ବିଶ୍ୱନାଥନ ଆନନ୍ଦ: ଚେସ ଗ୍ରାଣ୍ଡମାଷ୍ଟର

ବିଶ୍ୱନାଥନ ଆନନ୍ଦ(ଜନ୍ମ-୧୧ଡିସେମ୍ବର ୧୯୬୯) ଭାରତର ପ୍ରଥମ ଚେସ୍ ଗ୍ରାଣ୍ଡମାଷ୍ଟର ଏବଂ ପୂର୍ବତନ ଚେସ୍ ବିଶ୍ୱ ଚାମ୍ପିଆନ । ସେ ପାଞ୍ଚଥର (୨୦୦୦, ୨୦୦୭, ୨୦୦୮, ୨୦୧୦, ୨୦୧୨) ବିଶ୍ୱ ଚେସ୍ ଚାମ୍ପିଆନଶିପ୍ ଜିତିଛନ୍ତି । ବିଶ୍ୱ କ୍ରୀଡ଼ାରେ ଯେଉଁ କେତେଜଣ ଭାରତୀୟ ଅତ୍ୟନ୍ତ ପ୍ରତିଭାବାନ କ୍ରୀଡ଼ା ପ୍ରଦର୍ଶନ କରି ପ୍ରଭାବ ବିସ୍ତାର କରିଛନ୍ତି, ସେମାନଙ୍କ ମଧ୍ୟରେ ଆନନ୍ଦଙ୍କ ସ୍ଥାନ ସ୍ୱତନ୍ତ୍ର । ଆନନ୍ଦଙ୍କ ପରି କ୍ରମାଗତ ୪ଟି ବିଶ୍ୱ ଟାଇଟଲ ଜିତିବା କାହା ପକ୍ଷେ ସମ୍ଭବ ହେଇନାହିଁ । ତେବେ ୨୦୦୦ ମସିହାରେ ବିଶ୍ୱ ଚାମ୍ପିଆନଶିପ୍ ଜିତିବା ପରେ ୨୦୦୭ ମସିହା ପର୍ଯ୍ୟନ୍ତ ସେ କୌଣସି ଟାଇଟଲ ଜିତି ପାରି ନଥିଲେ । ୩୭ ବର୍ଷ ବୟସରେ ସେ ବିଶ୍ୱର ଏକ ନମ୍ବର ଚେସ୍ ଖେଳାଳୀ ହେବାର ଗୌରବ ଅର୍ଜନ କରିପାରିଛନ୍ତି ଏବଂ ବିଶ୍ୱର ମାତ୍ର ୬ଜଣ ଖେଳାଳୀଙ୍କ ମଧ୍ୟରେ ୨୮୦୦ରୁ ଅଧିକ ୟେଲୋ ରେଟିଂ ଅତିକ୍ରମ କରିବାର ଗୌରବ ଅର୍ଜନ କରିଛନ୍ତି । ପ୍ରଥମେ ୧୯୮୦ରେ ଆନନ୍ଦ ବିଶ୍ୱ ଜୁନିଅର ଚେସ୍‌ରେ ନିଜର ଚମକ ଦେଖାଇଥିଲେ । ଏହି ପ୍ରତିଭା ବଳରେ ସେ ୧୯୮୭ରେ ଭାରତର ପ୍ରଥମ ଚେସ୍ ଗ୍ରାଣ୍ଡମାଷ୍ଟର ହେବାର ଗୌରବ ହାସଲ କରିଥିଲେ ।

ବିଶ୍ୱନାଥନ ଆନନ୍ଦ
ବିଶ୍ୱନାଥନ ଆନନ୍ଦ: ପରିବାର, ବିଶ୍ୱ ଚେସ ଚାମ୍ପିଆନଶିପ, ପୁରସ୍କାର
ନାମବିଶ୍ୱନାଥନ ଆନନ୍ଦ
ଦେଶଭାରତ
ଜନ୍ମ (1969-12-11) ୧୧ ଡିସେମ୍ବର ୧୯୬୯ (ବୟସ ୫୪)
Mayiladuthurai, Tamil Nadu, India
ଉପାଧୀଗ୍ରାଣ୍ଡମାଷ୍ଟର (୧୯୮୮)
ବିଶ୍ଵ ଚମ୍ପିଅନ2000–2002 (FIDE)
2007–present (Undisputed)
ଫିଡେ ମାନ୍ୟତା2780 (ଅପ୍ରେଲ ୨୦୨୪)
(No. 4 in the May 2012 FIDE World Rankings)
ସର୍ବଶ୍ରେଷ୍ଠ ରେଟିଂ2817 (May 2011)

