ନାଗା ନାଟ: ଓଡ଼ିଶାର ଏକ ପାରମ୍ପାରିକ ନାଚ

ନାଗା ନାଚ (ଇଂରାଜୀ: Naga nata, IPA: /naːgaː naːt͡ʃɵ/) ଓଡ଼ିଶାର ଏକ ପାରମ୍ପାରିକ ଲୋକନୃତ୍ୟ । ଏହା ପୁରୀ ଅଞ୍ଚଳରୁ ଆରମ୍ଭ ହୋଇ ବିଭିନ୍ନ ସ୍ଥାନରେ ପରିବେଷିତ ହେଉଛି । ଏଥିରେ ଥିବା ବିଷୟବସ୍ତୁ ଓଡ଼ିଶାରେ ଜଣାଶୁଣା ବିଭିନ୍ନ ନାଗା ପରମ୍ପରାକୁ ନେଇ ପର୍ଯ୍ୟବସିତ । ଓଡ଼ିଶାର ଆଉ ଏକ ପାରମ୍ପାରିକ ନାଚ ପାଇକ ନାଚ ଭଳି ନାଗା ନାଚ ଏକ ମୁକ ନାଚ । ଏଥିରେ କେବଳ ବିଭିନ୍ନ ବାଦ୍ୟ ଓ ପ୍ରଚ୍ଛଦ ଯନ୍ତ୍ରସଙ୍ଗୀତ ଥାଏ । ଏହାର ସଙ୍ଗୀତରେ ବ୍ୟବହୃତ ବାଦ୍ୟ ଯନ୍ତ୍ରସବୁ ହେଲା ମାଦଳ, ଧୁମସା ଓ ପଖଉଜ । ବିଭିନ୍ନ ପର୍ବ ପାଳନ ବେଳେ ପୁରୀରେ ଏହା ଦେଖିବାକୁ ମିଳିଥାଏ । ସାଧାରଣତଃ ଯୁବବର୍ଗର ନର୍ତ୍ତକମାନେ ଏଥିରେ ବିଭିନ୍ନ ଭାରୀ ଓ ଚିତ୍ରିତ ପୋଷାକ ପିନ୍ଧି ନାଚିଥାନ୍ତି । ନର୍ତ୍ତକମାନେ ମଥାରେ ବିଶାଳ ଅଳଙ୍କାର ଖଚିତ ମୁକୁଟ ପିନ୍ଧିଥାନ୍ତି । ସେମାନଙ୍କ ପୃଷ୍ଠପଟେ ବାଉଁଶ-ତିଆରି ମୟୂର ଆକାର ଧନୁଦ୍ୱୟ ଓ ଶର, ତ୍ରିଶୂଳ, ଶୂଳ ଆଦି ଲାଗିଥାଏ । ସେମାନେ ନାଚିଲା ବେଳେ ଧନୁ ଓ ଅସ୍ତ୍ରଶସ୍ତ୍ର ଦୁଇପଟକୁ ଦୋହଲୁଥାଏ । ବାୟକମାନଙ୍କ ବାଜା ତାଳରେ ତାଳଦେଇ ନର୍ତ୍ତକମାନେ ଆଗକୁ ବଢ଼ିଥାନ୍ତି । ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ସରକାରୀ ଓ ବେସରକାରୀ ଉତ୍ସବ ପାଳନ ବେଳେ ଓଡ଼ିଶାର ଅନ୍ୟାନ୍ୟ ନାଚ ସହିତ ନାଗା ନାଚ ମଧ୍ୟ ଦେଖିବାକୁ ମିଳିଥାଏ । ନାଗା ନାଟରେ ବିଭିନ୍ନ ବୀରବାଦ୍ୟ ବାଦନ ସହିତ ବୀର ବେଶରେ ସଜ୍ଜିତ ନର୍ତ୍ତକଗଣ ନୃତ୍ୟରେ ବିଭିନ୍ନ ସମର-ସମ୍ବନ୍ଧିତ ବିଷୟବସ୍ତୁ ଦେଖାଇଥାନ୍ତି । ଚାରିରୁ ଆଠ ଜଣ ଲୋକଙ୍କୁ ନେଇ ଗଠିତ ଏକ ଦଳ ଏହି ନାଚ ପରିବେଷଣ କରିଥାନ୍ତି ।

