ଅଜୟନ୍ତୀ ପ୍ରଧାନ: ଓଡ଼ିଆ ରାଜନୀତିଜ୍ଞ

ଅଜୟନ୍ତୀ ପ୍ରଧାନ (ଜନ୍ମ: ୧ ମାର୍ଚ୍ଚ ୧୯୬୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୪ ମସିହାରେ ହୋଇଥିବା ନିର୍ବାଚନରେ ଘୁମୁସର ଉଦୟଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଅଜୟନ୍ତୀ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ନିର୍ବାଚନରେ ବିଜୟୀ ହୋଇ ଓଡ଼ିଶା ବିଧାନ ସଭାର ୧୩ଶ ସଭାକୁ ନିର୍ବାଚିତ ହୋଇଥିଲେ ।

ଉଦୟଗିରି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)">ଘୁମୁସର ଉଦୟଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଅଜୟନ୍ତୀ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ନିର୍ବାଚନରେ ବିଜୟୀ ହୋଇ ଓଡ଼ିଶା ବିଧାନ ସଭାର ୧୩ଶ ସଭାକୁ ନିର୍ବାଚିତ ହୋଇଥିଲେ ।

ଅଜୟନ୍ତୀ ପ୍ରଧାନ
ଅଜୟନ୍ତୀ ପ୍ରଧାନ: ଓଡ଼ିଆ ରାଜନୀତିଜ୍ଞ
ବିଧାୟିକା: ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ପୂର୍ବ ଅଧିକାରୀସାଲୁଗା ପ୍ରଧାନ
ପର ଅଧିକାରୀମନୋଜ କୁମାର ପ୍ରଧାନ
ନିର୍ବାଚନ ମଣ୍ଡଳୀଉଦୟଗିରି
ବ୍ୟକ୍ତିଗତ ସବିଶେଷ
ଜନ୍ମ (1965-03-01) ୧ ମାର୍ଚ୍ଚ ୧୯୬୫ (ବୟସ ୫୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀରାଘବ ମହାନ୍ତି
ସନ୍ତାନ୨ ପୁଅ
ବାପା/ବୋଉଶ୍ରୀରାମ ପ୍ରଧାନ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ ଓ ପରିବାର

ଅଜୟନ୍ତୀ ପ୍ରଧାନ ୧୯୬୫ ମସିହାର ମାର୍ଚ୍ଚ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଶ୍ରୀରାମ ପ୍ରଧାନ । ସେ ରାଘବ ମଲ୍ଲିକଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଦୁଇଜଣ ପୁଅ ଅଛନ୍ତି ।

ଅଜୟନ୍ତୀ ଜଣେ ସରକାରୀ ଚାକିରୀଆ ଭାବରେ କାର୍ଯ୍ୟ କରୁଥିଲେ । ସେ ୧୯୮୮ ମସିହାରୁ ଚାକିରୀରେ ଯୋଗ ଦେଇଥିଲେ ଏବଂ ବିଭିନ୍ନ ବିଭାଗରେ କାର୍ଯ୍ୟ କରି ସେ ୨୫ ମାର୍ଚ୍ଚ ୨୦୦୪ରେ ଚାକିରୀ ଛାଡ଼ି ରାଜନୀତିରେ ଯୋଗ ଦେଇଥିଲେ । ଅଜୟନ୍ତୀ ଚାକିରୀ ଭାଡ଼ିବାବେଳକୁ କନ୍ଧମାଳ ଜିଲ୍ଲାର ଜଣେ ସିଡିପିଓ ଭାବରେ କାର୍ଯ୍ୟ କରୁଥିଲେ ।

ରାଜନୈତିକ ଜୀବନ

ଅଜୟନ୍ତୀ ପ୍ରଧାନ ଭାରତୀୟ ଜାତୀୟ କଂଗ୍ରେସ ରାଜନୈତିକ ଦଳ ସହିତ ଓଡ଼ିଶା ରାଜନୀତିରେ ସକ୍ରିୟ ଅଛନ୍ତି । ସେ ୨୦୦୪ ମସିହାରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।


୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ଅଜୟନ୍ତୀ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ଘୁମୁସର ଉଦୟଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ଓଡ଼ିଶା ବିଧାନ ସଭାର ୧୩ଶ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୨୦୦୪ରୁ ୨୦୦୯ ମସିହାଯାଏଁ ଘୁମୁସର ଉଦୟଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀ ଆସନରୁ ବିଧାୟିକା ଭାବରେ କାର୍ଯ୍ୟ କରିଥିଲେ ।


