ଗାରୋ ଭାଷା: ଭାରତୀୟ ଭାଷା

ଗାରୋ ଭାଷା କିମ୍ବା ଆଚିକ (A·chik) ଭାରତର ମେଘାଳୟ ରାଜ୍ୟର ସରକାରୀ ଭାଷା । ଏହା ମେଘାଳୟର ଗାରୋ ହିଲ୍ସ ଜିଲ୍ଲା, ଆସାମର କିଛି ଭାଗ ଏବଂ ତ୍ରିପୁରାର ଅଳ୍ପ କେତେକ ଅଞ୍ଚଳରେ କଥିତ ଏକ ସିନୋ-ତିବତୀୟ ଭାଷା । ଏହା ପଡ଼ୋଶୀ ବଙ୍ଗଳାଦେଶର କିଛି ଅଞ୍ଚଳରେ ମଧ୍ୟ କଥିତ । ୨୦୦୧ର ଜନଗଣନା ଅନୁଯାୟୀ କେବଳ ଭାରତରେ ପ୍ରାୟ ୮,୮୯,୦୦୦ ଗାରୋ ବକ୍ତା ଅଛନ୍ତି । ବଙ୍ଗଳାଦେଶରେ ଆଉ ୧,୩୦,୦୦୦ ବକ୍ତା ରହନ୍ତି ।

ଭୌଗୋଳିକ ବିତରଣ

ଏଥନୋଲୋଗ ଅନୁସାରେ ଗାରୋ ଭାଷା ନିମ୍ନଲିଖିତ ସ୍ଥାନଗୁଡ଼ିକରେ କଥିତ ।

  • ଗାରୋ ପାହାଡ଼ ବିଭାଗ, ମେଘାଳୟ
  • ଗୋଆଲପଡ଼ା ଜିଲ୍ଲା, କାମରୂପ ଜିଲ୍ଲା, ଶିବସାଗର, କାର୍ବି ଆଙ୍ଗଲଙ୍ଗ ଜିଲ୍ଲା, ପଶ୍ଚିମ ଆସାମ
  • କୋହିମା ଜିଲ୍ଲା, ନାଗାଲ୍ୟାଣ୍ଡ
  • ଉଦୟପୁର ଉପବିଭାଗ, ଦକ୍ଷିଣ ତ୍ରିପୁରା ଜିଲ୍ଲା, ତ୍ରିପୁରା
  • କମଲପୁର ଏବଂ କାଇଲାସାହର ଉପବିଭାଗ, ଉତ୍ତର ତ୍ରିପୁରା ଜିଲ୍ଲା, ତ୍ରିପୁରା
  • ସାଦର ଉପବିଭାଗ, ପଶ୍ଚିମ ତ୍ରିପୁରା ଜିଲ୍ଲା, ତ୍ରିପୁରା
  • ଜଳପାଇଗୁଡ଼ି ଜିଲ୍ଲା ଏବଂ କୋଚ ବିହାର ଜିଲ୍ଲା, ପଶ୍ଚିମବଙ୍ଗ

ଭାଷାଗତ ସମ୍ପର୍କ

ଗାରୋ ସିନୋ-ତିବ୍ବତୀୟ ଅନ୍ତର୍ଗତ ବୋଡ଼ୋ-ଗାରୋ ଉପଗୋଷ୍ଠୀ (ଏଥିରେ ମାଣ୍ଡାରିନ ଏବଂ କ୍ୟାଣ୍ଟୋନିଜ ଭଳି ସିନିଟିକ ଭାଷା ମଧ୍ୟ ଅନ୍ତର୍ଭୁକ୍ତ) ଅନ୍ତର୍ଭୁକ୍ତ । ବୋଡ଼ୋ-ଗାରୋ ଉପଗୋଷ୍ଠୀ ସିନୋ-ତିବ୍ବତୀୟ ଭାଷା ପରିବାରର ଦୀର୍ଘତମ ଭାବେ ସ୍ୱୀକୃତ ଏବଂ ସବୁଠାରୁ ସୁସଂଯୁକ୍ତ ଉପଗୋଷ୍ଠୀ ମଧ୍ୟରୁ ଗୋଟିଏ । ଏହା ମଧ୍ୟରେ ବୋଡ଼ୋ, କୋକବୋରୋକ, ଡିମାସା, ରାଭା, ଆଟୋଙ୍ଗ, ଟିୱା ଏବଂ କୋଚ ଭଳି ଭାଷା ରହିଛି । ପରସ୍ପର ସହିତ ଘନିଷ୍ଠ ଭାବେ ଜଡ଼ିତ ହେବା ପରେ ଏହି ଭାଷାଗୁଡ଼ିକର ଅନେକ ସମାନ ବୈଶିଷ୍ଟ୍ୟ ରହିଛି । ଏହି ଭାଷାଗୁଡ଼ିକର ଶବ୍ଦରୁ ଦିଆଯାଇଥିବା ତଥ୍ୟର ପୃଷ୍ଠସ୍ତରୀୟ ପର୍ଯ୍ୟବେକ୍ଷଣରୁ ମଧ୍ୟ ସମାନତାଗୁଡ଼ିକୁ ସହଜରେ ଚିହ୍ନିହେବ ।

