କଇଥ

କଇଥ (ଅନ୍ୟନାମ କପିତ୍ଥ, କପିପ୍ରିୟ, ଦନ୍ତଶଠ,ପୁଷ୍ପଫଳ, ଦଧିତ୍ଥ, ଗ୍ରାହୀ, ଗନ୍ଧଫଳ,ଚିରପାକୀ) ହେଉଛି ନାରଙ୍ଗାଦି ବର୍ଗର କଣ୍ଟକଯୁକ୍ତ ଦ୍ରୁମ ଜାତୀୟ ଉଦ୍ଭିଦ। ଏହାର ଉତ୍ପତ୍ତି ଭାରତ, ମାଳୟ, ଶ୍ରୀଲଙ୍କା, ବାଂଲାଦେଶ, ପାକିସ୍ତାନ ଓ ଜାଭା ଆଦି ଦେଶରେ ହୋଇଥିବାର କୁହାଯାଏ।

କଇଥ
କଇଥ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Rosids
ଗଣ: Sapindales
କୁଳ: Rutaceae
ଉପକୁଳ: Aurantioideae
ଗୋଷ୍ଠୀ: Citreae
ପ୍ରଜାତି: Limonia
L.
ଜାତି: L. acidissima
ବାଇନୋମିଆଲ ନାମ
Limonia acidissima
Synonyms
  • Schinus limonia L.
  • Ferronia elephantum Corrêa

ଚିହ୍ନଟ

ଏହା ପଥୁରିଆ ବା ଟାଙ୍ଗରା ଜମିରେ ହୋଇଥାଏ। ପାଖାପାଖି ୮ ଫୁଟଯାଏ ବଢ଼ିଥାଏ। ପତ୍ରଗୁଡ଼ିକ ଅଣ୍ଡାକାରର। ଫୁଲ ସୁଗନ୍ଧଯୁକ୍ତ। ଫଳ କ୍ରିକେଟ ବଲ ପରି ସାଗୁଆ ମିଶା କଷରା ରଙ୍ଗର ହୋଇଥାଏ। ଏହାର ବହିରାବରଣ କାଠପରି ଟାଣ ହୋଇଥାଏ। ଏହା ପାଚିଗଲେ ଏକପ୍ରକାର ସୁଗନ୍ଧ ବାହାରେ। ସ୍ୱାଦରେ ମିଠାଖଟା ମିଶାମିଶି।

ଉପଯୋଗ

ଏହାକୁ ଚଟଣୀ ଭାବରେ ବ୍ୟବହାର କରାଯାଏ। ଶିବରାତ୍ରୀ ଦିନ ଅନେକ ସ୍ଥାନରେ ଏହାକୁ ପ୍ରସାଦ ରୂପରେ ମହାଦେବଙ୍କୁ ଅର୍ପଣ କରାଯାଏ । ଓଡ଼ିଶାରେ ପାଚିଲା କଇଥ ଶସକୁ ଚିନିରେ ମିଶାଇ ଚଟଣୀ ଓ ଆଚାର ତିଆରି କରାଯାଏ । କେହି କେହି ନଡ଼ିଆ ପାଣି ଓ ତାଳଚିନି ସହ ମିଶାଇ ମୃଦୁପାନୀୟ ଭାବେ ବ୍ୟବହାର କରନ୍ତି । କଇଥ ଶସ ଜେଲି ତିଆରି ପାଇଁ ବ୍ୟବହାର ହୁଏ । ଏହାର ଖୋଳପାକୁ ଆକର୍ଷଣୀୟ ଘରସଜ୍ଜା ପାଇଁ ବ୍ୟବହାର କରାଯାଏ । କଇଥ ଗଛ ମଞ୍ଜିରୁ ସୁଗନ୍ଧିତ ତେଲ ମଧ୍ୟ ପ୍ରସ୍ତୁତ ହୁଏ ।

