ଲିଚେନ ସ୍କ୍ଲେରୋସସ

ଲିଚେନ ସ୍କ୍ଲେରୋସସ ( Lichen sclerosus/ LS ) ଏକ ଦୀର୍ଘକାଳୀନ ଚର୍ମ ପ୍ରଦାହ ରୋଗ ଯାହା ମୁଖ୍ୟତଃ ଯୌନାଙ୍ଗକୁ ପ୍ରଭାବିତ କରିଥାଏ । ଏହା ଅନିୟମିତ ଛୋଟ ଛୋତ ଚେପା ଫୁଲା ଭଳି ଆରମ୍ଭ ହେବାକୁ ଲାଗେ ଯାହା ଚକଚକିଆ, ସାମାନ୍ୟ କୁଞ୍ଚିତ, ଫିକା-ଧଳା ରଙ୍ଗର ଦାଗ ଥାଏ ଯାହା ଚାରିପାଖରେ ଚମ ବାଇଗଣୀ ରଙ୍ଗର ହୋଇଥାଏ । ଏଥିରେ ବ‌ହୁତ ଗଲୁ କରେ ଏବଂ କୁଣ୍ଡେଇବାଦ୍ୱାରା ଛୋଟ କଟାଦାଗ ସହିତ ଶୁଖା ଘାଆ ଦାଗ ଦେଖାଯାଏ ଓ ଚର୍ମ ପତଳା ହୋଇପାରେ । ଯୌନାଙ୍ଗରେ ଛୋଟ ରକ୍ତନଳୀ ଦେଖାଯାଇପାରେ । ଲିଙ୍ଗର ରଙ୍ଗ କମିଯାଏ । ଏହା କ୍ୱଚିତ୍ ଅନ୍ୟ ସ୍ଥାନରେ ଘଟିଥାଏ, ଯଦିଓ ଉପର ପିଠି କିମ୍ବା ସ୍ତନରେ ହୋଇପାରେ । ବେଳେବେଳେ କୌଣସି ଲକ୍ଷଣ ଦେଖାଯାଏ ନାହିଁ । ଏହା ପରିସ୍ରା କଲାବେଳେ କଷ୍ଟ ହୋଇପାରେ, ଯୋନୀ ସ୍ରାବ,ମଳ ତ୍ୟାଗ କରିବାକୁ ଅନିଚ୍ଛା, ଯୌନ ସମ୍ବନ୍ଧୀୟ ସମସ୍ୟା ଏବଂ ଚର୍ମ କର୍କଟ ରୋଗର ଆଶଙ୍କା ରହିପାରେ ।

Lichen sclerosus
Balanitis xerotica obliterans, lichen sclerosus et atrophicus, kraurosis vulvae
ଲିଚେନ ସ୍କ୍ଲେରୋସସ
Lichen sclerosus of the perineum
ବିଭାଗGynaecology
ଲକ୍ଷଣTypically genital skin: shiny slightly wrinkled pale-white patches surrounded by a purplish area, itchy, skin thinning, scarring
ଆକ୍ରାନ୍ତ ସମୟBefore puberty, after menopause
ଅବଧିLong-term
କାରଣUnknown
ବିପଦ କାରକBone marrow transplantation
ରୋଗ ନିର୍ଣ୍ଣୟ ପଦ୍ଧତିExamination, skin biopsy
ସଠିକ ରୋଗ ନିର୍ଣ୍ଣୟGuttate morphea, lichen planus, lichen simplex chronicus
ଔଷଧOintments: clobetasol, tacrolimus, pimecrolimus
ଚିକିତ୍ସାTopical steroids
ପୁନଃପୌନିକ1.7% of adult females

ଏହାର କାରଣ ଜଣା ପଡିନାହିଁ। ସଂକ୍ରମଣ, ଆଘାତ ଏବଂ ଯୌନାଙ୍ଗର ଆର୍ଦ୍ର ହେବାର ପ୍ରବୃତ୍ତି ଯୋଗୁ ଏହା ସମ୍ଭବତଃ ସୃଷ୍ଟି ହୋଇଥାଏ । ଅସ୍ଥି ମଜ୍ଜା ପ୍ରତିରୋପଣ ଯୋଗୁ ଏହା ଟ୍ରିଗର ହୋଇପାରେ । ଟ୍ରାନ୍ସଜେଣ୍ଡର ଲୋକଙ୍କ କ୍ଷେତ୍ରରେ ଏହା ଅସ୍ତ୍ରୋପଚାର ସ୍ଥାନରେ ହୋଇପାରେ ।

ଶାରୀରିକ ପରୀକ୍ଷାଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ । ଚର୍ମ ବାୟୋପ୍ସିରେ ଏହା ନିଶ୍ଚିତ ହୋଇପାରିବ, ଯେଉଁଥିରେ ଡର୍ମାଲ୍ କୋଲାଜେନ୍ ଏବଂ ପତଳା ଏପିଡର୍ମିସ୍ ଦେଖାଏ । ଗୁଟ୍ଟେଟ୍ ମୋର୍ଫିଆ, ଲାଇଚେନ ପ୍ଲାନସ୍ ଏବଂ ଲାଇଚେନ ସିମ୍ପାଲେକ୍ସ କ୍ରୋନିକସ୍ ରୋଗ ପରି ଅନେକ ସମୟରେ ଏହି ରୋଗ ଦେଖାଯାଏ । ଚିକିତ୍ସାରେ ଶକ୍ତିଶାଳୀ ଟପିକାଲ୍ ଷ୍ଟେରଏଡ୍ ଦିଆଯାଏ । ବିଶେଷକରି ପିଲାମାନଙ୍କଠାରେ ବେଳେବେଳେ, ଅଧିକ ଚିକିତ୍ସା ନକଲେ ମଧ୍ୟ ଏହା ଭଲ ହୋଇଯାଏ ।

