ନନ୍ଦିଘୋଷ

ଉପକ୍ରମ: ରଥଯାତ୍ରା (ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣାଶୁଣା) । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ସମଗ୍ର ଭାରତବର୍ଷରେ ଦେବତାମାନଙ୍କ ନିମନ୍ତେ ଯେତେ ପ୍ରକାରର ରଥ ବ୍ୟବହାରରେ ଆସୁଛି, ତାହା ମଧ୍ୟରେ ଶ୍ରୀକ୍ଷେତ୍ରର ତିନି ରଥ ନିର୍ମାଣ ଶୈଳୀ ଅତୀବ ରହସ୍ୟମୟ । ବହୁ ପ୍ରାଚୀନ ସମୟରୁ ରଥତ୍ରୟର ନିର୍ମାଣ ପଦ୍ଧତି ଶିଳ୍ପଶାସ୍ତ୍ରାନୁମୋଦିତ । ପ୍ରତ୍ୟେକ ପର୍ଷ ପରମ୍ପରା ଅନୁଯାୟୀ ଶ୍ରୀନଅର ସମ୍ମୁଖସ୍ଥ ରଥ ଖଳାରେ ନୂତନ ଭାବେ ତୋନୋଟି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ଏ ସମ୍ପର୍କିତ ବିଭିନ୍ନ କାର୍ଯ୍ୟ ରାଜ୍ୟ ତଥା ଜିଲ୍ଲା ପ୍ରଶାସନ, ବିଧି ବିଭାଗ, ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ ଓ ପୌର ପ୍ରଶାସନଦ୍ୱାରା ମିଳିତ ଭାବେ ସମ୍ପାଦିତ ହୋଇଥାଏ। ଶ୍ରୀମନ୍ଦିରର ତିନି ଠାକୁରଙ୍କ ପାଇଁ ତିନୋଟି ଭିନ୍ନ ଭିନ୍ନ ରଥର ବ୍ୟବସ୍ଥା ରହି ଆସିଛି । ସାମ୍ୟ ଓ ମୈତ୍ରୀର ପ୍ରତୀକ ଶ୍ରୀଜଗନ୍ନାଥ ମହାପ୍ରଭୁ ଯେଉଁ ରଥରେ ବିରାଜମାନ କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବ ଦିନ ଯାତ୍ରା କରନ୍ତି, ସେ ରଥର ନାମ ନନ୍ଦିଘୋଷ।

ନନ୍ଦିଘୋଷ
ନନ୍ଦିଘୋଷ
ପ୍ରଭୁ ଜଗନ୍ନାଥଙ୍କ ରଥ
ପାଳନକାରୀହିନ୍ଦୁ ଧର୍ମାମ୍ବଲମ୍ବୀ
ପ୍ରକାରଧାର୍ମିକ
ଆରମ୍ଭଆଷାଢ଼ ଶୁକ୍ଳ ଦ୍ୱିତୀୟା
ଶେଷଆଷାଢ଼ ଶୁକ୍ଳ ଦଶମୀ
୨୦୨୩ ତାରିଖ୨୦ ଜୁନ - ୩୦ ଜୁନ
୨୦୨୪ ତାରିଖdate missing (please add)
ପୁନଃପୌନିକତାବାର୍ଷିକ
ନନ୍ଦିଘୋଷ
ନନ୍ଦିଘୋଷ ରଥ ନିର୍ମାଣ

ନନ୍ଦିଘୋଷ ରଥ-ସବିଶେଷ ବିବରଣୀ

'ନନ୍ଦିଘୋଷ' ରଥ 'ଗରୁଡ଼ଧ୍ୱଜ' ବା 'କପିଳଧ୍ୱଜ' ନାମରେ ମଧ୍ୟ ପରିଚିତ । ଜଗନ୍ନାଥଙ୍କ ସହ ମଦନମୋହନ ଏହି ରଥରେ ବିଜେ କରିଥାନ୍ତି ।

