ଶରଧାବାଲି

ଶରଧାବାଲି ପୁରୀ ବଡ଼ଦାଣ୍ଡର ଅଂଶ ବିଶେଷ । ପୁରାତନ କାଳରେ ପୁରୀ ମାଳିନୀ ନଦୀକୁ ପୋତି ଗୁଣ୍ଡିଚା ମନ୍ଦିର ଏବଂ ଜଗନ୍ନାଥ ମନ୍ଦିରକୁ ଏକ ସିଧା ରାସ୍ତା ସଂଯୋଗ ସକାଶେ ବାଲି ପକାଇ ପୂର୍ଣ୍ଣ କରାଯାଇଥିଲା । ସେହି ସ୍ଥାନକୁ ଶରଧାବାଲି କୁହାଯାଉଛି ।

ଶରଧାବାଲି
ଶରଧା ବାଲି, ପୁରୀ

କିମ୍ବଦନ୍ତୀ

ତ୍ରୟୋଦଶ ଶତାବ୍ଦୀରେ ପୁରୀର ଗଜପତି ଥିଲେ ଭାନୁଦେବ ଏବଂ ମହାରାଣୀଙ୍କ ନାମ ଥିଲା ଶ୍ରଦ୍ଧାଦେବୀ । ଆଜିର ଶରଧାବାଲିକୁ ସେତେବେଳେ ବାଙ୍କି ମୁହାଣ କୁହାଯାଉଥିଲା । ଏହି ବାଙ୍କି ମୁହାଣରେ ଇନ୍ଦ୍ରଦ୍ୟୁମ୍ନରାଜା ପ୍ରଥମେ ସମୁଦ୍ରରୁ ଦାରୁ ସଂଗ୍ରହ କରିଥିଲେ । ଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ପ୍ରତିମା ନିର୍ମାଣ କରିଥିଲେ । ବ୍ରହ୍ମାଙ୍କ ନିର୍ଦ୍ଦେଶରେ ଶ୍ରୀମନ୍ଦିର ନିର୍ମାଣ କରାଇ ତିନିଠାକୁରଙ୍କୁ ସିଂହାସନରେ ବସାଇ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ । ସେତେବେଳ ପୁରୀ ସହରକୁ ତିନୋଟି ଛୋଟ ଛୋଟ ନଦୀ ଘେରି ରହିଥିଲେ । ସେଥିରୁ ମାଳିନୀ ନାମକ ନଦୀଟି ବାଙ୍କି ମୁହାଣଠାରେ ସମୁଦ୍ରରେ ମିଶିଥିଲା । ତେଣୁ ମାଳିନୀ ନଦୀଦ୍ୱାରା ବଡ଼ଦାଣ୍ଡ ଦୁଇଭାଗରେ ବିଭକ୍ତ ହୋଇଥିଲା । ଫଳରେ ଗୁଣ୍ଡିଚା ମନ୍ଦିରକୁ ଶ୍ରୀମନ୍ଦିର ସହିତ ସିଧା ସଂଯୋଗ ହୋଇ ପାରୁନଥିଲା । ଇନ୍ଦ୍ରଦ୍ୟୁମ୍ନ ରାଜା ପ୍ରଥମେ ତିନୋଟି ରଥ ନିର୍ମାଣ କରି ଠାକୁରମାନଙ୍କୁ ନେଇ ମାଳିନୀ ନଦୀକୂଳକୁ ନେଲେ । ନଦୀରେ ତିନୋଟି ବଡ଼ ଡଙ୍ଗାରେ ପ୍ରତିମାମାନଙ୍କୁ ପାରିକରି ଶ୍ରୀମନ୍ଦିର ପାର୍ଶ୍ୱକୁ ନେଲେ । ଏପଟେ ନଦୀକୂଳରୁ ଆଉ ତିନୋଟି ରଥ ନିର୍ମାଣ କରି ଶ୍ରୀମନ୍ଦିରକୁ ନେଇ ପ୍ରତିଷ୍ଠା କରିଥିଲେ । ସେହି ସମୟଠାରୁ ରଥଯାତ୍ରାର ସୃଷ୍ଟି ହୋଇଛି ବୋଲି ଅନେକ ମତ ଦିଅନ୍ତି । ଏହାଥିଲା ଠାକୁରଙ୍କ ଜନ୍ମବେଦୀରୁ ଶ୍ରୀମନ୍ଦିରକୁ ପ୍ରଥମ ରଥଯାତ୍ରା । ଏହାପରେ ପ୍ରଭୁ ନିଜେ ଇନ୍ଦ୍ରଦ୍ୟୁମ୍ନ ରାଜାଙ୍କୁ କହିଲେ, ସବୁବର୍ଷ ତାଙ୍କର ଜନ୍ମସ୍ଥାନ ବା ଆଡ଼ପ ମଣ୍ଡପକୁ ଯିବାକୁ ଆଷାଢ଼ମାସ ଶୁକ୍ଳ ପକ୍ଷଦ୍ୱିତୀୟାରେ ତାଙ୍କର ରଥଯାତ୍ରା କରିବାକୁ । ଇନ୍ଦ୍ରଦ୍ୟୁମ୍ନଙ୍କ ଶାସନ କାଳରୁ ଆଜିଯାଏ ସେହିପରି ରଥଯାତ୍ରା ଚଳିଆସୁଅଛି । ସେତେବେଳେ ଆଜିଭଳି ରାସ୍ତାଘାଟର ସୁବିଧା