ଗୁଲାବ କୌର: ଭାରତୀୟ ସ୍ୱାଧୀନତା ସଂଗ୍ରାମୀ

ଗୁଲାବ କୌର ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଗଦର ପାର୍ଟିର ଜଣେ କର୍ମକର୍ତ୍ତା ଭାବରେ ଫିଲିପାଇନ୍ସରୁ ଭାରତ ଆସି ପଞ୍ଜାବର ବିଭିନ୍ନ ଅଞ୍ଚଳରେ ସକ୍ରିୟ ଭାବରେ କାର୍ଯ୍ୟ କରିଥିଲେ ଏବଂ ଇଂରେଜମାନଙ୍କ ହାତରେ ଧରାପଡ଼ି ଲାହୋର ଜେଲରେ ଦୁଇ ବର୍ଷ କାରାଦଣ୍ଡ ଭୋଗିଥିଲେ ।

Gulab Kaur
ଗୁଲାବ କୌର: ଭାରତୀୟ ସ୍ୱାଧୀନତା ସଂଗ୍ରାମୀ
Gulab Kaur
ଜନ୍ମ
Gulab Kaur

village Bakshiwala, Sangrur district, Punjab, India
ଜାତୀୟତାIndian
ବୃତ୍ତିGadrite freedom fighter

ପ୍ରାରମ୍ଭିକ ଜୀବନ

ଗୁଲାବ କୌର ୧୮୯୦ ମସିହାରେ ଭାରତର ପଞ୍ଜାବସ୍ଥିତ ସଙ୍ଗ୍ରୁତ ଜିଲ୍ଲାର ବକ୍ସିବାଲା ଗାଁରେ ଜନ୍ମଗ୍ରହଣ କରିଥିଲେ । ସେ ମନ୍ନ ସିଂହଙ୍କୁ ବିବାହ କରିଥିଲେ । ଆମେରିକାକୁ ସ୍ଥାନାନ୍ତରିତ ହେବାପାଇଁ ଏହି ଦମ୍ପତ୍ତି ଫିଲିପାଇନ୍ସର ମନିଲାକୁ ଯାଇଥିଲେ ।

ରାଜନୈତିକ ଜୀବନ

ଫିଲିପାଇନ୍ସ ଯିବାପରେ ମନିଲାରେ ଗୁଲାବ ଗଦର ପାର୍ଟି ନାମକ ଏକ ସଂଘରେ ଯୋଗ ଦେଇଥିଲେ । ଭାରତକୁ ବ୍ରିଟିଶ ଶାସନରୁ ମୁକ୍ତ କରିବାପାଇଁ ଭାରତ ଛାଡ଼ି ସେଠାରେ ରହୁଥିବା ଶିଖ-ପଞ୍ଜାବୀମାନେ ଏହି ଗଦର ପାର୍ଟିର ଆରମ୍ଭ କରିଥିଲେ ।

