ଧବଳ ଛଉ

ଧବଳ ଛଉ (ପ୍ରତିଶବ୍ଦ: ଧବଳ କୁଷ୍ଠ, ଧଳା ଛଉ, ଭିଟିଲିଗୋ; ସଂସ୍କୃତ ଭାଷାରେ ଶ୍ୱେତ ଲାଞ୍ଛନ, ଇଂରାଜୀ ଭାଷାରେ Vitiligo) ଏକ ପ୍ରକାର ଚର୍ମ ରୋଗ ଯେଉଁଥିରେ ଚର୍ମର କିଛି ଅଂଶ ଫିକା ବା ବିବର୍ଣ୍ଣ (losing their pigment) ହୋଇଯାଏ । ଚର୍ମର କିଛି ଅଂଶ ଧଳା ଦେଖାଯାଏ ଯାହାର ପରିସୀମା ତୀକ୍ଷ୍ଣ ଥାଏ । ସେହି ଅଂଶରେ ଥବା ଲୋମ ମଧ୍ୟ ଧଳା ହୋଇଯାଇପାରେ । ପାଟି ଓ ନାକରେ ମଧ୍ୟ ଏ ରୋଗ ହୋଇପାରେ । ଶରୀରର ଉଭୟ ପାଖରେ ରୋଗ ହୁଏ । ଅଧିକାଂଶ ସମୟରେ ସୂର୍ଯ୍ୟ ଦିଗକୁ ଖୋଲା ରହିଥିବା ସ୍ଥାନରେ ଦାଗ ହୁଏ । କଳା ରଙ୍ଗର ଲୋକଙ୍କ ଦେହରେ ଏହି ଦାଗ ଅଧିକ ସ୍ପଷ୍ଟ ଦେଖାଯାଏ । ଧବଳ ଛଉ ହେବାଦ୍ୱାରା ମାନସିକ ଚାପ (psychological stress) ବଢ଼ିଯାଏ ଓ ସେ ସ୍ଥାନ କେହି ଛୁଇଁବାକୁ (ସାମାଜିକ କଳଙ୍କ ବା stigmatized) ଇଚ୍ଛା କରନ୍ତି ନାହିଁଁ ।

ଧବଳ ଛଉ/ ଭିଟିଲିଗୋ
ଧବଳ ଛଉ
ହାତର ନନ୍‌ସେଗମେଣ୍ଟାଲ ଭିଟିଲିଗୋ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଉଚ୍ଚାରଣ/ˌvɪt[invalid input: 'ɨ']ˈlɡ/
ସ୍ପେଶାଲିଟିଚର୍ମରୋଗ ବିଜ୍ଞାନ
ଆଇସିଡ଼ି-୧୦L80.
ଆଇସିଡ଼ି-୯-ସିଏମ୍709.01
ଓଏମ୍‌ଆଇଏମ୍193200
ରୋଗ ଡାଟାବେସ13965
ମେଡ଼ିସିନ-ପ୍ଲସ000831
ଇ-ମେଡ଼ିସିନderm/453
Patient UKଧବଳ ଛଉ/ ଭିଟିଲିଗୋ
MeSHD014820