୨୦୧୫ ମସିହା ମାର୍ଚ୍ଚ ମାସରେ, ଆନନ୍ଦଙ୍କୁ ସମ୍ମାନ ଜଣାଇ, ଏକ କ୍ଷୁଦ୍ର ଗ୍ରହର ନାମ ବିଶିଆନନ୍ଦ ରଖାଯାଇଛି ।

ପରିବାର

ବିଶ୍ୱନାଥନ ଆନନ୍ଦ ୧୯୬୯ ମସିହା ଡିସେମ୍ବର ମାସ ୧ ତାରିଖରେ ତାମିଲନାଡ଼ୁର ମାୟାଲାଦୁଥୁରାଇ ନାମକ ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାତା ସୁଶୀଳା ଥିଲେ ଚେସ୍ ପ୍ରିୟ ଓ ପିତା ବିଶ୍ୱନାଥନ ଆୟାର ରେଳ ବିଭାଗର ଜଣେ ଅବସରପ୍ରାପ୍ତ ଜେନେରାଲ ମ୍ୟାନେଜର । ଆନନ୍ଦଙ୍କ ବଡ଼ ଭାଇ ଶିବକୁମାର ତାଙ୍କଠାରୁ ୧୩ବର୍ଷ ବଡ଼ । ସେ ବର୍ତ୍ତମାନ କ୍ରମ୍ପଟନ୍ ଗ୍ରିଭ୍ସରେ ଜେନେରାଲ୍ ମ୍ୟାନେଜର ଭାବେ ଅବସ୍ଥାପିତ । ୧୧ ବର୍ଷୀୟ ବଡ଼ ଭଉଣୀ ଅନୁରାଧା ୟୁନିଭର୍ସିଟି ଅଫ୍ ମିଶିଗାନରେ ପ୍ରଫେସର ଭାବେ କାର୍ଯ୍ୟରତ । ଅରୁଣାଙ୍କୁ ପତ୍ନୀ ରୂପେ ଗ୍ରହଣ କରିଥିବା ଆନନ୍ଦଙ୍କ ୨୦୧୧ ଏପ୍ରିଲ ୯ରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି । ତାମିଲ ପରମ୍ପରା ଅନୁଯାୟୀ ତାର ନାମ ଆନନ୍ଦ ଅଖିଲ ରଖାଯାଇଛି । ମାଡ୍ରାସ ଟାଇଗର ଭାବେ ବିବେଚିତ ଆନ‌ନ୍ଦ ଅଧିକାଂଶ ସମୟରେ ଚେସ୍ ଖେଳ ପାଇଁ ସ୍ପେନର ମାଡ୍ରିଡ ସହରରେ ବସବାସ କରିଥାନ୍ତି।

