ଅଙ୍କୋସର୍ସିଆସିସ

ଅଙ୍କୋସର୍ସିଆସିସ (ଇଂରାଜୀରେ Onchocerciasis), ବା ନ‌ଦୀ ଅନ୍ଧତ୍ୱ/ ରିଭର ବ୍ଲାଇଣ୍ଡନେସ (ଇଂରାଜୀରେ river blindness) ବା ରୋବ୍ଲ ରୋଗ (ଇଂରାଜୀରେ Robles disease), ଏକ ରୋଗ ଯାହା ଏକ ପ୍ରକାର ପରଜୀବୀ ପୋକ ଅଙ୍କୋସର୍କା ଭୋଲ୍‌ଭ୍ୟୁଲସ (ଇଂରାଜୀରେ Onchocerca volvulus) ସଂକ୍ରମଣଦ୍ୱାରା ଲୋକଙ୍କୁ ହୁଏ । ଅତ୍ୟଧିକ ଗଲୁ (itching), ଚର୍ମ ତଳେ ଆବୁ (bump) ଓ ଅନ୍ଧତ୍ୱ ଏହାର ଲକ୍ଷଣ । ଚକ୍ଷୁ ସଂକ୍ରମଣ ରୋଗରେ ଟ୍ରାକୋମା ପରେ ଏହା ଦ୍ୱିତୀୟ ସର୍ବାଧିକ ସ୍ଥାନ ଗ୍ରହଣ କରେ ।

ଅଙ୍କୋସର୍ସିଆସିସ
ଅଙ୍କୋସର୍ସିଆସିସ
ଏକ ବୟଃପ୍ରାପ୍ତ କଳା ମାଛିର ଆଣ୍ଟେନାରୁ ପରଜୀବୀ ଅଙ୍କୋସର୍କା ଭୋଲ୍‌ଭ୍ୟୁଲସ ବାହାରୁଥିବା ଦେଖାଯାଉଛି ।, magnified 100x
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରାମକ ରୋଗ[*], tropical medicine[*]
ଆଇସିଡ଼ି-୧୦B73.
ଆଇସିଡ଼ି-୯-ସିଏମ୍125.3
ରୋଗ ଡାଟାବେସ9218
ଇ-ମେଡ଼ିସିନmed/1667 oph/709
MeSHD009855


ସିମୁଲିଅମ୍ ଟାଇପ୍‌ର କଳା ମାଛି/ବ୍ଲାକ୍ ଫ୍ଲାଇ (ଇଂରାଜୀରେ black fly) କାମୁଡ଼ିବାଦ୍ୱାରା ଏହି ପରଜୀବୀ ପୋକ ବିସ୍ତାର ଲାଭ କରେ । ଏହି ସଂକ୍ରମଣ ନିମନ୍ତେ ସାଧାରଣତଃ ଅନେକ ଥର କାମୁଡ଼ିବା ଦରକାର ହୁଏ । ଏହି ମାଛି ନ‌ଦୀ ତଟରେ ବଞ୍ଚନ୍ତି, ଏଣୁ ଏହାର ନାମ ନ‌ଦୀ ଅନ୍ଧତ୍ୱ ବା ରିଭର ବ୍ଲାଇଣ୍ଡନେସ ହୋଇଛି । ଥରେ ଲୋକ ଶରୀରରେ ପ୍ରବେଶ କଲାପରେ ପୋକ ଲାର୍ଭା ସୃଷ୍ଟି କରନ୍ତି ଯେଉଁମାନେ ଚର୍ମକୁ ଆସନ୍ତି । ଏଠାରେ ସେମାନେ ଅନ୍ୟ କଳା ମାଛି କାମୁଡ଼ିବାବେଳେ ସେମାନଙ୍କୁ ସଂକ୍ରମିତ କରନ୍ତି । ଅନେକ ଉପାୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ ଯଥା ଅଣୁବୀକ୍ଷଣ ତଳେ ଚର୍ମ ବାୟୋପ୍ସି ନେଇ ନର୍ମାଲ ସାଲାଇନରେ ଥୋଇଲେ ଲାର୍ଭା ବାହାରି ଆସିବା ଦେଖାଯାଏ, ଚକ୍ଷୁରେ ଲାର୍ଭା ଖୋଜି ଓ ଚର୍ମ ତଳ ଆବୁ ମଧ୍ୟରେ ବୟଃପ୍ରାପ୍ତ ପୋକ ଖୋଜି ମିଳିଲେ ନିର୍ଣ୍ଣୟ କରାଯାଏ ।


