ସଉରା ଜନ‌ଜାତି

ଲାଞ୍ଜିଆ ସଉରା ଏକ ଆଦିବାସୀ ଉପଜାତି ଯେଉଁମାନେ ସଉରା ଜନଜାତିର ମୁଖ୍ୟ ଉପଜାତି ।

ନାମକରଣ

ଲାଞ୍ଜିଆ ସଉରା ଜନଜାତିର ପୁରୁଷମାନଙ୍କ ଲୁଗା ଖଣ୍ଡର ପଛଭାଗ ଲାଞ୍ଜ ପରି ଓହଳିଥିବାରୁ ସେମାନେ ଲାଞ୍ଜିଆ ନାମରେ ପରିଚିତ ।

ସାମାଜିକ ଜୀବନ

ଲାଞ୍ଜିଆ ସଉରା ଜନଜାତି ମୁଖ୍ୟତଃ ଯୌଥ ପରିବାରରେ ବସବାସ କରିଥାନ୍ତି । ଲାଞ୍ଜିଆ ସମାଜରେ ପ୍ରତି ୧୦୦୦ ମହିଳାରେ ୯୯୦ ପୁରୁଷ ଥିବା ଦେଖିବାକୁ ମିଳିଥାଏ । ଏହି ସମାଜରେ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଅନେକ ସଚେତନତାର ଅଭାବ ଦେଖିବାକୁ ମିଳିଥାଏ । ଅନେକ ସମୟରେ ସ୍ୱାସ୍ଥ୍ୟସେବାର ଅଭାବରେ ଖାଦ୍ୟାଭାବ ସମ୍ବନ୍ଧୀୟ ରୋଗାଦିରେ ଲାଞ୍ଜିଆମାନେ ପୀଡ଼ିତ ହୋଇଥାନ୍ତି ।

ପୋଷାକ ପରିଧାନ

ଲାଞ୍ଜିଆ ସମାଜର ପୁରୁଷମାନେ ଏକ ଝିନ ଲୁଗା ପରିଧାନ କରିଥାନ୍ତି ଯାହାର ଦୁଇ ଚିତ୍ରିତ ମୁଣ୍ଡ ଦେହର ଆଗ ଓ ପଛଭାଗକୁ ଆବୃତ କରି ଓହଳିଥାଏ । ପଛଭାଗର ଲୁଗା ଲାଞ୍ଜ ଭଳି ଦିଶୁଥିବାରୁ ଏମାନେ ଲାଞ୍ଜିଆ ନାମରେ ପରିଚିତ । ସେମାନେ ଏକ ପଗଡ଼ି ମଧ୍ୟ ପରିଧାନ କରିଥାନ୍ତି । ମହିଳାମାନଙ୍କ ଲୁଗା କେବଳ ସେମାନଙ୍କ ଅଣ୍ଟା ତଳଭାଗଠାରୁ ଆଣ୍ଠୁ ଉପର ଯାଏଁ ଆବୃତ କରିଥାଏ । ଆଧୁନିକ ସମାଜରେ କିଛି ମହିଳା ନିଜର ସତନ ଆବୃତ କରି ଲୁଗା ପିନ୍ଧିବା ଦେଖାଯାଏ । ନାରୀମାନେ କେବେ ବ୍ଲାଉଜ ପିନ୍ଧିବା ଦେଖାଯାଏ ନାହିଁ । ନାରୀମାନେ ଅଳଙ୍କାର ପ୍ରିୟ ।

