ମାହିମ ଦୁର୍ଗ , ମୁମ୍ବାଇ

ମାହିମ ଦୁର୍ଗ , (Marathi: माहीम किल्ला) , ଭାରତୀୟ ରାଜ୍ୟ ମହାରାଷ୍ଟ୍ରର ମୁମ୍ବାଇଠାରେ ଅବସ୍ଥିତ ଏକ ଦୁର୍ଗ । ଏହା ମହୟିମ ବେ ( ସମୁଦ୍ର ତଟ )ଠାରେ ଅବସ୍ଥିତ ଏବଂ ଏହାର ଦକ୍ଷିଣରେ ୱୋରଲି , ଉତ୍ତରରେ ବାନ୍ଦ୍ରା, ଓ ପଶ୍ଚିମରେ ମାହିମ ରହିଛି । ଏହି ଦୁର୍ଗ ଏକ ଗୁରୁତ୍ୱପୂର୍ଣ ସ୍ଥାନରେ ଅବସ୍ଥିତ । ଦୁର୍ଗର ନିର୍ମାଣର କାରଣ ବିଷୟରେ ଇତିହାସ ନୀରବ । ଏହି ଦୁର୍ଗ ଅବହେଳା ଓ ତଦାରଖ ଅଭାବରୁ ଭଗ୍ନ ଅବସ୍ଥାରେ ରହିଛି । ଏଠାରେ ଅନଧିକାର ଭାବେ ସ୍ଥାନ ଆବୋରି ନେବା ସହିତ ଲବଣାକ୍ତ ପବନ ଯୋଗୁଁ ଅବକ୍ଷୟଦ୍ୱାରା ଏହାର ସ୍ଥିତି ଆହୁରି ବିପନ୍ନ ହେଇଚାଲିଛି । 

Mahim Fort
माहीम किल्ला
ମାହିମ ଦୁର୍ଗ , ମୁମ୍ବାଇ
Mahim Fort
General information
TypeFort
LocationMahim, Mumbai
Coordinates19°02′23″N 72°50′16″E / 19.039848°N 72.837768°E / 19.039848; 72.837768
Elevation1 m (3 ft 3 in)
Current tenantsEncroachments
Completed16th century
Technical details
Structural systemDeccan-trap basalt
Design and construction
ClientPortuguese
OwnerGovernment of Maharashtra

History

1516 ମସିହାରେ ପର୍ତୁଗୀଜ କମାଣ୍ଡର ଡୋମ ଯୋଆ ମୋନୋୟ ମାହିମ ସଙ୍କଟକୁ ପ୍ରବେଶ କରି ମାହିମ ଦୁର୍ଗର କମାଣ୍ଡରଙ୍କୁ ପରାସ୍ତ କରିଥିଲେ । ଏହି ଦୁର୍ଗ ପାଇଁ ପର୍ତୁଗୀଜ ଓ ଅଞ୍ଚଳର ଗୁଜରାଟୀ ଶାସକ ଅଲି ଶାହଙ୍କ ମଧ୍ୟରେ ବହୁତ ବିବାଦ ରହିଥିଲା । ପରିଶେଷରେ 1534 ମସିହାରେ ମାହିମ ଦ୍ୱିପକୁ ପର୍ତୁଗୀଜମାନେ ଅଧିକାର କରିନେଲେ । 1661 ମସିହାରେ ପର୍ତୁଗୀଜମାନେ ଏହି ଦ୍ୱିପକୁ ଇଂଲଣ୍ଡର ରାଜା ଚାର୍ଲ୍ସ IIଙ୍କୁ ଯୌତୁକ ହିସାବରେ ଦେଇଦେଲେ । ( ଚାର୍ଲ୍ସ II ଜଣେ  ପର୍ତୁଗୀଜ ମହିଳାଙ୍କୁ ବିବାହ କରିଥିଲେ ) ତାହା ପରେ ସାର ଥୋମାସ ଗ୍ରନ୍ଥମଙ୍କଦ୍ୱାରା ଦୁର୍ଗର ମରାମତି ସହ ଉନ୍ନତିକରଣ 1684ରେ ହେଇଥିଲା । ଏହାକୁ ଏକ ୱାଚ ଟାୱାର ହିସାବରେ ବ୍ରିଟିଶ ସେନାଦ୍ୱାରା ବ୍ୟବହାର କରାଗଲା । 