ଟିକା ଏହି ରୋଗ ନିମନ୍ତେ ଅଦ୍ୟାପି ବାହାରି ନାହିଁ । ମାଛି କାମୁଡ଼ାରୁ ରକ୍ଷା ପାଇବା ନିମନ୍ତେ ଚେଷ୍ଟା କରାଯାଏ । ପୋକ ଘଉଡ଼ାକାରୀ ଔଷଧ (insect repellent) ଓ ଉପ‌ଯୁକ୍ତ ପୋଷାକ ବ୍ୟବ‌ହାର ଆବଶ୍ୟକ ହୁଏ । ମାଛି ବଂଶ କମ୍ କରିବା ନିମନ୍ତେ ଔଷଧ ସ୍ପ୍ରେ କରିବା ଦରକାର । Efforts to eradicate the disease by treating entire groups of people twice a year is ongoing in a number of areas of the world. ସଂକ୍ରମିତ ହୋଇଥିବା ବ୍ୟକ୍ତିମାନଙ୍କୁ ଇଭରମେକ୍‌ଟିନ ଔଷଧ ଛଅରୁ ବାର ମାସରେ ଦିଆଯାଏ । This treatment kills the larva but not the adult worms. ଡକ୍‌ସିସାଇକ୍ଲିନ (doxicycline) ଏହାର ସ‌ହ‌ଯୋଗୀ ଜୀବାଣୁକୁ (Wolbachia) ମାରି ଦେବାପରେ ଏହି ପୋକ ଦୁର୍ବଳ ହୋଇଯାଉଥିବାରୁ ଅନେକ ଏହାକୁ ଦେବାକୁ ନିର୍ଦ୍ଦେଶ ଦିଅନ୍ତି । ଅପରେଶନ୍ କରି ଚର୍ମ ତଳ ଆବୁକୁ କାଢ଼ିଦିଆଯାଏ ।


ନ‌aଦୀ ଅନ୍ଧତ୍ୱ ରୋଗଦ୍ୱାରା ପ୍ରାୟ ୧୭ରୁ ୨୫ ନିୟୁତ ଲୋକ ସଂକ୍ରମିତ ହୁଅନ୍ତି ଯେଉଁମାନଙ୍କ ମଧ୍ୟରୁ ପ୍ରୟ ୦.୮ ନିୟୁତ ସମ୍ୟକ୍ ଅନ୍ଧତ୍ୱର ଶୀକାର ହୁଅନ୍ତି । ସବ୍ ସାହାରା ଆଫ୍ରିକା ଇଲାକାରେ ଅଧିକାଂଶ ସଂକ୍ରମଣ ହେଲେ ମଧ୍ୟ ୟେମେନ ଓ କେତେକ ମଧ୍ୟ ଆମେରିକା ଓ ଦକ୍ଷିଣ ଆମେରିକାରେ କିଛି ରିପୋର୍ଟ ହୋଇଛି । ସନ ୧୯୧୫ରେ ଡାକ୍ତର ରୋଡୋଲ୍‌ଫୋ ରୋବ୍ଲ ପ୍ରଥମେ ଚକ୍ଷୁ ରୋଗ ସ‌ହ ଏହି ରୋଗକୁ ଲିଙ୍କ କରିଥିଲେ । ଅବ‌ହେଳିତ ଗ୍ରଷ୍ମମଣ୍ଡଳୀୟ ରୋଗରେ ଏହାକୁ ଡବ୍ଲ୍ୟୁ.ଏଚ୍.ଓ. (World Health Organization) ଏହାକୁ ନାମିତ କରିଛନ୍ତି ।