ବିଶ୍ୱ ଚେସ ଚାମ୍ପିଆନଶିପ

  1. ଚେସ ଜୀବନରେ ଅନେକ ଉତଥାନ ପତନ ଦେଇ ଆସିଥିବା ଆନନ୍ଦ ୨୦୦୦ ମସିହାରେ ତେହେରାନ୍ରେ ପ୍ରଥମ ଥର ପାଇଁ ବିଶ୍ୱ ଚେସ ଚାମ୍ପିଆନ ହେଇଥିଲେ । ଏହି ସମୟରେ ଫିଡେ ଓ ଗ୍ୟାରି କାସ୍ପାରୋଭ ଭିନ୍ନ ଭିନ୍ନ ସଂଗଠନ ମାଧ୍ୟମରେ ବିଶ୍ୱଚେସ ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଥିଲେ । ଆନନ୍ଦ ତେହେରାନରେ ଯେଉଁ ଟାଇଟଲ ବିଜୟୀ ହେଇଥିଲେ ସେଥିରେ ବିଶ୍ୱର ଅନେକ ଶ୍ରେଷ୍ଠ ଖେଳାଳୀ ଅଂଶଗ୍ରହଣ କରିନ ଥିଲେ । ଏଣୁ ପ୍ରକୃତରେ ତାଙ୍କୁ ବିଶ୍ୱଚାମ୍ପିଆନ ବୋଲି ଗ୍ରହଣ କରାଯାଇନଥିଲା ।
  2. ୨୦୦୭ ମସିହା ବିଶ୍ୱ ଚାମ୍ପିଆନଶିପ ବେଳକୁ ଚେସର ୨ ସଂଗଠନର ମିଶ୍ରଣ ଘଟିଥିଲା । ସେତେବେଳେ ଫିଡେ ବିଶ୍ୱ ଚେସ ଚାମ୍ପିଆନଶିପର ଗୁରୁତ୍ୱ ବଢିଯାଇଥିଲା । ଆନନ୍ଦ ତାଙ୍କ ଦ୍ୱିତୀୟ ଦଫା ଟାଇଟଲ ଲଢେଇ ମେକ୍ସିକୋରୁ ଆରମ୍ଭ କରିଥିଲେ।ଏହି ଟୁର୍ଣ୍ଣାମେଣ୍ଟ ଡବଲ ରାଉଣ୍ଡ ରବିନ ଫର୍ମାଟରେ ଖେଳାଯାଇଥିଲା । ସର୍ବାଧିକ ୧୪ ପଏଣ୍ଟ ମଧ୍ୟରୁ ୯ ପଏଣ୍ଟ ପାଇ ସେ ପ୍ରଥମ ସ୍ଥାନ ଅଧିକାର କରିଥିଲେ।
  3. ୨୦୦୮ରେ ଟୁର୍ଣ୍ଣାମେଣ୍ଟ ଜର୍ମାନୀର ବନ୍ଠାରେ ଆୟୋଜିତ ହେଇଥିଲା । ଏଥିରେ ପୁଣି ଫର୍ମାଟ ବଦଳି ଗଲା ଏବଂ ଚ୍ୟାଲେଞ୍ଜର ଭ୍ଲାଦିମିର କ୍ରାମନିକ୍ଙ୍କ ସହ ଖେଳି ଆନନ୍ଦ ୬-୪ରେ ଆଗୁଆ ଥିଲା ବେଳେ ଶେଷ ୨ ରାଉଣ୍ଡରେ ଟାଇଟଲ ପାଇଁ ଅଧା ପଏଣ୍ଟ ଆବଶ୍ୟକ କରୁଥିଲେ । ପରବର୍ତ୍ତୀ ମ୍ୟାଚକୁ ୨୪ତମ ଚାଲରେ ଡ୍ର ରଖି ଆନନ୍ଦ ତାଙ୍କ ଟାଇଟଲ ବଜାଇ ରଖିଥିଲେ ।
  4. ୨୦୧୦ରେ ପରବର୍ତ୍ତୀ ବିଶ୍ୱ ଚାମ୍ପିଆନଶିପ ଆୟୋଜିତ ହେଇଥିଲା ବୁଲଗାରିଆର ରାଜଧାନୀ ସୋଫିଆଠାରେ । ଏହି ସମୟରେ ଆଗ୍ନେୟଗିରିରେ ଉଦଗିରିଣ ହେତୁ ଯାତାୟତ କଷ୍ଟକର ହେଇପଡ଼ିଥିଲା । ସ୍ପେନର ରାଜଧାନୀ ମାଡ୍ରିଡ୍ରୁ ଏକ ସ୍ୱତନ୍ତ୍ର ବସରେ ୪୦ଘଣ୍ଟା କାଳ ଯାତ୍ରା କରିବା ପରେ ଆନନ୍ଦ ସୋଫିଆରେ ପହଞ୍ଚିଥିଲେ । ଆୟୋଜକମାନଙ୍କୁ ବିଶ୍ରାମ ପାଇଁ ଅନୁରୋଧ କରିଥିଲେ ମଧ୍ୟ ତାଙ୍କ କଥା ରହିନଥିଲା । ମାତ୍ର ଗୋଟିଏ ଦିନ ବିଶ୍ରାମ ଏବଂ ପ୍ରଥମ ରାଉଣ୍ଡରେ ସ୍ଥାନୀୟ ଖେଳାଳୀ ଭାସେଲିନ୍ ଟୋପାଲୋଭଙ୍କଠାରୁ ହାରିଯିବା ପରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ୬.୫-୫.୫ ବ୍ୟବଧାନରେ ଟାଇଟଲ ଜିତିନେଇଥିଲେ । ଏପରିକି ଶେଷ ଗେମରେ ସେ କଳାଗୋଟି ନେଇ ଖେଳିଥିଲେ ମଧ୍ୟ ଟାଇଟଲ୍ ଜିତିବାରେ ସଫଳ ହେଇଥିଲେ ।