ଔଷଧୀୟ

କଇଥ ଗଛର ପତ୍ର, ଫଳ, ଫୁଲ, ମଞ୍ଜିରେ ଔଷଧୀୟ ଗୁଣ ଭରିରହିଛି । କଇଥରେ ଜଳୀୟ ଅଂଶ ସହ ପ୍ରୋଟିନ, ଚର୍ବି, କାର୍ବୋହାଇଡ୍ରେଟ, କ୍ୟାଲସିୟମ ଫସଫରସ, ଲୌହ, ଟାନିନ ଆଦି ପୋଷକ ରହିଛି । କଇଥ ଗଛର ପତ୍ର ଥଣ୍ଡା ଓ ଶ୍ୱାସ ରୋଗ ପାଇଁ ଉପକାରୀ । ଚେର କାନରୋଗ ପାଇଁ ବ୍ୟବହାର କରାଯାଏ । ପତ୍ରରେ ଥିବା ଟାନିନ ଘା' ଫୁଲାକୁ କମାଇଥାଏ । କଇଁଥ ଫଳ ଯକୃତ ଏବଂ ହୃଦରୋଗ ଉପଶମ ଆଦିରେ ବ୍ୟବହୃତ ହୋଇଥାଏ । ଏହାର ଶସ ତରଳ ଝାଡ଼ା, ଅର୍ଶ ପିଲାଙ୍କ ପେଟ ଦୋଷ ନିବାରଣ କରେ । ଏହି ଫଳ ଗର୍ଭାଶୟ କର୍କଟକୁ ପ୍ରତିରୋଧ କରେ । କଇଥରେ ଥିବା କ୍ୟାରୋଟିନ ଆଖି ପାଇଁ ଉପକାରୀ । ବୃକକରେ ପଥର ହେଲେ ଓ କାଶରୁ ଆରାମ ପାଇବା ପାଇଁ କଇଁଥ ଶସ ବ୍ୟବହାର କରାଯାଏ ।

  • ଜ୍ୱରରେ ବିରେଚକର କାମ କରିଥାଏ (ପତ୍ର)
  • ଶ୍ୱାସ/ ଦମା, କାମଳ,
  • ପାଳିଜ୍ୱର (ମୂଳର ଅର୍କ)
  • କୋଷ୍ଠକାଠିନ୍ୟ (ପାଚିଲା ଫଳ)
  • ହଇଜା, ତରଳଝାଡ଼ା, ବଦହଜମି, ପେଟ ଗୋଳମାଳ (କଂଚାଫଳ)
  • ପାକସ୍ଥଳୀକୁ ଉପକାରୀ (କଞ୍ଚା ଫଳ)
  • ସ୍କର୍ଭିରୋଗର ପ୍ରତିରୋଧକ ଓ ନିରାମକ


ଅନ୍ୟ ଭାଷାରେ ନାମ

କଇଥ 
କଇଥ

ଏହାର ବଟାନୀକାଲ ନାମ ଲିମୁନିଆ ଏସିଡିସିମା (Limonia acidissima) ଅଟେ ।

  • English: Wood Apple, Elephant Apple, Monkey Fruit or Curd Fruit
  • ବଙ୍ଗଳା: Bael, Koth Bael(বেল, কৎ বেল)
  • ଗୁଜରାଟୀ: કોથુ
  • ହିନ୍ଦୀ : କୈଥ(कैथा), କାଠ ବେଲ ବା କବୀଟ
  • କନ୍ନଡ଼: Belada Hannu / Byalada Hannu ବାଲୁଲାଡ଼ା (ಬೇಲದ ಹಣ್ಣು), balulada hannu (ಬಳೂಲದ ಹಣ್ಣು/ಬಳೂಲಕಾಯಿ/ಬಳೂಲ)
  • ମାଳୟ: Belingai ବେଲିଙ୍ଗାଇ
  • ମାଲୟାଲମ: Vilam Kai ୱିଲାମ କାଇ(വിളാങ്കായ്)
  • ମରାଠୀ: KavaTHକବଠ (कवठ).
  • ସଂସ୍କୃତ: ବିଲ୍ଲ, କପିତ୍ଥ (कपित्थ), ଦଧିସ୍ଥ, ସୁରବିଛଦ, କପିପ୍ରିୟ, ଦଧି, ପୁଷ୍ପଫଳ, ଦନ୍ତଶଠ, ଫଳସୁଗନ୍ଧିକା, ଚିରପାକୀ, ଗ୍ରାହିଫଳ, କଷାୟମ୍ଳଫଳ,
  • ସିଂହଳୀ: Divul. (දිවුල්)
  • Tamil: Vilam Palam (விளாம் பழம்)
  • ତେଲୁଗୁ: Vellaga Pandu (వెలగ పండు)

