ଚିତ୍ରକର ଶୋଭ ସିଂହ: ଭାରତୀୟ କଳାକାର

ଶୋଭା ସିଂହ (୨୯ ନଭେମ୍ବର ୧୯୦୧- ୨୨ ଅଗଷ୍ଟ ୧୯୮୬) ଜଣେ ଭାରତୀୟ ପଞ୍ଜାବର ସମସାମୟିକ ଚିତ୍ରକର

ଶୋଭ ସିଂହ
ଜନ୍ମ(1901-11-29)୨୯ ନଭେମ୍ବର ୧୯୦୧
ମୃତ୍ୟୁ୨୨ ଅଗଷ୍ଟ ୧୯୮୬(1986-08-22) (ବୟସ ୮୪)
ବିଭାଗଚିତ୍ରକଳା

ଆରମ୍ଭ ଜୀବନ

ସର୍ଦ୍ଦାର ଶୋଭ ସିଂହ ୨୯ ନଭେମ୍ବର ୧୯୦୧ରେ ପଞ୍ଜାବର ଗୁରଦାସପୁର ଜିଲ୍ଲାର ଶ୍ରୀହରଗୋବିନ୍ଦପୁରଠାରେ ଏକ ରାମଗରିଆ ଶିଖ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା, ଦେବ ସିଂହ, ଭାରତୀୟ ଅଶ୍ୱବାହିନୀରେ ଥିଲେ । ୧୯୪୯ ମସିହାରେ ସେ ହିମାଳୟର ପାଦଦେଶରେ କାଙ୍ଗ୍ରା ଉପତ୍ୟକାରେ ଏକ ଦୁର୍ଗମ ଓ ସେତେବେଳେ ଅତି କମ୍ ଜଣାଶୁଣା hamlet ଆଣ୍ଡ୍ରେଟାରେ ରହି ନିଜର ଚିତ୍ରକର ଜୀବନ ଆରମ୍ଭ କରିଥିଲେ । ଶୋଭ ସିଂହ ଦାର୍ଜି ନାମରେ ବେଶ୍ ଜଣାଶୁଣା ଓ ତାଙ୍କର ପୋଷ୍ୟ କନ୍ୟା ବିବି ଗୁରୁଚରଣ କୌର ଆଣ୍ଡ୍ରେଟାକୁ ଚିତ୍ରକଳା ପ୍ରେମୀଙ୍କ ପାଇଁ ଏକ ପର୍ଯ୍ୟଟନ ସ୍ଥାନରେ ପରିଣତ କରିଥିଲେ । ବର୍ତ୍ତମାନ ଗୁରୁଚରଣ କୌରଙ୍କ ପୁଅ ହୃଦୟ ପଲ୍ ସିଂହ କାଙ୍ଗ୍ରା ଉପତ୍ୟକାର କେନ୍ଦ୍ରାଞ୍ଚଳରେ ଶୋଭ ସିଂହ ଚିତ୍ର ଗ୍ୟାଲେରି ଚଲାଉଛନ୍ତି ।


ଶିକ୍ଷା ଓ ତାଲିମ

୧୫ ବର୍ଷ ବୟସରେ ଶୋଭ ସିଂହ ୧ ବର୍ଷିଆ କଳା ଓ ହସ୍ତ ତନ୍ତ ବିଦ୍ୟା ଶିଖିବା ପାଇଁ ଅମୃତସରରେ ଥିବା ଶିଳ୍ପ ବିଦ୍ୟାଳୟରେ ନାମ ଲେଖାଇଥିଲେ । ସେ ଏକ ନ‌କସାକାରୀ ଭାବେ ବ୍ରିଟିଶ ଭାରତୀୟ ସୈନ୍ୟବାହିନୀରେଯୋଗ ଦେଇଥିଲେ ଓ ବାଗଦାଦ, ମେସୋପୋଟାମିଆରେ କାର୍ଯ୍ୟ କରିଥିଲେ । ୧୯୨୩ରେ ସେ ସୈନ୍ୟବାହିନୀ ଛାଡ଼ି ଦେଇଥିଲେ ଓ ଅମୃତସର ଫେରି ଆସିଥିଲେ, ଯେଉଁଠାରେ ସେ ତାଙ୍କର ଷ୍ଟୁଡ଼ିଓ ଖୋଲିଥିଲେ । ସେହି ବର୍ଷ, ସେ ବିବି ଇନ୍ଦର କୌରଙ୍କୁ ବୈସାଖୀ ଦିନ ବିବାହ କରିଥିଲେ । ସେ ୧୯୨୬ରେ ଅମୃତସର ଓ ଲାହୋର ଏବଂ ୧୯୩୧ରେ ଦିଲ୍ରେଲୀରେ ଥିବା ଷ୍ଟୁଡ଼ିଓରେ କାମ କରିବା ଆରମ୍ଭ କରି ଦେଇଥିଲେ ।

