ଓଡ଼ିଶାର ଲୋକ‌କଳାମାନଙ୍କର ତାଲିକା

This page is not available in other languages.

ଲୋକକଳା ଅଞ୍ଚଳ ଚିତ୍ର ସୃଷ୍ଟି ବର୍ଣ୍ଣନା କଳାକାର
ଚଢ଼େଇଆ ନାଟ ମୟୂରଭଞ୍ଜ, ବାଲେଶ୍ୱର, ବଙ୍ଗ ଓ ବିହାର ନିକଟବର୍ତ୍ତୀ ଓଡ଼ିଶା ଅଞ୍ଚଳ ସଙ୍ଗୀତନୃତ୍ୟଧର୍ମୀ ନାଟ । ଚଢ଼େଇଆ ଚଢ଼େଇଆଣୀଙ୍କ ବାର୍ତ୍ତାଳାପ ମାଧ୍ୟମରେ ପରିବେଷିତ । ସାଧାରଣତଃ ଦମ୍ପତ୍ତିଙ୍କ ପ୍ରେମ ନାଟର ଉପଜୀବ୍ୟ ବିଷୟ । ଏହାଙ୍କ ସଙ୍ଗେ ବିଦୂଷକ ସମଧର୍ମୀ ଜଣେ ଚରିତ୍ର ଥାଆନ୍ତି । ପୋଷାକ କିରାତମାନଙ୍କ । ଗିନି ଓ ମାଦଳ ବାଦ୍ୟ ବ୍ୟବହାର ହୁଏ ।
ପ୍ରହ୍ଲାଦ ନାଟକ ଗଞ୍ଜାମ ଫ୍ରେମନଥିବା|173x173_ପିକସେଲ ଜଳନ୍ତରର ରାଜା ରାମକୃଷ୍ଣ ଛୋଟରାୟଙ୍କଦ୍ୱାରା ଊନବିଂଶ ଶତାବ୍ଦୀରେ ଲିଖିତ ଓ ଆରବ୍ଧ । ପରେ ଆଉ ଦୁଇଜଣ ରାଜା ମଧ୍ୟ ଅନୁକରଣରେ ନିଜ ନିଜ ପ୍ରହ୍ଲାଦ ନାଟକ ରଚନା କରିଥିଲେ । ରଜା ନାଟକ ଭାବେ ସୁପରିଚିତ । ହିରଣ୍ୟକଶିପୁ, ପ୍ରହ୍ଲାଦ ଓ ନୃସିଂହଙ୍କ ପୌରାଣିକ ଗାଥା ଅଭିନୀତ ହୁଏ । ଏହା ନୃତ୍ୟଗୀତଧର୍ମୀ ନାଟକଟିଏ । ସଙ୍ଗୀତ ଶୈଳୀରେ ବୈଶିଷ୍ଟ୍ୟ ରହିଛି । ମୁଖ୍ୟତଃ ଓଡ଼ିଶୀ ସଙ୍ଗୀତ ଆଧାରିତ । ପୋଷାକ ରଙ୍ଗୀନ ଓ ଆଡ଼ମ୍ବରପୂର୍ଣ୍ଣ । ବ୍ୟବହୃତ ଓଡ଼ିଆ ଭାଷା ରାଜଦରବାରର ଏଣୁ କ୍ଳିଷ୍ଟ କିନ୍ତୁ ରାଜକୀୟ ଠାଣିର ଶବ୍ଦରେ ପରିପୂର୍ଣ୍ଣ । ହିରଣ୍ୟକଶିପୁ ଚରିତ୍ର ପ୍ରମୁଖ ଓ ଏହି ଅଭିନେତା ବହୁ ପାଣ୍ଡିତ୍ୟ ଅର୍ଜ୍ଜନ କରିଥାଆନ୍ତି ।