ଏହି ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି । ପରିବେଶ କାରକଦ୍ୱାରା ଜେନେଟିକ ସମ୍ବେଦନଶୀଳ ହୋଇ ଅଟୋଇମ୍ମ୍ୟୁନ (autoimmune disease) ରୋଗ ଭାବରେ ସୃଷ୍ଟି ହେଉଥିବା ବିଶ୍ୱାସ କରାଯାଏ । ଏହା ଫଳରେ ମେଲାନୋସାଇଟ ବା ପିଗମେଣ୍ଟ ଜୀବକୋଷ (skin pigment cells) ନଷ୍ଟ ହୋଇଯାଏ । ଏହି ରୋଗର ପାରିବାରିକ ଇତିହାସ ଅଥବା ହାଇପରଥାଇରଏଡିଜମ, ଆଲୋପେସିଆ ଏରିଏଟା (alopecia areata) ଓ ପର୍ନିସିଅସ ଆନିମିଆ (pernicious anemia) ଇତ୍ୟାଦି ଭଳି ଅନ୍ୟ କୌଣସି ଅଟୋଇମ୍ମ୍ୟୁନ ରୋଗମାନଙ୍କର ଇତିହାସ ଥିଲେ ଏହି ରୋଗ ବାହାରିବା ସମ୍ଭାବନା ରହେ । ଧବଳ ଛଉ ମୁଖ୍ୟତଃ ଦୁଇ ପ୍ରକାର ଦେଖାଯାଏ: ସେଗମେଣ୍ଟାଲ ଓ ନନ୍-ସେଗମେଣ୍ଟାଲ । ଅଧିକାଂଶ କେଶ୍ ନନ୍-ସେଗମେଣ୍ଟାଲ ଥାଆନ୍ତି ଯେଉଁଥିରେ ଦେହର ଦୁଇ ପାଖ ପ୍ରଭାବିତ ହୁଅନ୍ତି ଓ ସମୟ କ୍ରମେ ଅବସ୍ଥା ଖରାପ ଦିଗକୁ ଗତି କରେ । ପ୍ରାୟ ୧୦% କେଶ୍ ସେଗମେଣ୍ଟାଲ ଥାଏ ଯେଉଁଥିରେ ଦେହର ଏକ ପାଖରେ ରୋଗ ହୁଏ ଓ ଖରାପ ଦିଗକୁ ଗତି କରେନାହିଁଁ । ତନ୍ତୁ ବାୟୋପ୍ସି (tissue biopsy) କରି ରୋଗ ନିର୍ଣ୍ଣୟ କରାଯାଏ ।

ଧବଳ ଛଉ ଆରୋଗ୍ୟ ହେଲା ଭଳି କୌଣସି ଚିକିତ୍ସା ନାହିଁଁ । ସନ୍‌ସ୍କ୍ରୀନ ଓ ମେକଅପ ସାହାଯ୍ୟରେ ଫିକା ଚର୍ମ ଚିକିତ୍ସା କରାଯାଏ । ଗ୍ଲୁକୋକର୍ଟିକଏଡ (steroid|) କ୍ରିମ ବା ଫୋଟୋଥେରାପି (phototherapy) ଦେଇ ଫିକା ପ୍ୟାଚକୁ ଗାଢ଼ କରାଯାଏ । ଅନ୍ୟ ପକ୍ଷରେ ଭଲ ଥିବା ଚର୍ମକୁ ହାଲୁକା କରିବା ନିମନ୍ତେ ହାଇଡ୍ରୋକୁଇନୋନ (hydroquinone) ଦେଇ ଚେଷ୍ଟା କରାଯାଏ । ଏହି ଚିକିତ୍ସାରେ ଉନ୍ନତି ନ ହେଲେ ଅନେକ ପ୍ରକାର ଅପରେଶନ କରାଯାଇପାରେ । ମିଶ୍ରିତ ଚିକିତ୍ସାରେ ସୁଫଳ ମିଳେ । କାଉନସେଲିଙ୍ଗଦ୍ୱାରା (Counselling) ଭାବାବେଗକୁ ନିୟନ୍ତ୍ରଣ କରାଯାଇପାରେ ।

ସାରା ପୃଥିବୀରେ ୧% ଲୋକ ଧବଳ ଛଉ ରୋଗରେ ଆକ୍ରାନ୍ତ ହୁଅନ୍ତି । କେତେକ ଜନସଂଖ୍ୟାରେ ଏହା ୨ରୁ ୩% ଦେଖାଯାଏ । ପୁରୁଷ ଓ ମହିଳା ସମ ଭାବରେ ଆକ୍ରାନ୍ତ ହୁଅନ୍ତି । ପ୍ରାୟ ଅର୍ଧେକ ଲୋକଙ୍କର ୨୦ ବର୍ଷ ବୟସ ପୂର୍ବରୁ ଓ ଅଧିକାଂଶ ଲୋକଙ୍କର ୪୦ ବର୍ଷ ବୟସ ପୂର୍ବରୁ ରୋଗ ହୋଇଥାଏ । ପୁରାତନ ଗ୍ରୀସ (ancient history) ସମୟରୁ ଏହି ରୋଗ ବର୍ଣ୍ଣନା ରହିଛି ।

