ପାତାଳ ଗରୁଡ଼

ପାତାଳଗରୁଡ଼ ଏକ ବହୁଦେଶୀୟ ଓ ବହୁବର୍ଷୀୟ ଔଷଧୀୟ ଗୁଳ୍ମ । ଏହା ଏକ ଚିରହରିତ ବୁଦାଳିଆଉଦ୍ଭିଦ । ଉଚ୍ଚତା ପ୍ରାୟ ୭୫ ସେ.ମି.ରୁ ୧ ମିଟର । ପତ୍ର ବଳୟରେ ରହେ । ପୁଷ୍ପ ଧବଳ କିମ୍ବା ଗୋଲାପୀ ଫଳ କ୍ଷୁଦ୍ର ୦.୫ ସେ.ମି.

ବ୍ୟାସ, କଞ୍ଚା ବେଳେ ସବୁଜ, ପାଚି ଗଲେ ଚିକ୍କଣ, ଘନ ଲୋହିତ ବା କଳାରଙ୍ଗ । ଗଛର ଚେର ବର୍ତୁଳ, ବେଶ ଲମ୍ବା, ସର୍ପାକୃତି । ତେଣୁ ଏହାକୁ ସର୍ପେଣ୍ଟିନା କୁହାଯାଏ ।

ପାତାଳ ଗରୁଡ଼
ପାତାଳ ଗରୁଡ଼
Conservation status
CITES Appendix II (CITES)
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ଉଦ୍ଭିଦ ସାମ୍ରାଜ୍ୟ
ଗୋଷ୍ଠୀ: ଟ୍ରାକିଓଫାଇଟା
ଗୋଷ୍ଠୀ: ସ୍ପର୍ମାଟୋଫାଇଟା
ଗୋଷ୍ଠୀ: ଆବୃତବୀଜୀ
ଗୋଷ୍ଠୀ: ୟୁଡିକୋଟ
Clade: Asterids
Order: Gentianales
Family: Apocynaceae
Genus: Rauvolfia
ଜାତି: R. serpentina
ବାଇନୋମିଆଲ ନାମ
Rauvolfia serpentina
(L.) Benth. ex Kurz
Synonyms
  • Ophioxylon album Gaertn.
  • Ophioxylon obversum Miq.
  • Ophioxylon salutiferum Salisb.
  • Ophioxylon serpentinum L.
  • Ophioxylon trifoliatum Gaertn.
  • Rauvolfia obversa (Miq.) Baill.
  • Rauvolfia trifoliata (Gaertn.) Baill.

ଏହାର ଚେରର ବ୍ୟାସ ୦.୫ରୁ ୨.୫ ସେ.ମି । ଚେର ବକ୍କଳରେ ସମୁଦାୟ ଚେରର ୪୦-୬୦ ପ୍ରତିଶତ ଉପକ୍ଷାର ବା ଆଲକାଲଏଡ (alkaloid) ଥାଏ । ଚେର ମାଟି ତଳକୁ ୪୦ରୁ ୬୦ ସେ.ମି. ପ୍ରବେଶ କରିଥାଏ । ଚେରରୁ ପ୍ରାୟ ୩୦ ପ୍ରକାର ଆଲକାଲଏଡ(କ୍ଷାର) ମିଳିଥାଏ। ଏଥିମଧ୍ୟରୁ ରିସରପିନ ପ୍ରଧାନ। ପାତାଳଗରୁଡ଼ ଉତ୍ପାଦନର ମୁଖ୍ୟ ଦେଶ ଭାରତ ବର୍ଷ । ଭାରତର ଦେଶ ଜଳବାୟୁରେ ଏହାର ଲାଭଜନକ ଚାଷ ହୋଇପାରେ ।

ବିଭିନ୍ନ ଭାଷାରେ ନାମ

  • ଇଂରାଜୀ ନାମ - ସର୍ପେଣ୍ଟିନା
  • ସଂସ୍କୃତ ନାମ - ସର୍ପଗନ୍ଧା,
  • ହିନ୍ଦୀ ନାମ -ଛୋଟା ଚାନ୍ଦ,
  • ଓଡ଼ିଆ ନାମ - ପାତାଳଗରୁଡ଼, ଭୂଇଁ କେରୁଆଁ ।