ଭାରତ ଲୀଳା ଗଞ୍ଜାମ ଦୀନବନ୍ଧୁ ଦାସଙ୍କଦ୍ୱାରା ଊନବିଂଶ ଶତାବ୍ଦୀରେ ରଚିତ ଓ ଅଭିନୀତ । ସୁଭଦ୍ରା ଅର୍ଜୁନଙ୍କ ଗାଥା ଅଭିନୀତ ହୁଏ । ବିଷୟବସ୍ତୁ ମହାଭାରତରୁ ଗୃହୀତ । ଦୁଆରୀ, ସତ୍ୟଭାମା, ସୁଭଦ୍ରା ଓ ଅର୍ଜୁନ ପ୍ରମୁଖ ଚରିତ୍ର । ଲୀଳାଟି ଶୃଙ୍ଗାରଧର୍ମୀ ଓ ହାସ୍ୟରସାତ୍ମକ ଥିବା ସଙ୍ଗେ ସଙ୍ଗେ ତାତ୍ତ୍ୱିକ ହେବାରୁ ବେଶ ଲୋକପ୍ରିୟ । ଦୁଆରୀ ଚରିତ୍ର ଶାସ୍ତ୍ରପଣ୍ଡିତ ଓ ଦୁଆରୀ ଅଭିନେତା ସାଧାରଣତଃ ଦଳର ଗୁରୁ । ଏହି ଚରିତ୍ରର ମହତ୍ତ୍ୱ ଯୋଗୁଁ ଏହା ଦୁଆରୀ ଲୀଳା ଭାବେ ମଧ୍ୟ ପରିଚିତ । କବିସୂର୍ଯ୍ୟନଗରର ନବଘନ ପରିଡ଼ା ପ୍ରମୁଖ ଗୁରୁମାନଙ୍କ ମଧ୍ୟରୁ ଅନ୍ୟତମ ।
ମୋଗଲ ତାମସା ଭଦ୍ରକ ୧୮ଶ ଶତାବ୍ଦୀରେ ବଂଶୀବଲ୍ଲଭ ଗୋସ୍ୱାମୀଙ୍କ ଲିଖିତ ସାତଗୋଟି ତାମସା ମଧ୍ୟରୁ ଗୋଟିଏ । ଲୋକପ୍ରିୟତା ଯୋଗୁଁ ଏହି ଗୋଟିଏ ହିଁ ଏବେ ଅଭିନୟ ପରମ୍ପରାରେ ବଞ୍ଚିରହିଛି । ପରେ ପ୍ରୀତିଲାଲ, ଜଗବନ୍ଧୁ ମିଶ୍ର ଓ ଲାଲା ଶ୍ରୀଧର ରାୟଙ୍କଦ୍ୱାରା ନୂତନ ଗୀତ ସଂଯୋଜିତ ହୋଇଛି । ଗୀତ ଓ ବାର୍ତ୍ତାଳାପ ପୂର୍ଣ୍ଣ ନାଟକ । ନୃତ୍ୟ ମଧ୍ୟ ଯଥାସ୍ଥାନେ ରହିଛି । ମୋଗଲ ସାମ୍ରାଜ୍ୟର ମିର୍ଜା ଚରିତ୍ରକୁ ନେଇ ବ୍ୟଙ୍ଗାତ୍ମକ ରଚନା । ଭାଷା ପାରସୀ, ଉର୍ଦ୍ଦୁ, ବଙ୍ଗାଳୀ ଓ ଓଡ଼ିଆର ମିଶ୍ରଣ । ପରମ୍ପରା ଅନୁସାରେ ଚୈତ୍ରମାସରେ ଶିବ ମନ୍ଦିର ସମ୍ମୁଖରେ ଅଭିନୀତ ହୁଏ । ବାଦଶାହୀ ଓ ସୌଦାଗରୀ ଦୁଇଗୋଟି ପ୍ରକାରର ମୋଗଲ ତାମସା ଥିଲା । ଏବେ କେବଳ ବାଦଶାହୀ ମୋଗଲ ତାମସା ହିଁ ଅଭିନୀତ ହେଉଛି । ସଙ୍ଗାତ, କୁଆଁସ, ଶାହପୁର, ଜାନୁଗଞ୍ଜ, ନୀଳକଣ୍ଠପୁର, ବେଙ୍କାର କଳାକାରମାନଙ୍କଦ୍ୱାରା ଅଭିନୀତ ।

