ଭାତୁଡ଼ି

ଭାତୁଡ଼ି (ଇରାଜୀ ଭାଷାରେ Warts) ଏକ ଛୋଟ, ଖଦଡ଼ା ଓ ଟାଣ ଅର୍ବୁଦ ସମ୍ପନ୍ନ ଚର୍ମ ରୋଗ ଯାହାର ରଙ୍ଗ ଅନ୍ୟାନ୍ୟ ସ୍ଥାନର ଚର୍ମ ରଙ୍ଗ ସ‌ହ ସମାନ ଥାଏ । ଏଥିରେ ଅନ୍ୟ କୌଣସି ଲକ୍ଷଣ ପ୍ରକାଶ ପାଏ ନାହିଁ; କେବଳ ପାଦ ତଳେ ହେଲେ କଷ୍ଟ ହୁଏ । ସାଧାରଣ ଭାବରେ ହାତ ଓ ପାଦରେ ହେଉଥିଲେ ମଧ୍ୟ ଦେହର ଯେ କୌଣସି ସ୍ଥାନରେ ହୋଇପାରିବ । ଏକ ବା ଏକାଧିକ ଭାତୁଡ଼ି ବାହାରିପାରେ । ଏହାର କର୍କଟ ରୋଗ ସ‌ହିତ ସମ୍ପର୍କ ନ ଥାଏ ।

ଭାତୁଡ଼ି
verruca (ଭେରୁକା), papillomas (ପାପିଲୋମା)
ଭାତୁଡ଼ି
ବୁଢ଼ା ଆଙ୍ଗୁଠିରେ ଏକାଧିକ ଭାତୁଡ଼ି ଦେଖାଯାଉଛି ।
ବିଭାଗଚର୍ମରୋଗ ବିଜ୍ଞାନ (dermatology)
ଲକ୍ଷଣକଷ୍ଟ‌ହୀନ ଛୋଟ ଚର୍ମ ଅର୍ବୁଦ ।
ଅବଧିମାସ ବର୍ଷ ଧରି ହୁଏ ।
କାରଣମାନବ ପାପୋଲୋମା ଭୁତାଣୁ (human papillomavirus)
ବିପଦ କାରକସାର୍ବଜନୀନ ସ୍ନାନାଗାର, ଏକଜିମା eczema
ସଠିକ ରୋଗ ନିର୍ଣ୍ଣୟକ୍ୟାଲସ (callus), ସେବୋରିକ ଡର୍ମାଟାଇଟିସ (seborrheic keratosis), ସ୍କ୍ୱାମସ ସେଲ କାର୍ସିନୋମା (squamous cell carcinoma)
ଚିକିତ୍ସାସାଲିସିଲିକ ଏସିଡ (salicylic acid), କ୍ରାୟୋଥେରାପି (cryotherapy)
ପୁନଃପୌନିକଅତି ସାଧାରଣ .

ଏକ ପ୍ରକାର ମାନବ ପାପିଲୋମାଭୁତାଣୁ (human papillomavirus ବ HPV) ଏହି ରୋଗ ସଂକ୍ରମଣ କରନ୍ତି । ସାର୍ବଜନୀନ ସ୍ଥାନରେ ସ୍ନାନ କଲେ, ମାଂସ କଟା କାମ କଲେ, ଏକଜିମା (eczema) ଥଲେ ଓ ଇମ୍ମ୍ୟୁନିଟି କମ ଥିଲେ ଏହି ରୋଗ ସମ୍ଭାବନା ଅଧିକ ରହେ । ଚର୍ମରେ ସାମାନ୍ୟ ଆଘାତ ଥିବା ସ୍ଥାନରେ ଭୁତାଣୁ ପ୍ରବେଶ କରେ । ଅନେକ ପ୍ରକାର ଭାତୁଡ଼ି ଦେଖାଯାଏ ଯେପରିକି: ସାଧାରଣ ଭାତୁଡ଼ି, ପାଦ ଭାତୁଡ଼ି (plantar warts), ଫିଲିଫର୍ମ ଭାତୁଡ଼ି ଓ ଯୌନାଙ୍ଗ ଭାତୁଡ଼ି (genital warts) । ଯୌନ କ୍ରୀଡ଼ା ସମୟରେ ଯୌନାଙ୍ଗ ଭାତୁଡ଼ି ସଞ୍ଚାରିତ ହୁଏ ।

ଅଧିକାଂଶ ଭାତୁଡ଼ି କିଛି ମାସ ବା କିଛି ବର୍ଷ ମଧ୍ୟରେ ଆପେ ଆପେ ମିଳେଇ ଯାଏ । ଭାତୁଡ଼ି ଉପରେ ସାଲିସିଲିକ ଏସିଡ (salicylic acid ) ଲଗେଇଲେ ଓ କ୍ରାୟୋଥେରାପି (cryotherapy)ରେ ଏହି ରୋଗ ମିଳେଇବା ସମୟ ଦୃତ ହୋଇଯାଏ । ଅନ୍ୟଥା ସୁସ୍ଥ ବ୍ୟକ୍ତିଙ୍କର ଭାତୁଡ଼ି ଯୋଗୁ କୌଣସି ସମସ୍ୟା ହୁଏନାହିଁ । ଯୌନାଙ୍ଗ ଭାତୁଡ଼ି ନିମନ୍ତେ ଅଲଗା ଚିକିତ୍ସା କରାଯାଏ ।