୧୯୪୬ରେ, ସେ ଲାହୋରକୁ ଫେରି ଯାଇଥିଲେ ଓ ଅନାରକଲିଠାରେ ଥିବା ନିଜ ଷ୍ଟୁଡ଼ିଓକୁ ଖୋଲିଥିଲେ ଓ ଦେଶ ବିଭାଜନ ସମୟରେ ସେ ସ‌ହର ଛାଡ଼ିବାକୁ ବଧ୍ୟ ହେଲାବେଳେ ଏକ ଚଳଚ୍ଚିତ୍ରର ଚିତ୍ର ନିର୍ଦ୍ଦେଶକ ଭାବେ କାମ କରୁଥିଲେ । ୧୯୪୯ ମସିହାରେ ସେ ପାଲାମ୍ପୁର ନିକଟରେ ଆଣ୍ଡ୍ରେଟାରେ ସ୍ଥାୟୀ ଭାବେ ରହିଥିଲେ ।

ଚିତ୍ରକଳା

ଅମୃତସରରେ ୩୮ ବର୍ଷ ରହଣି ସମୟରେ, ଏସ୍ ଶୋଭ ସିଂହ ମୁଖ୍ୟତଃ ଶିଖ ଗୁରୁ, ସେମାନଙ୍କ ଜୀବନୀ ଓ କାର୍ଯ୍ୟ ବିଷୟରେ ଚିତ୍ର କରିଥିଲେ ।ଶିଖ ଗୁରୁଙ୍କ ଉପରେ ତାଙ୍କ ସିରିଜ ଖୁବ୍ ଉଚ୍ଚମାନର ଥିଲା । ତାଙ୍କ ଚିତ୍ର ଗୁରୁ ନାନ‌କ ଓ ଗୁରୁ ଗୋୱିନ୍ଦ ସିଂହଙ୍କ ସ‌ହ ଜଡ଼ିତ ଥିନା ଲୋକଙ୍କ ମାନସିକତାକୁ ନେଇ ଥିଲା ।

୫୦୦ତମ ଜନ୍ମ ଉତ୍ସବ ଅବସରରେ ୧୯୬୯ରେ ସେ ଗୁରୁ ନାନ‌କଙ୍କ ଉଦ୍ଦେଶ୍ୟରେ କରିଥିବା ଚିତ୍ରଟି ଖୁବ୍ ଉଚ୍ଚକୋଟୀର ଥିଲା । ଶୋଭ୍ ସିଂହ ଅନ୍ୟ ଗୁରୁଙ୍କ ଚିତ୍ର ମଧ୍ୟ ଆଙ୍କିଥିଲେ, ଯଥା: ଗୁରୁ ଅମର ଦାସ, ଗୁରୁ ତେଗ ବାହାଦୁର, ଗୁରୁ ହର କ୍ରିଷ୍ଣନ ।

ତାଙ୍କର ସୋନୀ ମାହୀୱାଲ ଓ ହୀର ରାଞ୍ଝା ପ୍ରଭୃତି ଚିତ୍ର ମଧ୍ୟ ବ‌ହୁତ ଲୋକପ୍ରିୟ ଥିଲା । ସେ ମଧ୍ୟ ଜାତୀୟ ସଂଗ୍ରାମୀ ଓ ନେତା ଯେପରି: ଷୀଦ ଭଗତ ସିଂହ, କର୍ତ୍ତାର ସିଂହ ସରଭା, ମହାତ୍ମା ଗାନ୍ଧୀ, ଲାଲ୍ ବାହାଦୁର ଶାସ୍ତ୍ରୀ, ପ୍ରଭୃତିଙ୍କ ଚିତ୍ର ଆଙ୍କି ଥିଲେ ।

