ବସବେଶ୍ଵର

ଗୁରୁ ବସବ ବା ବସବେଶ୍ୱର ଏକ ଦାର୍ଶନିକ ତଥା ସମାଜ ସୁଧାରକ । ସେ ହିନ୍ଦୁ ଧର୍ମରେ ଥିବା ଜାତି ପ୍ରଥା ଭଳି କୁବ୍ୟବସ୍ଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ସଂଘର୍ଷ ଆରମ୍ଭ କରିଥିଲେ । ସାମଜିକ୍ତା ସୁଧାର କ୍ଷେତ୍ରରେ ତାଙ୍କର ଅବଦାନ ନିମନ୍ତେ ସେ ବିଶ୍ୱ ଗୁରୁ ଏବଂ ଭକ୍ତି ଭଣ୍ଡାରୀ ନାମରେ ମଧ୍ୟ ପରିଚିତ । ସେ ଜାତି, ଧର୍ମ ,ଲିଙ୍ଗ ଏବଂ ସାମଜିକ ସ୍ଥିତି ନିର୍ବିଶେଷରେ ସମସ୍ତଙ୍କୁ ସାମାଜିକ କ୍ଷେତ୍ରରେ ସମାନ ଅବସର ଦେବାକୁ ଦାବୀ କରୁଥିଲେ ଏବଂ ଏହି ସାମାଜିକ ସଂସ୍କାର ନିମନ୍ତେ ଆନ୍ଦୋଳନ ମଧ୍ୟ କରିଥିଲେ ।

ବସବେଶ୍ଵର
ବସବେଶ୍ୱର

ଗୁରୁ ବସବେଶ୍ୱରଙ୍କ ଅନୁଗାମୀମାନେ ବସବ ଧର୍ମର ଅନୁଗାମୀ ବା ଲିଙ୍ଗାୟତ ବା ଲିଙ୍ଗାବତ ନାମରେ ପରିଚିତ । ଲିଙ୍ଗାୟତ ବା ବୀରଶୈବ୍ୟମାନେ ପାରମ୍ପରିକ ଭାବେ ବିଶ୍ୱାସ କରନ୍ତି ଯେ ବସବେଶ୍ୱର ହିଁ ହେଉଛନ୍ତି ତାଙ୍କ ମତବାଦ ବା ଧର୍ମର ପ୍ରତିଷ୍ଠାତା । ତେବେ କେତେକ ଆଧୁନିକ ବିଦ୍ୱାନମାନଙ୍କ ମତରେ, କାଳଚୁରୀ ଶୀଳାଲେଖ ଅଧ୍ୟୟନ ପୂର୍ବକ ଦର୍ଶାଇଛନ୍ତି ୟେ ବସବେଶ୍ୱର ହେଉଛନ୍ତି ଦ୍ୱାଦଶ ଶତାବ୍ଦୀର ଏକ କବି ତଥା ଦାର୍ଶନିକ ଯିଏକି ବହୁ ପୂର୍ବରୁ ରହି ଆସିଥିବା ଲିଙ୍ଗାୟତ ବା ବୀରାଶୈବ୍ୟ ମତବାଦୀଙ୍କ ମତର ପ୍ରଚାର ପ୍ରସାର ତଥା ଲିଙ୍ଗାୟତ ମାନଙ୍କ ଉନ୍ନତି ସାଧନ କରିଥିଲେ ।

ପ୍ରାରମ୍ଭିକ ଜୀବନ

ଗୁରୁ ବସବେଶ୍ୱର ୧୧୦୫ ମସିହାରେ ଅର୍ଥାତ ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଆନନ୍ଦ ନାମ ସମ୍ବତ୍ସର, ବୈଶାଖ ମାସ, ଅକ୍ଷୟ ତୃତୀୟା ତିଥି, ରୋହିଣୀ ନକ୍ଷତ୍ରରେ ଉତ୍ତର କର୍ଣ୍ଣାଟକର ଏକ ଛୋଟ ସହର ବାସବନ ବାଗେୱାଡି ନାମକ ଏକ ଛୋଟ ସହରରେ ଏକ କମ୍ମା ବ୍ରହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । କୃଷ୍ଣା ନଦୀ କୂଳରେ କୁଡାଲସଙ୍ଗାମ ନାମକ ଏକ ଗ୍ରାମରେ ତାଙ୍କ ପିଲାଦିନ କଟିଥିଲା । ସଙ୍ଗମେଶ୍ୱର ତଥା ତଦ୍‌ ସନ୍ନିକଟ ଏକ ଶୈବ ବିଦ୍ୟାଳୟରେ ଏକ ହିନ୍ଦୁ ମନ୍ଦିରରେ ସେ ୧୨ ବର୍ଷ କାଳ ଶିକ୍ଷା ଅଧ୍ୟୟନ କରିଥିଲେ ।