ଭାତୁଡ଼ି ଏକ ସର୍ବସାଧାରଣ ରୋଗ, ଅଧିକାଂଶ ଲୋକଙ୍କ ଦେହରେ ଜୀବନରେ କେତେବେଳେ ନା କେତେବେଳେ ହୁଏ । ଅଣ‌ଯୌନାଙ୍ଗ ଭାତୁଡ଼ି ପ୍ରାୟ ୧ରୁ ୧୩% ଲୋକଙ୍କର ଥାଏ । ଯୁବାବସ୍ଥାରେ ସାଧାରଣତଃ ଏହି ରୋଗ ହୁଏ । ସକ୍ରିୟ ଯୌନସମ୍ଭୋଗକାରୀ ମହିଳାଙ୍କର ଏହି ରୋଗ ହାର ପ୍ରାୟ ୧୨% । ଅନ୍ୟୁନ ଖ୍ରୀ:ପୂ: ୪୦୦ ଶତାବ୍ଦୀରେ ହିପୋକ୍ରେଟ (Hippocrates) ଏହି ରୋଗ ବିଷୟ ବର୍ଣ୍ଣନା କରିଥିଲେ ।

ଆଧାର

Tags:

କର୍କଟ ରୋଗ

🔥 Trending searches on Wiki ଓଡ଼ିଆ:

ରାମଶଙ୍କର ରାୟଓଡ଼ିଆ ନାଟକଭାରତ ସରକାରଓଡ଼ିଆ ଭାଷା୧୬ଶ ଓଡ଼ିଶା ବିଧାନ ସଭାଭାରତୀୟ ଡାକ ସେବାଓଡ଼ିଆ ସାହିତ୍ୟହରିଶଙ୍କର ମନ୍ଦିରଦେବୀପ୍ରସନ୍ନ ପଟ୍ଟନାୟକଦୀନକୃଷ୍ଣ ଦାସସୀତା ବିବାହ୧୨ ମାର୍ଚ୍ଚମିଖାଇଲ ଗୋର୍ବାଚୋଭଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ଉଇକିଅଭିଧାନଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସଅମୃତ ଫଳଭୋଦେଇ ଓଷାଓଡ଼ିଶାର ଦୋଳଯାତ୍ରାପଞ୍ଚସଖାଲୋରାଟାଡାଇନପାର୍ବତୀ ଘୋଷକାଳୀଚରଣ ପଟ୍ଟନାୟକସୁନାଗୋପବନ୍ଧୁ ଦାସପାକିସ୍ତାନବଣ୍ଡା ଜନଜାତିଜଗନ୍ନାଥ ଦାସଲବଣ ସତ୍ୟାଗ୍ରହଇଣ୍ଟରନେଟଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକନଫୁସିଅସଉଇକିପୋଥିଭାରତୀୟ ମୁଦ୍ରାବାହୁଡ଼ା ଯାତ୍ରାସୁଦାମ ମାରାଣ୍ଡିଗୌତମ ବୁଦ୍ଧଗୋପୀନାଥ ମହାନ୍ତିଧର୍ମେନ୍ଦ୍ର ପ୍ରଧାନଗୋପାଳ ଚନ୍ଦ୍ର ପ୍ରହରାଜସୋନାକ୍ଷୀ ସିହ୍ନାରାଜନୀତି ବିଜ୍ଞାନରାଧାନାଥ ରାୟଲକ୍ଷ୍ମଣ ନାୟକଅପରିମେୟ ସଂଖ୍ୟାଉଇକିପାଠାଗାରପରମାଣୁ କ୍ରମାଙ୍କଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାବିଜ୍ଞାନଶନିବୀଣାପାଣି ମହାନ୍ତିଶିମିଳିପାଳ ଜାତୀୟ ଉଦ୍ୟାନଭୁବନେଶ୍ୱର ବେହେରାମିଶେଲ ଓବାମାଅଭିମନ୍ୟୁ ସାମନ୍ତସିଂହାର୨୦୨୨ ଫିଫା ବିଶ୍ୱକପ୍କନ୍ଧମାଳ ଜିଲ୍ଲାଭାଷା୧୯୮୧ପ୍ରଫୁଲ୍ଲ ସାମଲବାଜି ରାଉତମହା ଶିବରାତ୍ରିବଳରାମ ଦାସଚନ୍ଦ୍ରଶେଖର ଭେଙ୍କଟ ରମଣବଡ଼ ଏରା୨୦ ମାର୍ଚ୍ଚ🡆 More