ତାଙ୍କର ଚିତ୍ରସବୁ ନୂଆ ଦିଲ୍ଲୀର ଭାରତୀୟ ପାର୍ଲାମେଣ୍ଟର ଚିତ୍ର ଗ୍ୟାଲେରିରେ ଶୋଭା ପୌଛି । ଗୋଟିଏ ପାର୍ଶ୍ୱରେ ଶିଖ ଇତିହାସର ଗୁରୁ ନାନ‌କ, ବଲା, ମର୍ଦାନା ଥିବା ବେଳେ, ଅନ୍ୟ ପାର୍ଶ୍ୱରେ ଧ୍ୟାନରେ ଥିବା ଗୁରୁ ଗୋବିନ୍ଦ ସିଂହଙ୍କ ଚିତ୍ର ରହିଛି । ସେ ମଧ୍ୟ ଏମ୍ ଏସ୍ ରାନ୍ଧ‌ୱା, ପୃଥ୍ୱିରାଜ କପୁର ଓ ନିର୍ମଳା ଚନ୍ଦ୍ରଙ୍କ ସ‌ହ ପଞ୍ଜାବୀ କବି ଅମ୍ରିତା ପ୍ରୀତମଙ୍କ ଅଧାଗଢା ଚିତ୍ର କରିଥିଲେ ।ତାଙ୍କର ଅସଲ ଚିତ୍ର ସବୁ ଅମୃତସରରେ ଥିବା ତାଙ୍କର ଷ୍ଟୁଡ଼ିଓରେ ଅଛି । ସାଧାରଣ ଲୋକେ ମଧ୍ୟ ଆଣ୍ଡ୍ରେଟାରେ ଥିବା ଅଙ୍କର ଚିତ୍ର ସବୁ ଦେଖି ପାରନ୍ତି ।

ସେ ଚଣ୍ଡଗଡରେ ୨୧ ଅଗଷ୍ଟ ୧୯୮୬ରେ ମରି ଯାଇଥିଲେ । ଶୋଭ ସିଂହଙ୍କ ଚିତ୍ର ଗ୍ୟାଲେରି ପାଇଁ ଆଣ୍ଡ୍ରେଟା ପ୍ରସିଦ୍ଧ ହୋଇ ପାରିଥିଲା ।

ପୁରସ୍କାର

ତାଙ୍କୁ ବିଭିନ୍ନ ପ୍ରକାରର ପୁରସ୍କାର ମିଳିଥିଲା । ତା' ମଧ୍ୟରୁ ଅନ୍ୟତମ ୧୯୭୪ରେ ପଞ୍ଜାବ ସରକାରଙ୍କ ତରଫରୁ ମିଳିଥିବା ରାଜ୍ୟ ଚିତ୍ରକର ସମ୍ମାନ ଓ ୧୯୮୩ରେ ଭାରତ ସରକାରଙ୍କ ତରଫରୁ ମିଳିଥିବା ପଦ୍ମଶ୍ରୀ ସମ୍ମାନ ।N ସେ ପଞ୍ଜାବ ବିଶ୍ୱବିଦ୍ୟାଳୟ, ପଟିଆଲା ଭାଷାରେ ଡିଗ୍ରୀ ସମ୍ମ୍ନ ଲାଭ କରିଥିଲେ ।

ସୂଚନା ପ୍ରଯୁକ୍ତିବିଦ୍ୟା ଓ ପ୍ରସାରଣ ମନ୍ତ୍ରଳାଳୟ ଶୋଭ ସିଂହଙ୍କ ଜୀବନୀ ଉପରେ ପେଣ୍ଟର ଅଫ୍ ଦି ପିପୁଲ୍ ନାମରେ ଏକ ଚଳଚ୍ଚିତ୍ର ନିର୍ମାଣ କରିଥିଲା । ବ୍ରିଟିଶ ପ୍ରସାରଣ କର୍ପୋରେସନ୍ ମଧ୍ୟ ୧୯୮୪ରେ ଏକ ପ୍ରମାଣସିଦ୍ଧ ଚଳଚ୍ଚିତ୍ର ନିର୍ମାଣ କରିଥିଲା ।୨୦୦୧ରେ ଭାରତ ସରକାର ତାଙ୍କ ସମ୍ମାନରେ ଏକ ଡାକ ଟିକେଟ ପ୍ରଚଳନ କରିଥିଲେ ।