  5. ୨୦୧୨ରେ ଋଷିଆର ରାଜଧାନୀ ମସ୍କୋରେ ଆୟୋଜିତ ହେଇଥିଲା ମ୍ୟାଚ ଫର୍ମାଟରେ ବିଶ୍ୱ ଚେସ ଚାମ୍ପିଆନଶିପ । ଡିଫେଣ୍ଡିଂ ଚାମ୍ପିଆନ ଭାରତର ବିଶ୍ୱନାଥନ ଆନନ୍ଦ ଏବଂ ଇସ୍ରାଏଲର ଚ୍ୟାଲେଞ୍ଜର ବୋରିସ ଗେଲଫାଣ୍ଡଙ୍କ ମଧ୍ୟରେ ଚେସ ଜଗତର ଶ୍ରେଷ୍ଠ ପ୍ରତିଯୋଗିତା ଆୟୋଜିତ ହେଇଥିଲା । ୪୨ ବର୍ଷୀୟ ଆନନ୍ଦ ଏନଂ ୪୩ ବର୍ଷୀୟ ଗେଲଫାଣ୍ଡଙ୍କ ମଧ୍ୟରେ ଆୟୋଜିତ ପ୍ରତିଯୋଗିତା ଯୁବ ଖେଳାଳୀଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । କିନ୍ତୁ ଚାମ୍ପିଆନଶିପ ଆରମ୍ଭ ହେବା ପୂର୍ବରୁ ଗେଲଫାଣ୍ଡ ଅନେକ ମୁକାବିଲାରେ ହାରିଯାଇଥିବାରୁ ଆନନ୍ଦଙ୍କୁ ଏହି ଚାମ୍ପିଆନଶିପର ଦାବେଦାର ବୋଲି ବିବେଚନା କରାଯାଉଥିଲା । କିନ୍ତୁ ଗେଲଫାଣ୍ଡ ଏହାକୁ ଭୁଲ ପ୍ରମାଣିତ କରିଦେଇଥିଲେ । ଚାମ୍ପିଆନଶିପରେ ୧୨ ରାଉଣ୍ଡ ମ୍ୟାଚ୍ ଖେଳାଯିବାକୁ ରହିଥିଲା । ଏଥିରେ ଯଦି ଜଣେ ଖେଳାଳୀ ବିଜୟୀ ହୋଇନପାରିଲେ ତେବେ ରାପିଡ୍ ଫର୍ମାଟ ଏବଂ ନକଆଉଟ ଫର୍ମାଟ ବ୍ୟବହାର ହେବାର ନିୟମ ରହିଥିଲା । କିନ୍ତୁ ନିୟମିତ ରାଉଣ୍ଡର ସପ୍ତମ ମୁକାବିଲାରେ ଆନନ୍ଦଙ୍କୁ ହରାଇ ଗେଲଫାଣ୍ଡ ସମସ୍ତଙ୍କୁ ଚକିତ କରିଦେଇଥିଲେ । କିନ୍ତୁ ଏହି ରାଉଣ୍ଡରେ ମାତ୍ର ୧୭ଟି ଚାଲ୍‌ରେ ଗେଲଫାଣ୍ଡଙ୍କୁ ହରାଇ ମ୍ୟାଚକୁ ସମାନ ସ୍ତରକୁ ନେଇଆସିଥିଲେ । ଏହା ପରେ ଆରମ୍ଭ ହେଇଥିଲା ଟାଇବ୍ରେକର ପ୍ରକ୍ରିୟା । ୪ ରାଉଣ୍ଡ ବିଶିଷ୍ଟ ରାପିଡ୍ ଚେସରେ ଆନନ୍ଦ ପ୍ରଥମ ରାଉଣ୍ଡକୁ ଡ୍ର ରଖିବା ପରେ ଦ୍ୱିତୀୟ ଗେମକୁ ୭୭ ରାଉଣ୍ଡରେ ଜିତି ଆଗୁଆ ରହିଥିଲେ । ଗେଲଫାଣ୍ଡଙ୍କ ଦୁର୍ବଳତା ଥିଲା ଠିକଣା ସମୟରେ ଚାଲ ଚଳେଇବାରେ ଅସୁବିଧା । ଏଥିରୁ ଫାଇଦା ଉଠାଇ ଆନନ୍ଦ ଅନ୍ୟ ଦୁଇଟି ଗେମକୁ ଡ୍ର ରଖିବାରେ ସମର୍ଥ ହେଇଥିଲେ । ମୋଟରେ ୮.୫-୭.୫ ବ୍ୟବଧାନରେ ଆନନ୍ଦ ତାଙ୍କ ଜୀବନର ସବୁଠାରୁ କଷ୍ଟସାଧ୍ୟ ବିଶ୍ୱଚାମ୍ପିଅନଶିପ ବିଜୟୀ ହୋଇଥିଲେ।
ବିଶ୍ୱନାଥନ ଆନନ୍ଦ: ପରିବାର, ବିଶ୍ୱ ଚେସ ଚାମ୍ପିଆନଶିପ, ପୁରସ୍କାର 
୧୯୯୨ ମନିଲାଠାରେ ବିଶ୍ୱନାଥନ ଆନନ୍ଦ,୨୨ ବର୍ଷ ବୟସ

