କେଟି ବଉମ୍ୟାନ

କ୍ୟାଥେରିନ ଲୁସି ବଉମ୍ୟାନ (ଜନ୍ମ: ୧୯୮୯/୧୯୯୦) ଛବି ଉପରେ କାମ କରୁଥିବା ଜଣେ ମହିଳା ଯୁକ୍ତରାଷ୍ଟ୍ର ଆମେରିକୀୟ କମ୍ପ୍ୟୁଟର ବୈଜ୍ଞାନିକ । ସେ ଇଭେଣ୍ଟ ହରାଇଜନ ଟେଲିସ୍କୋପ (ଦୂରବୀକ୍ଷଣ ଯନ୍ତ୍ର) ଦଳର ଏକ ସଦସ୍ୟ ଥିଲେ, ଯେଉଁମାନେ ପ୍ରଥମ କୃଷ୍ଣଗର୍ତ୍ତ ବା ବ୍ଲାକ ହୋଲର ଛବି ଉତ୍ତୋଳନ କରିଥିଲେ । ସେ ଗଣନା ଏବଂ ଗାଣିତିକ ବିଜ୍ଞାନର ଏକ ସହକାରୀ ପ୍ରଫେସର ଭାବରେ କାଲିଫର୍ଣ୍ଣିଆ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ଜୁନ ୨୦୧୯ ମସିହାରେ ଯୋଗ ଦେଇପାରନ୍ତି ।

କେଟି ବଉମ୍ୟାନ
କେଟି ବଉମ୍ୟାନ
Katie Bouman en 2019.
ଜନ୍ମ୯ ମଇ ୧୯୮୯ Edit this on Wikidata (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
ଶିକ୍ଷାନୁଷ୍ଠାନମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି, University of Michigan, West Lafayette Junior-Senior High School, ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି Edit this on Wikidata
ପିତାମାତା
  • Charles Addison Bouman Edit this on Wikidata
ପୁରସ୍କାରBBC 100 Women (୨୦୧୯) Edit this on Wikidata
ୱେବସାଇଟwww.cms.caltech.edu/people/klbouman
Scientific career
FieldsComputer vision, ମେସିନ ଲର୍ଣ୍ଣିଙ୍ଗ୍
Institutions
  • California Institute of Technology
  • ହାଭାର୍ଡ ବିଶ୍ୱବିଦ୍ୟାଳୟ Edit this on Wikidata
ThesisExtreme imaging via physical model inversion : seeing around corners and imaging black holes
Doctoral advisorWilliam T. Freeman

ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା

ବଉମ୍ୟାନ ଯୁକ୍ତରାଷ୍ଟ୍ରର ଇଣ୍ଡିଆନା ରାଜ୍ୟର ପଶ୍ଚିମ ଲାଫାୟେଟରେ ବାଲ୍ୟକାଳ କାଟିଥିଲେ । ୨୦୦୭ ମସିହାରେ ସେହି ଅଞ୍ଚଳର ଉଚ୍ଚ ଶିକ୍ଷା ବିଦ୍ୟାଳୟରୁ ଶିକ୍ଷା ଲାଭ କରିଥିଲେ । ତାଙ୍କର ପିତା, ଚାର୍ଲସ ବଉମ୍ୟାନ ଜଣେ ବିଦ୍ୟୁତ୍ ଓ ଅଭିବିଦ୍ୟୁତ୍ ସଙ୍କ୍ରାନ୍ତୀୟ ବୈଷୟିକ ବିଜ୍ଞାନ ଏବଂ ବାଇଓମେଡିକାଲ ବୈଷୟିକ ବିଜ୍ଞାନର ପ୍ରଫେସର ଭାବରେ ପରଡ୍ୟୁ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ । କେଟ ଏହି ପରଡ୍ୟୁ ବିଶ୍ୱବିଦ୍ୟାଳୟରେ ନିଜର ଉଚ୍ଚ ଶିକ୍ଷା ସମୟରେ ଛବି ଉପରେ ଏକ ଗବେଷଣା କରିଥିଲେ । ଇଭେଣ୍ଟ ହରାଇଜନ ଟେଲିସ୍କୋପ ବିଷୟରେ ସେ ୨୦୦୭ ମସିହାରେ ଅବଗତ ହୋଇଥିଲେ ।