ବାସବ ତାଙ୍କ ମାତୃ କୁଳର ଏକ ସମ୍ପର୍କୀୟା, ଗଙ୍ଗମ୍ବିକେ ନାମ୍ନୀ ଏକ ମହିଳାଙ୍କୁ ବିବାହ କରିଥିଲେ । ତାଙ୍କ ପିତା ଥିଲେ ବିଜାଲାର କଳଚୁରୀ ରାଜାଙ୍କ ପ୍ରୋଭିନ୍‌ସିଆଲ ପ୍ରାଇମ ମିନିଷ୍ଟର । ତେବେ ବସବ ରାଜାଙ୍କ ଦରବାରରେ ଏକ ହିସାବ ରକ୍ଷକ ଭାବେ କାମ କରିବା ଆରମ୍ଭ କଲେ । ତାଙ୍କ ମାମୁଁଙ୍କ ମୃତ୍ୟୁ ପରେ ରାଜାଙ୍କ ନିମନ୍ତ୍ରଣ କ୍ରମେ ସେ ରାଜାଙ୍କ ମୁଖ୍ୟ ମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଲେ । ରାଜା ମଧ୍ୟ ବସବଙ୍କ ପଦ୍ମାବତୀ ନାମ୍ନୀ ଭଉଣିଙ୍କୁ ବିବାହ କରିଥିଲେ ।

ରାଜାଙ୍କର ମୁଖ୍ୟ ମନ୍ତ୍ରୀଭାବେ କାର୍ଯ୍ୟଭାର ସମ୍ଭାଳିବା ପରେ ସେ ରାଜ୍ୟରେ ସାମାଜିକ ସୁଧାର ଆଣିବା ସହ ଶୈବ ଧର୍ମର ଉତଥାନ ପାଇଁ ଅନେକ ପଦେକ୍ଷେପ ନେଲେ ଏବଂ ରାଜକୋଷରୁ ଏଥି ନିମିତ୍ତ ପ୍ରଚୁର ଅର୍ଥ ବ୍ୟୟ କଲେ । ତାଙ୍କ ସମୟରେ ସେ ଜାଙ୍ଗାମ ଜାତିର ପ୍ରପୀଡିତ ଲୋକଙ୍କୁ ସାମଜିକ ସ୍ୱୀକୃତି ଦେବା ସହ ସେମାନଙ୍କର ସାମାଜିକ ଏବଂ ଆର୍ଥିକ ଅବସ୍ଥାର ଉନ୍ନତି ନିମନ୍ତେ ଧ୍ୟାନ ଦେଇଥିଲେ । ତାଙ୍କ ସମୟରେ ସେ ଏକ ଅଭିନବ ଅନୁଷ୍ଠାନର ସୂତ୍ରପାତ କରିଥିଲେ ଯାହାର ନାମ ଥିଲା ଅନୁଭବ ମାଣ୍ଟପ (Anubhava Mantapa) । ଏହା ଥିଲା ଏକ ସାଧାରଣ ଜନ ସଭା ଯେଉଁଥିରେ ଦୂର ଦୂରାନ୍ତରୁ ବିଭିନ୍ନ ବର୍ଗର ପୁରୁଷ ତଥା ସ୍ତ୍ରୀ ଆସି ଯୋଗ ଦେଉଥିଲେ ଏବଂ ସେଠାରେ ଧାର୍ମିକ, ଆର୍ଥିକ ଏବଂ ସାମାଜିକ ସମସ୍ୟା ନେଇ ଖୋଲା ଆଲୋଚନା ହେଉଥିଲା । ସେ ମଧ୍ୟ ଲୌକିକ ଭାଷାରେ କବିତା ରଚନା ମାଧ୍ୟମରେ ଧାର୍ମିକ ଚିନ୍ତାଧାରା ତଥା ସାମାଜିକ ସନ୍ଦେଶ ବିତରନ କରୁଥିଲେ । ତାଙ୍କ ରଚନା ମଧ୍ୟରେ "Káyakavé Kailása" (work is worship) ଅତ୍ୟନ୍ତ ଲୋକପ୍ରିୟତା ଲାଭ କରିଥିଲା ।