ନଥିଲା । ତେଣୁ ବାଲି ମାଟିରେ ରଥ ଟାଣିବା ବହୁତ କଷ୍ଟ ହେଉଥିଲା । ରାଜା ଅଶ୍ୱ, ଗଜ ଓ କଳାବେଠିଆମାନଙ୍କୁ ଲଗାଇ ରଥ ଟାଣୁଥିଲେ । ଛଅଟି ରଥ ତିଆରି କରି ରଥଯାତ୍ରା କରିବା ବହୁତ କଷ୍ଟସାଧ୍ୟ ହେଉଥିଲା । ଏଥିପାଇଁ ନବଦିନାତ୍ମକ ଯାତ୍ରା ଗୋଟିଏ ମାସରୁ ଉର୍ଦ୍ଧ୍ୱ ସମୟ ଲାଗୁଥିଲା । ଏହିପରି ଅସୁବିଧାକୁ ଦେଖି ମହାରାଣୀ ଶ୍ରଦ୍ଧାଦେବୀଙ୍କ ଏକ ଉଦ୍ଭଟ ଚିନ୍ତା ଆସିଲା । ସେ ଗଜପତି ମହାରାଜାଙ୍କୁ କହିଲେ ଆମର ରଥଯାତ୍ରା କରିବାକୁ ଏତେ ଅସୁବିଧା ହେଉଛି । ତେଣୁ ତୁମେ ଯଦି ମାଳିନୀ ନଦୀକୁ ପୋତି ଦିଅନ୍ତ ତେବେ ତିନୋଟି ରଥ ସିଧା ଗୁଣ୍ଡିଚା ମନ୍ଦିରକୁ ଯାଇ ପାରନ୍ତା । ଭାନୁଦେବ ଏକଥା ଶୁଣି ହସିକରି କହିଲେ, ତୁମର ମୁଣ୍ଡ ଖରାପ ହେଲାଣି ନା କ’ଣ ? ନଦୀ ପୋତିବା କ’ଣ ଏତେ ସହଜ ? ରାଣୀ କହିଲେ ଭଣ୍ଡାରରୁ ମୋତେ କିଛି ଅର୍ଥ ଦିଅନ୍ତୁ ମୁଁ ଯାଇ ବାଲି ପକାଇ ନଦୀ ପୋତା କାର୍ଯ୍ୟ ଆରମ୍ଭ କରିବି । ତଥାପି ରାଜା ମହାରାଣୀଙ୍କ କଥାକୁ ବିଶ୍ୱାସ କରିପାରିଲେ ନାହିଁ । ଶେଷରେ ରାଣୀ କହିଲେ ଆମେ ପୋତିବା କାର୍ଯ୍ୟ ଆରମ୍ଭ କରିଦେଲେ ଆମର ପରପିଢ଼ି କେହି କେବେ ତ ଏ କାର୍ଯ୍ୟ ସଂପାଦନ କରିପାରିବେ । ତେଣୁ ଏହି କାର୍ଯ୍ୟଟି କରିବା ଦାୟିତ୍ୱ ମୋତେ ଦିଅନ୍ତୁ । ଶେଷରେ ରାଣୀଙ୍କ କଥାରେ ଗଜପତି ସମ୍ମତ ହୋଇ ବାଲି ପକାଇ ନଦୀ ପୋତା କାର୍ଯ୍ୟ ଆରମ୍ଭ କରିଦେଲେ । ଭଗବାନଙ୍କର ଏ ଥିଲା ଏକ ବିଚିତ୍ର ଲୀଳା । ଚାହୁଁ ଚାହୁଁ ସେହି ବର୍ଷ ରଥଯାତ୍ରା ପୂର୍ବରୁ ମାଳିନୀ ନଦୀଟି ବାଲିରେ ପୋତି ହୋଇଗଲା । ଗଜପତି ଆଶ୍ଚର୍ଯ୍ୟ ହୋଇଗଲେ । ଫଳରେ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିରଯାଏ ଗୋଟିଏ ବଡ଼ଦାଣ୍ଡ ହୋଇପାରିଲା । ଛଅଟି ରଥ ପରିବର୍ତ୍ତେ ତିନୋଟି ରଥରେ ଠାକୁରଙ୍କର ଘୋଷଯାତ୍ରା ହୋଇପାରିଲା । ଗଜପତି ବହୁତ ଖୁସି ହୋଇଗଲେ । ମହାରାଣୀ ଶ୍ରଦ୍ଧାଦେବୀଙ୍କଦ୍ୱାରା ବାଲି ପୋତାଯାଇ ଏଭଳି ଏକ ଅସମ୍ଭବ କାର୍ଯ୍ୟ ହୋଇ ପାରିଥିବାରୁ, ଗଜପତି ଖୁସିହୋଇ ମହାରାଣୀଙ୍କ ନାମ ଶ୍ରଦ୍ଧା ସହିତ ବାଲିକୁ ଯୋଡ଼ି ଦେଇ ସେହି ସ୍ଥାନଟିର ନାମ ରଖିଲେ ‘ଶ୍ରଦ୍ଧାବାଲି’ । ହେଲେ କାଳକ୍ରମେ ଶ୍ରଦ୍ଧା ଶବ୍ଦର ଉଚ୍ଚାରଣ ଶରଧା ହୋଇ ନାମ ହୋଇଗଲା ‘ଶରଧାବାଲି’ ଯାହାକି ଆଜି ଏକ କାହାଣୀ ହୋଇଯାଇଛି ।

