗତ ଫରିଦପୁର ଜିଲ୍ଲାରେ ହୋଇଥିଲା ଏବଂ ବଙ୍ଗଳାଦେଶ ସ୍ୱାଧୀନ ହେବା ପୂର୍ବରୁ ତାଙ୍କ ପରିବାର ୧୯୭୧ ମସିହାରେ ଚିତ୍ତଗଙ୍ଗ ସ୍ଥାନାନ୍ତର ହୋଇଥିଲେ ବୋଲି ଉଲ୍ଲେଖ କରିଥିଲେ । ତାଙ୍କ ବିଦ୍ୟାଳୟ ଶିକ୍ଷା ଚିତ୍ତଗଙ୍ଗର କ୍ରିଷ୍ଣାକୁମାରୀ ଉଚ୍ଚ ବିଦ୍ୟାଳୟରେ ହୋଇଥିବା କଥା ସେ ମଧ୍ୟ ସେହି ସାକ୍ଷାତକାରରେ ଉଲ୍ଲେଖ କରିଥିଲେ ।

ଚଳଚ୍ଚିତ୍ର ଚିତ୍ର

ବର୍ଷ ଆଖ୍ୟା ନିର୍ଦ୍ଦେଶକ
୧୯୮୨ ବୋରୋ ଭଲୋ ଲୋକ ଛିଲୋ ମହମ୍ମଦ ମହିଉଦ୍ଦିନ
୧୯୮୪ ଚନ୍ଦନ ଦୀପର ରାଜ କୋନା ଇବନେ ମିଜାନ୍
୧୯୮୯ ବେଦେର ମେୟେ ଜୋସ୍ନା ତଜାମଲ୍ ହକ୍ ବକୁଲ୍
୧୯୯୨ ବେଦେନିର୍ ପ୍ରେମ୍ ସ୍ୱପ୍ନା ଶାହା
ଗରିଆଲ୍ ଭାଇ ତଜାମଲ୍ ହକ୍ ବକୁଲ୍
୧୯୯୩ କୁମାରୀ ମାଆ ଦୁଲାଲ ଭୌମିକ
ରାଜାର ମେଏ ପାରୁଲ୍ ମିଲନ ଚୌଧୁରୀ
୨୦୦୦ ଗରିବର୍ ସଂସାର୍ ସ୍ୱପ୍ନା ଶାହା

ଆଧାର

ବାହାର ଆଧାର

Tags:

ଅଞ୍ଜୁ ଘୋଷ ଅଭିନୟ ଜୀବନଅଞ୍ଜୁ ଘୋଷ ନାଗରିକତା ବିବାଦଅଞ୍ଜୁ ଘୋଷ ଚଳଚ୍ଚିତ୍ର ଚିତ୍ରଅଞ୍ଜୁ ଘୋଷ ଆଧାରଅଞ୍ଜୁ ଘୋଷ ବାହାର ଆଧାରଅଞ୍ଜୁ ଘୋଷ

🔥 Trending searches on Wiki ଓଡ଼ିଆ:

ଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାକଟକ ଚଣ୍ଡୀ ମନ୍ଦିରଜାପାନୀ ଭାଷାଚୁଡ଼ାପୁରୀକାହ୍ନାପାମୀନ (ମାସ)ଭଗବତ ଗୀତାଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଦମନ (୨୦୨୨ର କଥାଚିତ୍ର)ଶାନ୍ତନୁ କୁମାର ଆଚାର୍ଯ୍ୟଶିବଜର୍ମାନୀରାଶି ଓ ନକ୍ଷତ୍ରରବୀନ୍ଦ୍ରନାଥ ଠାକୁରଗୁରୁଭଦଭଦଳିଆଲେଭୋନରଜେସ୍ଟ୍ରେଲଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ରାଜଧାନୀ ତାଲିକାରବି ସିଂବେଙ୍ଗାଳୁରୁଜବାହରଲାଲ ନେହେରୁଦଣ୍ଡ ନାଟଚବିଶ ଗୁରୁକାଳିନ୍ଦୀ ଚରଣ ପାଣିଗ୍ରାହୀମାଇକ୍ରୋସଫ୍ଟରାଜ୍ୟ ସଭା୨୧ଟଙ୍କ ତୋରାଣିହିପୋପୋଟାମସରାଜତନ୍ତ୍ରମଙ୍ଗଳା ମନ୍ଦିରଉଇକିଖବରସତ୍ୟବାଦୀ ବନ ବିଦ୍ୟାଳୟଉତ୍ତର ପ୍ରଦେଶଫୋଷ୍ଟାମାଟିନିବଇଲେକ୍ଟ୍ରୋନିକ କମର୍ସଦାସିଆ ବାଉରୀପରଶୁରାମଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାବୁଢ଼ିଆଣୀଗଗନେନ୍ଦ୍ର ନାଥ ଦାଶଶୁକଦେବକେପ ଭର୍ଡଧରଣୀଧର ଭୂୟାଁମୁସଲମାନକୃଷ୍ଣ କୁମାର ମହାନ୍ତିସୂଚନା ପ୍ରଯୁକ୍ତିବିଦ୍ୟାହେପାଟାଇଟିସସିପାହୀ ବିଦ୍ରୋହଦାସକାଠିଆଜୀବସାରସ୍ୱାମୀ ବିବେକାନନ୍ଦମାଗୁଣିର ଶଗଡ଼ଅଚିହ୍ନା ବାସଭୂମିବିଧାନ ସଭା ସଭ୍ୟବିରାଜ ଦାଶତ୍ରିପୁରା ମିଶ୍ରଓଡ଼ିଶୀବ୍ରାଉଜରଶାମ୍ବ ଦଶମୀମହାଭାରତଗୋଲୋକ ବିହାରୀ ଧଳଜଗନ୍ନାଥଗଜଲଛବିଳ ମଧୁ ବର୍ଣ୍ଣବୋଧଜାତୀୟ ଆୟ🡆 More