ଗୃହ ଗଠନ ଶୈଳୀ

"ପ୍ରିମିଟିଭ‌‌‌ ଟ୍ରାଇବ" ବା ଆଦିମ ଜନଜାତି ମଧ୍ୟରୁ ଓଡ଼ିଶାର ଲାଞ୍ଜିଆ ସଉରା ଅନ୍ୟତମ । ଏମାନେ ମୁଖ୍ୟତଃ ଓଡ଼ିଶାର ଗଜପତି, ରାୟଗଡା ଓ କୋରାପୁଟ ଜିଲ୍ଲାରେ ବସବାସ କରନ୍ତି । ଏମାନଙ୍କର ଘରକୁ ସଉରା ଭାଷାରେ "ସିହିଂ" ବୋଲି କୁହାଯାଏ।ଏହା ଚାଳ ଛପର ଓ ମାଟିର ବ୍ୟବହାର କରି ଘର ତିଆରି ହୋଇଥାଏ । ଘରର କାନ୍ଥରେ ଗୋବରର ଲେପ ଦିଆଯାଇଥାଏ। ଘରର ଲମ୍ବ ପ୍ରାୟତଃ ୧୫ ଫୁଟ, ପ୍ରସ୍ଥ ୧୦ ଫୁଟ ଓ ଉଚ୍ଚତା ୫ଫୁଟ ହୋଇଥାଏ । ଘରର ମୁଖ୍ୟ ଦ୍ୱାର କାନ୍ଥର ମଝିଆ ମଝି ରହିଥାଏ । ଝରକାର ବନ୍ଧ କାଠ ବା ବାଉଁଶଦ୍ୱାରା ନିର୍ମିତ ହୋଇଥାଏ ଏବଂ ଏହାର ଆକାର ଗୋଲ ଅଟେ । ପ୍ରତି ଘରକୁ ପ୍ରବେଶ କରିବା ପାଇଁ ୧/୨ ପାହାଚ ରହିଥାଏ । ଘରର ଚାଳ ସାମନା ଭାଗ ନୁଆଁଣିଆ ହୋଇଥାଏ । ପ୍ରତ୍ୟକ ଘରର ବାହାର କାନ୍ଥରେ ଝୋଟି ଚିତ୍ର ଅଙ୍କା ହୋଇଥାଏ । ପ୍ରାୟତଃ ଏମାନେ ପଦ୍ମ ଓ ସ୍ୱସ୍ତିକ୍ ଚିତ୍ର ଆଙ୍କିଥାନ୍ତି । ଝୋଟି ପକାଇବା ପାଇଁ ଏମାନେ ସାଧାରଣତଃ ଧଳା ପଥର ଗୁଣ୍ଡ ବ୍ୟବହାର କରନ୍ତି । ପ୍ରତ୍ୟେକ ଘରର ବାହାର କାନ୍ଥରେ ନାଲି ମାଟିରେ ପାଢି ବନା ହୋଇଥାଏ ।ସାଧାରଣତଃ ଲାଞ୍ଜିଆ ସଉରା ଜନଜାତିର ଆଦିବାସୀମାନେ ଘରର ବାଡିକୁ ଯିବା ପାଇଁ ଘରର ପଛ ପଟେ କବାଟ ରଖନ୍ତି ନାହିଁ । ଯଦି କବାଟ ରହିବ ତାହା ମୁଖ୍ୟ ଦ୍ୱାରର ପୂରା ସିଧାରେ ରହିବ । ପ୍ରତି ଘରର ମୁଖ୍ୟ ଦ୍ୱାର ପାଖରେ ଛୋଟ ଆଇନା ମଧ୍ୟ ରହିଥାଏ । ଏହି ଆଇନା ସଉରା ନାରୀମାନେ ପ୍ରସାଧାନ ପାଇଁ ବ୍ୟବହାର କରନ୍ତି ।ସଉରା ଘର ଭିତରେ ୨/୩ଟି ବଖରା ଓ ରୋଷେଇ ଶାଳ ଅଲଗା ଥାଏ। ଘରର ଭିତର ପାର୍ଶ୍ୱରେ ମାଟିର ଛାତ ତିଆରି ହୋଇଥାଏ ଯାହାକୁ "ମେର୍ଦା" କୁହାଯାଇଥାଏ।ଏହାକୁ ସେମାନେ ହାଣ୍ଡି, ମାଣ୍ଡିଆ,ଧାନ ଆଦି ସାଇତି ରଖିବା ପାଇଁ ବ୍ୟବ‌ହାର କରିଥାନ୍ତି।ରୋଷେଇଶାଳ ଭିତରେ କାଠ ପଟାରେ ଭାଡି ନିର୍ମାଣ କରାଯାଇଥାଏ,ଏହାକୁ "ଆଟୁ" ବୋଲି କୁହାଯାଏ।ଏହି "ଆଟୁ"ରେ ସେମାନେ ଶୁଖିଲା ମକା, ଶୁଖିଲା ମାଂସ,ଶୁଖୁଆ ଆଦି ବ‌ହୁତ ଦିନ ଯାଏ ସାଇତି ରଖନ୍ତି । ସଉରାମାନେ ମାଟି ଚୁଲି ବ୍ୟବ‌ହାର କରନ୍ତି ଓ ତାଙ୍କ ଚୁଲିକୁ "ହିଣ୍ଡା" ବା "କୋଡା" ବୋଲି କୁହାଯାଏ। ପ୍ରତି ସଉରା ଘରେ ଏକ ଢିଙ୍କି ଓ ଚକି ନିଶ୍ଚିତ ଭାବରେ ରହିଥାଏ।ଏହା ବିରି,କାନ୍ଦୁଲ,ମାଣ୍ଡିଆ, କୋଳଥ ଆଦି ଚୁରିବା ପାଇଁ ବ୍ୟବ‌ହୃତ ହୋଇଥାଏ।ଆହୁରି ମଧ୍ୟ ପିଣ୍ଡାରେ ବଡ଼ ଗାତ କରି କାଠର ଆବରଣ ଦିଆଯାଇଥାଏ। ତା ଭିତରେ ଏକ ମଜବୁତ୍ କାଠଗଣ୍ଡି ସାହାଯ୍ୟରେ ଧାନ କୁଟାଯାଏ।ଏହି କାଠଗଣ୍ଡିକୁ "ପାରେଳି" ବୋଲି କୁହାଯାଏ। ଯଦିଓ ଦୁଇଟି ଘର ଗୋଟିଏ କାନ୍ଥର ଦୁଇ ପାଖରେ ହିଁ ତିଆରି ହୋଇଥାଏ କିନ୍ତୁ ବାହାର ପିଣ୍ଡା ମଝିରେ କୌଣସି କାନ୍ଥ ନ‌ଥାଏ। କେବଳ ସାହିର ଆରମ୍ଭ ଓ ଶେଷ ପିଣ୍ଡାରେ ଦୁଇଟି କାନ୍ଥ ରହିଥାଏ।ଲାଞ୍ଜିଆ ସଉରାମାନେ ଖୁବ ଠାକୁର ବିଶ୍ୱ୍ୱାସୀ । ପ୍ରତ୍ୟକଙ୍କ ଘରେ ବିଭିନ‌୍ନ ଦେବଦେବୀ ବିଶେଷ ଭାବରେ ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କର ଫଟୋ ବା ପ୍ରତିମୂ୍ର୍ତ୍ତି ପୁଜା ପାଇଥାଏ।