ନାଗା ନାଚ
ନାଗା ନାଟ: ନାମକରଣ, ବେଷଭୂଷା, ନାଚର ଉପାଦାନ
ପୁରୀରେ ଶ୍ରୀକ୍ଷେତ୍ର ମହୋତ୍ସବ ୨୦୧୫ରେ ପରିବେଷିତ ନାଗା ନାଚ
ମାଧ୍ୟମଗୀତ-ନାଟ
ସଂସ୍କୃତିଓଡ଼ିଆ ଚଳଣି
ସୃଷ୍ଟିଓଡ଼ିଶା, ନାଗା ନାଟ: ନାମକରଣ, ବେଷଭୂଷା, ନାଚର ଉପାଦାନ ଭାରତ
ସମୟ କାଳମଧ୍ୟଯୁଗ

ନାମକରଣ

ନାଗା ନାଚର ନାମକରଣ ଯାଯାବର ନାଗା ଜାତିରୁ ହୋଇଥିବା ଜଣାଯାଏ । ଓଡ଼ିଶା କଳିଙ୍ଗ ଭୁଖଣ୍ଡର ଏକ ଅଂଶ ଥିଲା । କଳିଙ୍ଗ ଦକ୍ଷିଣପୂର୍ବ ଏସିଆ ଛଡ଼ା ଆଧୁନିକ ଭାରତର ଉତ୍ତରରୁ ପୂର୍ବଦେଇ ଦକ୍ଷିଣ ଯାଏ ବ୍ୟାପିଥିବା ବେଳେ ଏଠାରେ ବାସ କରୁଥିବା ନାଗା ଜନଜାତିଙ୍କ ଏହି ନାଚ କ୍ରମେ ଓଡ଼ିଶା ଭିତରେ ହିଁ ରହିଯାଇଥିଲା ।

ବେଷଭୂଷା

ନାଗା ନର୍ତ୍ତକଙ୍କ ପୋଷାକରେ ଥିବା ବିଭିନ୍ନ ଉପାଦାନ:

  • ଗଣ୍ଡାର ପିଠି ଖୋଳପା
  • ଖଣ୍ଡା
  • ଭୁଜାଲି
  • ଏକ ବନ୍ଧୁକ
  • ଶିଙ୍ଗ ତିଆରି ପେଁକାଳି
  • ଏକ ଲୁହା ଢାଲ
  • ଧନୁ-ତୀର
  • ବାଘଛାଲ
  • ଘଣ୍ଟା

ଧନୁରେ ମୟୂର ଆକୃତିରେ ନିର୍ମିତ ହୋଇଥାଏ । ନର୍ତ୍ତକମାନେ ଏକ ବିଶାଳ ମୁକୁଟ ପିନ୍ଧିଥାନ୍ତି । ତା' ପଛରେ ଏକ ଫୁଲରେ ମୟୁର ଚନ୍ଦ୍ରିକା ସଜାହୋଇଥାଏ । ସେମାନେ କଣ୍ଠରେ ମାଳି ସହିତ ବାହୁରେ ଶୁଆ ପର, କଚଟିରେ ମାଳି ଓ ଆଇନା ପିନ୍ଧି, କପାଳରେ ସିନ୍ଦୁର ମାଖି ଜାନୁରେ ଘଣ୍ଟା ପିନ୍ଧିଥାନ୍ତି । ଖରାରୁ ବଞ୍ଚିବା ପାଇଁ ହଳଦିଆ ରଙ୍ଗର ରମ ରଜ ମାଖିଥାନ୍ତି । ନକଲି ନିଶ ଦାଢ଼ି ପିନ୍ଧି ସେମାନେ ଭୟଙ୍କର ଦିଶନ୍ତି ।

ନାଚର ଉପାଦାନ

ନାଗା ନାଟରେ ବିଭିନ୍ନ ବୀର ବାଦ୍ୟ ବାଦନ ସହିତ ବୀର ବେଶରେ ସଜ୍ଜିତ ନର୍ତ୍ତକଗଣ ନୃତ୍ୟରେ ବିଭିନ୍ନ ସମର କଳା ଚିତ୍ରଣ କରିଥାନ୍ତି । ଏଥିରେ କୌଣସି ଗୀତ ନଥିଲେ ମଧ୍ୟ ନର୍ତ୍ତକମାନେ ଭୟଙ୍କର ଓ ଭୟ ସୃଷ୍ଟିକାରୀ ଅଙ୍ଗଭଙ୍ଗୀ କରି ନାଚିଥାନ୍ତି ।

