ପାଇକ: ଉତ୍କଳୀୟ ସୈନ୍ୟ ଶକ୍ତି

ପାଇକ (paika)

ପାଇକ

ପାଇକ: ଇତିହାସ, ଶ୍ରେଣୀବିଭାଗ, ବେଶଭୂଷା
ପାଇକ

େ ଭାରତୀୟ ମୁକ୍ତି ସଂଗ୍ରାମର ସାମରିକ ପଦାତିକ ଯୋଦ୍ଧା ଥିଲେ । ଏମାନେ ମୁଖ୍ୟତଃ ଓଡ଼ିଶାର ଖୋର୍ଦ୍ଧା ଅଞ୍ଚଳର ଏବଂ ଭିନ୍ନ ଭିନ୍ନ ପେଶାଧାରୀ ଥିଲେ । କିନ୍ତୁ ଯୁଦ୍ଧ ସମୟରେ ଏମାନେ ସୈନିକର ଭୂମିକା ନେଉଥିଲେ । ଉତ୍କଳର ରାଜା ପ୍ରତାପରୁଦ୍ର ଦେବଙ୍କ ସମୟରେ ପାଇକମାନେ ଥିଲେ ଯୁଦ୍ଧର ମୁଖ୍ୟ ବଳ । ଇଟାକାର (ସାମରିକ ପାଇକ ନାଚ ପ୍ରଦର୍ଶନକାରୀ), ଫଡ଼ିକାର (ଧନୁର୍ଦ୍ଧାରୀ) ଓ ଧନୁକୀ ନାମରେ ପାଇକମାନେ ତିନି ଭାଗରେ ବିଭକ୍ତ । ପ୍ରକାଶନ କାଳ ଜଣାନଥିବା ପାଇକଖେଡ଼ା ନାମକ ଏକ ବହିରେ ପାଇକମାନଙ୍କ ବାବଦରେ ବିଶଦ ବର୍ଣ୍ଣନା ରହିଛି । ୭୦ ଜଣ ପାଇକଙ୍କ ଦଳକୁ ଭୂୟାଁ କୁହାଯାଏ । ସେହି ଭଳି ୨୭ ଜଣ ପାଇକଙ୍କୁ ନେଇ ଏଇ "ଦଳ" ଗଠିତ ହୁଏ ।

ଇତିହାସ

ପ୍ରତାପରୁଦ୍ରଦେବ

ପ୍ରତାପରୁଦ୍ରଦେବଙ୍କ ରାଜଧାନୀ କଟକରେ ଥିବାରୁ ଦକ୍ଷିଣକୁ ସାମ୍ରାଜ୍ୟ ବଢ଼ାଇବା ବେଳେ ଶାସନ ଓ ସୈନ୍ୟବାହିନୀର ଆବଶ୍ୟକତା ପଡ଼ିଲା । ଶାସନ ପରିଚାଳନାକୁ ଆଖିରେ ରଖି ଉଭୟ ପ୍ରଶାସନିକ ଓ ସେନା ବଳ ବଢ଼ାଗଲା ।

ଶ୍ରେଣୀବିଭାଗ

୭୦ ଜଣ ପାଇକଙ୍କ ଦଳକୁ "ଭୂୟାଁ" ଓ ୨୭ ଜଣ ପାଇକଙ୍କୁ ନେଇ ଏଇ "ଦଳ" ଗଠିତ ହୁଏ । ଏକ ଦଳ ସହ ସ୍ୱେଚ୍ଛାସେବୀ ଅଣ-ସେନାନୀ ଯାଉଥିଲେ । ଏମାନେ ଯୁଦ୍ଧରେ କ୍ଷତବିକ୍ଷତ ହେଉଥିବା ପାଇକମାନଙ୍କ ଯତ୍ନ ନେଉଥିଲେ । ପାଇକମାନଙ୍କ ଶ୍ରେଣୀବିଭାଗ:

  • "ବାହିନୀପତି" ବା "ପାଇକରାୟ": ପାଇକମାନଙ୍କ ଦଳପତି
  • "ଦଳବେହେରା": ଦଳର ମୁଖିଆ
  • "ନାୟକ" ବା "ଗଡ଼ନାୟକ": ଗଡ଼ର ମୁଖିଆ
  • "ବାହୁବଳେନ୍ଦ୍ର": ଅଣ-ସେନାନୀର ମୁଖିଆ

ବେଶଭୂଷା

ପାଇକ ପୁଅର ବେଶ ଭୂଷା ଥିଲା ଅତ୍ୟନ୍ତ ନିଆରା। ଯାହାକି ଭାରତ ବର୍ଷର ଅନ୍ୟ ବୀର ମାନଙ୍କ ବେଶ ଭୂଷାଠାରୁ ବହୁ ଅଲଗା ଥିଲା ଏବଂ ତତ୍ ସହିତ ଏହା ଉତ୍କଳୀୟ ମାନଙ୍କ ଯୁଦ୍ଧ କୌଶଳକୁ ଅତ୍ୟନ୍ତ ନିଖୁଣ ଭାବରେ ଦର୍ଶାଇ ଦେଉଥିଲା। ଏଥିରେ ବହୁ ପ୍ରକାର ଉଚ୍ଚ କୌଶଳ ଯୁକ୍ତ ଅସ୍ତ୍ର ଶସ୍ତ୍ର ବ୍ୟବହୃତ ହେଉଥିଲା। ଯାହାର ପ୍ରମାଣ ଆମକୁ ଆଦିକବି ସାରଳା ଦାସଙ୍କ ସାରଳା ମହାଭାରତରେ ମିଳିଥାଏ। ଏତତ୍ ବ୍ୟତୀତ ଉତ୍କଳୀୟ ଅସ୍ତ୍ର ଶସ୍ତ୍ର ତଥା ଯୁଦ୍ଧ କୌଶଳ ଇତିହାସ ପ୍ରସିଦ୍ଧ ମରାଠା ବୀର ମହାରାଜ ଶିବାଜୀଙ୍କଠାରୁ ମଧ୍ୟ ବହୁ ପୁରାତନ ଥିଲା । ସାରଳା ମହାଭାରତରେ ଆଦିକବି ସାରଳା ଦାସ ଅତ୍ୟନ୍ତ ସୁନ୍ଦର ଭାବରେ ଉତ୍କଳୀୟ ପାଇକ ପୁଅର ବେଶଭୂଷା ଏବଂ ଅସ୍ତ୍ର ଶସ୍ତ୍ରକୁ ପରିଚିତ୍ରଣ କରିଛନ୍ତି।