ଆଧାର

ବାହାର ଆଧାର

ଆଉରି ଦେଖନ୍ତୁ

Tags:

କଇଥ ଚିହ୍ନଟକଇଥ ଉପଯୋଗକଇଥ ଅନ୍ୟ ଭାଷାରେ ନାମକଇଥ ଆଧାରକଇଥ ବାହାର ଆଧାରକଇଥ ଆଉରି ଦେଖନ୍ତୁକଇଥ

🔥 Trending searches on Wiki ଓଡ଼ିଆ:

ମାଦଳା ପାଞ୍ଜିଜଗତସିଂହପୁର ଜିଲ୍ଲାଦ୍ୱିତୀୟ ବିଶ୍ୱଯୁଦ୍ଧଚୋଡ଼ଗଙ୍ଗ ଦେବମାଳିକାଅସହଯୋଗ ଆନ୍ଦୋଳନଫାଇଲେରିଆରାମାୟଣଅମଲା ଅକ୍କିନେନି୧୯୬୧ର ଓଡ଼ିଆ କଥାଚିତ୍ରଅପରେଟିଙ୍ଗ ସିଷ୍ଟମଭୂଇଁନିମବିନୋଦ ଚନ୍ଦ୍ର ନାୟକ୧୨ପଖାଳ ଦିବସରାଜ୍ୟ ସଭାକବିସୂର୍ଯ୍ୟ ବଳଦେବ ରଥସୁକନ୍ୟା ସମୃଦ୍ଧି ଯୋଜନାସମାଜ ବିଜ୍ଞାନ୨୦୦୧ସେପ୍ଟେମ୍ବରଚନ୍ଦନ ଯାତ୍ରାସାହି ଯାତଜ୍ୟୋତି ପ୍ରକାଶ ପାଣିଗ୍ରାହୀଜାତୀୟ ସଂସଦ (ଜାପାନ)ନବକଳେବରପିତ୍ତକୋଷ୨୭ ଜୁଲାଇଓଡ଼ିଶାର ସଂସ୍କୃତିଇଡ଼ିତାଲଲୋକସଂଖ୍ୟା ଅନୁସାରେ ଏସିଆ ମହାଦେଶ ର ଦେଶ ସମୂହଡାକ ମୁନସୀଗ୍ରହସଚ୍ଚିଦାନନ୍ଦ ରାଉତରାୟଆପଲ ଇନକର୍ପୋରେଟେଡକଳିଙ୍ଗପ୍ରାଣବନ୍ଧୁ କରଅର୍ଥଶାସ୍ତ୍ରତାରିଣୀ ମନ୍ଦିରଭଗବତ ଗୀତାକୋରାପୁଟ ଜିଲ୍ଲାଆକବରଚୈତନ୍ୟସିଷ୍ଟର ଶ୍ରୀଦେବୀବୃଷ (ରାଶି)କନ୍ଧମାଳ ଜିଲ୍ଲାକାଜାଖସ୍ତାନମନୋଜ ଦାସମହେନ୍ଦ୍ର ସିଂହ ଧୋନିଓଡ଼ିଆ ସାହିତ୍ୟର ଇତିହାସବିଶ୍ୱନାଥ କରବଳରାସାୟନିକ ମୌଳିକସମୟ (କାଳ)ଉତ୍ତରାଷାଢ଼ା (ନକ୍ଷତ୍ର)ପର୍ଶୁରାମ ଧଡ଼ାରାମଶଙ୍କର ରାୟବ୍ରାଉଜରସୁନାବେଶପଖାଳମହାରାଷ୍ଟ୍ରମହାନଦୀଗୋପାଳ ଚନ୍ଦ୍ର ପ୍ରହରାଜଫ୍ରୋଭାଟ୍ରିପଟାନଅନନ୍ତ ପଟ୍ଟନାୟକରାଷ୍ଟ୍ରୀୟ ସୁରକ୍ଷା ଦିବସଆଧୁନିକ କଥା ସାହିତ୍ୟ (ଉପନ୍ୟାସ)ଯାଯାବର (୧୯୭୫ର କଥାଚିତ୍ର)ଅପାମାର୍ଗ🡆 More