ଶକୁନ୍ତଳା ଦେବୀ: ମାନବ କମ୍ପ୍ୟୁଟର୍

ଶକୁନ୍ତଳା ଦେବୀ (ନଭେମ୍ବର ୪, ୧୯୨୯ - ୨୧ ଏପ୍ରିଲ, ୨୦୧୩) ଜଣେ ଭାରତୀୟ ଗଣିତଜ୍ଞ ଓ ବିସ୍ମୟକାରୀ ମାନସିକ ସଂଖ୍ୟା ଗଣକ ଥିଲେ, ଯିଏ ମାନବ କମ୍ପ୍ୟୁଟର ନାମରେ ମଧ୍ୟ ପ୍ରସିଦ୍ଧ ଥିଲେ । ତାଙ୍କର ଜନ୍ମ ବେଙ୍ଗାଲୁରୁଠାରେ ଏକ ନୈଷ୍ଠିକ ବ୍ରାହ୍ମଣ ପରିବାରରେ ହୋଇଥିଲା ।

ଶକୁନ୍ତଳା ଦେବୀ
ଶକୁନ୍ତଳା ଦେବୀ: ଜୀବନୀ, ସଫଳତା ଓ ସମ୍ମାନ, ବହି
ଜନ୍ମ(1929-11-04)୪ ନଭେମ୍ବର ୧୯୨୯
ମୃତ୍ୟୁ୨୧ ଅପ୍ରେଲ ୨୦୧୩(2013-04-21) (ବୟସ ୮୪)
ମୃତ୍ୟୁର କାରଣହୃଦାଘାତ
ଜାତୀୟତାଭାରତୀୟ
ଅନ୍ୟ ନାମମାନବ କମ୍ପ୍ୟୁଟର
ବୃତ୍ତି(ସମୂହ)ଗଣିତଜ୍ଞ, ଜ୍ୟୋତିଷ

ଜୀବନୀ

ବାଙ୍ଗାଲୋରର ଏକ ନୈଷ୍ଠିକ କନ୍ନଡ ବ୍ରାହ୍ମଣ ପରିବାରରେ ନଭେମ୍ବର ୪, ୧୯୨୯ ମସିହାରେ ଶକୁନ୍ତଳା ଦେବୀଙ୍କ ଜନ୍ମ । ତାଙ୍କ ପିତା ଜଣେ ମନ୍ଦିର ପୁଜାରୀ ହେବା ପାଇଁ ରାଜି ନ ହୋଇ ଗୋଟିଏ ସର୍କସ ଦଳରେ ଯୋଗ ଦେଇଥିଲେ । ଶକୁନ୍ତଳାଙ୍କୁ ଯେତେବେଳେ ମାତ୍ର ତିନି ବର୍ଷ ବୟସ, ଏକ ତାସ୍‌ ମ୍ୟାଜିକ ଶିଖାଇବାକୁ ଯାଇ ତାଙ୍କ ପିତା ଝିଅର ସଂଖ୍ୟାଗୁଡିକୁ ମନେରଖିବାର ଅଦ୍ଭୁତ କ୍ଷମତା ଲକ୍ଷ୍ୟ କରିପାରିଲେ । ପିତା ସର୍କସ ଛାଡି ଶକୁନ୍ତଳାଙ୍କୁ ନେଇ ତାଙ୍କର ଅଦ୍ଭୁତ ଗଣନା ଶକ୍ତି ପ୍ରଦର୍ଶନ କରିବା ନିମିତ୍ତ ରାସ୍ତାଘାଟରେ ଗଣିତ ଖେଳ ଦେଖାଇବା ଆରମ୍ଭ କଲେ । ଶକୁନ୍ତଳା ସେତେବେଳେ କୌଣସି ପ୍ରକାର ଔପଚାରିକ ଶିକ୍ଷା ଲାଭ କରି ନ ଥିଲେ । ଛଅବର୍ଷ ବେଳକୁ ସେ ମାନସିକ ଗଣନା ତଥା ମନେ ରଖିବାର ଅଦ୍ଭୁତ ଦକ୍ଷତା ମହୀଶୂର ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ କରିଥିଲେ ।

୧୯୪୪ରେ ଶକୁନ୍ତଳା ବାପାଙ୍କ ସହ ଲଣ୍ଡନ ଯାତ୍ରା କଲେ ।

ସଫଳତା ଓ ସମ୍ମାନ

  • ଫିଲିପାଇନ୍‌ସ ୟୁନିଭରସିଟିଦ୍ୱାରା ୧୯୬୯ ମସିହାର ବର୍ଷର ଅତି ବିଶିଷ୍ଟ ମହିଳା ସମ୍ମାନ ସହ ସ୍ୱର୍ଣ୍ଣ ପଦକ ଲାଭ ।
  • ୧୯୮୮ରେ ୱ୍ୱାସିଂଟନ୍ D.C.ଠାରେ ଭାରତର ତତ୍କାଳୀନ ରାଷ୍ଟ୍ରଦୂତଙ୍କଦ୍ୱାରା ରାମାନୁଜ ଗାଣିତିକ ପ୍ରତିଭା(Ramanujan Mathematical Genius) ସମ୍ମାନରେ ସମ୍ମାନିତ ।