ବିଶ୍ୱ ଚେସ ଚାମ୍ପିଆନଶିପରେ ପ୍ରଦର୍ଶନ

  • ୧୯୯୧ : ଆଲେକ୍ସେଇ ଡ୍ରିଭଙ୍କୁ ହରାଇ କ୍ୟାଣ୍ଡିଡେଟ୍ସ ମ୍ୟାଚ ପାଇଁ ଯୋଗ୍ୟତା ଅର୍ଜନ ଏବଂ ଆନାତୋଲି କାର୍ପୋଭଙ୍କଠାରୁ ପରାଜିତ ହେଇ ପ୍ରଥମ ରାଉଣ୍ଡରୁ ବିଦାୟ ।
  • ୧୯୯୫ : ସେମିଫାଇନାଲରେ ଗାଟା କାମାସ୍କିଙ୍କଠାରୁ ପରାସ୍ତ।
  • ୧୯୯୭ : ଲ୍ଔସାନେରେ ଅନୁଷ୍ଠିତ ଫିଡେ ଫାଇନାଲର ଟାଇବ୍ରେକରରେ ଆନାତୋଲି କାର୍ପୋଭଙ୍କଠାରୁ ହାରି ରନର୍ସ ଅଫ।
  • ୨୦୦ ୦ : ତେହେରାନ୍ରେ ଆଲେକ୍ସେଇ ଶିରୋଭଙ୍କୁ ହରାଇ ଫିଡେ ବିଶ୍ୱ ଚମ୍ପିଆନ।
  • ୨୦୦୧ : ସେମିଫାଇନାଲରେ ଭାସିଲ୍ ଇଭାଞ୍ଚୁକଙ୍କଠାରୁ ପରାସ୍ତ।
  • ୨୦୦୫ : ସାନ୍ ଲୁଇସରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟ ଫର୍ମାଟରେ ରନର୍ସ ଅଫ।
  • ୨୦୦୭ : ମେକ୍ସିକୋରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟ ଫର୍ମାଟରେ ଚାମ୍ପିଆନ।
  • ୨୦୦୮ : ବନ୍ରେ ଭ୍ଲାଦିମିର କ୍ରାମନିକଙ୍କୁ ହରାଇ ଅପ୍ରତିଦ୍ୱନ୍ଦୀ ବିଶ୍ୱ ଚାମ୍ପିଆନ।
  • ୨୦୧୦ : ସୋଫିଆରେ ଭାଲିସିନ୍ ଟୋପାଲୋଭଙ୍କୁ ହରାଇ ଚଥୁର୍ଥ ବିଶ୍ୱ ଟାଇଟଲ ଅର୍ଜନ।
  • ୨୦୧୨ : ମସ୍କୋଙ୍କୁ ବୋରିସ ଗେଲଫାଣ୍ଡଙ୍କୁ ଟ୍ରାଇବ୍ରେକରରେ ହରାଇ ପଞ୍ଚମଥର ବିଶ୍ୱ ଚାମ୍ପିଆନ।

ପୁରସ୍କାର

ଆନନ୍ଦଙ୍କୁ ଭାରତର ଶ୍ରେଷ୍ଠ କ୍ରୀଡ଼ା ପୁରସ୍କାର ଅର୍ଜୁନ ପୁରସ୍କାର ଓ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଛି ଏବଂ ସେହିପରି ୨୦୦୦ ମସିହାରେ ପଦ୍ମଭୂଷଣ ଓ ୨୦୦୭ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଛି ।