ପରିବ୍ୟାପ୍ତି

ପାତାଳଗରୁଡ଼ ଏସିଆ, ଦକ୍ଷିଣ ଆମେରିକାଆଫ୍ରିକା ମହାଦେଶର କ୍ରାନ୍ତୀୟ ଓ ଉପକ୍ରାନ୍ତୀୟ ଜଳବାୟୁରେ ବଣ ଜଙ୍ଗଲର ପ୍ରାକୃତିକ ପରିବେଶରେ ବଢ଼ିଥାଏ । ଭାରତରେ ହିମାଳୟ ପାଦଦେଶ ୧୩୦୦-୧୪୦୦ ମିଟର ଉଚ୍ଚ ସ୍ଥାନରୁ ଆରମ୍ଭ କରି ହିମାଚଳ ପ୍ରଦେଶ, ଉତ୍ତରାଞ୍ଚଳ, ଉତ୍ତରପ୍ରଦେଶ, ଜାମ୍ମୁ ଓ କାଶ୍ମୀରର କେତେକ ଅଞ୍ଚଳ ସମତେ ଭାରତର ଆଉ ସମସ୍ତ ପ୍ରଦେଶରେ ଚାଷ ହୁଏ । ଓଡ଼ିଶାର ଜଙ୍ଗଲରେ ଦୁଇ ଜାତି -ରାଓଲଫିଆ ସର୍ପେଣ୍ଟିନା ଓ ରାଓଲଫିଆ ଟେଟ୍ରାଫିଲା (ବା ମଇଁଷିଆ ପାତାଳଗରୁଡ଼) ଦେଖାଯାଏ ।

ଗୁଣଧର୍ମ

ପ୍ରୟୋଗ

ଔଷଧୀୟ

ପାତାଳଗରୁଡ଼ ଚେର ମୁଖ୍ୟତଃ ଔଷଧ ରୂପେ ବ୍ୟବହାର ହୁଏ । ଏହାର ଚେରରୁ କେତେକ ପରିପୃକ୍ତ ଓ ଅପରିପୃକ୍ତ ସ୍ନେହାମ୍ଳ, ଓଲିଓରେଜିନ, ଷ୍ଟାର୍ଚ୍ଚ, ଆଲକୋହଲ ଓ ଶର୍କରା ଛଡ଼ା ପ୍ରାୟ ୩୦ ପ୍ରକାର ଔଷଧୀୟ ଗୁଣ ଯୁକ୍ତ ଆଲକାଲଏଡ ମିଳି ଥାଏ । ଏହାର ପତ୍ରରେ ମଧ୍ୟ ଔଷଧୀୟ ଗୁଣ ଥିବାର ବର୍ଣ୍ଣନା ରହିଛି । ନେଉଳ ଗୋଖର ସହ ଲଢ଼ିବା ପୂର୍ବରୁ ଓ ପରେ ପାତାଳ ଗରୁଡ଼ ପତ୍ର ଚର୍ବଣ କରିବା ଦେଖାଯାଏ । ଔଷଧୀୟ ବ୍ୟବହାର ଇତିହାସ ଆଜକୁ ପ୍ରାୟ ୪୦୦୦ ବର୍ଷ ପୂର୍ବରୁ ଏହାର ଚେର କଫ, ବାତ ଇତ୍ୟାଦି ରୋଗ ଚିକିତ୍ସାରେ ବ୍ୟବହାର ହୋଇ ଆସୁଛି । ଚରକ ଏହାର ଚେରକୁ ବିଷାକ୍ତ ସରୀସୃପ ବିଶେଷକରି ସର୍ପ ବିଷ ହରଣ ପାଇଁ ବ୍ୟବହାର କରିଥିଲେ । ଗବେଷଣା ଲବ୍ଧ ତଥ୍ୟ ଅନୁସାରେ ବର୍ତ୍ତମାନ ଏହାକୁ ଏଲୋପାଥି ଡାକ୍ତରମାନେ ଉଚ୍ଚ ରକ୍ତଚାପ ପ୍ରଶମନ ପାଇଁ ଅନୁମୋଦନ କରୁଛନ୍ତି । ଏହା କେନ୍ଦ୍ର ସ୍ନାୟୁ ସଂସ୍ଥା (central nervous system) ଉପରେ କାମ କରେ ।