ବହି

  • Puzzles to Puzzle You (New Delhi: Orient, 2005). ISBN 978-81-222-0014-0
  • More Puzzles to Puzzle You (New Delhi: Orient, 2006). ISBN 978-81-222-0048-5
  • Book of Numbers (New Delhi: Orient, 2006). ISBN 978-81-222-0006-5
  • Perfect Murder (New Delhi: Orient, 1976),
  • Figuring: The Joy of Numbers (New York: Harper & Row, 1977), ISBN 978-0-06-011069-7,
  • In the Wonderland of Numbers (New Delhi: Orient, 2006). ISBN 978-81-222-0399-8
  • Super Memory: It Can Be Yours (New Delhi: Orient, 2011). ISBN 978-81-222-0507-7 (Sydney: New Holland, 2012). ISBN 978-1-74257-240-6,
  • Mathability: Awaken the Math Genius in Your Child (New Delhi: Orient, 2005). ISBN 978-81-222-0316-5
  • Astrology for You (New Delhi: Orient, 2005). ISBN 978-81-222-0067-6

ଆଧାର

ବାହାର ଆଧାର

Tags:

ଶକୁନ୍ତଳା ଦେବୀ ଜୀବନୀଶକୁନ୍ତଳା ଦେବୀ ସଫଳତା ଓ ସମ୍ମାନଶକୁନ୍ତଳା ଦେବୀ ବହିଶକୁନ୍ତଳା ଦେବୀ ଆଧାରଶକୁନ୍ତଳା ଦେବୀ ବାହାର ଆଧାରଶକୁନ୍ତଳା ଦେବୀବେଙ୍ଗାଲୁରୁ

🔥 Trending searches on Wiki ଓଡ଼ିଆ:

ଭୂଗୋଳଧର୍ମେନ୍ଦ୍ର ପ୍ରଧାନଅଗ୍ନ୍ୟାଶୟ ଅକ୍ଷମତାବିଶ୍ୱ ମ୍ୟାଲେରିଆ ଦିବସଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗଢଗ ଢମାଳିମହାଦେଶକୁତାମ ଚଣ୍ଡୀ ମନ୍ଦିରକଳାହାଣ୍ଡି ଜିଲ୍ଲାଜୀବସାର ଗବିରଜା ମନ୍ଦିରସାରଳା ମନ୍ଦିରଜନ୍ମ ନିରୋଧଭଗବତ ଗୀତାଓଡ଼ିଆ ସାହିତ୍ୟର ଇତିହାସଡାକ ମୁନସୀମୁକ୍ତିକାନ୍ତ ମଣ୍ଡଳଅଚ୍ୟୁତ ଗୋକୁଳ ନାୟକବର୍ଷାପ୍ରତିଭା ଶତପଥୀଦୀପା ସାହୁ (୧୯୮୫ ଜନ୍ମ)ଶ୍ରୀନିବାସ ରାମାନୁଜନଧନୁ (ରାଶି)ଉତ୍ତମ ମହାନ୍ତିକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ହନୁମାନରୋହିତ ଶର୍ମାଇତିହାସଓଡ଼ିଶା ପ୍ରିମିଅର ଲିଗନଟବର ସାମନ୍ତରାୟ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନଜ୍ଞାନକୋଷଭାରତୀୟ ଜାତୀୟ କଂଗ୍ରେସସୋନାଲ ମାନସିଂହସେଇ ଝିଅଟିକାଳିନ୍ଦୀ ଚରଣ ପାଣିଗ୍ରାହୀଯଦୁମଣି ମହାପାତ୍ରଗର୍ଭାଶୟ ଅନ୍ତଃସ୍ତର କର୍କଟବି. ଆର. ଆମ୍ବେଦକରପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଲଘିଷ୍ଠ ସାଧାରଣ ଗୁଣିତକଗୋଲୋକ ବିହାରୀ ଧଳବୌଦ୍ଧ ଧର୍ମଭୁବନେଶ୍ୱରଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାଜାରାଣୀ ମନ୍ଦିରଚିନ୍ତାମଣି ବେହେରାଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପନନ୍ଦନକାନନ ଜୀବ ଉଦ୍ୟାନପ୍ରଥମ ବିଶ୍ୱଯୁଦ୍ଧସୁନାଓଡ଼ିଶା୧୮ ଅକ୍ଟୋବରଦୁର୍ଗା ପୂଜାଗୋପୀନାଥ ମହାନ୍ତିଅଖିଳ ମୋହନ ପଟ୍ଟନାୟକମସ୍କୋରାଜ ଯୋଗଗୋପାଳ ଚନ୍ଦ୍ର ପ୍ରହରାଜଶ୍ରୀରାଧାଭକ୍ତ ଚରଣ ଦାସ (ରାଜନେତା)ଓପନ-ସୋର୍ସ ସଫ୍ଟୱେରତ୍ରିଭୁଜଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାସିଦ୍ଧାନ୍ତ ମହାପାତ୍ରବୀର ସୁରେନ୍ଦ୍ର ସାଏ🡆 More