ବିଶ୍ୱାସ, ଅନ୍ଧବିଶ୍ୱାସ ଓ ବିଜ୍ଞାନ

ଲାଞ୍ଜିଆ ସଉରା ଘର ତାଙ୍କୁ ଖରା,ବର୍ଷା ଓ ଶୀତରୁ ରକ୍ଷା କରିଥାଏ।ବର୍ଷା ପାଣି ଜମି ନ ରହି ସ‌ହଜରେ ଗଡ଼ି ଯିବା ପାଇଁ ଚାଳ ଖୁବ ନୁଆଁଣିଆ ହୋଇଥାଏ।ମୁଖ୍ୟ ଦ୍ୱାରର ଉଚ୍ଚତା ଛୋଟ ହୋଇଥିବାରୁ ବର୍ଷା ପାଣି ଘର ଭିତରକୁ ପଶିପାରେ ନାହିଁ ଏବଂ ଝଡ଼ ବାତ୍ୟାରେ ମଧ୍ୟ ଘର ଭିତରର ଜିନିଷ ନଷ୍ଟ ହୁଏ ନାଁହି।ଘର ଭିତରେ ତିଆରି ହୋଇଥିବା "ମେର୍ଦା" ସେମାନଙ୍କୁ ଖରା ଦିନରେ ଥଣ୍ଡା ଓ ଥଣ୍ଡା ଦିନରେ ଉଷୁମ ରଖିବାରେ ସାହାଯ୍ୟ କରିଥାଏ।ଏହା ବ୍ୟତୀତ "ମେର୍ଦା" ଥିବା ଫଳରେ ଚାଳରେ ଥିବା ଅପରିଷ୍କାର ଜିନିଷ ଘର ଭିତରେ ପଡ଼ିପାରେ ନାଁହି।ଲାଞ୍ଜିଆ ସଉରାମାନେ ବିଶ୍ୱାସ କରନ୍ତି ଯେ ଘର ଭିତରେ କୌଣସି ଜୀବ ଜନ୍ତୁଙ୍କ ମାଂସ କାଟିଲେ ଅଶୁଭ ଫଳ ମିଳିଥାଏ । ତେଣୁ ଏହି କାମ ସେମାନେ ବାରିରେ କରିଥାନ୍ତି । ଜଦିଓ ଲାଞ୍ଜିଆ ସଉରା ଲୋକମାନେ ଶିକ୍ଷା ଓ ଆଧୁନିକତାଠାରୁ ବହୁ ଦୂରରେ ରହିଛନ୍ତି,ତଥାପି ସେମାନଙ୍କ ନିଆରା ଘର ତିଆରି ଶୈଳୀରୁ ଏହା ପ୍ରତୀତ ହେଉଛି ଯେ ସେମାନେ ଅତି କୁଶଳୀ ,ପରିଶ୍ରମୀ ଓ ବୁଦ୍ଧିମାନ । ନିଜର ସମସ୍ତ ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ପ୍ରକୃତି ମାତା ସେମାନଙ୍କୁ ଯଥେଷ୍ଟ ଶିକ୍ଷା ଦାନ କରିଛି।ସେମାନଙ୍କ ପାଇଁ ଗୃହ ଯେ କେବଳ ଏକ ମୁଣ୍ଡ ଗୁଞ୍ଜିବା ସ୍ଥାନ ତା ନୁହେଁ ବରଂ ଏହା ଏପରି ଏକ ପବିତ୍ର ସ୍ଥାନ ଯାହା ତାକୁ ଓ ତା ପରିବାରକୁ ସମସ୍ତ ପ୍ରକାର ପ୍ରତିକୂଳତାରୁ ସବୁ ପରିସ୍ଥିତିରେ ସୁରକ୍ଷିତ ରଖିଥାଏ ।

