ସୌଭାଗ୍ୟବନ୍ତ ମହାରଣା

ସୌଭାଗ୍ୟବନ୍ତ ମହାରଣା, (ଜନ୍ମ: ୧୫ ଅଗଷ୍ଟ ୧୯୫୧) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ କବି ଓ ଅନୁବାଦକ । ସେ ୧୯୫୧ ମସିହା ଅଗଷ୍ଟ ୧୫ତାରିଖରେ ବଲାଙ୍ଗୀରଠାରେ ଜନ୍ମଗ୍ରହଣ କରିଥିଲେ । ୧୯୭୫ମସିହାରୁ ଲେଖାଲେଖି କରୁଥିବା ସୌଭାଗ୍ୟବନ୍ତଙ୍କର ଏଯାବତ ୯ଟି ଓଡ଼ିଆ ଓ ଗୋଟିଏ ହିନ୍ଦୀ କବିତା ପୁସ୍ତକ ପ୍ରକାଶ ପାଇସାରିଛି ଓ ବହୁ ଭାରତୀୟ ଭାଷାରେ ଅନୁବାଦିତ ମଧ୍ୟ ହୋଇସାରିଛି । ତାଙ୍କର ପ୍ରଥମ କବିତା ସଂକଳନ ସାଗୁଆ କ୍ଷେତର ସହର ୧୯୮୮ ମସିହାରେ ପ୍ରକାଶିତ ହୋଇଥିଲା । ପତ୍ରପତ୍ରିକାରେ ମଧ୍ୟ ତାଙ୍କର କବିତାଗୁଡ଼ିକ ନିୟମିତ ପ୍ରକାଶିତ ହୋଇଥାଏ । ଅନୁବାଦ ସାହିତ୍ୟରେ ସକ୍ରିୟ ସୌଭାଗ୍ୟବନ୍ତ, ସଚ୍ଚି ରାଉତରାୟ, ରାଜେନ୍ଦ୍ର କିଶୋର ପଣ୍ଡା, ପ୍ରତିଭା ଶତପଥୀ, ମନୋରମା ବିଶ୍ୱାଳ ମହାପାତ୍ର, ଗୁରୁ ପ୍ରସାଦ ମହାନ୍ତି, ଜଗନ୍ନାଥ ପ୍ରସାଦ ଦାସ ଆଦି ଓଡ଼ିଆ କବିମାନଙ୍କର ଲେଖାକୁ ଇଂରାଜୀରେ ଅନୁବାଦିତ କରିଛନ୍ତି । ଭାରତୀୟ ଜୀବନ ବିମା ନିଗମରୁ ଅବସର ଗ୍ରହଣ କରି ସେ ସମ୍ବଲପୁରରେ ବସବାସ କରୁଛନ୍ତି । ସେ ସ୍ଥାପତ୍ୟ ଓ ସମ୍ଭାର ',' ଓଡ଼ିଆ କବିତାର ପୃଷ୍ଠଭୂମି ଓ ପର୍ଯ୍ୟାଲୋଚନା ',' ସାହିତ୍ୟ: ସ୍ୱର ଓ ସ୍ୱରୂପ ',' ସମକାଳୀନ ଓଡ଼ିଆ କବିତା: ଦିଶା ଓ ଦୃଷ୍ଟି ',' ସାହିତ୍ୟ: ସୃଜନ ଓ ସମୀକ୍ଷା ' ଇତ୍ୟାଦି ସମାଲୋଚନା ପୁସ୍ତକ ଗୁଡିକର ରଚୟିତା।

ସୌଭାଗ୍ୟବନ୍ତ ମହାରଣା
ଜନ୍ମ (1951-08-15) ୧୫ ଅଗଷ୍ଟ ୧୯୫୧ (ବୟସ ୭୨)
ଜାତୀୟତାଭାରତୀୟ
ବୃତ୍ତିଓଡ଼ିଆ କବି
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ରଚନାବଳୀ

  • ସାଗୁଆ କ୍ଷେତର ସହର - ୧୯୮୮
  • ମାଟିପର୍ବ
  • ଅପରମ୍ପରା
  • ଅନାବୃତ ଅଜ୍ଞାତବାସ
  • ଅଙ୍ଗୀକାର
  • ସାରାଂଶ
  • ଜୀବନ ପରି ଜୀବନ
  • ଦୃଶ୍ୟାନ୍ତରର ନାୟକ

