ଇନ୍ଦ୍ରଦ୍ୟୁମ୍ନ: ଅବନ୍ତିର ଶାସକ

ଇନ୍ଦ୍ରଦ୍ୟୁମ୍ନ ମାଳବ ଦେଶର ସୋମବଂଶୀୟ ରାଜା ଥିଲେ । ମହାଭାରତ ଓ ପୂରାଣରେ ବର୍ଣିତ ତଥ୍ୟ ଅନୁଯାୟୀ ଇନ୍ଦ୍ରଦ୍ୟୁମ୍ନ ଭରତ ଓ ସୁମତିଙ୍କ ପୁତ୍ର ଥିଲେ । ସେ ମାଳବ ଦେଶର ଅବନ୍ତି ନାମକ ଅଞ୍ଚଳକୁ ଶାସନ କରୁଥିଲେ ଓ ଜଗନ୍ନାଥ ମନ୍ଦିରର ତିନି ବିଗ୍ରହଙ୍କୁ ପ୍ରତିଷ୍ଠା କରିଥିବାର କିଛି ପୁରାଣ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି ।

କିମ୍ବଦନ୍ତୀ

ସ୍କନ୍ଧ ପୁରାଣ, ବ୍ରହ୍ମ ପୁରାଣ ଓ ଅନ୍ୟ ପୁରାଣରେ ବର୍ଣ୍ଣିତ ତଥ୍ୟ ଅନୁସାରେ ଶ୍ରୀଜଗନ୍ନାଥ ପ୍ରକୃତରେ ନୀଳମାଧାବ ନାମରେ ବିଶ୍ୱାବସୁ ନାମକ ଜାଣେ ଶବର ରାଜାଙ୍କଦ୍ୱାରା ଜଙ୍ଗଲରେ ଗୋଟିଏ ଗୁମ୍ଫାରେ ଲୁକ୍କାୟିତ ଭାବେ ପୂଜା ପାଉଥିଲେ । ନୀଳ ମାଧବଙ୍କ ନାମ ଶୁଣିବା ପରେ, ଏହି ବିଷୟରେ ଖବର ପାଇ ରାଜା ଇନ୍ଦ୍ରଦ୍ୟୁମ୍ନ, ବିଦ୍ୟାପତି ନାମକ ଜଣେ ବ୍ରାହ୍ମଣଙ୍କୁ ଠାକୁରଙ୍କ ଅନୁସନ୍ଧାନ କରିବା ନିମନ୍ତେ ସେଠାକୁ ପଠାଇଥିଲେ । ବହୁ ଚେଷ୍ଟା ପରେ ମଧ୍ୟ ବିଦ୍ୟାପତି ଠାକୁରଙ୍କୁ ଠାବ କରିବାରେ ବିଫଳ ହୋଇଥିଲେ । କିଛି ଦିନ ସେଠାରେ ରହି ସେ ଶେଷରେ ବିଦ୍ୟାପତିଙ୍କ କନ୍ୟା ଲଳିତାଙ୍କୁ ବାହା ହୋଇଥିଲେ ଓ ନିଜ ଶ୍ୱଶୁର ବିଶ୍ୱାବସୁଙ୍କ ବିଶ୍ୱାସଭାଜନ ହୋଇଥିଲେ । ବିଶ୍ୱାବସୁ ଶେଷରେ ନିଜ ଜ୍ୱାଇଁଙ୍କ ଅନୁରୋଧ ରକ୍ଷାକରି, ବିଦ୍ୟାପତିଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି ନୀଳମାଧବ ପୂଜା ପାଉଥିବା ଜାଗାକୁ ନେଇ ଠାକୁରଙ୍କ ଦର୍ଶନ କରାଇଥିଲେ । କିନ୍ତୁ ଚତୁର ବ୍ରାହ୍ମଣ ବିଦ୍ୟାପତି ଉକ୍ତ ସ୍ଥାନର ପୁନଃ ଚିହ୍ନଟ କରିପାରିବା ନିମନ୍ତେ ସେଠାରେ ସୋରିଷ ମଞ୍ଜି ବୁଣିଦେଇ ଆସିଯାଇଥିଲେ ଯାହାକି ତାଙ୍କୁ ପରବର୍ତ୍ତୀ ସମୟରେ ଗୁମ୍ଫା ଭିତରକୁ ରାସ୍ତା ଚିହ୍ନାଇବାରେ ସାହାଯ୍ୟ କରିଥିଲା । ସେଠାରୁ ଫେରିବା ପରେ ସେ କଥା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଜଣାଇଥିଲେ ।

ବିଦ୍ୟାପତିଠାରୁ ଏ କଥା ଶୁଣି ରାଜା ଇନ୍ଦ୍ରଦ୍ୟୁମ୍ନ, ନୀଳମାଧବଙ୍କ ଦର୍ଶନ ନିମନ୍ତେ ଉତ୍କଳ ଦେଶକୁ ଯାଇଥିଲେ । ଯଦିଓ ବିଦ୍ୟାପତିଙ୍କ ସହାୟତାରେ ନିଳକନ୍ଦରକୁ ଠାବ କରିବାରେ ସକ୍ଷମ ହୋଇଥିଲେ କିନ୍ତୁ ସେଠାରେ ନୀଳମାଧବଙ୍କ ଦର୍ଶନ କରିପାରିନଥିଲେ । ପୁରାଣରେ ବର୍ଣ୍ଣିତ ତଥ୍ୟ ଅନୁଯାୟୀ ରାଜାଙ୍କୁ ନୀଳସିନ୍ଧୁ କୂଳରେ ଅବସ୍ଥିତ ନୀଳଶଇଳଠାରେ ଗୋଟିଏ ଭବ୍ୟ ମନ୍ଦିର ନିର୍ମାଣ କରିବା ନିମନ୍ତେ ଏକ ଦିବ୍ୟଶ୍ୱର ମାଧ୍ୟମରେ ଆଦେଶନାମା ହୋଇଥିଲା । ରାଜା ଇନ୍ଦ୍ରଦ୍ୟୁମ୍ନ ତୁରନ୍ତ ସେହି ସ୍ଥାନରେ ଗୋଟିଏ ଭବ୍ୟ ମନ୍ଦିର ନିର୍ମାଣ କରିବା ନିମନ୍ତେ ଆଦେଶ ଦେଲେ । ବିଗ୍ରହ ତିଆରି କରିବାପାଇଁ ସେ ଗୋଟିଏ ରହସ୍ୟମୟ ବୁଢ଼ା ମହାରଣାଙ୍କୁ ସେ ଦାୟିତ୍ୱ ଦେଇଥିଲେ । କିନ୍ତୁ ମହାରଣା ଜଣକ ନିଜର କିଛି ସର୍ତ୍ତାବଳୀ ରଖି କାର୍ଯ୍ୟ ଆରମ୍ଭ କରିଥିଲେ ଓ ୨୧ ଦିନ ଯାଏ ବିଗ୍ରହ ତିଆରି ଚାଲିଥିବା ଗୃହର କବାଟ ନ ଖୋଲିବା ପାଇଁ ରାଜାଙ୍କୁ କହିଥିଲେ । ଏବଂ ରାଜା ମଧ୍ୟ ଉକ୍ତ ସର୍ତ୍ତକୁ ସାଦରେ ଗ୍ରହଣ କରିଥିଲେ ଓ ବିଗ୍ରହ ତିଆରି କାମ ମଧ୍ୟ ଆରମ୍ଭ ହୋଇଥିଲା । ଏମିତି ଅଳ୍ପ କିଛିଦିନ ଗଲାପରେ ଉକ୍ତ ଗୃହମଧ୍ୟରୁ ସମସ୍ତ ପ୍ରକାର ଶବ୍ଦ ଶୁଣାଯିବାର ବନ୍ଦ ହୋଇଗଲା । କିଛି ଅଘଟଣ ଘଟିଥିବାର ଅନୁମାନ କରି, ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀ "ଗୁଣ୍ଡିଚା" ବ୍ୟସ୍ତବିବ୍ରତ ହୋଇ ଉକ୍ତ ଗୃହର କବାଟ ଖୋଲି ଦେଇଥିଲେ । କିନ୍ତୁ ସେଠାରେ ସେ କେବଳ କାଠର ତିନୋଟି ଦରଗଢ଼ା ମୁର୍ତ୍ତି ହିଁ ଦେଖିବାକୁ ପାଇଥିଲେ ଓ କାରିଗର ଜଣଙ୍କୁ ସେଠାରୁ ଅନ୍ତର୍ଧାନ ହୋଇଯାଇଥିଲେ । ବିଧାତାଙ୍କ ଆଦେଶ ଭାବି, ରାଜା ଇନ୍ଦ୍ରଦ୍ୟୁମ୍ନ ଦରଗଢ଼ା ତିନି ବିଗ୍ରହଙ୍କୁ ନେଇଁ ନୀଳଶଇଳରେ ସ୍ଥାପନ କରିଥିଲେ ।