ଲିଚେନ ସ୍କ୍ଲେରୋସସ ପ୍ରାୟ ୧.୭% ବୟସ୍କ ମହିଳାଙ୍କୁ ପ୍ରଭାବିତ କରିଥାଏ । ଏହା ସାଧାରଣତ ଯୌବନାବସ୍ଥା ପୂର୍ବରୁ ଏବଂ ମେନୋପଜ ପରେ ହୋଇଥାଏ । ପୁରୁଷମାନଙ୍କ କ୍ଷେତ୍ରରେ ଏହା ଯେ କୌଣସି ବୟସରେ ହୋଇପାରେ । ଆଫ୍ରିକୀୟ ଆମେରିକୀୟମାନେ କମ୍ ପ୍ରଭାବି ତ ହୁଅନ୍ତି। ଏକ ତୃତୀୟାଂଶ ମହିଳାଙ୍କର ଅନ୍ୟ ଏକ ଅଟୋମ୍ୟୁମ୍ୟୁନ ରୋଗ ଥାଏ । ୧୭% ଲୋକଙ୍କର ସୋରିୟାସିସ୍ ଥାଏ । ଲିଚେନ ସ୍କ୍ଲେରୋସସ୍ ଏଟ ଆଟ୍ରୋଫିକସ୍ ରୋଗ ପ୍ରଥମେ ୧୮୮୭ ମସିହାରେ ଡକ୍ଟର ହାଲୋପୋଙ୍କଦ୍ୱାରା ବର୍ଣ୍ଣନା କରାଯାଇଥିଲା ।

ଆଧାର

Tags:

ଯୋନୀ ସ୍ରାବ

🔥 Trending searches on Wiki ଓଡ଼ିଆ:

ତାରିଣୀ ମନ୍ଦିରମୁକ୍ତ ମଣ୍ଡପଲକ୍ଷ୍ମଣ ନାୟକମଟର ସାଇକେଲପଣା ସଂକ୍ରାନ୍ତିବିରିରାଜେନ୍ଦ୍ର କିଶୋର ପଣ୍ଡାଦାଶରଥି ଦାସଏସିଆନୃସିଂହଗୋଲୋକ ବିହାରୀ ଧଳପ୍ରଦୂଷଣପୃଥିବୀଫ୍ରୋଭାଟ୍ରିପଟାନଜଳକୁନ୍ତଳା କୁମାରୀ ସାବତନିଝୁମ ରାତିର ସାଥୀ (୨୦୧୭)ଉପେନ୍ଦ୍ର ଭଞ୍ଜଅଳେଇଚରାଜନୀତି ବିଜ୍ଞାନରାମଚନ୍ଦ୍ର ମିଶ୍ରତୁଳସୀ ଦାସଭୀମ ପୃଷ୍ଟି୨୬ ଜୁଲାଇ୨୪ ଅଗଷ୍ଟଗଜ ଉଦ୍ଧାରଣ ବେଶରାବଣାନୁଗ୍ରହକା (ଉପନ୍ୟାସ)କୃଷ୍ଣଚନ୍ଦ୍ର ପାଣିଗ୍ରାହୀମୁଁ ରାଜା ତୁ ରାଣୀସ୍କନ୍ଦ ପୁରାଣମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାନରେନ ପଲେଇହୃତ୍‌ପିଣ୍ଡସୀତାକାନ୍ତ ମହାପାତ୍ରଖଣ୍ଡଗିରି ମେଳାବିରେନ ପଲେଇମାଳିକାଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟପୂରଣବାଚକ ସଂଖ୍ୟାପ୍ରାଣକୃଷ୍ଣ ପରିଜାଗୁଗଲରବୀନ୍ଦ୍ରନାଥ ଠାକୁରସଂଯୁକ୍ତା ପାଣିଗ୍ରାହୀ୩ ଅଗଷ୍ଟସ୍ୱର ବର୍ଣ୍ଣରାମ ନବମୀକାନ୍ଦଣା ଗୀତମଠବାଙ୍କଚୂଡ଼ା ବେଶ୧ମ ଲୋକ ସଭାକମ୍ପ୍ୟୁଟରଉପନିଷଦଚକ୍ରଧର ବେହେରାମାସଅଶୋକାଷ୍ଟମୀବ୍ରହ୍ମୋତ୍ରୀ ମହାନ୍ତିଲକ୍ଷ୍ମୀକାନ୍ତ ମହାପାତ୍ରଜଗନ୍ନାଥଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାରଥଯାତ୍ରାଧନିଷ୍ଠା (ନକ୍ଷତ୍ର)ଲୋକସଂଖ୍ୟା ଅନୁସାରେ ଏସିଆ ମହାଦେଶ ର ଦେଶ ସମୂହବିଜୟ ମିଶ୍ରଦୈନିକ ଆଶାମୁଁବରଫସାହି ଯାତମିଳିମିଳା🡆 More