କେଟି ୟୁନିଭର୍ସିଟି ଅଫ ମିସିଗାନରେ ବୈଦୁତିକ ବୈଷୟିକ ବିଜ୍ଞାନ ପଢ଼ିଥିଲେ ଏବଂ ୨୦୧୧ ମସିହାରେ ସ୍ନାତକ ପଢ଼ା ସମାପ୍ତି କରିଥିଲେ । ୨୦୧୩ ମସିହାରେ ସେ ନିଜର ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । ୨୦୧୭ ମସିହାରେ ତାଙ୍କୁ ମାସାଚୁସେଟସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (MIT)ରୁ ଡକ୍ଟରେଟ ଉପାଧି ମିଳିଥିଲା ।ଏମଆଇଟିଠାରେ ସେ ନଡ଼ା ପରିବେକ୍ଷଣକାରୀ (Haystack Observatory) ଦଳର ଏକ ସଦସ୍ୟ ଥିଲେ । ତାଙ୍କୁ ଜାତୀୟ ବିଜ୍ଞାନ ସଂସ୍ଥାନ ତରଫରୁ ସହାୟତା ମିଳିଥିଲା । ତାଙ୍କର ସ୍ନାତୋକୋତ୍ତର ନିବନ୍ଧ ଗତିର ଅବଲୋକନଦ୍ୱାରା କପଡାର ଭୌତିକ ଗୁଣାବଳୀ ଅନୁମାନ (Estimating Material Properties of Fabric through the Observation of Motion) ଶ୍ରେଷ୍ଠ ନିବନ୍ଧ ପୁରସ୍କାର ଜିତିଥିଲା । ତାଙ୍କର ଡକ୍ଟରେଟ ନିବନ୍ଧ ଓଲଟା ଭୌତିକ ମଡେଲ ମାଧ୍ୟମରେ ଚରମ ଛବି ଉତ୍ତୋଳନ: ଆଖପାଖ ଦେଖି କୃଷ୍ଣଗର୍ତ୍ତର ଛବି ଉତ୍ତୋଳନ (Extreme imaging via physical model inversion: seeing around corners and imaging black holes), ୱିଲିୟମ ‌ଟି ଫ୍ରିମ୍ୟାନଙ୍କଦ୍ୱାରା ପର୍ଯ୍ୟାବେକ୍ଷିତ ହୋଇଥିଲା । ଡକ୍ଟରେଟ ଉପାଧି ଲାଭ ପୂର୍ବରୁ ବଉମ୍ୟାନ କୃଷ୍ଣଗର୍ତ୍ତର ଛବି କିପରି ନିଆଯାଇପାରିବ ତାହା ଉପରେ ଏକ ଟିଇଡିଏକ୍ସ ବକ୍ତୃତା ପ୍ରଦାନ କରିଥିଲେ ।

ଗବେଷଣା ଏବଂ ପେଶା

ନିଜର ଡକ୍ଟରେଟ ଲାଭ ପରେ ବଉମ୍ୟାନ ହାଭାର୍ଡ ବିଶ୍ୱବିଦ୍ୟାଳୟରେ ଇଭେଣ୍ଟ ହରାଇଜନ ଟେଲିସ୍କୋପ (ଦୂରବୀକ୍ଷଣକରି ଯନ୍ତ୍ର) ଦଳର ଏକ ସଦସ୍ୟ ଭାବରେ ଯୋଗଦେଇଥିଲେ । ସେ ଗଣନା ଏବଂ ଗାଣିତିକ ବିଜ୍ଞାନର ଏକ ସହକାରୀ ପ୍ରଫେସର ଭାବରେ କାଲିଫର୍ଣ୍ଣିଆ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ଜୁନ ୨୦୧୯ ମସିହାରେ ଯୋଗ ଦେଇପାରନ୍ତି । ଯେଉଁଠାରେ ସେ ସେ ଗଣନା ଏବଂ ଗାଣିତିକ ବିଜ୍ଞାନ ସହ ମେସିନ ଲର୍ଣ୍ଣିଙ୍ଗରେ ମଧ୍ୟ କାମ କରିବେ ।

