ଆଲୋଚନା ସଭା

This page is not available in other languages.

(ଆଲୋଚନାଅବଦାନ)

ଓଡ଼ିଆ ଉଇକିପିଡ଼ିଆରେ ଏଯାଏ ଲଗ ଇନ ନ କରି ନୂଆ ପ୍ରସଙ୍ଗ ତିଆରି କରିବାର ସୁବିଧା ସମସ୍ତଙ୍କ ପାଇଁ ଥିଲା । ହେଲେ ୨୦୨୩ ନଭେମ୍ବର ୨୦ରୁ ଆରମ୍ଭ କରି ଆଜିଯାଏ "ଲକ୍ଷ୍ମୀନାରାୟଣ ମହାରଣା" ପ୍ରସଙ୍ଗଟି କେବଳ ସମ୍ଭବତଃ ଜଣଙ୍କ ଦ୍ୱାରା ୩୨ରୁ ଅଧିକ ଥର ତିଆରି କରାଯାଇସାରିଲାଣି । ଏଭଳି ଅପବ୍ୟବହାର ଓଡ଼ିଆ ଉଇକିପିଡ଼ିଆ ଇତିହାସରେ ପ୍ରଥମ । ଏଭଳି ପ୍ରସଙ୍ଗ ତିଆରି ହେଲେ ଜଣେ ଅଣ-ପରିଚାଳକ ପ୍ରଥମେ ସେଥିରେ "ଲିଭାନ୍ତୁ" ଛାନ୍ଚ ପକାନ୍ତି । ଜଣେ ପରିଚାଳକ ତାକୁ ଦେଖି ପ୍ରସଙ୍ଗଟି ଲିଭାନ୍ତି । ସମାନ ନାମରେ ଆଉଥରେ ପ୍ରସଙ୍ଗ ତିଆରି ରୋକିବାକୁ ପୃଷ୍ଠାଟି କିଳନ୍ତି । ଆଉ ପୃ୍ଷ୍ଠାର ଅପବ୍ଯବହାରକାରୀଙ୍କୁ ଅଟକାନ୍ତି । ଆମ ଛୋଟ ସମୁଦାୟ ନୂଆ ପ୍ରସଙ୍ଗ ଲେଖିବା ଓ ଆଗରୁ ଥିବା ପ୍ରସଙ୍ଗ ଉନ୍ନତ କରିବାକୁ ବେଳ ପାଉନି । ଆମେ ନୂଆ ବ୍ୟବହାରକାରୀଙ୍କୁ ଉତ୍ସାହିତ କରି ଆଣିବାକୁ ବେଳ ପାଉନୁ । ଏସବୁ ଭିତରେ ଏ ନୂଆ ଅସୁବିଧା ବୋଝ ଉପରେ ନଳିତା ବିଡ଼ା ଭଳି । ଏଣୁ କେବଳ ଲଗ ଇନ କରିଥିବା ବ୍ୟବହାରକାରୀଙ୍କୁ ନୂଆ ପ୍ରସଙ୍ଗ ତିଆରି ଅନୁମତି ଦେବା ସପକ୍ଷରେ ମୁଁ ପ୍ରସ୍ତାବ ବାଢ଼ୁଛି । ସମସ୍ତଙ୍କ ମତ ଭିତ୍ତିରେ ଆଗାମୀ ୭-୧୦ ଦିନ ଭିତରେ ଏ ବଦଳ କରାଯିବ ।


ନିଜ ମତରେ {{ସମର୍ଥନ}} କରିପାରିବେ ବା ଅଲଗା ମତ ଥିଲେ ଦେବେ ।

(ଆଲୋଚନାଅବଦାନ)

ବିନା ଲଗ-ଇନ ରେ ଉଇକିପିଡ଼ିଆ କାହିଁକି ପୃଷ୍ଠା ତିଆରି କରିବାକୁ ଅନୁମତି ଦେଉଛି, ସେ ତରଫରୁ ଯୁକ୍ତି ମଧ୍ୟ ରଖିବା ଉଚିତ ।

(ଆଲୋଚନାଅବଦାନ)