ସମାଜ ସଂସ୍କାର

ବସବଙ୍କ ମତ ଥିଲା, ଜାତି ଧର୍ମ ତଥା ବର୍ଣ୍ଣ ନିର୍ବିଶେଷରେ ସମସ୍ତ ମଣିଷ ସମାନ ଏବଂ କର୍ମ ଭେଦରେ କହି ବି ଅନ୍ୟଠାରୁ ନ୍ୟୂନ ନୁହଁ । କେବଳ ମଣିଷର ଜନ୍ମ ନୁହେଁ, ମଣିଷର କର୍ମ ହିଁ ତାହାର ସାମାଜିକ ସ୍ଥିତି ତଥା ମଣିଷ ପଣିଆ ସ୍ଥିର କରିଥାଏ ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ନବକଳେବରକୁନ୍ତଳା କୁମାରୀ ସାବତ୧୯୬୬ଉଇକିମିଡ଼ିଆ ମୁଭମେଣ୍ଟହୀରାକୁଦ ବନ୍ଧଗ୍ରାମ ପଞ୍ଚାୟତମାଣବସା ଗୁରୁବାରଜ୍ଞାନପୀଠ ପୁରସ୍କାରଖାଦ୍ୟବିଶ୍ୱ ତମାଖୁହୀନ ଦିବସଗରିଷ୍ଠ ସାଧାରଣ ଗୁଣନୀୟକଆକବରଦି ଓ୍ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ରାଣୀ ଲକ୍ଷ୍ମୀବାଈବିନୋଦ ଚନ୍ଦ୍ର ନାୟକଓଡ଼ିଆ ଭାଗବତନାଟୋସୁନାଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଉତ୍କଳ ବ୍ରାହ୍ମଣ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନ୧୩୮୪ଭାରତର ଜାତୀୟ ପତାକାଇଷ୍ଟ ଇଣ୍ଡିଆ କମ୍ପାନୀକୁମ୍ଭ (ରାଶି)ସ୍ୱାସ୍ଥ୍ୟରବୀନ୍ଦ୍ରନାଥ ଠାକୁରରାଜନୀତି ବିଜ୍ଞାନପଣ୍ଡୁ ଓଷାରାମାୟଣମିଶେଲ ଓବାମାସମ୍ବଲପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଭୁବନେଶ୍ୱର୫ ମାର୍ଚ୍ଚପ୍ୟାରିସୱିଲିଅମ ସେକ୍ସପିଅରଓଡ଼ିଆ ଭାଷାଜୁଲିଅସ ସିଜରମାନବ ଅଧିକାରର ସାର୍ବଜନୀନ ଘୋଷଣାମୁକୁନ୍ଦ ଦେବବଳରାମ ମିଶ୍ରପାଲାୱାଘା ସୀମା ସମାରୋହଉଇକିବିଦ୍ୟାଳୟଋଷିଆ୩୧ ମାର୍ଚ୍ଚନମିତା ଅଗ୍ରୱାଲ୧୫୭୯୨୦ ଅଗଷ୍ଟରାଣୀ ମୁର୍ମୁହେପାଟାଇଟିସ ସିମଧୁସୂଦନ ରାଓଲୋକ ସଭାସାରଳା ମହାଭାରତଉଇକିଖବର୧୯୮୧ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସଉପେନ୍ଦ୍ର ଭଞ୍ଜପୁଷ୍ଟିସାରତୁଳସୀ ଦାସବ୍ରତଉଇକିପାଠାଗାର🡆 More