ଆଧାର

Tags:

ଟ୍ରାକୋମା

🔥 Trending searches on Wiki ଓଡ଼ିଆ:

ବାହୁଡ଼ା ଯାତ୍ରାଗଣେଶ ପୂଜାନଇ ଆରପାରିଭାରତୀୟ ଜନତା ପାର୍ଟିଇଲେକ୍ଟ୍ରୋନିକ କମର୍ସରାଉରକେଲାଜଗନ୍ନାଥ ମନ୍ଦିରଇସଲାମାବାଦରାୟଗଡ଼ା ଜିଲ୍ଲାର ହିନ୍ଦୁ ମନ୍ଦିରwiki.phtmlବାରଶିଂଘାଅରୁଣ କୁମାର ସାହୁଓଡ଼ିଆ ସାହିତ୍ୟର ଇତିହାସପ୍ରିୟା ବଦଲାନିକମଳ ଲୋଚନ ମହାନ୍ତିରଞ୍ଜିତା ନାୟକବିଷ୍ଣୁଶୁଭ ବିବାହପାଟଦେଇଦିବ୍ୟସିଂହ ଦେବ୭ ମାର୍ଚ୍ଚକେଉଁ ଦୁନିଆରୁ ଆସିଲ ବନ୍ଧୁଓଡ଼ିଶାର କଳାରାମାୟଣଓଡ଼ିଆ ଲୋକହନୁମାନଚାଟ୍ ଜିପିଟିଗୋପବନ୍ଧୁ ଚୌଧୁରୀଶାସ୍ତିଶାରଳା ପୁରସ୍କାରଉଇକିପିଡ଼ିଆଅଣ୍ଡା (ଜୀବ ବିଜ୍ଞାନ)ୟୁନିଫର୍ମ ରିସୋର୍ସ ଲୋକେଟରପରିସଂଖ୍ୟାନଶମୀନୀଲ ଆର୍ମଷ୍ଟ୍ରଙ୍ଗଜୀବସାରଜଳ ପ୍ରଦୂଷଣଚଉତିଶାପୁଷ୍ଟିସାରଅଶୋକାଷ୍ଟମୀଜଣ୍ଡିସ୍ମଧୁସୂଦନ ରାଓଅଖିଳ ମୋହନ ପଟ୍ଟନାୟକପ୍ରଶାନ୍ତ କୁମାର ମୁଦୁଲିମାଦଳା ପାଞ୍ଜିଏ. ପି. ଜେ. ଅବଦୁଲ କଲାମଧର୍ମପଦହୃଷୀକେଶ ପଣ୍ଡାଗୋଲ୍‌ମାଲ୍ରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେଉଇକିକମନ୍ସଉଇକିମିଡ଼ିଆ ମୁଭମେଣ୍ଟଉତ୍କଳ ବ୍ରାହ୍ମଣବନ୍ଦେ ଉତ୍କଳ ଜନନୀଓଡ଼ିଶା ଲୋକସେବା ଅଧିକାର ଅଧିନିୟମ, ୨୦୧୨ସାରଳା ଦାସଶିଶୁ ଅନନ୍ତ ଦାସବିଜୁ କୃଷକ କଲ୍ୟାଣ ଯୋଜନାକୋଷ୍ଠକାଠିନ୍ୟସ୍ୱାଧୀନତା ଦିବସ‌ (ଭାରତ)ଧନୁଯାତ୍ରାମୁଚୁକୁନ୍ଦଚବିଶ ଗୁରୁବାଜି ରାଉତମୁସଲମାନଆଇଚି ରାଜ୍ୟକ୍ରିଏଟିଭ କମନ୍ସସଖୀ କଣ୍ଢେଇ ନାଚଗୁଣନ୨୪ ଅପ୍ରେଲଇନ୍ଦିରା ଗାନ୍ଧୀପ୍ରମୁଖ ଅବସାଦ ବେମାରୀ🡆 More