ପ୍ରତି ଉଇକିପିଡ଼ିଆ କମ୍ୟୁନିଟି ଏ ବିଷୟଟି ଆଲୋଚନା କରି ସିଦ୍ଧାନ୍ତ ନେଇପାରିବ ଆଉ ଏଇଟା ସାମଗ୍ରୀକ ଭାବେ ସବୁ ଉଇକିପିଡ଼ିଆ ପାଇଁ ନୁହେଁ ବରଂ କେବଳ ଓଡ଼ିଆ ଉଇକିପିଡ଼ିଆ ପାଇଁ । ମୋର ଯେତେ ଦୂର ମନେ ଅଛି ଏଇଟା "low-entry barrier" ସକାଶେ ରଖାଯାଇଥିଲା । ମାନେ ଜଣେ ଉଇକିପିଡ଼ିଆରେ ନୂଆ ହେଲେ ବି ବା ପ୍ରଥମ କରି କିଛି ଲେଖିବାକୁ ଚେଷ୍ଟାକରୁଥିଲେ ବି ବିନା ବାଧାରେ ପ୍ରସଙ୍ଗଟିଏ ଗଢ଼ିପାରିବେ । ହେଲେ ବ୍ୟବହାର ଅପେକ୍ଷା ଅପବ୍ୟବହାର ଏବେ ଚରମ ସୀମାରେ ପହଞ୍ଚିଛି । ଗତ କିଛି ଦିନ ଧରି ଦିନକୁ ୨-୩ ଥର ଉପରୋକ୍ତ ପ୍ରସଙ୍ଗଟି ତିଆରି ହେଉଛି ।

(ଆଲୋଚନାଅବଦାନ)

ଧନ୍ୟବାଦ ।

ଜଣେ ବ୍ୟକ୍ତି ଯଦି ସଠିକ ପରିମାଣରେ ଉତ୍ସାହିତ ଥିବ, ଚାହିଁଲେ ଗୁଡ଼ିଏ ଇମେଲ ଉପଯୋଗ କରି, ଅନେକ ଉଇକିପିଡ଼ିଆ ଖାତା ଖୋଲି ମଧ୍ୟ ଏଭଳି ପ୍ରସଙ୍ଗ ଗଢ଼ିଚାଲିବ ।

ଯଦିଓ ବିନା ଖାତାରେ ପ୍ରସଙ୍ଗ ତିଆରି ବନ୍ଦ କରିବା ଆମ ସମସ୍ୟାର ସ୍ଥାୟୀ ସମାଧାନ ନୁହେଁ, ବର୍ତ୍ତମାନ ପରିସ୍ଥିତିରେ ଦେଖିଲେ କିଛି ମାତ୍ରାରେ ଏହା ଏଭଳି ପ୍ରସଙ୍ଗ ଗଠନରେ ବାଧା ସୃଷ୍ଟି କରିପାରିବ ।


ଅନ୍ୟପକ୍ଷରେ ପରିସଂଖ୍ୟାନ ଦେଖିଲେ କଦବା କ୍ଵଚିତ ଅନାମଧେୟ ବ୍ୟବହାରକାରୀଗଣ ନୂତନ ପ୍ରସଙ୍ଗ ଲେଖନ୍ତି

ପ୍ରସଙ୍ଗ ଗଢ଼ିବାକୁ ଇଛୁକ ବ୍ୟକ୍ତିଟିଏ, ଉଇକିପିଡ଼ିଆରେ ଖାତାଟିଏ ବି ଅକ୍ଲେଶରେ ଖୋଲି, ପ୍ରସଙ୍ଗ ପ୍ରାରମ୍ଭ କରି ପାରିବ ।


ଆଲୋଚନା ସଭା ସମର୍ଥନ

(ଆଲୋଚନାଅବଦାନ)

ଆଇପିରୁ କରିବା ଦ୍ୱାରା ଖାଲି ଏହି ଲକ୍ଷ୍ମୀନାରୟଣ ପୃଷ୍ଠା ନୁହେଁ, ଅନେକ ଅଣ-ଓଡ଼ିଆମାନେ ମଧ୍ୟ କିଛି ମେସିନ୍ ଅନୁବାଦ ଦ୍ୱାରା ପ୍ରସଙ୍ଗ ଗଢ଼ୁଛନ୍ତି, ଯାହାକି ରହିବା ଯୋଗ୍ୟ ନୁହେଁ । ତେଣୁ ସବୁଦିନ ପାଇଁ ନହେଲେ ବି ଏବେ କିଛିଦିନ ପାଇଁ ଲଗ୍ ଇନ୍ କରିବା ବାଧ୍ୟତାମୂଳକ ହେବା ସହିତ, ନୂଆ ଯୋଗ ଦେଇବା ଉଇକିଆଳି ନୂଆ ପ୍ରସଙ୍ଗ ଗଢ଼ିବା ପାଇଁ ଅତିକମରେ ତାଙ୍କର ଇ-ମେଲ୍ ଭେରିଫାଏ କରିବା ଅଫ୍ସନ୍ ରହିଲେ, ସ୍ପାମ୍ କମିବ ବୋଲି ଆଶା ।

(ଆଲୋଚନାଅବଦାନ)