Tags:

🔥 Trending searches on Wiki ଓଡ଼ିଆ:

ଫଣୀଶ୍ୱର ନାଥ 'ରେଣୁ'ଅଚ୍ୟୁତ ସାମନ୍ତଅନନ୍ତ ପଟ୍ଟନାୟକଶ୍ରୀନିବାସ ଉଦ୍‌ଗାତାଭାରତର ସଂସ୍କୃତିହରିହର ମିଶ୍ରଶୁଚିତ୍ୱବାଲେଶ୍ୱର ଜିଲ୍ଲାକୁଞ୍ଜବିହାରୀ ତ୍ରିପାଠୀଯଶୋବନ୍ତ ଦାସମୂଷାକାନୀପୁରିରମାକାନ୍ତ ରଥଗୋପାଳ ଛୋଟରାୟମେଘସରସ୍ୱତୀ ନଦୀଜର୍ଜ କ୍ୟାଣ୍ଟରଜନ ବୀମସଓ ଅନ୍ଧଗଳିଆମ୍ବେଦକର ଜୟନ୍ତୀହନୁମାନଓଡ଼ିଆ ଭାଷାରୋମାନିଆଚାର୍ମି କୌରସଂଖ୍ୟା ରେଖାଚୈତନ୍ୟସାନ୍ତାଳୀ ଭାଷାପାନବିନୋଦ ଚନ୍ଦ୍ର ନାୟକଗୋପାଳ (ଜାତି)ଦି ଟାଇମସ୍ ଅଫ୍ ଇଣ୍ଡିଆଜାତୀୟ ଆଇନ ସେବା ଦିବସ୧୮୯୦ଗ୍ରହ୩ ଅପ୍ରେଲସୀତାଶଶିଭୂଷଣ ରାୟପାର୍କିନ୍‌ସନ୍ ରୋଗଚାରି ଧାମଅଭିମନ୍ୟୁ ସାମନ୍ତସିଂହାରଫନୀ ମହାନ୍ତିବଡ଼ ଓଡ଼ିଆ ମଠ୧ ଅପ୍ରେଲସୁରମା ପାଢ଼ୀଆଦି ଶଙ୍କରାଚାର୍ଯ୍ୟରାଜନୀତି ବିଜ୍ଞାନମଙ୍ଗଳଗୋପବନ୍ଧୁ ଚୌଧୁରୀଅମୃତ ଫଳବିବାହସୁଖ ସଂସାରନିଓୱାଇଜ ଧୂମକେତୁନିତ୍ୟାନନ୍ଦ ପାଲିତଚରକମନ୍ଦୋଦରୀଓଡ଼ିଆ ସାହିତ୍ୟର ଇତିହାସକୁନ୍ତଳା କୁମାରୀ ସାବତସାହିତ୍ୟ ଭାରତୀ ସମ୍ମାନପ୍ରାଣବନ୍ଧୁ କରଓଡ଼ିଆ ସାହିତ୍ୟଗନରିଆସଚ୍ଚିଦାନନ୍ଦ ରାଉତରାୟଲକ୍ଷ୍ମୀରାଧାମୋହନ ଗଡ଼ନାୟକଓଡ଼ିଶାର ଲୋକ ସଭା ନିର୍ବାଚନ ମଣ୍ଡଳୀ ତାଲିକାବି. ଆର. ଆମ୍ବେଦକରମେଦ ବହୁଳତାବଡ଼ଦିନ ଗଛଅପସ୍ମାରଅଶ୍ୱିନୀ କୁମାର ଘୋଷଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଟଙ୍କ ତୋରାଣିକଳାପାହାଡ଼🡆 More