କେଟି ବଉମ୍ୟାନ 
ଅପ୍ରେଲ ୨୦୧୯ରେ ପ୍ରକାଶ ପାଇଥିବା ପ୍ରଥମ କୃଷ୍ଣଗର୍ତ୍ତର (Black Hole) ଛବି

ବଉମ୍ୟାନ କୃଷ୍ଣଗର୍ତ୍ତ ଛବି ଉତ୍ତୋଳନପାଇଁ ଏକ ଆଲଗୋରିଦମ ଗଠନରେ ମୁଖ୍ୟ ଭୂମିକା ନିର୍ୱାହ କରିଥିଲେ । ଏହି ଆଲଗୋରିଦମର ନାମ ହେଲା ପ୍ୟାଚ ଏବଂ ତତପଶ୍ଚାତର ଉପଯୋଗ କରି ନିରନ୍ତର ଉଚ୍ଚ ରିଜୋଲ୍ୟୁସନ ଛବି ନିର୍ମାଣ (Continuous High-resolution Image Reconstruction using Patch priors, or CHIRP) । ଏହି ଉପାୟଦ୍ୱାରା ଅପ୍ରେଲ ୨୦୧୯ ମସିହାରେ ପ୍ରଥମ କୃଷ୍ଣଗର୍ତ୍ତ ଛବି ଉତ୍ତୋଳନ କରାଯାଇପାରିଥିଲା, ଯେଉଁଥିରେ ବଉମ୍ୟାନ ଏକ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ସେ ଏହି ପ୍ରକଳ୍ପରେ ଛବିଗୁଡ଼ିକର ସମୀକ୍ଷଣ, ଟେଲିସ୍କୋପଦ୍ୱାରା ପ୍ରାପ୍ତ ଅନାବଶ୍ୟକ ତଥ୍ୟକୁ ବାଦ ଦେବାପାଇଁ ପାରାମିଟର ଚୟନ ଏବଂ ଏକ ସୁଦୃଢ଼ ଛବି ଢାଞ୍ଚା ନିର୍ମାଣକରି ଭିନ୍ନ ଭିନ୍ନ ଛବି ପୁନଃନିର୍ମାଣ ଉପାୟ ଉପରେ କାମ କରିଥିଲେ । ତାଙ୍କର ଦଳ ସାଧାରଣ ଆପେକ୍ଷିକ ତତ୍ତ୍ୱ ମଧ୍ୟ ଏହି ଦୂରବୀକ୍ଷଣକାରୀ ଯନ୍ତ୍ର ସହାୟତାରେ ଅଧିକ ଜାଣିବାକୁ ଚେଷ୍ଟା କରିଥିଲେ ।

ବିବାଦ

କୃଷ୍ଣଗର୍ତ୍ତ ଛବି ପ୍ରକାଶିତ ହେବ ପରେ ବଉମ୍ୟାନ ଏକ କମ୍ପ୍ୟୁଟର ପରଦାକୁ ଦେଖି ଖୁସିରେ ହସୁଥିବାର ଛବି ଇଣ୍ଟରନେଟରେ ଭାଇରଲ ହୋଇଯାଇଥିଲା ଏବଂ ତାଙ୍କର ଏହି ଛବି ପ୍ରତି ଅବଦାନର ଅଧିକ ବଢ଼େଇ ଚଢ଼େଇ କୁହାଯାଇଛି ବୋଲି ବିବାଦ ଉପୁଜିଥିଲା । ଅନେକ ମହଲରୁ ବଉମ୍ୟାନଙ୍କୁ ଏବଂ ତାଙ୍କର ଦଳକୁ କରିଥିବା କାମ ଉପରେ ସନ୍ଦେହ କରାଯାଇ ଆକ୍ଷେପ କରାଯାଇଥିଲା । ସମାନ ଭାବରେ ଅନେକ ବ୍ୟକ୍ତି ବଉମ୍ୟାନଙ୍କ ସପକ୍ଷରେ ବଳିଷ୍ଠ ଯୁକ୍ତି ବାଢ଼ି ଏହି ସବୁ ବିବାଦର ଅବସାନ ଘଟାଇବାକୁ ଚେଷ୍ଟା କରିଥିଲେ ।

ଆଧାର

ବାହାର ଆଧାର

  • Katie Bouman page at MIT Computer Science and Artificial Intelligence Laboratory
  • TEDx ପୃଷ୍ଠା ଯେଉଁଠାରେ ସେ କୃଷ୍ଣଗର୍ତ୍ତ ଖୋଜିବାର ଉପାୟ ସାଧାରଣ ଲୋକ ବୁଝିବାଭଳି କହିଛନ୍ତି