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ, ୨୦୧୦(ମାଟିପର୍ବ ପାଇଁ)
  • ଝଙ୍କାର କବିତା ପୁରସ୍କାର - ୨୦୧୮ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
  • ତୀରତରଙ୍ଗ ସମ୍ମାନ - ୨୦୧୧
  • ବସନ୍ତ ମୁଦୁଲି କବିତା ପୁରସ୍କାର, ୧୯୯୧
  • ଗୋକର୍ଣ୍ଣିକା ସମ୍ମାନ

ଆଧାର

Tags:

ଇଂରାଜୀ ଭାଷାଓଡ଼ିଆ ଭାଷାଗୁରୁ ପ୍ରସାଦ ମହାନ୍ତିଜଗନ୍ନାଥ ପ୍ରସାଦ ଦାସପ୍ରତିଭା ଶତପଥୀମନୋରମା ବିଶ୍ୱାଳ ମହାପାତ୍ରରାଜେନ୍ଦ୍ର କିଶୋର ପଣ୍ଡାସଚି ରାଉତରା

🔥 Trending searches on Wiki ଓଡ଼ିଆ:

୧୯ ମାର୍ଚ୍ଚସମ୍ବିତ ରାଉତରାୟଚୀନସାଧାରଣ ଆପେକ୍ଷିକ ତତ୍ତ୍ୱନବୀନ ପଟ୍ଟନାୟକଗୁରୁପ୍ରସାଦ ମହାନ୍ତି୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନଜୀବସାରପୁଷ୍ପେନ୍ଦ୍ର ସିଂହ ଦେଓକୁଷ୍ଠସୁରେନ୍ଦ୍ର ମହାନ୍ତିଓଡ଼ିଶାର ସାଂସଦ ମାନଙ୍କର ତାଲିକାବଳଭଦ୍ର ମାଝୀମିଶେଲ ଓବାମାବିଜୟ ମହାନ୍ତିଗୋପବନ୍ଧୁ ଦାସଓଡ଼ିଆ କାବ୍ୟ କବିତାବକ୍ସି ଜଗବନ୍ଧୁଅକ୍ଷାଂଶଶିମିଳିପାଳ ଜାତୀୟ ଉଦ୍ୟାନବୈଶାଖ୨୧ଅଜନ୍ତା ଗୁମ୍ଫାମହାଭାରତଇଲନ ମସ୍କଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେଭେନ୍ସା ବିଶ୍ୱବିଦ୍ୟାଳୟକୟାଁ ଜନଜାତିଫକୀର ମୋହନ ସେନାପତିନୃସିଂହଭଗତ ସିଂହମୁକୁନ୍ଦ ଦେବଉଇକିମିଡ଼ିଆ ମୁଭମେଣ୍ଟଭାରତର ରାଷ୍ଟ୍ରପତିଭାରତ ଛାଡ଼ ଆନ୍ଦୋଳନଜାପାନରାଣୀ ମୁର୍ମୁସରୋଜିନୀ ନାଇଡୁଓଡ଼ିଶାର ପର୍ବପର୍ବାଣିଡାରିଫେନାସିନରାଣୀ ଲକ୍ଷ୍ମୀବାଈବ୍ୟଞ୍ଜନ ବର୍ଣ୍ଣମାୟାଧର ମାନସିଂହ୧୬୨୫ମାଳିକାହୋଲିରବି ସିଂମାଣବସା ଗୁରୁବାରକା (ଉପନ୍ୟାସ)ଜଗନ୍ନାଥୱିଲିଅମ ସେକ୍ସପିଅରମଙ୍ଗଳା ମନ୍ଦିରସିଷ୍ଟର ଶ୍ରୀଦେବୀସୁଭାଷ ଚନ୍ଦ୍ର ବୋଷଭାନୁଜୀ ରାଓDarifenacinବିଶ୍ୱ ଏଡ୍‌ସ ଦିବସଜାଭାଉଇକିପିଡ଼ିଆଇରା ମହାନ୍ତିଶନିରବି ସିଂହ ମାଝିବଳରାମ ମିଶ୍ରନେପୋଲିୟନ ବୋନାପାର୍ଟଅଶୋକ ଚକ୍ରଦଣ୍ଡ ନାଟଗୁଜରାଟପଣା ସଂକ୍ରାନ୍ତି🡆 More