ଏହି ଗଛର ନିର୍ଯ୍ୟାସ ବିଷନାଶକ। ଆଲେକଜାଣ୍ଡର ଟଲେମି ନାମକ ତାଙ୍କର ଜଣେ ସେନା ଅଧିକାରୀଙ୍କ ଦେହରେ ଲାଗିଥିବା ଏକ ବିଷାକ୍ତ ତୀରର ବିଷକ୍ରିୟାକୁ ରୋକିବାପାଇଁ ଏହାର ପ୍ରୟୋଗ କରିଥିଲେ। କୁହାଯାଏ ଜାତିର ପିତା ମହାତ୍ମା ଗାନ୍ଧୀ ତାଙ୍କ ଜୀବନ କାଳରେ ଏହାକୁ ଏକ ଶାନ୍ତ କରିବାର ଔଷଧ(tranquilizer) ହିସାବରେ ପ୍ରୟୋଗ କରୁଥିଲେ। ଏଥିରେ ଥିବା ରିସର୍ପାଇନ(reserpine) ନାମକ ଉପାଦାନ ଉଚ୍ଚ ରକ୍ତଚାପ ଓ ମାନସିକ ବିକୃତି ଏପରିକି ସିଜୋଫର୍ଣିଆ (schizophrenia)କୁ ନିରାମୟ କରିବାରେ ବ୍ୟବହୃତ ହୁଏ ଏବଂ ଏହା ଏଇଥିପାଇଁ ପଶ୍ଚିମଦେଶମାନଙ୍କରେ ୧୯୫୪ରୁ ୧୯୫୭ ଯାଏ ଅତି ଲୋକପ୍ରିୟ ହୋଇପାରିଥିଲା।

ସର୍ପାଦି ବିଷଧର ସରିସୃପମାନଙ୍କଦ୍ୱାରା ଆସିଥିବା ବିଷକୁ ନାଶ କରିବାପାଇଁ ସର୍ପଗନ୍ଧାର ପ୍ରୟୋଗ କରାଯାଏ।

ଚାଷ

୧୯୫୨ ମସିହାରେ ଦୁଇ ସୁଇସ ବୈଜ୍ଞାନିକ ସିଲର ଓ ମୁଲର ପ୍ରମୁଖ ଆଲକାଲଏଡ ରିସରପିନ (ସର୍ପାସିଲ)କୁ ପୃଥକ କଲେ । ୧୯୫୩ ମସିହାରେ ଚୋପ୍ରା ଏହାର ଉଚ୍ଚ ରକ୍ତଚାପ ପ୍ରଶମନ ଗୁଣ ଆବିଷ୍କାର କଲେ । ଏହା ପରେ ସର୍ପଗନ୍ଧା ଚେରର ଚାହିଦା ପାଶ୍ଚାତ୍ୟ ଦେଶମାନଙ୍କରେ ଦ୍ରୁତ ବୃଦ୍ଧି ପାଇଛି । ଏହାର ଚାଷ ହେଉନଥିବାରୁ ଜଙ୍ଗଲମାନଙ୍କରୁ ଅନିୟନ୍ତ୍ରିତ ଚେର ସଂଗ୍ରହ ବୃଦ୍ଧି ପାଇଲା । ଫଳରେ ସର୍ପଗନ୍ଧା ବଂଶ ଲୋପ ପାଇବାକୁ ବସିଲା । ୧୯୫୫ ମସିହାରେ ଭାରତ ସରକାର ସର୍ପଗନ୍ଧାକୁ ବିରଳ ଶ୍ରେଣୀଭୁକ୍ତ କଲେ ଏବଂ ବିସ୍ତୃତ ଚାଷ କରିବା ପାଇଁ ଉଦ୍ୟମ କରାଗଲା ।

