ଗୁଣ୍ଡିଚା ମନ୍ଦିର

ଗୁଣ୍ଡିଚା ମନ୍ଦିରରେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦିଅଁ ଗଢ଼ା ହୋଇଥିବାରୁ ଏହାକୁ ଜୀଉମାନଙ୍କ ଜନ୍ମସ୍ଥାନ ବୋଲି କହାଯାଇଥାଏ ।

ଗୁଣ୍ଡିଚା ମନ୍ଦିର
ଗୁଣ୍ଡିଚା ମନ୍ଦିର
ଗୁଣ୍ଡିଚା ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtପୁରୀ
Location
Countryଭାରତ

ରଥଯାତ୍ରା ସମୟରେ ଶ୍ରୀଜୀଉମାନେ ଏଠାରେ ସାତଦିନ ଅବସ୍ଥାନ କରନ୍ତି । ଶ୍ରୀଗୁଣ୍ଡିଚା ମନ୍ଦିରର ଯେଉଁ ସିଂହାସନରେ ତିନି ଠାକୁର ବିଜେ କରନ୍ତି ତାକୁ ଆଡ଼ପମଣ୍ଡପ ବୋଲି କୁହାଯାଏ । ଏହାର ଅର୍ଥ ଆଡ଼ମ୍ବରପୂର୍ଣ୍ଣ ମଣ୍ଡପ, ଏହାକୁ ମହାବେଦୀ ବା ଯଜ୍ଞବେଦୀ ବୋଲି ମଧ୍ୟ କହାଯାଏ। ତିନି ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ଆଡ଼ପ ମଣ୍ଡପକୁ ଠାକୁରମାନଙ୍କର ପହଣ୍ଡି ବିଜେ ହୁଏ । ଗୁଣ୍ଡିଚା ମନ୍ଦିର ପ୍ରବେଶଠାରୁ ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ମନ୍ଦିରରେ ଯେଉଁ ପ୍ରସାଦ ହୁଏ, ତାକୁ ଆଡ଼ପ ଅବଢ଼ା କୁହାଯାଏ ।

କିମ୍ବଦନ୍ତୀ

ଶ୍ରୀଗୁଣ୍ଡିଚା ମନ୍ଦିରକୁ ମନ୍ଦିର ବୋଲି କେତକ ଗ୍ରହଣ ନ କରି ଗୁଣ୍ଡିଚାଘର ହିସାବରେ ମାନନ୍ତି । କିମ୍ବଦନ୍ତୀ ତଥା ପୌରାଣିକ ଆଖ୍ୟାୟିକା ଅନୁଯାୟୀ, ଜାରା ଶବର ଶରରେ ପ୍ରାଣ ଛାଡ଼ିଲେ ଦ୍ୱାରକାଧିପତି ଶ୍ରୀକୃଷ୍ଣ । ଶେଷତମ ଆତ୍ମୀୟ ଭାବରେ ପାଣ୍ଡବଗଣ ସଖା ଶ୍ରୀକୃଷ୍ଣଙ୍କ ଶରୀରକୁ ଦାହ କରିବା ପାଇଁ ଚେଷ୍ଟାକରି ବିଫଳ ହେଲେ, କାରଣ ଅଗ୍ନିର ଦାହିକା ଶକ୍ତି ନିକଟରେ ପୂର୍ଣ୍ଣବ୍ରହ୍ମ ସ୍ୱରୂପ ଶ୍ରୀକୃଷ୍ଣଙ୍କ ଶରୀରକୁ ପଞ୍ଚଭୂତରେ ବିଲୀନ କରିବାର ସାମର୍ଥ୍ୟ ନ ଥିଲା । ଶୂନ୍ୟବାଣୀ ହେଲା- କୃଷ୍ଣଙ୍କର ନାଭିକମଳ ଅଗ୍ନିରେ ଭସ୍ମ ହେବନାହିଁ, ତୁମେମାନେ ତାହାକୁ ମହୋଦଧିରେ ବିସର୍ଜନ କରିଦିଅ । ପାଣ୍ଡବମାନେ ତାହାହିଁ କଲେ ।