ଜଗନ୍ନାଥ ସାହିତ୍ୟରେ ଇନ୍ଦ୍ରଦ୍ୟୁମ୍ନ

ଆଧାର

Tags:

🔥 Trending searches on Wiki ଓଡ଼ିଆ:

୨ ଅପ୍ରେଲଶ୍ରୀମନ୍ଦିରରେ ପାଳିତ ଦୈନିକ ନୀତିଚାଉଳବେଣୁଧର ରାଉତସମୁଦ୍ରଗୁପ୍ତଅଟିଜିମ୍‌ବୀର ସୁରେନ୍ଦ୍ର ସାଏସଜନାସାତକଡ଼ି ହୋତାସାରଳା ମହାଭାରତମାଗନେସିଅମ ସଲଫେଟ (ଡାକ୍ତରୀ ବ୍ୟବ‌ହାର)ମାତଙ୍ଗୀତନ୍ଦ୍ରାଲୋକର ପ୍ରହରୀବିଧାନ ସଭା ସଭ୍ୟମାଛବିଜ୍ଞାନଭାରତ ଲୀଳାଚୈତ୍ର ପୂର୍ଣ୍ଣିମାଝାଲ ମୁଢ଼ିଗୌରହରି ଦାସ୧୧୮ଅମର ପ୍ରସାଦ ଶତପଥୀଓଡ଼ିଆ ଲିପିରବି ପଟ୍ଟନାୟକମିହିର ଦାସ୨୬ ଅଗଷ୍ଟହରପ୍ରସାଦ ଦାସଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଜୟ ଜଗନ୍ନାଥବିବାହଶାରଳା ପୁରସ୍କାରଅସହଯୋଗ ଆନ୍ଦୋଳନଆଚାର୍ଯ୍ୟ ହରିହରପଞ୍ଚତନ୍ତ୍ରବିଜୁ ପଟ୍ଟନାୟକଅପର୍ଣ୍ଣା ମହାନ୍ତି୧ (ସଂଖ୍ୟା)କତରଦଣ୍ଡ ନାଟଓଡ଼ିଆ ଚଉତିଶା ଗୁଡ଼ିକର ତାଲିକା୧୭ ଫେବୃଆରୀଉପେନ୍ଦ୍ର କିଶୋର ଦାସମଙ୍ଗଳା ମନ୍ଦିରକାମଧେନୁକଙ୍କାଳ୨୦୦୫ନଦୀୟା ବିହାରୀ ମହାନ୍ତିନବାଙ୍କ ବେଶଦୀପକ ମିଶ୍ରଉଇକିମିଡ଼ିଆ ମୁଭମେଣ୍ଟପର୍ଶୁରାମ ପାଣିଗ୍ରାହୀପ୍ରଧାନ ପୃଷ୍ଠାସମ୍ବଲପୁର ଜିଲ୍ଲାନିଗମାନନ୍ଦ ପରମହଂସବିଭୂତି ପଟ୍ଟନାୟକଉପେନ୍ଦ୍ର ଭଞ୍ଜସଖୀ କଣ୍ଢେଇ ନାଚଗ୍ରହଧର୍ମ ନିକିତିତୁଳସୀ ଦାସଆଫଗାନିସ୍ତାନଉତ୍କଳ ବ୍ରାହ୍ମଣପଖାଳଜୟୀରାମ ସାମଲବାଲେଶ୍ୱର ଜିଲ୍ଲା୬ ମାର୍ଚ୍ଚ🡆 More