ଓଡ଼ିଶାରେ ପାତାଳ ଗରୁଡ଼ ଚାଷ

ଓଡ଼ିଶା ଜଳବାୟୁ ପାତାଳଗରୁଡ଼ ଚାଷ ପାଇଁ ଅତି ଉପଯୋଗୀ । ପାତାଳଗରୁଡ଼ ମଧ୍ୟମରୁ ଗଭୀର ଅତି ନିଗିଡ଼ା ହାଲୁକା ଉର୍ବର ବାଲି ଦୋରସା ସାମାନ୍ୟ ଅମ୍ଳୀୟରୁ ନିରପେକ୍ଷ ଅର୍ଥାତ ପିଏଚ ୪.୬ରୁ ୬.୨ ମାଟିରେ ଭଲ ବଢ଼େ । କାଦୁଆ ଦୋରସାରୁ ପଟୁ ଦୋରସା ମାଟିରେ ଅଧିକ ଜୈବାଂଶ (ହ୍ୟୁମସ) ଥିବା ମାଟି ବ୍ୟାବସାୟିକ ଚାଷ ପାଇଁ ଉତ୍କୃଷ୍ଟ । ଏହା ବହୁବିଧ ମାଟି ବାଲିଆ, ପଟୁ ଦୋରସା, ଲାଲ କଙ୍କର ଦୋରସା, କଳା ଦୋରସା, କୃଷ୍ଣକାର୍ପାସ ମୃତ୍ତିକାରେ ଅଧିକ ପରିମାଣ ହ୍ୟୁମସ ଥିଲେ ଚାଷ ହୋଇପାରେ । ଏହାର ଚେର ମାଟିର ଗଭୀରତା ଥିଲେ ୫୦ରୁ ୬୦ ସେ.ମି. ଭିତରକୁ ବିସ୍ତାର ହୋଇପାରେ ।

ଜଳବାୟୁ

ପାତାଳଗରୁଡ଼ ବିସ୍ତୃତ ତାପମାତ୍ରା ଓ ଆର୍ଦ୍ରତାଯୁକ୍ତ (୧୦ ୦ ସେ.ରୁ ୪୫ ୦ ସେ.) ବୃଷ୍ଟିପାତ (୨୫୦ ସେ.ମି.ରୁ ୫୦୦ ସେ.ମି.ବା ଉର୍ଦ୍ଧ୍ୱ), ସଂପୂର୍ଣ୍ଣ ସୂର୍ଯ୍ୟାଲୋକ ବା ଆଂଶିକ ଛାୟା ମିଳୁଥିବା ପରିବେଶରେ ଭଲ ବଢ଼ିପାରେ । ବର୍ଷା କମ ହେଉଥିବା ଅଞ୍ଚଳରେ ଜଳସେଚନର ସୁବିଧା ଥିଲେ ମଧ୍ୟ ଲାଭଜନକ ଚାଷ ହୋଇପାରେ।

କିସମ

ଆର.ଏସ. -୧ କିସମ ବ୍ୟାବସାୟିକ ଚାଷ ପାଇଁ ଅନୁମୋଦିତ ।

ଅମଳ

ଏହାର ମଞ୍ଜି ୫/୬ ମାସ ସାଇତା ହେବା ପରେ ମଧ୍ୟ ୫୦-୬୦ ପ୍ରତିଶତ ଗଜା ହୁଏ । ହେକଟର ପ୍ରତି ଅମଳ ଶୁଖିଲା ଚେର ପ୍ରାୟ ୨୫ କ୍ୱିଣ୍ଟାଲ ଏବଂ ୧୮ ମାସ ଗଛରୁ ମୋଟ ଆଲକାଲଏଡ ୧.୭ରୁ ୨.୯୪ ଶତାଂଶ ମିଳେ । ମେରୁ ଜୁଲାଇ ମାସ ମଧ୍ୟରେ ଏହା ଜଳସେଚିତ ଜମିରେ ଲଗାଯାଏ । ସେପଟେମ୍ବର ବେଳକୁ ଗଛ ଭଲ ବଢ଼ିଯାଏ । ୧୮ ମାସ ବେଳକୁ ଚେର ଔଷଧୀୟ ଗୁଣଯୁକ୍ତ ହୁଏ । ୨ ବର୍ଷରୁ ଅଧିକ, ଏପରିକି ୩-୪ ବର୍ଷିଆ ଗଛର ଚେର ଅଧିକ ଗୁଣଯୁକ୍ତ ହୁଏ । ଗଛ ପ୍ରତି ୦.୧-୪ କେଜି ଚେର ମିଳେ । ମଞ୍ଜି ଗଛରୁ ସର୍ବାଧିକ ଚେର ମିଳେ । ମଞ୍ଜି ଗଛରୁ ଶୁଖିଲା ଚେର ହେକଟର ପ୍ରତି ୧୧୭୦ କେଜି, ଡାଳ କଲମି ଗଛ ଚେର ୧୭୫ କେଜି, ଚେରକଟା ଗଛ ଚେର ୭୪୫ କେ.ଜି. ମିଳେ । ଦୁଇ ବର୍ଷିଆ ମଞ୍ଜି ଗଛରୁ ୨୨୦୦ କେ.ଜି. ଏବଂ ୩-୪ ବର୍ଷିଆ ମଞ୍ଜି ଗଛରୁ ୩୩୦୦ କେ.ଜି. ଶୁଖିଲା ଚେର ମିଳେ । ଏହାଛଡ଼ା ହେକଟର ପ୍ରତି ୭୫ କେଜିରୁ ଅଧିକ ମଞ୍ଜି ମିଳେ ।