ଆଧାର

Tags:

ଚିତ୍ରକର ଶୋଭ ସିଂହ ଆରମ୍ଭ ଜୀବନଚିତ୍ରକର ଶୋଭ ସିଂହ ଚିତ୍ରକଳାଚିତ୍ରକର ଶୋଭ ସିଂହ ଆଧାରଚିତ୍ରକର ଶୋଭ ସିଂହ

🔥 Trending searches on Wiki ଓଡ଼ିଆ:

୧୬୬୫ଜ୍ଞାନକୋଷଶିବରାମଚନ୍ଦ୍ର ବେହେରାଇଣ୍ଡିଆନ ପ୍ରିମିଅର ଲିଗପଲଉଅଂଶୁଘାତଜଗନ୍ନାଥ ଦାସଛାନ୍ଦସ୍ତନବିଷମ କଟକଓଡ଼ିଆ ଖବରକାଗଜ ତାଲିକାକଟକ ଜିଲ୍ଲାଗିରିଜା କୁମାର ବଳୀୟାରସିଂହଉଦୟନାଥ ଷଡ଼ଙ୍ଗୀନୀଳକଣ୍ଠ ଦାସଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରମାର୍ଚ୍ଚ ୨୧ରଥଯାତ୍ରାଉତ୍ତମ ମହାନ୍ତିପ୍ରେମଅମାବାସ୍ୟାର ଚନ୍ଦ୍ରଛତୁ ତରକାରୀରବର୍ଟ ହିଲ୍ଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦନମିତା ଅଗ୍ରୱାଲଭୀମ ପୃଷ୍ଟିକୁଞ୍ଜବିହାରୀ ଦାଶଶ୍ରୀନିବାସ ରାମାନୁଜନ୧୦୫୪ଅଭିମନ୍ୟୁ ସାମନ୍ତସିଂହାରଭାରତୀୟ ସଂଖ୍ୟା ପ୍ରଣାଳିନାରାୟଣ ସାହୁରାଉରକେଲାବଉଳମଙ୍ଗଳୁ ଚରଣ ବିଶ୍ୱାଳଦଗ୍ଧପ୍ରଯୁକ୍ତି ବିଦ୍ୟାଗୋପାଳ ଚନ୍ଦ୍ର ପ୍ରହରାଜକାଟୁଲୁ ରବି କୁମାରପ୍ରଣବ ପ୍ରକାଶ ଦାସଓଡ଼ିଶା ସରକାରଲକ୍ଷ୍ମୀ ପୁରାଣଭୂଗୋଳହନୁମାନ ବାଟିକାନେମାଳପ୍ରତିଭା ଶତପଥୀନିତ୍ୟାନନ୍ଦ ଶତପଥୀକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଅସହଯୋଗ ଆନ୍ଦୋଳନମୋନିକା ସେଲ୍ସଅଷ୍ଟ୍ରିଆହନୁମାନ୨୪ ଅପ୍ରେଲପକୋଡ଼ାଜାଭା (ପ୍ରୋଗ୍ରାମିଂ ଭାଷା)ପୁରୀ ଜିଲ୍ଲାଶୀତଳ ଷଷ୍ଠୀ ଯାତ୍ରାସୌରୀନ୍ଦ୍ର ବାରିକଦ୍ୱିତୀୟ ବିଶ୍ୱଯୁଦ୍ଧ୧୭ ଫେବୃଆରୀରାମଚନ୍ଦ୍ର ମିଶ୍ରନିର୍ମଳା (ଉପନ୍ୟାସ)ରାବଣପିଙ୍କି ପ୍ରଧାନଜ୍ୟୋତିର୍ଲିଙ୍ଗ🡆 More