ଆଧାର

ଅଧିକ ତଥ୍ୟ

Tags:

ବିଶ୍ୱନାଥନ ଆନନ୍ଦ ପରିବାରବିଶ୍ୱନାଥନ ଆନନ୍ଦ ବିଶ୍ୱ ଚେସ ଚାମ୍ପିଆନଶିପବିଶ୍ୱନାଥନ ଆନନ୍ଦ ପୁରସ୍କାରବିଶ୍ୱନାଥନ ଆନନ୍ଦ ଆଧାରବିଶ୍ୱନାଥନ ଆନନ୍ଦ ଅଧିକ ତଥ୍ୟବିଶ୍ୱନାଥନ ଆନନ୍ଦବିଶ୍ୱଭାରତ

🔥 Trending searches on Wiki ଓଡ଼ିଆ:

ରବୀନ୍ଦ୍ରନାଥ ଠାକୁରତାରିଣୀ ମନ୍ଦିର, ଘଟଗାଁ୩୧ ଡିସେମ୍ବରଭଗବାନ କହଁରଓଲେନା ଜେଲେନସ୍କାଓଡ଼ିଆ ନାରୀ କବି ମାନଙ୍କ ତାଲିକାଅଭୟ ସିଂହଜାମସେଦଜୀ ଟାଟାଟୁକାଟିନିବଗ୍ରହସୁରେଶ ପୂଜାରୀରାମାକାନ୍ତ ଦେଶାଇକିଶୋରୀ ଚରଣ ଦାସଡେଙ୍ଗୁ ଜରଆଧୁନିକ କଥା ସାହିତ୍ୟ (ଉପନ୍ୟାସ)ବିଷ୍ଣୁମଇଓଡ଼ିଆ ଲିପିଉତ୍ତରାଷାଢ଼ା (ନକ୍ଷତ୍ର)ମିଳିମିଳାଜବାହରଲାଲ ନେହେରୁଲକ୍ଷ୍ମୀକାନ୍ତ ମହାପାତ୍ରରାୟଗଡ଼ା ଜିଲ୍ଲାମହୁ ଚାଷନୃସିଂହରାସନ କାର୍ଡ଼ (ଭାରତ)ଅସହଯୋଗ ଆନ୍ଦୋଳନମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାଉଇକିପାଠାଗାରଉଇକିପିଡ଼ିଆପଖାଳଓଡ଼ିଶାଗଣେଶଉଇକିମିଡ଼ିଆ ମୁଭମେଣ୍ଟକାର୍ତ୍ତିକ ମହାପାତ୍ରଦୈନିକ ଆଶାସୁଗ୍ରୀବପ୍ରଦୀପ କୁମାର ପାଣିଗ୍ରାହୀରାମ ନବମୀ୨୭ ଜୁଲାଇପୂର୍ବ ଭାଦ୍ରପଦ (ନକ୍ଷତ୍ର)ତ୍ରିପୁରା ମିଶ୍ରଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟବିଶାଖା (ନକ୍ଷତ୍ର)ଜ୍ଞାନକୋଷଶ୍ରୀନିବାସ ରାମାନୁଜନଗଜ ଉଦ୍ଧାରଣ ବେଶଶୈଳଭାମା ମହାପାତ୍ରରାମଚନ୍ଦ୍ର ମିଶ୍ରପୂରଣବାଚକ ସଂଖ୍ୟାମଧ୍ୟ ଏସିଆରଜଗୋପୀନାଥ ମହାନ୍ତିଜଗନ୍ନାଥଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଇରା ମହାନ୍ତିମାସକୃପାସିନ୍ଧୁ ମିଶ୍ରଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା୧୭୧୧ଆଇଓଏସଜଗତସିଂହପୁର ଜିଲ୍ଲାକନ୍ୟା (ରାଶି)ମୋଗଲ ସାମ୍ରାଜ୍ୟ୩ (ସଂଖ୍ୟା)ଅବସାଦଫ୍ରୋଭାଟ୍ରିପଟାନଭାରତର ରାଷ୍ଟ୍ରପତିଉତ୍କଳ ସମ୍ମିଳନୀଅରଣ୍ୟ ରୋଦନ🡆 More