ଶ୍ରୀକୃଷ୍ଣଙ୍କର ଅର୍ଦ୍ଧଦଗ୍ଧ ପିଣ୍ଡ ଦାରୁରୂପରେ ବାଙ୍କୀ ମୁହାଣରେ ଆବିର୍ଭାବ ହେଲା । ସମୁଦ୍ରରେ ଭାସୁଥିବା ସେହି ଦାରୁକୁ ଆଣି ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀଗୁଣ୍ଡିଚା ମନ୍ଦିରରେ ରଖିଥିଲେ । ସ୍ୱୟଂ ମହାପ୍ରଭୁ ଜଣେ ବୃଦ୍ଧ ବେଶରେ ଆସି ସେହି ଦାରୁରେ ମୂର୍ତ୍ତି ପ୍ରସ୍ତୁତ କଲେ। ସର୍ତ୍ତ ଥିଲା ମୂର୍ତ୍ତି ସମ୍ପୂର୍ଣ୍ଣ ନହେବା ଯାଏ ଦ୍ୱାର ଖୋଲାଯିବ ନାହିଁ । ମାତ୍ର ପନ୍ଦର ଦିନ ପରେ ଦ୍ୱାର ଖୋଲାଗଲା । ମୂର୍ତ୍ତିନିର୍ମାଣ କରୁଥିବା ବୃଦ୍ଧ ଉଭାନ ହୋଇଗଲେ । କେବଳ ଅଧାଗଢା ମୂର୍ତ୍ତି ରହିଗଲା । ଅଧାଗଢ଼ା ମୂର୍ତ୍ତିକୁ ଶ୍ରୀମନ୍ଦିରରେ ପ୍ରତିଷ୍ଠା କରାଗଲା । ସେହି ସମୟରେ ମହାପ୍ରଭୁ କହିଥିଲେ ‘ହେ ରାଜା, ବର୍ଷକୁ ଥରେ ଜନ୍ମଭୂମିକୁ ଆଣିବ’ । ସେଥିପାଇଁ ଶ୍ରୀଜୀଉମାନେ ଗୁଣ୍ଡିଚାଘରକୁ ବୁଲି ଯାଆନ୍ତି ଓ ବାହୁଡ଼ନ୍ତି ।

ଆଧାର

ଅଧିକ ତଥ୍ୟ

Tags:

ଜଗନ୍ନାଥବଳଭଦ୍ରସୁଭଦ୍ରା

🔥 Trending searches on Wiki ଓଡ଼ିଆ:

ଗଙ୍ଗାଧର ମେହେରବଳରାମ ଦାସମହାତ୍ମା ଗାନ୍ଧୀଅନଙ୍ଗ ତ୍ରୟୋଦଶୀଓଡ଼ିଶାର ଭୂଗୋଳ୧୪ ଅଗଷ୍ଟ୧୪୮୩ସାତକଡ଼ି ହୋତାସଖୀ କଣ୍ଢେଇ ନାଚଭକ୍ତ ଚରଣ ଦାସଜଳ ପ୍ରଦୂଷଣଆଚାର୍ଯ୍ୟ ହରିହରପଦ୍ମ ଫୁଲଅକ୍ଟୋବରଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଜଗନ୍ନାଥ ମନ୍ଦିର, ବାରିପଦାଓଡ଼ିଆ ଲିପିଜୁଲାଇରାଜକିଶୋର ପଟ୍ଟନାୟକଦାମୋଦର ରାଉତଇଣ୍ଡୋନେସିଆଚିତ୍ତରଞ୍ଜନ ଦାସଶେର ଶାହ ସୁରୀସୋଡ଼ିଅମପାଟଦେଇକୁନ୍ତଳା କୁମାରୀ ସାବତଦେଓମାଳୀମାସସଚ୍ଚି ଦାସକୃଷ୍ଣ ଜନ୍ମାଷ୍ଟମୀଛ ମାଣ ଆଠ ଗୁଣ୍ଠଜନ ଗଣ ମନଭାରତକୋଚିଲାଓଡ଼ିଶାର ପର୍ବପର୍ବାଣିମାଧବୀ ଦାସୀଜଗନ୍ନାଥ ଦାସୟୁଭିଆଇଟିସଫ୍ରାଜାଇଲ ଏକ୍ସ ସିଣ୍ଡ୍ରୋମନୟାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୨୧ ଅପ୍ରେଲଉତ୍କଳ ଦିବସଏ. ପି. ଜେ. ଅବଦୁଲ କଲାମବିବାହହିନ୍ଦୁ ସମୟ ଗଣନାୟୁରୋପ୧୨ ମାର୍ଚ୍ଚନାରାୟଣ ସାହୁ (୧୯୩୮ ଜନ୍ମ)ନମିତା ଅଗ୍ରୱାଲବୀରକିଶୋର ଦାସଜଗନ୍ନାଥ ମନ୍ଦିରତୃପ୍ତି ଦାସଘରଏକାଦଶୀସଦାଶିବ ତ୍ରିପାଠୀପଖାଳଓଡ଼ିଆ କବି ମାନଙ୍କର ତାଲିକାଓଡ଼ିଆ ଉଇକିପିଡ଼ିଆଧନକର ଅଧିନିୟମ, ୧୯୫୭ପ୍ରସନ୍ନ କୁମାର ପାଟ୍ଟଶାଣୀଆପଲ ଇନକର୍ପୋରେଟେଡଅକ୍ଷାଂଶବ୍ୟଞ୍ଜନ ବର୍ଣ୍ଣବିନୋଦ ଚନ୍ଦ୍ର ନାୟକଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଗୋପାଳ ଚନ୍ଦ୍ର ପ୍ରହରାଜଦେବୀପ୍ରସନ୍ନ ପଟ୍ଟନାୟକ🡆 More