ବ୍ରୋଙ୍କିଏକ୍ଟାସିସ୍

ବ୍ରୋଙ୍କିଏକ୍ଟାସିସ୍ (ଇଂରାଜୀରେ Bronchiectasis) ଏକ ରୋଗ ଯେଉଁଥିରେ ଫୁସ୍‌ଫୁସ୍ ଭିତରେ ଥିବା ବ୍ରୋଙ୍କସ୍ ବା ବାୟୁ ନଳୀର କେତେକାଂଶ ଚିରନ୍ତନ ବୃଦ୍ଧି ପ୍ରାପ୍ତ ହୁଏ । ଏହାର ଲକ୍ଷଣ: କ୍ରନିକ କାଶ ସ‌ହ ଖଙ୍କାର ବା କଫ ବାହାରେ । ଅନ୍ୟ ଲକ୍ଷଣ ମଧ୍ୟରେ ଛୋଟ ଶ୍ୱାସକ୍ରିୟା, କାଶରେ କେବଳ ରକ୍ତ ବା କଫ ମିଶ୍ରିତ ରକ୍ତ ବାହାରେ ଓ ଛାତିରେ ଯନ୍ତ୍ରଣା ହୁଏ । ଶ୍ୱାସକ୍ରିୟା ସମୟରେ ହୁଇଜ (Wheeze) ହୁଏ ଓ ‌ନ‌ଖ କ୍ଲବିଙ୍ଗ (Clubbing) ହୁଏ । ନିଶ୍ୱାସ ପ୍ରଶ୍ୱାସ ସମୟରେ ସୁସୁରି ମାରିବାଭଳି ଶବ୍ଦ ବାହାରିବାକୁ ହୁଇଜ ଜୁହାଯାଏ । ଏହି ରୋଗ ଥିଲେ ବାରମ୍ବାର ଫୁସ୍‌ଫୁସ୍ ସଂକ୍ରମଣ ହୁଏ ।

ବ୍ରୋଙ୍କିଏକ୍ଟାସିସ୍
ବ୍ରୋଙ୍କିଏକ୍ଟାସିସ୍
Figure A shows a cross-section of the lungs with normal airways and widened airways. Figure B shows a cross-section of a normal airway. Figure C shows a cross-section of an airway with bronchiectasis.
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିpulmonology[*]
ଆଇସିଡ଼ି-୧୦J47., Q33.4
ଆଇସିଡ଼ି-୯-ସିଏମ୍494, 748.61
ରୋଗ ଡାଟାବେସ1684
ମେଡ଼ିସିନ-ପ୍ଲସ000144
ଇ-ମେଡ଼ିସିନarticle/296961
Patient UKବ୍ରୋଙ୍କିଏକ୍ଟାସିସ୍
MeSHD001987

