ସଙ୍ଗୀତା ଦାଶ: ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଅଭିନେତ୍ରୀ

ସଙ୍ଗୀତା ଦାଶ, ( ଜନ୍ମ :୨୪ ଅପ୍ରେଲ ୧୯୬୬ ) ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଅଭିନେତ୍ରୀ ଅଟନ୍ତି । ଓଡ଼ିଶୀ ନୃତ୍ୟରେ ଉତ୍କର୍ଷତା ପାଇଁ ସେ ମାହାରୀ ସମ୍ମାନ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ଆଦି ସମ୍ମାନ ଲାଭ କରିଛନ୍ତି । ସେ ଡୋରା, ବାଜେ ବଇଁଶୀ ନାଚେ ଘୁଙ୍ଗୁର ଆଦି ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି । ସେ ଦୂରଦର୍ଶନର ଜଣେ ଏ-ଗ୍ରେଡ଼ କଳାକାର ଅଟନ୍ତି । ପଣ୍ଡିଚେରୀଠାରେ ସେ ଓଡ଼ିଶୀ ନୃତ୍ୟ ଶିକ୍ଷାଦାନ ମଧ୍ୟ କରନ୍ତି ।

ସଙ୍ଗୀତା ଦାଶ
ସଙ୍ଗୀତା ଦାଶ: ପ୍ରାରମ୍ଭିକ ଜୀବନ ଓ ଶିକ୍ଷା, ନର୍ତ୍ତକୀ ଜୀବନ, ଅଭିନେତ୍ରୀ ଜୀବନ
ସଙ୍ଗୀତା, ରାଷ୍ଟ୍ରପତିଙ୍କଠାରୁ ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ଗ୍ରହଣ କରୁଥିବା ସମୟରେ
ଜନ୍ମ (1966-04-24) ୨୪ ଅପ୍ରେଲ ୧୯୬୬ (ବୟସ ୫୮)
ଜାତୀୟତାଭାରତୀୟ
ବୃତ୍ତିନୃତ୍ୟାଙ୍ଗନା ଓ ଅଭିନେତ୍ରୀ
ପୁରସ୍କାରଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର, ମାହାରୀ ସମ୍ମାନ

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

ପିଲାଦିନେ, ସଙ୍ଗୀତା ଓ ତାଙ୍କ ଦୁଇ ଭଉଣୀଙ୍କୁ ଗୀତ ଓ ନାଚ ଶିଖାଇବା ପାଇଁ ଜଣେ ଗୁରୁ ତାଙ୍କ ଘରକୁ ଆସୁଥିଲେ । ସଙ୍ଗୀତାଙ୍କର ଗୀତ ପ୍ରତି ବେଶୀ ଆଗ୍ରହ ଥିଲା । କିନ୍ତୁ କ୍ରମେ ସେ ନାଚ ପ୍ରତି ବେଶୀ ଆକର୍ଷିତ ହୋଇଥିଲେ । ୭ ବର୍ଷ ବୟସରୁ, ଗୁରୁ ଦୁର୍ଗା ଚରଣ ରଣବୀରଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ । ପରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଯୋଗଦେଇଥିଲେ ଓ ଗୁରୁ ଦେବ ପ୍ରସାଦ ଦାସଙ୍କଠାରୁ ନୃତ୍ୟ ଶିକ୍ଷାଲାଭ କରିଥିଲେ । ସେ ଗୁରୁ ଦେବ ପ୍ରସାଦଙ୍କ ନୃତ୍ୟ ଶୈଳୀକୁ ଆଗକୁ ନେବାକୁ ଚେଷ୍ଟା କରିଛନ୍ତି । ସେ ଗୁରୁ ଚିତ୍ତରଞ୍ଜନ ପାଣିଙ୍କଠାରୁ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ମଧ୍ୟ ଶିଖିଛନ୍ତି । ଦର୍ଶନରେ ସେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଛନ୍ତି ।