1772ରେ ପର୍ତୁଗୀଜମାନେ ପୁନର୍ବାର ଏହାକୁ ଆକ୍ରମଣ କରିଥିଲେ । ମାତ୍ର ବ୍ରିଟିଶମାନେ ସେମାନଙ୍କୁ ଦୁର୍ଗ ଭିତରୁ ତୋପଦ୍ୱାରା ଘଉଡାଇ ଦେବାରେ ସକ୍ଷମ ହେଇଥିଲେ । ଦୁର୍ଗରେ ଥିବା ବାସିଲିକା କ୍ଷ୍ୟତିଗ୍ରସ୍ତ ହେଇଥିଲା । ଇଏତିହାସିକ ତଥ୍ୟାନୁସାରେ ଦୁର୍ଗରେ 100 ଜଣ ସୈନ୍ୟ ଓ 30 ଟୀ ତୋପ ରହିଥିଲା । 

ଅବୈଧ ଅଧିକାର 

ବର୍ତ୍ତମାନ ଏହି ଦୁର୍ଗ ଅବହେଳାରେ ରହିଥିବାରୁ ଏହାର ଅନେକ ସ୍ଥାନ ଅବୈଧ ଭାବରେ ଅଧିକୃତ ହେଇ ସ୍ଳମରେ ପରିଣତ ହେଇଗଲାଣି । ସମୁଦ୍ର ଜୁଆର ଯୋଗୁ ଏହା ନିକଟରେ ପ୍ରସ୍ତର ଅବକ୍ଷୟ ଘଟି ଦୁର୍ଗ ଭଗ୍ନ ଅବସ୍ଥାକୁ ଆସିଲାଣି । ଏହି ଦୁର୍ଗ ପ୍ରାଚୀନ ପ୍ରତ୍ନତତ୍ତ୍ୱ ସମ୍ପଦ ହିସାବରେ ଗ୍ରେଡ-1 ମାନନ୍ୟତା ପାଇଥିଲେ ମଧ୍ୟ ଏହାର ପୁନରୁଦ୍ଧାର ପାଇଁ  କିଛି ଉଦ୍ୟମ ହେଇ ନାହିଁ। ଏହାର ଦାୟିତ୍ୱ ନେଇ ରାଜ୍ୟ ସରକାର ଓ ବୃହତ ମୁମ୍ବାଇ ମୁନାସିପଲ କର୍ପୋରେସନ ମଧ୍ୟରେ ବିବାଦ ଲାଗି ରହିଛି ।  ଦୁର୍ଗର ଉନ୍ନୟନ ପାଇଁ ସରକାର 2004 ମସିହାରେ 5 ଲକ୍ଷ୍ୟ ଟଙ୍କା ଅନୁଦାନ ଦେଇଥିଲେ ମଧ୍ୟ ଜବର ଦଖଲ ନ ହଟେଇବାରୁ କାମ ହେଇପାରିନଥିଲା ।2008 ମସିହାରେ ଏହାକୁ ସରକାର ହାତକୁ ନେବାକୁ ନିଷ୍ପତ୍ତି ନେଇଛନ୍ତି । .

