ସଙ୍ଗୀତା ଦାଶ, ( ଜନ୍ମ :୨୪ ଅପ୍ରେଲ ୧୯୬୬ ) ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଅଭିନେତ୍ରୀ ଅଟନ୍ତି । ଓଡ଼ିଶୀ ନୃତ୍ୟରେ ଉତ୍କର୍ଷତା ପାଇଁ ସେ ମାହାରୀ ସମ୍ମାନ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ଆଦି ସମ୍ମାନ ଲାଭ କରିଛନ୍ତି । ସେ ଡୋରା, ବାଜେ ବଇଁଶୀ ନାଚେ ଘୁଙ୍ଗୁର ଆଦି ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି । ସେ ଦୂରଦର୍ଶନର ଜଣେ ଏ-ଗ୍ରେଡ଼ କଳାକାର ଅଟନ୍ତି । ପଣ୍ଡିଚେରୀଠାରେ ସେ ଓଡ଼ିଶୀ ନୃତ୍ୟ ଶିକ୍ଷାଦାନ ମଧ୍ୟ କରନ୍ତି ।
ସଙ୍ଗୀତା ଦାଶ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତି | ନୃତ୍ୟାଙ୍ଗନା ଓ ଅଭିନେତ୍ରୀ |
ପୁରସ୍କାର | ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର, ମାହାରୀ ସମ୍ମାନ |
ପିଲାଦିନେ, ସଙ୍ଗୀତା ଓ ତାଙ୍କ ଦୁଇ ଭଉଣୀଙ୍କୁ ଗୀତ ଓ ନାଚ ଶିଖାଇବା ପାଇଁ ଜଣେ ଗୁରୁ ତାଙ୍କ ଘରକୁ ଆସୁଥିଲେ । ସଙ୍ଗୀତାଙ୍କର ଗୀତ ପ୍ରତି ବେଶୀ ଆଗ୍ରହ ଥିଲା । କିନ୍ତୁ କ୍ରମେ ସେ ନାଚ ପ୍ରତି ବେଶୀ ଆକର୍ଷିତ ହୋଇଥିଲେ । ୭ ବର୍ଷ ବୟସରୁ, ଗୁରୁ ଦୁର୍ଗା ଚରଣ ରଣବୀରଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ । ପରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଯୋଗଦେଇଥିଲେ ଓ ଗୁରୁ ଦେବ ପ୍ରସାଦ ଦାସଙ୍କଠାରୁ ନୃତ୍ୟ ଶିକ୍ଷାଲାଭ କରିଥିଲେ । ସେ ଗୁରୁ ଦେବ ପ୍ରସାଦଙ୍କ ନୃତ୍ୟ ଶୈଳୀକୁ ଆଗକୁ ନେବାକୁ ଚେଷ୍ଟା କରିଛନ୍ତି । ସେ ଗୁରୁ ଚିତ୍ତରଞ୍ଜନ ପାଣିଙ୍କଠାରୁ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ମଧ୍ୟ ଶିଖିଛନ୍ତି । ଦର୍ଶନରେ ସେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଛନ୍ତି ।
ସଙ୍ଗୀତା, ଗୁରୁ ଦେବ ପ୍ରସାଦଙ୍କ ଶୈଳୀ ଅନୁସରଣ କରି ନିଜ ନୃତ୍ୟ ପରିବେଷଣ କରନ୍ତି । ଦେବ ପ୍ରସାଦଙ୍କ ସହିତ ସେ ଅନେକ ସ୍ଥାନରେ ନୃତ୍ୟ କର୍ମଶାଳାରେ ଯୋଗ ଦେଇଥିଲେ ଓ ଦେବ ପ୍ରସାଦଙ୍କ ମୃତ୍ୟୁ ପରେ ଏହି ଶୈଳୀର ବ୍ୟାପକ ପ୍ରସାର ଦିଗରେ ସେ ନିଜେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେ ଆମେରିକା, ଜର୍ମାନୀ, ବାହାରିନ, ସିଙ୍ଗାପୁର, ଫ୍ରାନ୍ସ, ଇଟାଲି, ବେଲଜିୟମ, ନେପାଳ, ବଙ୍ଗଳାଦେଶ, ଚିନ, ଉତ୍ତର କୋରିଆ ଓ ୱେଷ୍ଟ ଇଣ୍ଡିଜ ଆଦି ଦେଶରେ ବିଭିନ୍ନ ନୃତ୍ୟ କର୍ମଶାଳାରେ ଓଡ଼ିଶୀ ନୃତ୍ୟ ପରିବେଷଣ ଓ ଶିକ୍ଷାଦାନ କରିଛନ୍ତି । କୋଣାର୍କ ନୃତ୍ୟ ଉତ୍ସବ, ଖଜୁରାହୋ ନୃତ୍ୟ ଉତ୍ସବ, ଥିରୁଅନନ୍ତପୁରମର ସୂର୍ଯ୍ୟ ଉତ୍ସବ, ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ, କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀରେ ନୃତ୍ୟ ପ୍ରତିଭା ଓ ନୃତ୍ୟ ସଙ୍ଗମ ଆଦି କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଛନ୍ତି ।
୧୯୮୪ ମସିହାର ଚଳଚ୍ଚିତ୍ର ଡୋରାରୁ ସଙ୍ଗୀତାଙ୍କର ଅଭିନୟ ଜୀବନ ଆରମ୍ଭ ହୋଇଥିଲା । ନୃତ୍ୟକୁ ଅଧିକ ସମୟ ଦେବାପାଇଁ ସେ ଅଭିନୟଠାରୁ କ୍ରମଶଃ ଦୁରେଇ ଯାଇଥିଲେ । ସେ ଅଭିନୟ କରିଥିବା ଚଳଚ୍ଚିତ୍ର ଗୁଡ଼ିକ :
This article uses material from the Wikipedia ଓଡ଼ିଆ article ସଙ୍ଗୀତା ଦାଶ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.