Tags:

କେଟି ବଉମ୍ୟାନ ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷାକେଟି ବଉମ୍ୟାନ ଗବେଷଣା ଏବଂ ପେଶାକେଟି ବଉମ୍ୟାନ ବିବାଦକେଟି ବଉମ୍ୟାନ ଆଧାରକେଟି ବଉମ୍ୟାନ ବାହାର ଆଧାରକେଟି ବଉମ୍ୟାନ

🔥 Trending searches on Wiki ଓଡ଼ିଆ:

ମାନସ ରଞ୍ଜନ ମଲ୍ଲିକ୮୦୦ଭି. କାର୍ତ୍ତିକେୟ ପାଣ୍ଡିଆନପଞ୍ଚାନନ ପାତ୍ରଭଗତ ସିଂହପୂରଣବାଚକ ସଂଖ୍ୟାଉଇକିମିଡ଼ିଆ ଫାଉଣ୍ଡେସନଭାରତୀୟ ସ୍ୱାଧୀନତା ଆନ୍ଦୋଳନବସନ୍ତ ରୋଗବାଳଗୋପାଳ ମିଶ୍ରଚିତ୍ତରଞ୍ଜନ ନାୟକସଂକ୍ରାନ୍ତିଅନନ୍ତ ପଟ୍ଟନାୟକଅଂଶୁଘାତଗୌରହରି ଦାସ୧୨୯୪କେଦାରନାଥ ମନ୍ଦିରଋଷିକୁଲ୍ୟା ନଦୀବିରଜା ମନ୍ଦିରସାରଳା ସମ୍ମାନନୟାଗଡ଼ ଗଡ଼ଜାତ ରାଜ୍ୟପ୍ରଯୁକ୍ତି ବିଦ୍ୟାବ୍ରହ୍ମପୁରପଦାର୍ଥଫୁଲପଥ ଓ ପୃଥିବୀକପିଳାସ ଶିବ ମନ୍ଦିରଟାଇଫଏଡଫୁଲବାଣୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଇଣ୍ଡିଆନ ପ୍ରିମିଅର ଲିଗହୃଷୀକେଶ ପଣ୍ଡାବସନ୍ତ କୁମାର ଶତପଥୀଅମର ସିଂହ ଚମକିଲାଇତି ସାମନ୍ତମାୟାଧର ମାନସିଂହଗୋପାଳ ଛୋଟରାୟଶ୍ରୀ ଅରବିନ୍ଦହୃତ୍‌ପିଣ୍ଡ ଜନିତ ଝଟକାପରଶୁରାମଚକାଡୋଳା କରୁଚି ଲୀଳାଟର (ବେନାମୀ ନେଟୱାର୍କ)ରବୀନ୍ଦ୍ରନାଥ ଠାକୁରବ୍ୟୋମକେଶ ରାୟନରେନ୍ଦ୍ର ମୋଦୀସମ୍ବାଦ (ଖବରକାଗଜ)ଫକୀର ମୋହନ ସେନାପତିଆସିକାସୋନିଆ ବଲାନୀଶିରିଡ଼ି ସାଇ ବାବା୫ ଜୁଲାଇକୋବିସିଷ୍ଟାଟଆଲବର୍ଟ ଆଇନଷ୍ଟାଇନବୁର୍ଜ ଖଲିଫା, ଦୁବାଇଚାଣକ୍ୟତୀର୍ଯ୍ୟକ ଦୃଷ୍ଟିଓଡ଼ିଶାର ଲୋକ ସଭା ନିର୍ବାଚନ ମଣ୍ଡଳୀ ତାଲିକାବଳରାମ ଦାସଉଇକିଅଭିଧାନଛ ମାଣ ଆଠ ଗୁଣ୍ଠକୋଣାର୍କ ସୂର୍ଯ୍ୟ ମନ୍ଦିରରାମଚନ୍ଦ୍ର ମିଶ୍ରସମୁଦ୍ରଲିଙ୍ଗରାଜ ମନ୍ଦିରସୁରେନ୍ଦ୍ର ମହାନ୍ତିଲକ୍ଷ୍ମୀକାନ୍ତ ମହାପାତ୍ରଚନ୍ଦନ ଯାତ୍ରା🡆 More