ଗୁଲାବ କୌର ପାର୍ଟି ପ୍ରିଣ୍ଟିଂ ପ୍ରେସ ପାଖରେ ସତର୍କତରା ସହ କାମ କରୁଥିଲେ । ହାତରେ ପ୍ରେସ ପାସ୍ ନେଇ ଜଣେ ନିଜକୁ ଜଣେ ସମ୍ବାଦଦାତା ସଜେଇ ସେ ବିଭିନ୍ନ କାର୍ଯ୍ୟରେ ଲିପ୍ତ ଥିଲେ । ସାମ୍ବାଦିକ ବେଶରେ ସେ ମୁଖ୍ୟତଃ ଗଦର ପାର୍ଟିର କର୍ମକର୍ତ୍ତାମାନଙ୍କୁ ବିଭିନ୍ନ ପ୍ରକାରର ହତିଆର ଯୋଗାଉଥିଲେ । ଏଥି ସହିତ ସେ ଅନ୍ୟମାନଙ୍କୁ ମଧ୍ୟ ଏହି ପାର୍ଟିରେ ଯୋଗ ଦେବାକୁ ପ୍ରବର୍ତ୍ତାଉଥିଲେ । ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନ ବିଷୟରେ ବିଭିନ୍ନ ପ୍ରଚାର ପତ୍ର ବାଣ୍ଟି ସେ ଅନ୍ୟମାନଙ୍କୁ ଗଦର ପାର୍ଟି ପ୍ରତି ଆକର୍ଷିତ କରାଇବା ସହ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇବାକୁ ପ୍ରବର୍ତ୍ତାଉଥିଲେ । ଜାହାଜଦ୍ୱାରା ଭାରତକୁ ଯାତାୟତ କରୁଥିବା ଭାରତୀୟ ଯାତ୍ରୀମାନଙ୍କୁ ମଧ୍ୟ ସେ ଜାହାଜରେ ବିଭିନ୍ନ ପ୍ରକାରର ଉଦ୍‌ବୋଧନ ମୂଳକ ଭାଷଣ ଦେଇ ସ୍ୱାଧୀନତା ସଂଗ୍ରାମୀ ହେବାକୁ ପ୍ରବାର୍ତ୍ତାଉଥିଲେ ।

ଗୁଲାବ କୌର ଫିଲିପାଇନ୍ସର ପାଖାପାଖି ୫୦ ଜଣ ଗଦର ସଂଘର ସ୍ୱାଧୀନତା ସଂଗ୍ରାମୀଙ୍କ ସହିତ ମିଶି ଏସ୍.ଏସ୍. କୋରିଆ ବ୍ୟାଚ ସହ ଭାରତ ଅଭିମୁଖେ ସମୁଦ୍ରପଥରେ ଯାତ୍ରା ଆରମ୍ଭ କରିଥିଲେ । ପରେ ସେମାନେ ଏସ୍.ଏସ୍. କୋରିଆରୁ ସିଙ୍ଗାପୁରଠାରେ ତୋଶା ମାରୁରେ ଯାତ୍ରା କରିଥିଲେ । ଭାରତ ପହଞ୍ଚିଲାପରେ ସେମାନେ କିଛି ଅନ୍ୟାନ୍ୟ କର୍ମକର୍ତ୍ତଙ୍କ ସହିତ ପଞ୍ଜାବର ଜଳନ୍ଧର, ହୋସିଆରପୁର, କପୂରଥାଲା ଆଦି ଗାଆଁମାନଙ୍କରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ରହି ଲୋକମାନଙ୍କୁ ଏକାଠି କରିବା ଆରମ୍ଭ କରିଥିଲେ । ଫଳରେ ଭାରତର ସ୍ୱାଧୀନତା ପାଇଁ ସେମାନେ ଅସ୍ତ୍ରଶସ୍ତ୍ର ଧରି ସିଧାସଳଖ ଇଂରେଜ ସରକାର ବିରୁଦ୍ଧରେ ସମ୍ମୁଖ ଲଢ଼େଇ କରିପାରିବେ ।

ସ୍ୱାଧୀନତା ସଂଗ୍ରାମ ଲଢ଼େଇ ଭିତରେ ଗୁଲାବଙ୍କୁ ଇଂରେଜମାନେ ବନ୍ଦୀ କରିନେଇଥିଲେ ଏବଂ ଦେଶ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଇଂରେକ ସରକାରଦ୍ୱାରା ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଯାଇଥିଲା । ଗୁଲାବଙ୍କୁ ସେତେବେଳେ ବ୍ରିଟିଶ ଭାରତ ଅଧୀନସ୍ଥ ଲାହୋରଠାରେ ବନ୍ଦୀ କରି ରଖାଯାଇଥିଲା, ଯାହାକି ଏବେ ପାକିସ୍ତାନରେ ଅବସ୍ଥିତ ।