ନର୍ତ୍ତକୀ ଜୀବନ

ସଙ୍ଗୀତା, ଗୁରୁ ଦେବ ପ୍ରସାଦଙ୍କ ଶୈଳୀ ଅନୁସରଣ କରି ନିଜ ନୃତ୍ୟ ପରିବେଷଣ କରନ୍ତି । ଦେବ ପ୍ରସାଦଙ୍କ ସହିତ ସେ ଅନେକ ସ୍ଥାନରେ ନୃତ୍ୟ କର୍ମଶାଳାରେ ଯୋଗ ଦେଇଥିଲେ ଓ ଦେବ ପ୍ରସାଦଙ୍କ ମୃତ୍ୟୁ ପରେ ଏହି ଶୈଳୀର ବ୍ୟାପକ ପ୍ରସାର ଦିଗରେ ସେ ନିଜେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେ ଆମେରିକା, ଜର୍ମାନୀ, ବାହାରିନ, ସିଙ୍ଗାପୁର, ଫ୍ରାନ୍ସ, ଇଟାଲି, ବେଲଜିୟମ, ନେପାଳ, ବଙ୍ଗଳାଦେଶ, ଚିନ, ଉତ୍ତର କୋରିଆ ଓ ୱେଷ୍ଟ ଇଣ୍ଡିଜ ଆଦି ଦେଶରେ ବିଭିନ୍ନ ନୃତ୍ୟ କର୍ମଶାଳାରେ ଓଡ଼ିଶୀ ନୃତ୍ୟ ପରିବେଷଣ ଓ ଶିକ୍ଷାଦାନ କରିଛନ୍ତି । କୋଣାର୍କ ନୃତ୍ୟ ଉତ୍ସବ, ଖଜୁରାହୋ ନୃତ୍ୟ ଉତ୍ସବ, ଥିରୁଅନନ୍ତପୁରମର ସୂର୍ଯ୍ୟ ଉତ୍ସବ, ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ, କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀରେ ନୃତ୍ୟ ପ୍ରତିଭା ଓ ନୃତ୍ୟ ସଙ୍ଗମ ଆଦି କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଛନ୍ତି ।

ଅଭିନେତ୍ରୀ ଜୀବନ

୧୯୮୪ ମସିହାର ଚଳଚ୍ଚିତ୍ର ଡୋରାରୁ ସଙ୍ଗୀତାଙ୍କର ଅଭିନୟ ଜୀବନ ଆରମ୍ଭ ହୋଇଥିଲା । ନୃତ୍ୟକୁ ଅଧିକ ସମୟ ଦେବାପାଇଁ ସେ ଅଭିନୟଠାରୁ କ୍ରମଶଃ ଦୁରେଇ ଯାଇଥିଲେ । ସେ ଅଭିନୟ କରିଥିବା ଚଳଚ୍ଚିତ୍ର ଗୁଡ଼ିକ :

ସମ୍ମାନ ଓ ପୁରସ୍କାର

  • ମାହାରୀ ସମ୍ମାନ - ୧୯୮୯ ( ଗୁରୁ ପଙ୍କଜ ଚରଣ ଓଡ଼ିଶୀ ରିସର୍ଚ୍ଚ ଫାଉଣ୍ଡେସନ ତରଫରୁ )
  • କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର - ୨୦୧୩
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର - ୧୯୮୯
  • ଶୃଙ୍ଗାରମଣି ସମ୍ମାନ - ( କଲ-କେ-କଳାକାର, ମୁମ୍ବାଇ ତରଫରୁ )
  • ଶ୍ରେଷ୍ଠ ସହ-ଅଭିନେତ୍ରୀ - ( ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଓ ସିନେ କ୍ରିକିଟ ପୁରସ୍କାର ପାପପୁଣ୍ୟ ଚଳଚ୍ଚିତ୍ର ପାଇଁ)
  • ସଂସ୍କୃତ ସମ୍ମାନ - ୧୯୯୮ ( ସଂସ୍କୃତି ପ୍ରତିଷ୍ଠାନ, ଦିଲ୍ଲୀ )

ଆଧାର

ବାହାର ଆଧାର

Tags:

ସଙ୍ଗୀତା ଦାଶ ପ୍ରାରମ୍ଭିକ ଜୀବନ ଓ ଶିକ୍ଷାସଙ୍ଗୀତା ଦାଶ ନର୍ତ୍ତକୀ ଜୀବନସଙ୍ଗୀତା ଦାଶ ଅଭିନେତ୍ରୀ ଜୀବନସଙ୍ଗୀତା ଦାଶ ସମ୍ମାନ ଓ ପୁରସ୍କାରସଙ୍ଗୀତା ଦାଶ ଆଧାରସଙ୍ଗୀତା ଦାଶ ବାହାର ଆଧାରସଙ୍ଗୀତା ଦାଶଓଡ଼ିଶୀଡୋରାପଣ୍ଡିଚେରୀ (ସହର)ବାଜେ ବଇଁଶୀ ନାଚେ ଘୁଙ୍ଗୁର

🔥 Trending searches on Wiki ଓଡ଼ିଆ:

ଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାଉଇକିପିଡ଼ିଆ ସମୂହର ତାଲିକାମସ୍କୋପୁରୁଷୋତ୍ତମ ଦେବଖାରବେଳପଞ୍ଚସଖାଜୟ ଜଗନ୍ନାଥଛାତ୍ରବୃତ୍ତିପାଟଦେଇବିଦ୍ୟାଳୟରାମାକାନ୍ତ ଦେଶାଇତମନ୍ନା ବ୍ୟାସୱାଇ-ଫାଇକବିସୂର୍ଯ୍ୟ ବଳଦେବ ରଥଅପ୍ରେଲଔଷଧୀୟ ଗଛଲତାମାନଙ୍କର ତାଲିକାଭଗବତ ଗୀତାମାନସିକ ଦୃଢ଼ତାରାମାୟଣ (ବହୁବିକଳ୍ପ)୧୦ ଜୁନମହାନଦୀମଧୁସୂଦନ ଦାସତୁମ ପରି ଛୋଟ ପିଲାଟିଏଟୁକୁନି ସାହୁମଧ୍ୟ ଏସିଆଭାରତୀୟ ଦଣ୍ଡ ସଂହିତା, ୧୮୬୦ଅକ୍ଷୟ ତୃତୀୟାଉପେନ୍ଦ୍ର ଭଞ୍ଜଚକ୍ରଧର ବେହେରାଠିଆକିଆ ବେଶଆପଲ ଇନକର୍ପୋରେଟେଡଚିତ୍ତରଞ୍ଜନ ଦାସନମିତା ଅଗ୍ରୱାଲଗୋଦାବରୀଶ ମହାପାତ୍ରଗାଲୁଆମହାତ୍ମା ଗାନ୍ଧୀପ୍ରଯୁକ୍ତି ବିଦ୍ୟାନବରାତ୍ରୀଭଗୀରଥ ଦାସଭୀମ ଭୋଇମନୋଜ କୁମାର ମିଶ୍ରମାୟାଧର ମାନସିଂହଶ୍ରୀରାଧାରଥଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାନୂଆ ଦିଲ୍ଲୀସୌର ଜଗତଭାଷାଶିଶିର ମିଶ୍ରଦୁର୍ଗା୨୭ ଜୁନପୁନର୍ବସୁ (ନକ୍ଷତ୍ର)ଏକାଦଶୀଓଡ଼ିଆ ସାହିତ୍ୟର ଇତିହାସପୁଷ୍ୟା (ନକ୍ଷତ୍ର)ସୁଭାଷ ଚନ୍ଦ୍ର ବୋଷଇତିହାସମାସବୈକୁଣ୍ଠନାଥ ପଟ୍ଟନାୟକଯୁକ୍ତରାଷ୍ଟ୍ର ଆମେରିକାମୁସଲମାନଦାସକାଠିଆଗଣିତଅନୁଭବ ମହାନ୍ତିଋଷିଆଓଡ଼ିଶୀଯୌଥ ପରିବାରକୁମ୍ଭ (ରାଶି)🡆 More