ଧ୍ୱନିବିଜ୍ଞାନ

ବୋଡ଼ୋ-ଗାରୋ ଉପ-ପରିବାରରେ ପ୍ରାୟ ସମସ୍ତ ଭାଷା ନିମ୍ନ ଏବଂ ଉଚ୍ଚ ସ୍ୱରଦ୍ୱାରା ପୃଥକ ହୋଇଥିଲେ ମଧ୍ୟ ଗାରୋ ଏକମାତ୍ର ବ୍ୟତିକ୍ରମ । ଉଡ୍ ଉଲ୍ଲେଖ କରିଛନ୍ତି ଯେ ଗାରୋ ହଳନ୍ତ (ଗ୍ଲୋଟାଲ ଷ୍ଟପ) ଥିବା ଅକ୍ଷର ଓ ହଳନ୍ତ ନଥିବା ଅକ୍ଷରକୁ ଅଲଗା କରି ସ୍ୱର ପଦ୍ଧତିକୁ (ଟୋନାଲ ସିଷ୍ଟମ) କାଢ଼ିଦେଇଛି ।

ଆଧାର

ଅଧିକ ତଥ୍ୟ

Tags:

ଗାରୋ ଭାଷା ଭୌଗୋଳିକ ବିତରଣଗାରୋ ଭାଷା ଭାଷାଗତ ସମ୍ପର୍କଗାରୋ ଭାଷା ଧ୍ୱନିବିଜ୍ଞାନଗାରୋ ଭାଷା ଆଧାରଗାରୋ ଭାଷା ଅଧିକ ତଥ୍ୟଗାରୋ ଭାଷାଆସାମବଙ୍ଗଳାଦେଶଭାରତଭାରତର ରାଜ୍ୟଭାଷାମେଘାଳୟ

🔥 Trending searches on Wiki ଓଡ଼ିଆ:

ଓଡ଼ିଆ ଖାଦ୍ୟଜାପାନ ସାଗରଅଂଶୁପା ହ୍ରଦରାମଚନ୍ଦ୍ର ମିଶ୍ରସ୍ତନ୍ୟପାୟୀଶ୍ରଦ୍ଧାକର ସୂପକାରଗୌରୀଶଙ୍କର ରାୟଅଚ୍ୟୁତାନନ୍ଦ ଦାସଲାଟିନ ଭାଷାଲକ୍ଷ୍ମୀକାନ୍ତ ମହାପାତ୍ରଆଶୁତୋଷ ପରିଡ଼ାକୁନ୍ତଳା କୁମାରୀ ସାବତରାୟଗଡ଼ା ଜିଲ୍ଲାଓଡ଼ିଶା ସରକାରମୁମ୍ବାଇଗଙ୍ଗାଧର ରଥଆଉରଙ୍ଗଜେବଜୟ ଜଗନ୍ନାଥପଖାଳଅଣସରବ୍ରଜନାଥ ରଥଗୋପାଳ କୃଷ୍ଣ ରଥପାଇକ ଆଖଡ଼ାନନ୍ଦିନୀ ଶତପଥୀପାର୍ବତୀରାମାୟଣଫକୀର ମୋହନ ସେନାପତି୨୦ ଅଗଷ୍ଟକାଳିନ୍ଦୀ ଚରଣ ପାଣିଗ୍ରାହୀପ୍ରେମପ୍ରଣବ ପ୍ରକାଶ ଦାସସେଇ ଝିଅଟିଧନୁ (ରାଶି)ଉଇକିପିଡ଼ିଆ୧୯ ମାର୍ଚ୍ଚଡାକ ମୁନସୀଗୋପବନ୍ଧୁ ଚୌଧୁରୀIndiaଧାତୁମୟୂରଭଞ୍ଜ ଜିଲ୍ଲାମାଗୁଣିର ଶଗଡ଼ଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦଜ୍ଞାନପୀଠ ପୁରସ୍କାରଅପରେଟିଙ୍ଗ ସିଷ୍ଟମଅଭିମନ୍ୟୁ ସାମନ୍ତସିଂହାରଶ୍ରୀନିବାସ ରାମାନୁଜନମନମୋହନ ସାମଲଜଗନମୋହ‌ନ ଲାଲରାଧାନାଥ ରାୟଛତୁ ତରକାରୀମଦର ଟେରେସାବିଶ୍ୱ ଏଡ୍‌ସ ଦିବସତପନ କୁମାର ପ୍ରଧାନଛବିଳ ମଧୁ ବର୍ଣ୍ଣବୋଧବାମାଚରଣ ମିତ୍ରଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଭଣ୍ଡ ଗଣେଶ୨୯ ମାର୍ଚ୍ଚଜଗନ୍ନାଥପୁରୀକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ନୟାଗଡ଼ ଜିଲ୍ଲାବିଶ୍ୱତାପନତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟବାଇଶି ପାହାଚସମର ସଲିମ ସାଇମନବେଲଦୁର୍ଗା ପୂଜାଓମ'ଙ୍କ ନିୟମନାରୀବାଦମାଲେସିଆସଂକ୍ରାନ୍ତି🡆 More