ଆଧାର

ବାହାର ତଥ୍ୟ

Tags:

ଜଗନ୍ନାଥ ମନ୍ଦିରପୁରୀବଡ଼ଦାଣ୍ଡମାଳିନୀ ନଦୀ

🔥 Trending searches on Wiki ଓଡ଼ିଆ:

ଜାଭା (ପ୍ରୋଗ୍ରାମିଂ ଭାଷା)ଭ୍ୟାକୁମ୍ କ୍ଲିନର୍ସତ୍ୟନାରାୟଣ ରାଜଗୁରୁଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜିମି ୱେଲ୍ସଆନ୍ଧ୍ର ପ୍ରଦେଶପ୍ରଥମ ବିଶ୍ୱଯୁଦ୍ଧବିସ୍ଥାପିତ କାନ୍ଧ ଗଣ୍ଠିଇଣ୍ଟରନେଟମହାନଦୀପୋଟଳ ରସାସରଳା ଦେବୀଗ୍ରହ୩୦ ଅପ୍ରେଲଓଡ଼ିଆ ସାହିତ୍ୟର ଇତିହାସଅଲାରନାଥ ମନ୍ଦିରରୋହିତ ଶର୍ମାସିନ୍ଧୁ ନଦୀଜିନା ସାମଲମାର୍ଚ୍ଚଆଚାର୍ଯ୍ୟ ହରିହରଜହ୍ନତ୍ରିଭୁଜଦାଶରଥି ଦାସଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗବଣଭୋଜି ବେଶମଙ୍ଗଳା ମନ୍ଦିରଭାରତୀୟ ସମ୍ବିଧାନଗୋପାଳ ଚନ୍ଦ୍ର ପ୍ରହରାଜଓଡ଼ିଶାର ଭୂଗୋଳ୧୯୬୧ଅପରେଟିଙ୍ଗ ସିଷ୍ଟମପୁରୁଷୋତ୍ତମ ଦେବଚନ୍ଦନ ଯାତ୍ରାଥାଲକୁଡ଼ିଜୀବସାର ଗଓଡ଼ିଶାର କଳା୨୦୦୬ଏଣ୍ଡୋମେଟ୍ରିଓସିସରାଜାରାଣୀ ମନ୍ଦିରଚଇତି ଘୋଡ଼ା ନାଚଗର୍ଭାଶୟ କର୍କଟପାକ୍ରିଟିନିବବୀର ସୁରେନ୍ଦ୍ର ସାଏଜଳଅର୍ଥଶାସ୍ତ୍ରଖାସି ମାଂସ ତରକାରୀପାରାଦୀପ ବନ୍ଦରହେମୋଫିଲିଆଜଣ୍ଡିସ୍ପରିବେଶପ୍ରତାପରୁଦ୍ର ଦେବଯୌନ ଉତ୍ପୀଡ଼ନଭାଷାଶତ୍ରୁଘ୍ନ ପାଣ୍ଡବ୨୫ ଅପ୍ରେଲଗୀତଗୋବିନ୍ଦଦଗ୍ଧଭାରତୀୟ ମହାକାଶ ଗବେଷଣା ସଂସ୍ଥାକାହ୍ନୁଚରଣ ମହାନ୍ତିଖାଦ୍ୟତାଳଧ୍ୱଜପ୍ରଗତିବାଦୀଚିଲିକା (ବହୁବିକଳ୍ପ)ସତ୍ୟେନ୍ଦ୍ର ନାଥ ବୋଷବିଜୁ ଜନତା ଦଳଶ୍ରୀ ଅରବିନ୍ଦତମନ୍ନା ବ୍ୟାସନୋବେଲ ପୁରସ୍କାରଗିରିଜା କୁମାର ବଳୀୟାରସିଂହଅଭିମନ୍ୟୁ ସାମନ୍ତସିଂହାରକୃଷ୍ଣପାଇକ ବିଦ୍ରୋହ🡆 More