ଗୁଲାବ କୌରଙ୍କ ଜୀବନୀ ତଥା ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଲଢ଼େଇ ଉପରେ ଏକ ପଞ୍ଚାବୀ ବହି ''ଗଦର ଦି ଧୀ ଗୁଲାବ କୌର'' ୨୦୧୪ ମସିହାରେ ପ୍ରକାଶ ପାଇଥିଲା, ଯାହାର ରଚନା କରିଥିଲେ ଏସ୍ କେଶର ସିଂହ ।

ଆଧାର

Tags:

ଫିଲିପାଇନ୍ସ

🔥 Trending searches on Wiki ଓଡ଼ିଆ:

ବିଶ୍ୱ ଏଡ୍‌ସ ଦିବସମୟୂରଭଞ୍ଜ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ବର୍ଷାଶତ୍ରୁଘ୍ନ ପାଣ୍ଡବଶୈଳଭାମା ମହାପାତ୍ରତୁଳସୀ ଦାସଭଗୀରଥ ଦାସମହୁଲକନ୍ୟା (ରାଶି)ନାସାଅନନ୍ତ ପଟ୍ଟନାୟକଭିତରକନିକା ଜାତୀୟ ଉଦ୍ୟାନଚନ୍ଦନ ଯାତ୍ରାବିଦ୍ୟୁତ୍ ଶକ୍ତିନୂଆ ଦିଲ୍ଲୀବାଙ୍କଚୂଡ଼ା ବେଶକନ୍ଧମାଳ ଜିଲ୍ଲାବିଦ୍ୟାଳୟଏଟାୱାଶୈଳେନ ମହାପାତ୍ରଶ୍ରୀକ୍ଷେତ୍ର ଦେବାଦେବୀଜ୍ଞାନକୋଷବନ୍ଦେ ଉତ୍କଳ ଜନନୀଭୀମ ଭୋଇସବୁ ମାୟାରେ ବାୟାମହାଶ୍ୱେତା ରାୟଗଣେଶ ପୂଜାଛବିଳ ମଧୁ ବର୍ଣ୍ଣବୋଧଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟଅପରେଟିଙ୍ଗ ସିଷ୍ଟମବିଶ୍ୱନାଥ କରଜ୍ୟୋତି ପ୍ରକାଶ ପାଣିଗ୍ରାହୀରକ୍ତମହା ଶିବରାତ୍ରିବୀଣାପାଣି ମହାନ୍ତିଚତୁର୍ଶୃଙ୍ଗୀ ମନ୍ଦିରମହାପ୍ରସାଦଏକଲବ୍ୟ ପୁରସ୍କାରବେଦବିଞ୍ଝାରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଯୁଗଳ କିଶୋର ପଟ୍ଟନାୟକଜଗନ୍ନାଥ ମନ୍ଦିର, କୋରାପୁଟଆଇଓଏସଗୋଲୋକ ବିହାରୀ ଧଳବେଲାଋଷମୂଳା (ନକ୍ଷତ୍ର)ବୁଦ୍ଧ ପୂର୍ଣ୍ଣିମାସଚ୍ଚିଦାନନ୍ଦ ରାଉତରାୟଉଚ୍ଛ୍ୱାସ (କବିତା ସଙ୍କଳନ)ସୀସାଆଜ୍‌ମାଭାରତୀୟ ଡାକ ସେବାଯୁକ୍ତରାଜ୍ୟଏସିଆହାଡ଼ଫୁଟି୨ (ସଂଖ୍ୟା)ଅପାମାର୍ଗଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାଓଡ଼ିଆ ନାରୀ କବି ମାନଙ୍କ ତାଲିକାମୁକ୍ତ ମଣ୍ଡପକୋଳି୪ (ବହୁବିକଳ୍ପ)ଜ୍ୟୋତିର୍ଲିଙ୍ଗବୃଷ (ରାଶି)ଉଇକିପିଡ଼ିଆସ୍ନେହସାରଆକବରଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳସାରଳା ଦାସ🡆 More