ଆଧାର

Tags:

ସଉରା ଜନ‌ଜାତି ନାମକରଣସଉରା ଜନ‌ଜାତି ସାମାଜିକ ଜୀବନସଉରା ଜନ‌ଜାତି ପୋଷାକ ପରିଧାନସଉରା ଜନ‌ଜାତି ଗୃହ ଗଠନ ଶୈଳୀସଉରା ଜନ‌ଜାତି ବିଶ୍ୱାସ, ଅନ୍ଧବିଶ୍ୱାସ ଓ ବିଜ୍ଞାନସଉରା ଜନ‌ଜାତି ଆଧାରସଉରା ଜନ‌ଜାତିଆଦିବାସୀସଉରା

🔥 Trending searches on Wiki ଓଡ଼ିଆ:

୨୮ ଫେବୃଆରୀହମିଦା ବାନୁ ବେଗମଉଦ୍ଭିଦ ବିଜ୍ଞାନଭାରତର ଜାତୀୟ ପତାକାମାଣବସା ଗୁରୁବାରରାମଚନ୍ଦ୍ର ବେହେରାwiki.phtmlବୈକୁଣ୍ଠନାଥ ପଟ୍ଟନାୟକଜାହାଙ୍ଗୀରବିରଳା ମନ୍ଦିର, କୋଲକାତାତମନ୍ନା ବ୍ୟାସଢେଙ୍କାନାଳକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କୋଣାର୍କରସଗୋଲାମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାଶଙ୍କରାଚାର୍ଯ୍ୟଓଡ଼ିଆ ନାଟକରାଜକିଶୋର ପଟ୍ଟନାୟକବଳଦେବଜୀଉ ମନ୍ଦିରଓଡ଼ିଆ ଭ୍ରମଣ ସାହିତ୍ୟପଥ ଓ ପୃଥିବୀକୃଷ୍ଣପ୍ରସାଦ ମିଶ୍ର୭୦୧ମୋନିକା ସେଲ୍ସଚବିଶ ଗୁରୁଶବ୍ଦ (ପଦ)୧୭ ଫେବୃଆରୀଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଆଖୁମହାତ୍ମା ଗାନ୍ଧୀପାରମିତା ଶତପଥୀବ୍ରାହ୍ମ ସମାଜଫେବୃଆରୀ ୨୯ନବଯୌବନ ବେଶଓ ଅନ୍ଧଗଳିବିନ୍ଦୁଭାନୁଜୀ ରାଓଭଗବତ ଗୀତାଜଗନ୍ନାଥଙ୍କ ବେଶଜ୍ଞାନକୋଷନେଲସନ ମଣ୍ଡେଲାନନ୍ଦିଘୋଷଚନ୍ଦନ ଯାତ୍ରାଲଣ୍ଡନଉତ୍କଳ ସଙ୍ଗୀତ ମହାବିଦ୍ୟାଳୟପ୍ରତିଭା ଶତପଥୀଭଦ୍ରକ ଜିଲ୍ଲାଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପପ୍ଲୁଟୋବାମାଚରଣ ମିତ୍ରଓମ'ଙ୍କ ନିୟମଛବିଳ ମଧୁ ବର୍ଣ୍ଣବୋଧରାଜକିଶୋର ରାୟକଣ୍ଡୋମରାମାବତାରମ୍ବିଜୟ ଶଙ୍କର ଦାସପଙ୍କଜ ଉଧାସଭୀମ ପୃଷ୍ଟିବିରିୟାନୀସେଇ ଝିଅଟିଜନ୍ମ ନିରୋଧରବର୍ଟ ହିଲ୍୨୧ଭାରତକୁଞ୍ଜବିହାରୀ ଦାଶରାମକୃଷ୍ଣ ପରମହଂସଯୁକ୍ତରାଜ୍ୟIndiaଗଣ୍ଡାଶାନ୍ତନୁ କୁମାର ଆଚାର୍ଯ୍ୟ🡆 More