ଗପୁ ସାରଙ୍କ କଥାରେ ଏକମତ । ଏ ପରିସ୍ଥିତିରେ କିଛି ଦିନ ପାଇଁ ଲଗ-ଇନ ବାଧ୍ୟତାମୂଳକ କରିଲେ ଭଲ ।

(ଆଲୋଚନାଅବଦାନ)

ସମସ୍ତଙ୍କ ଅବଗତି ପାଇଁ ଫାବ୍ରିକେଟରରେ ହୋଇଥିବା ଅନୁରୋଧ ଲିଙ୍କଟି ଦେଲି । ଆଶା ଏ ଅସୁବିଧାଟି ଶୀଘ୍ର ସମାଧାନ ହେବ ।

(ଆଲୋଚନାଅବଦାନ)

ଆଲୋଚନା ସଭା ସମର୍ଥନ ସମସ୍ତେ ସବୁବେଳେ ଆକ୍ଟିଭ ରହି ପାରୁନାହାନ୍ତି । ଏମିତି ସ୍ପାମ ସମ୍ଭାଳିବାରେ ରୋସୋର୍ସ ନ ଯାଊ ।

"ଲଗ ଇନ ନ କରି ପୃଷ୍ଠା ତିଆରି ପାଇଁ ଆପଣଙ୍କ ମତ"ଙ୍କୁ ଉତ୍ତର

Tags:

🔥 Trending searches on Wiki ଓଡ଼ିଆ:

ଜୟୀରାମ ସାମଲଉତ୍କଳ ସଙ୍ଗୀତ ମହାବିଦ୍ୟାଳୟଥାଲକୁଡ଼ିଯୁକ୍ତରାଜ୍ୟପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷପ୍ରେମପ୍ରାଣୀତାରିଣୀ ମନ୍ଦିର, ଘଟଗାଁମାୟାଧର ମାନସିଂହମଇ ଦିବସଯୁକ୍ତରାଷ୍ଟ୍ର ଆମେରିକାସ୍ଥୌଲ୍ୟତାଚିତ୍ତରଞ୍ଜନ ଦାସଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗଶାନ୍ତନୁ କୁମାର ଆଚାର୍ଯ୍ୟସ୍ତୁତି ଚିନ୍ତାମଣିନୟାଗଡ଼ ଜିଲ୍ଲାIndiaମଧୁସୂଦନ ଦାସନୋବେଲ ପୁରସ୍କାରଚୈତନ୍ୟଦୀନକୃଷ୍ଣ ଦାସଦଶାବତାରବିଶ୍ୱ ମ୍ୟାଲେରିଆ ଦିବସରାଉରକେଲାମହୁଜମ୍ମୁ ତୱି ରେଳ ଷ୍ଟେସନହନୁମାନ ବାଟିକାଅନନ୍ତ ପଟ୍ଟନାୟକପରୀକ୍ଷାରତ୍ନାକର ଚଇନିଛାୟାପଥବ୍ରଜନାଥ ରଥପାପୁଆ ନିଉ ଗିନିଜାପାନ ସାଗରଓଡ଼ିଆ ରାନ୍ଧଣା୨୬ ଅପ୍ରେଲନେପଚୁନଦାମୋଦର ରାଉତଗୋଦର ରୋଗଶ୍ୱେତସାରଅନନ୍ତ ବାସୁଦେବ ମନ୍ଦିରପ୍ରଥମ ବିଶ୍ୱଯୁଦ୍ଧତପନ କୁମାର ପ୍ରଧାନକାଜାଖସ୍ତାନବ୍ୟାସଦେବକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବପୁରୀ ଜିଲ୍ଲାଦାସିଆ ବାଉରୀମାଟିର ମଣିଷପୁଷ୍ଟିସାରଶେର ଶାହ ସୁରୀମେହମୁଦ ହୁସେନବୀଣାପାଣି ମହାନ୍ତିମସ୍କୋମନୋଜ ଦାସଙ୍କ କଥା ଓ କାହାଣୀକୋଷ୍ଠକାଠିନ୍ୟଗ୍ରହରବର୍ଟ ହିଲ୍ମନୋଜ ଦାସଶ୍ରୀତମ ଦାସଲକ୍ଷ୍ମୀକାନ୍ତ ମହାପାତ୍ରରାଜ୍ୟ ସଭାସୂର୍ଯ୍ୟବଂଶୀ ସୂରଜସତ୍ୟନାରାୟଣ ରାଜଗୁରୁଇରା ମହାନ୍ତିଫୋସିନୋପ୍ରିଲଓଡ଼ିଆ ଖବରକାଗଜ ତାଲିକାକାଳୀଚରଣ ପଟ୍ଟନାୟକ🡆 More