୨୦୦୯ ମସିହାରେ ଓଡ଼ିଶା ବିଧାନ ସଭା ସାଧାରଣ ନିର୍ବାଚନରେ ଅଜୟନ୍ତୀ ପୁଣିଥରେ ଘୁମୁସର ଉଦୟଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସମୁଦାୟ ୬୫.୪୫ ପ୍ରତିଶତ ମତଦାନ ହୋଇଥିଲା । ସମୁଦାୟ ଭୋଟରୁ ଅଜୟନ୍ତୀ ୨୧,୦୭୪ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ଥିଲେ । ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ମନୋଜ କୁମାର ପ୍ରଧାନ ସମୁଦାୟ ୪୫,୦୦୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ନିର୍ବାଚନରେ ମନୋଜ ଅଜୟନ୍ତୀଙ୍କୁ ପାଖାପାଖି ୩୦,୦୦୦ ଭୋଟ ବ୍ୟବଧାନରେ ହରାଇଥିଲେ । ନିର୍ବାଚନ ଫଳାଫଳ ବାହାରିବାବେଳକୁ ବିଜୟୀ ପ୍ରାର୍ଥୀ ମନୋଜ କନ୍ଧମାଳ ଉପ-କାରାଗାରରେ ଥିଲେ । ୨୦୧୪ ମସିହାରେ ଅଜୟନ୍ତୀ ନିର୍ବାଚନ ଲଢ଼ି ନ ଥିଲେ । ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଭାବରେ ଜାକବ୍ ପ୍ରଧାନ ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟୀ ହୋଇ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।


ଅଜୟନ୍ତୀ ଭାରତୀୟ ଜାତୀୟ କଂଗ୍ରେସର ପ୍ରଦେଶ କଂଗ୍ରେସର ଜଣେ କାର୍ଯ୍ୟକାରୀ ଅଧକ୍ଷ ଭାବରେ କାର୍ଯ୍ୟ କରୁଥିଲେ ।

ଆଧାର

Tags:

ଓଡ଼ିଶା ବିଧାନ ସଭାଘୁ. ଉଦୟଗିରି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭାରତୀୟ ଜନତା ପାର୍ଟି୧୩ଶ ଓଡ଼ିଶା ବିଧାନ ସଭା

🔥 Trending searches on Wiki ଓଡ଼ିଆ:

ଓଡ଼ିଶା ବିଧାନ ସଭାଭାରତର ସଂସ୍କୃତିଡଲାରକଟକ ଚଣ୍ଡୀ ମନ୍ଦିରଢେଙ୍କାନାଳ ଜିଲ୍ଲାବିଜୁ କୃଷକ କଲ୍ୟାଣ ଯୋଜନାଏକକଜୟଦ୍ରଥ ସୁନାତାଳଧ୍ୱଜଖୋର୍ଦ୍ଧା ଜିଲ୍ଲା୨୦୨୦ ଗ୍ରୀଷ୍ମକାଳୀନ ଅଲମ୍ପିକଅଂଶୁଘାତ୨୯ ଅପ୍ରେଲଢୁମ୍ପାଇଂରାଜୀ ଭାଷାଜଗନ୍ନାଥଜାଭାସ୍କ୍ରିପ୍ଟଭାରତୀୟ ସ୍ୱାଧୀନତା ଆନ୍ଦୋଳନକଇଁଛ୨୧ଏ. ପି. ଜେ. ଅବଦୁଲ କଲାମବନ୍ଧୁ (କଥାଚିତ୍ର)ଭାରତୀୟ ସମ୍ବିଧାନଚିନ୍ତାମଣି ମହାନ୍ତିପରିବେଶକୀଚକେଶ୍ୱରୀ ମନ୍ଦିରପଣା ସଂକ୍ରାନ୍ତିଗୋଲୋକ ବିହାରୀ ଧଳକୁନ୍ତଳା କୁମାରୀ ସାବତସରସ୍ୱତୀEtacrynic acidଧର୍ମପଦନାରାୟଣ ସାହୁwiki.phtmlମନୋଜ ଦାସଙ୍କ କଥା ଓ କାହାଣୀଭୂଖାଛତ୍ରପୁରଶୈଳବାଳା ଦାସରାଜତନ୍ତ୍ରନିମାପଡ଼ାଚନ୍ଦ୍ରଗୁପ୍ତଏକ୍ସକ୍ୟୁଜ ମିଓଡ଼ିଆ ଲୋକଚାଣକ୍ୟରାମଚନ୍ଦ୍ର ବେହେରାମଣିଷନଡ଼ିଆସୂଚନା ପ୍ରଯୁକ୍ତିବିଦ୍ୟାଭଗବତୀ ଦେଉଳଗୋପୀନାଥ ମହାନ୍ତିଅଭିମନ୍ୟୁ ସାମନ୍ତସିଂହାରବନ୍ଦେ ଉତ୍କଳ ଜନନୀପାକସ୍ଥଳୀ ପ୍ରଦାହହିନ୍ଦୁ ସମୟ ଗଣନାଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ମନୋରଞ୍ଜନ ଦାସ୧ମ ଓଡ଼ିଶା ବିଧାନ ସଭାରାଜ୍ୟ ସଭାଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଯଦୁମଣି ମହାପାତ୍ରସ୍ୱାଧୀନତା ଦିବସ‌ (ଭାରତ)କେବେ ତମେ ନାହଁ କେବେ ମୁଁ ନାହିଁବୌଦ୍ଧ ଧର୍ମଆକବରମୁସଲମାନବିବାହବୈକୁଣ୍ଠନାଥ ପଟ୍ଟନାୟକ🡆 More