ଆପଣେ ଯୁଦ୍ଧକୁ ସଜ ହେଲା ନୃପମଣି
ଶିରେ ସିମନ୍ଥନୀ ପାଗ ଜରିରେ ଖଞ୍ଜଣୀ।।
କରେ କଙ୍କଣ ସ୍ୱର୍ଣ୍ଣ ବାହୁଟୀ ଆଦି ଜଗଦଳା,
ହୃଦରେ ଆଭରଣ ମୁକୁତାର ମାଳା।।
ଶ୍ରବଣେ କୁଣ୍ଡଳ ଶୋଭେ ବାମକରେ ଶରାସନ
ଡାହାଣରେ ନାରାଜ ଦିଶଇ ଶୋଭାବନ।।
ଅନର୍ଗଳ ତୋଡର ବାନ୍ଧିଲୋକ ବାମପାଦେ
ଚରଣେ ନୁପୁର ଶୁଭଇ ମହାନାଦେ ।।
ଦାଢିମୋଡି ରାଜା ବସିଲାକ ରଥେ ଯାଇଁ
ଚିତ୍ରଧ୍ୱଜ ରଜା ଅଇଲା ବେଗେ ସଜ ହୋଇ।।
କପାଳେ ତିଳକ ଶିରେ ପାଗ ବାନ୍ଧି
ଦିବ୍ୟ ଚାରୁପାଟେ ବାଛିଣ ସେ ବୀରବେଶ ପିନ୍ଧି।।
ଚରଣେ ନୁପୁର ବେନି ରୁଣୁ ଝୁଣୁ ବାଜେ
ହୃଦରେ ପଦକ ହାର ମଣିଗଣ ସାଜେ।।
ପୀତ ପତନୀୟେ ସେ କରିଣ ଦୋସଡା
ବିଦମୁଦୀ ବାହୁଦୀ କଚଟୀ ଜଗଦଳା।।
ତାଡ଼ ତୋଢ଼ର ଯେ ଯମଦାଢ଼ ବାମଭାଗେ
କସ୍ତୁରୀ ଲେପନ କରି ଅଛଇ ସର୍ବାଙ୍ଗେ।।
ବେନି ଶ୍ରବଣେ ସୁବର୍ଣ୍ଣ ଲୋଳି ଶୋଭାବନ
କସ୍ତୁରୀ ଉପରେ କରି ଚନ୍ଦନ ଲେପନ।।
ଡାହାଣେ ନାରାଜ ବାମକରେ ଶରାସନ
ସାରଥି ସାଜିଣ ଆଣିଲା ସେ ଦିବ୍ୟଯାନ।।

ଏଠାରେ ସାରଳା ଦାସ ପାଇକ ପୁଅର ବେଶ ଭୂଷା ତଥା ଅସ୍ତ୍ର ଶସ୍ତ୍ରର ଅତ୍ୟନ୍ତ ସୁନ୍ଦର ଭାବରେ ପରିଚିତ୍ରଣ କରିଅଛନ୍ତି। ଓଡ଼ିଆ ପାଇକମାନେ ବ୍ୟବହାର କରୁ ଥିବା ଅସ୍ତ୍ର ଶସ୍ତ୍ରଗୁଡିକ ହେଉଛି:-

କଣ୍ଟିଆ, ଅର୍ଦ୍ଧଚନ୍ଦ୍ର, ହବୁଡ଼ା, ଭୂଷଣ୍ଡୀ, କଟାରି, ଯୋଡ଼ାଗୁଆଳି, ଭିନ୍ଦିପାଳ, ଭାଲିମୁଖ, ପଞ୍ଚସୁର, ଜଜାଳ, କଉତୁଣ୍ଡି,ସପ୍ତସୁର,ଢାଲ, ଚକ୍ର, ଫରକଟ, ଶୂଳ, ବାଘନଖିଆ, ଗୋପୁଚ୍ଛ, ଭାଲ୍ଳା, କାଣ୍ଡସର, ଗଦା, ଯମଦାଢ଼, ବାଙ୍କଛୁରୀ, ଶଲ୍ୟ, ଶାବେଳୀ, ଖଣ୍ଡା, ଛୁରୀ,ପରିଘ, ତଲୱାର, ଦଣ୍ଡ, ଶତଘ୍ନୀ, ଦିବ୍ୟାସ୍ତ୍ରକବଚ, କୁନ୍ତ, କବଚ, ପାଶ, ବଜ୍ର, ମୂଷଳ ,ଅଙ୍କୁଶ, ପଟୀଶ, ସଲା, ପରଶୁ, ମୁଦ୍ଗର, ଚଡକାନଳୀ, କର୍ତରୀ, କୁଠାର, କ୍ଷୁର, ବାଳୁତଦାନ୍ତୀ ,ଖଟ୍ୱାଙ୍ଗ ଇତ୍ୟାଦି।

ଶରୀରର ବିଭିନ୍ନ ସ୍ଥାନରେ ରଖାଯାଉ ଥିବା ଅସ୍ତ୍ର ଶସ୍ତ୍ର

ମୁଣ୍ଡ

ମୁଣ୍ଡର ମୁକୁଟରେ ଥିବା ବିଭିନ୍ନ ଅଂଶ:

  • ବଜ୍ର: ମୁକୁଟର ଚୂଳ
  • ବାଘ ମର୍ଗଆ: ବଜ୍ର ଶେଷରେ ଥିବା ଏକ ଗୋଲାକାର ବସ୍ତୁ
  • ହାଣ୍ଡିଆ: ବାଘ ମର୍ଗଆ ପରେ ଥିବା ଅର୍ଦ୍ଧଚନ୍ଦ୍ରାକାର ଧାତବ ବସ୍ତୁ

କବନ୍ଧ

    କାନ୍ଧ

ଏକ କାନ୍ଧରୁ ଆରଟିକୁ ଏକ ପଟି ପଡ଼ିଥାଏ । ତାହାକୁ "କପ" କୁହାଯାଏ । ଏକ କାନ୍ଧରେ ଢେଣୁ (ଧନୁ) ଓ ଆର କାନ୍ଧରେ କାଣ୍ଡସର ଝୁଲୁଥାଏ ।

    ଛାତି

ଛାତିରେ ପଟି ବନ୍ଧାହୋଇ ଏକ "କଟାରି" ଖୋସାଯାଇଥାଏ ।

    ବାହା ଓ ହାତ

ବାହୁରେ "ବାହୁଟି" ପିନ୍ଧାଯାଇଥାଏ । ବାହୁଟି ତଳକୁ "କବଚ" ଓ ତା' ତଳକୁ "କଲିଙ୍ଗି" । କଚଟିରୁ କହୁଣିର ଟିକେ ତଳ ଯାଏ ହୋତା-ବାହାତା ପିନ୍ଧାଯାଏ । ଗୋଟେ ହାତରେ ପାଇକମାନେ ଖଣ୍ଡା ଆଉ ଆର ହାତରେ ଢାଲ ଧରିଥାନ୍ତି ।

    ଅଣ୍ଟା

ଅଣ୍ଟାରେ ଏକ "ପେଟି" ପିନ୍ଧାଯାଇଥାଏ । କାନ୍ଧରୁ ଆସିଥିବା "କପ" ଏଥିରେ ଖୋସାଯାଇଥାଏ । ଏଥି ସହିତ ଏକ ତିନିକୋଣିଆ "ସିଙ୍ଗଡ଼ା", ଏକ "ବାଙ୍କଛୁରି" ଓ ମଇଁଷି ଶିଙ୍ଗରେ ତିଆରି "ଶିଙ୍ଗା" ଅଣ୍ଟାରୁ ଝୁଲୁଥାଏ । ଅଣ୍ଟା ତଳକୁ ଆଣ୍ଠୁଯାଏ ଏକ ପୋଷାକ ପିନ୍ଧାଯାଇଥାଏ । ଏଥିରେ ମଝି ଅଂଶରେ ଏକ "ରୁଢ଼ିମାଳ" ଅଣ୍ଟାରୁ ଝୁଲୁଥାଏ । ଅଣ୍ଟାର ଟିକେ ତଳକୁ ଏକ "କଟି ଢାଲ" ଓ ତା' ତଳକୁ "ରଞ୍ଜକ ପଟି" ଝୁଲୁଥାଏ । ଏକ କାନିପରି ଦିଶୁଥିବା "ଓଜମାଳ" ଓ ତହିଁରେ ଥିବା "ଗଣ୍ଠିଆ" ଦେହର ପଛ ଆଡ଼ରେ ଝୁଲୁଥାଏ ।

    ଗୋଡ଼

ପାଇକମାନେ ଗୋଡ଼ରେ ଏକ ପ୍ରକାର ମୋଜା ଓ ଜୋତା ପିନ୍ଧିଥାନ୍ତି ।

ଟିକସ

ପ୍ରତାପରୁଦ୍ରଦେବଙ୍କ କାଳରେ ପ୍ରଜାମାନଙ୍କୁ "ପାଇକ" ନାମରେ ଏକ ଟିକସ ଦେବାକୁ ପଡୁଥିଲା । ଏହି କର ପାଇକମାନଙ୍କ ରକ୍ଷଣାବେକ୍ଷଣା ନିମନ୍ତେ ଖର୍ଚ୍ଚ ହେଉଥିଲା ।