ଗ୍ୟାଲେରି 

ପୁନଶ୍ଚ ଦେଖଣା 

  • List of forts in Maharashtra

ଆଧାର 

ବାହାର ଲିଙ୍କ 

ମାହିମ ଦୁର୍ଗ , ମୁମ୍ବାଇ  ଉଇକିମିଡ଼ିଆ କମନ୍ସରେ Mahim Fort-ସମ୍ପର୍କିତ ମିଡ଼ିଆ

Tags:

ମାହିମ ଦୁର୍ଗ , ମୁମ୍ବାଇ Historyମାହିମ ଦୁର୍ଗ , ମୁମ୍ବାଇ ଅବୈଧ ଅଧିକାର ମାହିମ ଦୁର୍ଗ , ମୁମ୍ବାଇ ଗ୍ୟାଲେରି ମାହିମ ଦୁର୍ଗ , ମୁମ୍ବାଇ ପୁନଶ୍ଚ ଦେଖଣା ମାହିମ ଦୁର୍ଗ , ମୁମ୍ବାଇ ଆଧାର ମାହିମ ଦୁର୍ଗ , ମୁମ୍ବାଇ ବାହାର ଲିଙ୍କ ମାହିମ ଦୁର୍ଗ , ମୁମ୍ବାଇମୁମ୍ବାଇ

🔥 Trending searches on Wiki ଓଡ଼ିଆ:

ଜଗନମୋହ‌ନ ଲାଲଓଡ଼ିଆ କବି ମାନଙ୍କର ତାଲିକାଓଡ଼ିଆ ପତ୍ରିକା ଗୁଡ଼ିକର ତାଲିକାସୁନାବେଶକୋଷାଙ୍ଗଆତ୍ମହତ୍ୟାପରଶମଣି (ଉପନ୍ୟାସ)ବୀଜାଣୁଅଖିଳ ମୋହନ ପଟ୍ଟନାୟକସୌଭାଗ୍ୟ କୁମାର ମିଶ୍ର୧୬ ମଇଖାରବେଳଭିତରକନିକା ଜାତୀୟ ଉଦ୍ୟାନକାଳୀଚରଣ ପଟ୍ଟନାୟକଲକ୍ଷ୍ମୀକାନ୍ତ ତ୍ରିପାଠୀତରଳ ଝାଡ଼ାବୌଦ୍ଧ ଧର୍ମନରସିଂହ ଦେବଦେଉଳଝରି ଉଷ୍ଣପ୍ରସ୍ରବଣନାରଦନୀଳକଣ୍ଠ ଦାସମୁକ୍ତ ମଣ୍ଡପ୩୦ ଅପ୍ରେଲବଳରାମ ଦାସଦେବ ପ୍ରସାଦ ଦାସଫକୀର ମୋହନ ସେନାପତିକାମାକ୍ଷାଗୋଲୋକ ବିହାରୀ ଧଳଦଣ୍ଡ ନାଟଦ୍ରୌପଦୀ ମୁର୍ମୁଜର୍ମାନୀମଣିପୁରମାଦଳା ପାଞ୍ଜିକାଳୀବୋହୂବୃତ୍ତପାଇକମ୍ପ୍ୟୁଟରଅଜିତ କୁମାର ମହାନ୍ତିସରସ୍ୱତୀ ସମ୍ମାନତିଳକଟାଇଫଏଡଦୁର୍ଗାବେଲଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାଉତ୍କଳ ଦିବସଚିତ୍ତରଞ୍ଜନ ଦାସମନୋରଞ୍ଜନ ଦାସଗାଜରଭାରତର ଜାତୀୟ ପତାକାଶବରଜଗନ୍ନାଥ ପ୍ରସାଦ ଦାସରଘୁନାଥ ମୁର୍ମୁମନୋଜ ଦାସଙ୍କ କଥା ଓ କାହାଣୀଉଇକିକମନ୍ସଜଳ ପ୍ରଦୂଷଣଲକ୍ଷ୍ମୀମାୟାଧର ମାନସିଂହପାର୍ବତୀୟୁ ଟ୍ୟୁବଅନନ୍ତ ପଟ୍ଟନାୟକଇଟାଲୀକାର୍ତ୍ତିକ ଚନ୍ଦ୍ର ରଥମଇ ଦିବସପ୍ରଦୂଷଣଗୁରୁ ପ୍ରସାଦ ମହାନ୍ତିଗ୍ରହପ୍ରଧାନ ପୃଷ୍ଠାଜଗନ୍ନାଥ ମନ୍ଦିର, ବାରିପଦା🡆 More