ଆଧାର

Tags:

en:depigmentationen:psychological stressen:stigmatizedଇଂରାଜୀ ଭାଷାସଂସ୍କୃତ ଭାଷା

🔥 Trending searches on Wiki ଓଡ଼ିଆ:

ପଖାଳ ଦିବସବାଞ୍ଛାନିଧି ମହାନ୍ତିକୃଷ୍ଣଚନ୍ଦ୍ର ତ୍ରିପାଠୀ (କବି)ଚିତାଲାଗି ଅମାବାସ୍ୟାବଡ଼ ଓଡ଼ିଆ ମଠପଠାଣି ସାମନ୍ତ୨୬ ଅପ୍ରେଲମଇନିତ୍ୟାନନ୍ଦ ମହାପାତ୍ରକ୍ଷୀରଚୋରା ଗୋପୀନାଥ ମନ୍ଦିରଓଲେନା ଜେଲେନସ୍କାଭଦଭଦଳିଆସିଷ୍ଟର ଶ୍ରୀଦେବୀ୧୯୩୪୧୯୬୧ର ଓଡ଼ିଆ କଥାଚିତ୍ରବୀର ସୁରେନ୍ଦ୍ର ସାଏସୂର୍ଯ୍ୟପରାଗକଳିଙ୍ଗ ଯୁଦ୍ଧଓଡ଼ିଆ ଭାଗବତମହା ଶିବରାତ୍ରି୨୭ ଜୁଲାଇସମାଜ ବିଜ୍ଞାନବିଜ୍ଞାନରାମକୃଷ୍ଣ ମଠକଳାପାହାଡ଼ତରଳ ଝାଡ଼ାଢମଣା ସାପସଂଯୁକ୍ତା ପାଣିଗ୍ରାହୀମାଗୁଣିର ଶଗଡ଼ (କଥାଚିତ୍ର)ଉଇକିପିଡ଼ିଆ ସମୂହର ତାଲିକାଓଡ଼ିଶାର କଳାପୁରୁଷୋତ୍ତମ ଦେବକବିସୂର୍ଯ୍ୟ ବଳଦେବ ରଥଓଡ଼ିଆ ଲିପିନିଝୁମ ରାତିର ସାଥୀ (୨୦୧୭)ଉପେନ୍ଦ୍ର ଭଞ୍ଜଗଣେଶ ପୂଜାବଲାଙ୍ଗୀର ଜିଲ୍ଲାରାଜ୍ୟ ସଭାରଜନୀ କୋଠାରୀଦଶାବତାରଓଡ଼ିଶାର ଲୋକନୃତ୍ୟଭାରତୀୟ ସ୍ୱାଧୀନତା ଆନ୍ଦୋଳନଅଚ୍ୟୁତାନନ୍ଦ ଦାସସହଦେବ (ମହାଭାରତ)ମହୁଲ୩୧ ଜୁଲାଇଛାତ୍ରବୃତ୍ତିଜଗନ୍ନାଥ ଦାସଉତ୍ତରାଷାଢ଼ା (ନକ୍ଷତ୍ର)ସାରଳା ଦାସଏମିତି ଭାଇ ଜଗତେ ନାହିଁରାମାୟଣ (ବହୁବିକଳ୍ପ)ଦସ୍ତାଶ୍ରୀରାଧାପଖାଳଆଦିଶଙ୍କରମନୋଜ କୁମାର ମିଶ୍ରନବ ଚରଣ ମାଝିଏଲୋରା ଗୁମ୍ଫାକୋରାପୁଟ ଜିଲ୍ଲାଟ୍ରିପଲ ଏକ୍ସ ସିଣ୍ଡ୍ରୋମହଳଦୀ ବସ‍ନ୍ତଅପରାଜିତା ମହାନ୍ତିକୋଷଭଗବାନ କହଁରବୀଣାପାଣି ମହାନ୍ତି🡆 More