ଆଧାର

ବାହାର ତଥ୍ୟ

Tags:

ପାତାଳ ଗରୁଡ଼ ବିଭିନ୍ନ ଭାଷାରେ ନାମପାତାଳ ଗରୁଡ଼ ପରିବ୍ୟାପ୍ତିପାତାଳ ଗରୁଡ଼ ଗୁଣଧର୍ମପାତାଳ ଗରୁଡ଼ ପ୍ରୟୋଗପାତାଳ ଗରୁଡ଼ ଚାଷପାତାଳ ଗରୁଡ଼ ଆଧାରପାତାଳ ଗରୁଡ଼ ବାହାର ତଥ୍ୟପାତାଳ ଗରୁଡ଼

🔥 Trending searches on Wiki ଓଡ଼ିଆ:

ଭୁବନେଶ୍ୱରକେନିଆମହାତ୍ମା ଗାନ୍ଧୀଙ୍କ ପରିବାରତୁଳସୀ ଗଛଓଡ଼ିଶାର କଳାଗୌରହରି ପରିଚ୍ଛାଜନ ଗଣ ମନକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଚିଲିକା ହ୍ରଦଚିତ୍ତରଞ୍ଜନ ଦାସଲିଙ୍ଗରାଜ ମନ୍ଦିରପ୍ରଧାନ ପୃଷ୍ଠାବ୍ୟାସଦେବମନୋଜ ଦାସତ୍ରିଲୋଚନ କାନୁନଗୋଫତୁରାନନ୍ଦଗଙ୍ଗାଧର ମେହେରଜଳ ପ୍ରଦୂଷଣଦାଶରଥି ଦାସଆର୍ଥିକ ସ୍ୱାଧୀନତାପକା କମ୍ବଳ ପୋତ ଛତାଓଡ଼ିଶାର ସଂସ୍କୃତିଡ୍ରେକୋ ଏଣ୍ଡୁଅ (ପ୍ରଜାତି)ଉପେନ୍ଦ୍ର ଭଞ୍ଜମାୟାଧର ମାନସିଂହଲକ୍ଷ୍ମୀକାନ୍ତ ମହାପାତ୍ରଗୋଦାବରୀଶ ମିଶ୍ରବୌଦ୍ଧ ଧର୍ମକିଟ୍ ବିଶ୍ୱବିଦ୍ୟାଳୟସୋମାଲିଆବିଜ୍ଞାନଅର୍ଜୁନବଳଦେବଜୀଉ ମନ୍ଦିରମନୋଜ କୁମାର ପଣ୍ଡାତେଲ ନଦୀହୃଷୀକେଶ ମଲ୍ଲିକଓଡିଶାରେ ପର୍ଯ୍ୟଟନଓଡ଼ିଆ ନାଟକଗାୟତ୍ରୀବାଳା ପଣ୍ଡାଭାରତର ସଂସ୍କୃତିବୀଣାପାଣି ମହାନ୍ତିବେଲକନକ ମଞ୍ଜରୀ ମହାପାତ୍ରଜଗଦୀଶ ମହାନ୍ତିକେଟି ବଉମ୍ୟାନକାମାକ୍ଷାବାଘୟୁ ଟ୍ୟୁବରାମାୟଣ୨୮ ଜାନୁଆରୀଆଫଗାନିସ୍ତାନସ୍ୱାମୀ ବିବେକାନନ୍ଦଜବାହରଲାଲ ନେହେରୁଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାଜନ୍ ଏଫ୍. କେନେଡ଼ିଫଣୀଶ୍ୱର ନାଥ 'ରେଣୁ'ଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିମହାତ୍ମା ଗାନ୍ଧୀସୁମନ ରାଓବ୍ରତଗ୍ରହଦଣ୍ଡ ନାଟଅମୃତା ପ୍ରୀତମ🡆 More