ଆଧାର

ଅଧିକ ପଠନ

Tags:

ପାଇକ ଇତିହାସପାଇକ ଶ୍ରେଣୀବିଭାଗପାଇକ ବେଶଭୂଷାପାଇକ ଶରୀରର ବିଭିନ୍ନ ସ୍ଥାନରେ ରଖାଯାଉ ଥିବା ଅସ୍ତ୍ର ଶସ୍ତ୍ରପାଇକ ଟିକସପାଇକ ଆଧାରପାଇକ ଅଧିକ ପଠନପାଇକ

🔥 Trending searches on Wiki ଓଡ଼ିଆ:

ମିଳିତ ଜାତିସଂଘହନୁମାନ ଜୟନ୍ତୀକୋଣାର୍କ ସୂର୍ଯ୍ୟ ମନ୍ଦିରପଟ୍ଟଚିତ୍ରମନୋଜ ପଟ୍ଟନାୟକ (ଗୀତିକାର)ହେନା ଫୁଲଆଲବର୍ଟ ଆଇନଷ୍ଟାଇନମାଟିର ମଣିଷବିଷ୍ଣୁସୌର ଜଗତସ୍ତନଦୀନକୃଷ୍ଣ ଦାସସୁନାଅମର ପ୍ରସାଦ ଶତପଥୀଆସିକାସଞ୍ଜୁ ସାମସନଏସିଆଶ୍ରୀନିବାସ ରାମାନୁଜନଚଉଷଠି ଯୋଗିନୀ ମନ୍ଦିର, ହୀରାପୁରଆଜାଦ ହିନ୍ଦ୍ ଫୌଜଭାରତର ପ୍ରଧାନମନ୍ତ୍ରୀରାଶି ଓ ନକ୍ଷତ୍ରବିବାହମଟର ସାଇକେଲରଣା ସାପଛ ମାଣ ଆଠ ଗୁଣ୍ଠତାରିଣୀ ମନ୍ଦିର, ଘଟଗାଁମହାପାତ୍ର ନୀଳମଣି ସାହୁଉଇକିଅଭିଧାନ୨୩ ଅପ୍ରେଲ୬୩୩ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷସଙ୍କୀର୍ତ୍ତନ୧୫ ଫେବୃଆରୀରିୟା ଦେଅଂଶୁପା ହ୍ରଦ୨୪ ଅପ୍ରେଲସତ୍ୟ ସାଇ ବାବାକାଳିନ୍ଦୀ ଚରଣ ପାଣିଗ୍ରାହୀମହା ଶିବରାତ୍ରିଉତ୍କଳ ଦିବସକେନ୍ଦ୍ରାପଡ଼ା (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଆବ୍ରାଉଜରକଳିଙ୍ଗ ଯୁଦ୍ଧରାଧାମୋହନ ଗଡ଼ନାୟକଅଜନ୍ତା ଗୁମ୍ଫାଆପେଣ୍ଡିସାଇଟିସଶ୍ରୀ ଅରବିନ୍ଦହୀରାକୁଦ ବନ୍ଧଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଇଣ୍ଡିଆନ ପ୍ରିମିଅର ଲିଗମକର (ରାଶି)ବିରିବାରାକ ଓବାମାଉଦୟନାଥ ଷଡ଼ଙ୍ଗୀସୁରେନ୍ଦ୍ର ମହାନ୍ତିସମ୍ବଲପୁରକୁଜିବର ପ‌ତ୍ରସମୁଦ୍ରଚନ୍ଦନକାଞ୍ଚନ ଅୱସ୍ତିରାଣୀ ଲକ୍ଷ୍ମୀବାଈ🡆 More