ସଙ୍ଗୀତ

ଏଥିରେ କେବଳ ବିଭିନ୍ନ ବାଦ୍ୟ ବାଦନ ଓ ପ୍ରଚ୍ଛଦ ଯନ୍ତ୍ରସଙ୍ଗୀତ ରହିଥାଏ । କିନ୍ତୁ କୌଣସି ଗୀତ ଗାୟନ ନଥାଏ । ଏଥିରେ ପ୍ରଧାନତଃ ମାଦଳ, ଧୁମସା ଓ ପଖଉଜ ଆଦି ବାଦ୍ୟଯନ୍ତ୍ର ବ୍ୟବହାର କରାଯାଇଥାଏ ।

ଆଧାର

ଅଧିକ ପଠନ

  • ଓଡ଼ିଶାର ନୃତ୍ୟକଳା

Tags:

ନାଗା ନାଟ ନାମକରଣନାଗା ନାଟ ବେଷଭୂଷାନାଗା ନାଟ ନାଚର ଉପାଦାନନାଗା ନାଟ ସଙ୍ଗୀତନାଗା ନାଟ ଆଧାରନାଗା ନାଟ ଅଧିକ ପଠନନାଗା ନାଟଇଂରାଜୀ ଭାଷାଓଡ଼ିଶାଧୁମସାପୁରୀ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ଭୂମିକମ୍ପଟମ୍ ଖା କାଇଓ ଅନ୍ଧଗଳିମାର୍ଚ୍ଚ ୨୧ଭାରତର ସଂସଦଗୌରୀଶଙ୍କର ରାୟସାଲଭାଡୋର ଡାଲିଚିଲିକା ହ୍ରଦପ୍ରଥମ ଭାସ୍କରପାଇକ ବିଦ୍ରୋହପଖାଳରାବଣକୃଷ୍ଣଶାସ୍ତି (ଓଡ଼ିଆ କଥାଚିତ୍ର)ନନ୍ଦିଘୋଷଜୀବସାର ଗମହାପ୍ରସାଦଭଗବତୀ ଚରଣ ପାଣିଗ୍ରାହୀ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନପଲଉକାଶୀ ବିଶ୍ୱନାଥ ମନ୍ଦିରମାଲକାନଗିରି ଜିଲ୍ଲାପ୍ରଥମ ବିଶ୍ୱଯୁଦ୍ଧଭୀମ ପୃଷ୍ଟିତରୁଣକାନ୍ତି ମିଶ୍ରମାଣବସା ଗୁରୁବାରଗର୍ଭାଶୟ କର୍କଟଓଡ଼ିଆ କବି ମାନଙ୍କର ତାଲିକାମେହମୁଦ ହୁସେନମହୁଆଶୁତୋଷ ପରିଡ଼ାରାଧାନାଥ ରଥସେଇ ଝିଅଟିପାରାଦୀପ ବନ୍ଦର୧୯ ମାର୍ଚ୍ଚନେଲସନ ମଣ୍ଡେଲାଫୋସିନୋପ୍ରିଲବୈଷ୍ଣବ ଚରଣ ସାମଲହନୁମାନଜୟ ଜଗନ୍ନାଥପୋଟଳ ରସାବ୍ୟାଙ୍କହରିପ୍ରସାଦ ଚୌରାଶିଆବେଣୁଧର ରାଉତଚାନ୍ଦ୍ରମାସପକ୍ଷIndiaବିର୍ସା ମୁଣ୍ଡାଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଗୋପାଳ ଛୋଟରାୟଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦହୃତ୍‌ପିଣ୍ଡନାରୀବାଦଚିଲିକା (ବହୁବିକଳ୍ପ)ମୟୂରଗର୍ଭାଶୟ ଅନ୍ତଃସ୍ତର କର୍କଟଜଗନମୋହ‌ନ ଲାଲବୀର ସୁରେନ୍ଦ୍ର ସାଏସିନ୍ଧୁ ନଦୀକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମସ୍କୋଧର୍ମଦୀନକୃଷ୍ଣ ଦାସମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାଜମ୍ମୁ ତୱି ରେଳ ଷ୍ଟେସନହନୁମାନ ଚାଳିଶାପଥ ଓ ପୃଥିବୀଇଣ୍ଡିଆନ ପ୍ରିମିଅର ଲିଗଶ୍ରୀ ଅରବିନ୍ଦରାସେଶ୍ୱରୀ ପାଣିଗ୍ରାହୀଟ୍ରାପିଜିଅମ🡆 More