ନିମୋନିଆ, ଯକ୍ଷ୍ମା, ଇମ୍ମ୍ୟୁନ ସିସ୍ଟମ ଅସୁବିଧା ଓ ସିସ୍ଟିକ୍ ଫାଇବ୍ରୋସିସ ଭଳି କେତେକ ସଂକ୍ରାମକ ରୋଗ ଓ ସ୍ୱୟଂ ସଂଗ୍ରହକୃତ ରୋଗ ହେଲେ ଫୁସ୍‌ଫୁସ୍‌ରେ ପରିବର୍ତ୍ତନ ହୋଇ ଏହି ବ୍ରୋଙ୍କିଏକ୍ଟାସିସ ହୁଏ । ପ୍ରାୟ ସମସ୍ତ ସିସ୍ଟିକ ଫାଇବ୍ରୋସିସ ରୋଗ ପରେ ବ୍ରୋଙ୍କିଏକ୍ଟାସିସ ହୁଏ । ସିସ୍ଟିକ ଫାଇବ୍ରୋସିସ ନ ଥାଇ ୧୦-୫୦ % ରୋଗର କାରଣ ଜଣାଯାଇ ନାହିଁ । ଅତ୍ୟଧିକ ପ୍ରଦାହ ଫଳରେ ବାୟୁ ନଳୀ କ୍ଷୟ ହେବା ଯୋଗୁ ଏ ରୋଗ ହୁଏ । ରୋଗ‌ଗ୍ରସ୍ତ ବାୟୁନଳୀ ବୃଦ୍ଧିପ୍ରାପ୍ତ ହେବା ଯୋଗୁ ଏହାର ସ୍ରାବ ନିଷ୍କାସିତ ହୋଇ ପାରେ ନାହିଁ । ବ୍ରୋଙ୍କସ୍‌ରେ ସ୍ରାବ ଅଟକ ଥିବା ଯୋଗୁ ଜୀବାଣୁ ସଂକ୍ରମଣ ହୁଏ, ଶ୍ୱାସନଳୀ ଅବରୋଗ ହୋଇ ଅଧିକ ନଷ୍ଟ ହୁଏ । ଏହି ରୋଗକୁ ଏକ ଅବରୋଧକାରୀ ଫୁସ୍‌ଫୁସ୍ ରୋଗ ଭାବେ ବର୍ଗୀକରଣ କରାଯାଇଛି ଓ ଏହି ବର୍ଗରେ ଆଜ୍‌ମା ଓ କ୍ରନିକ ଅବସ୍ଟ୍ରକ୍ଟିଭ ପଲ୍‌ମୋନାରି ଡିଜିଜ ଭଳି ରୋଗ ଶ୍ରେଣୀବଦ୍ଧ ଅଛନ୍ତି । ଲକ୍ଷଣ ଦେଖି ରୋଗ ସନ୍ଦେହ କରାଯାଏ ଓ କମ୍ପ୍ୟୁଟର ଟୋମୋଗ୍ରାଫି ସାହାଯ୍ୟରେ ସୁନିଶ୍ଚିତ କରାଯାଏ । ସାଂଘାତିକ ଅବସ୍ଥା ହେଲେ ସ୍ପୁଟମ୍ ବା ଖଙ୍କାର କଲ୍‌ଚର୍ କରି ଚିକିତ୍ସା ପ୍ରଣାଳୀ ନିର୍ଣ୍ଣୟ କରାଯାଏ, ଅନ୍ତ‌ତଃ ବର୍ଷରେ ଥରେ ।

ବ୍ରୋଙ୍କିଏକ୍ଟାସିସ୍ ସ‌ହ ସମସାମୟିକ ସଂକ୍ରମଣ ହେଲେ ଆଣ୍ଟିବାୟୋଟିକ ଦେବାକୁ ଉପଦେଶ ଦିଆଯାଏ । ସାଧାରଣତଃ ଆମୋକ୍ସିସିଲିନ ଦିଆଯାଏ, ଏହାର ଆଲର୍ଜି ଥିଲେ ଏରିଥ୍ରୋମାଇସିନ କିମ୍ବା ଡକ୍ସିସାଇକ୍ଲିନ ଦିଆଯାଏ । ରୋଗ ସାଂଘାତିକ ହେବାକୁ ନ ଦେବା ନିମନ୍ତେ ମଧ୍ୟ ଆଣ୍ଟିବାୟୋଟିକ ଦିଆଯାଏ । ବାୟୁନଳୀ ପରିସ୍କାର ରଖିବା ନିମନ୍ତେ ଏକ ଫିଜିଓଥେରାପି କରାଯାଏ । ବ୍ରୋଙ୍କୋଡାଇଲେଟର କେତେକ କ୍ଷେତ୍ରରେ ଦିଆଯାଏ କିନ୍ତୁ ଏହା ସପକ୍ଷରେ ଭଲ ପ୍ରମାଣ ନାହିଁ । ପ୍ରଶ୍ୱାସରେ ସ୍ଟିରଏଡ ଗ୍ରହଣ କଲେ ଉପକାର ମିଳେ । ଅପରେଶନ ସାଧାରଣତଃ କରାଯାଉଥିଲେ ମଧ୍ୟ ଏହାକୁ ଅନୁଶୀଳନ କରାଯାଇ ନାହିଁ । ଅତି ସାଂଘାତିକ ରୋଗରେ ଫୁସ୍‌ଫୁସ୍ ଟ୍ରାନ୍ସପ୍ଲାଣ୍ଟ ବିକଳ୍ପ ଉପଲବ୍‌ଧ ଅଛି । ଏହି ରୋଗ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କଲେ ମଧ୍ୟ ଅନେକ ଲୋକ ଭଲରେ ଚଳନ୍ତି ।

ଇଂଲଣ୍ଡରେ ପ୍ରତି ହଜାର ବୟଃପ୍ରାପ୍ତ ଲୋକଙ୍କ ମଧ୍ୟରୁ ଜଣେ ଏହି ରୋଗ ଭୋଗ କରନ୍ତି । ଏହି ରୋଗ ମହିଳାମାନଙ୍କୁ ବେଶୀ ହୁଏ ଓ ବୟସା ପଢ଼ିବା ସ‌ହ ଅଧିକ ହୁଏ । ପ୍ରଥମେ ରେନେ ଲେନେକ ଏହାର ବର୍ଣ୍ଣନା ସନ ୧୮୧୯ରେ କରିଥିଲେ । ଆମେରିକାରେ ଏହି ରୋଗଦ୍ୱାରା ବାର୍ଷିକ ୬୩୦ ନିୟୁତ ଡଲାର କ୍ଷତି ହୁଏ ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଭୀମ ଭୋଇସାରଥୀ ବାବାପରୀକ୍ଷାକୁଞ୍ଜବିହାରୀ ଦାଶସୌଭାଗ୍ୟ କୁମାର ମିଶ୍ର୨୦ ଅଗଷ୍ଟହେପାଟାଇଟିସ ବିପ୍ରଗତିବାଦୀପୁରୁଷୋତ୍ତମ ଦେବଗୌରହରି ଦାସବିରାଟ କୋହଲୀନୟାଗଡ଼ ଜିଲ୍ଲାଭାରତୀୟ ଜାତୀୟ କଂଗ୍ରେସତାରିଣୀ ମନ୍ଦିର, ଘଟଗାଁଆଉରଙ୍ଗଜେବପଖାଳ୧୯୦୫କଣ୍ଡୋମଗ୍ରହତିଳ ଚତୁର୍ଥୀଗୋପାଳ ଚନ୍ଦ୍ର ପ୍ରହରାଜଫେବୃଆରୀରାମଚନ୍ଦ୍ର ବେହେରାରାଶି ଓ ନକ୍ଷତ୍ରଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ପାପୁଆ ନିଉ ଗିନିଛତୁ ତରକାରୀନେମାଳବିଜୁ ଜନତା ଦଳଅଣ୍ଡା ରୋଲଜାହାଙ୍ଗୀରଫାଇଲେରିଆଦେବସ୍ନାନ ପୂର୍ଣ୍ଣିମାବଡ଼ ଏରାସାରଳା ମନ୍ଦିରକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଆମ୍ବଉପନିଷଦ୪ ଇଡିଅଟସ୍ସତୀ (ହିନ୍ଦୁ ଦେବୀ)ଶେର ଶାହ ସୁରୀଓଡ଼ିଆ ଖବରକାଗଜ ତାଲିକାପ୍ଲୀହାକୃଷ୍ଣସିନ୍ଧୁ ନଦୀବୈଷ୍ଣବ ପାଣିଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଆ କବି ମାନଙ୍କର ତାଲିକାଭୂଗୋଳଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନନେପଚୁନଶନିବାରରବୀନ୍ଦ୍ରନାଥ ଠାକୁରଜଗନ୍ନାଥ ଦାସଗୋଦର ରୋଗବ୍ୟାଙ୍କଧାତୁମାୟାଧର ମାନସିଂହମନୋଜ କୁମାର ମିଶ୍ରଉତ୍କଳ ଦିବସଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରମଧୁସୂଦନ ରାଓଡାଲମାଗୋପୀନାଥ ମହାନ୍ତି🡆 More