ରଥର ନାମ ନନ୍ଦିଘୋଷ/ ଗରୁଡ଼ଧ୍ୱଜ/ କପିଳଧ୍ୱଜ
ମୋଟ ବ୍ୟବହାର କାଠ ୭୪୨
ମୋଟ ଚକ ସଂଖ୍ୟା ୧୬
୧୬ଟି ଚକର ନାମ ବିଷ୍ଣୁସିଦ୍ଧ, ବିଭୂତି, ଅଣିମା, ପ୍ରଜ୍ଞା, ଧୀ, ଜ୍ଞାନ, ପ୍ରେମ, ଆଶକ୍ତ, ରତି, କେଳି, ସତ୍ୟ, ସୁଷ୍ୱସ୍ତି, ଜାଗୃତି, ତୁରୀୟ, ଆମ ଓ ନିର୍ବାଣ
ପ୍ରତି ଚକର ବ୍ୟାସ ୬'୦୦"
ରଥର ଉଚ୍ଚତା ୪୫'୬"
ରଥର ଦୈର୍ଘ୍ୟ ଓ ପ୍ରସ୍ଥ ୩୪'୬" x ୩୪'୬"
ରଥ ରକ୍ଷକ ଗରୁଡ/ ନୃସିଂହ
ଦ୍ୱାରପାଳ ଜୟ ଓ ବିଜୟ
ସାରଥୀ ଦାରୁକ
ରଥ ପତାକାର ନାମ ତ୍ରୀଲୋକମୋହିନି
ରଥର ଅସ୍ତ୍ର ଶଂଖ, ଚକ୍ର
ରଥର ଘୋଡ଼ା ସଂଖ୍ୟା
ଘୋଡ଼ାମାନଙ୍କ ନାମ ଶଂଖ, ସ୍ୱେତ, ବଳାହକ ଓ ହରିଦ୍ୱାଶ
ଘୋଡ଼ାର ରଙ୍ଗ ସ୍ୱେତ
ରଥ ଦଉଡି ଶଙ୍ଖଚୂଡ଼
ରଥର ଶକ୍ତି ବିମଳା ଓ ବିରଜା
ରଥ ମୁଖର ନାମ ନନ୍ଦି ମୁଖ
ରଥାବରଣ କପଡ଼ା ରଙ୍ଗ ନାଲି ଓ ହଳଦିଆ
ଧ୍ୱଜପମୂର୍ତ୍ତି ପଞ୍ଚମୁଖୀ ହନୁମାନ
ପତାକା ଚିହ୍ନ ଗରୁଡ଼
ପାର୍ଶ୍ୱ ଦେବା/ଦେବୀ ପଣ୍ଡୁ ନୃସିଂହ , ନାରାୟଣ , ମଧୁସୂଦନ , ହରିହର , ଚିନ୍ତାମଣି କୃଷ୍ଣ , ଗୋବର୍ଦ୍ଧନଧାରୀ , ପଞ୍ଚମୁଖୀ ହନୁମାନ , ରାମ , ରାବଣ ଛତ୍ର ଭଙ୍ଗ
ୠଷି ସମୂହ ନାରଦ, ଦେବାଳ, ବ୍ୟାସ, ଶୁକ, ପରାସାର, ବଶିଷ୍ଠ, ବିଶ୍ୱାମିତ୍ର ଓ ରୁଦ୍ର

ନିର୍ମାଣ ଶୈଳୀ

ଶିଳ୍ପଶାସ୍ତ୍ରାନୁମୋଦିତ ଓ ପରମ୍ପରା ଅନୁସାରେ ପୁରୀରେ ପ୍ରତିବର୍ଷ ସମ୍ପୁର୍ଣ୍ଣ ଭାବେ ନୂଆ କାଠରେ ରଥ ତିଆରି କରାଯାଏ । ପରମ୍ପରା ଅନୁଯାୟୀ ଶ୍ରୀନଅର ସମ୍ମୁଖସ୍ଥ ରଥଖଳାରେ ନୂତନ ଭାବେ ଏକ ନିର୍ଦ୍ଧିଷ୍ଟ ଉଚ୍ଚତା ଓ ମାପ ଅନୁସାରେ ଏହି ତିନୋଟି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ । ରଥ ନିର୍ମାଣ ତଥା ରଥଯାତ୍ରାର ପ୍ରଥମ ଶୁଭାରମ୍ଭ ହୋଇଥାଏ ସରସ୍ୱତୀ ପୂଜା ଶ୍ରୀପଞ୍ଚମୀ ତିଥିଠାରୁ । ଅକ୍ଷୟ ତୃତୀୟା ଦିନ ତିନି ରଥ ଶୁଭାରମ୍ଭ କାର୍ଯ୍ୟର ଅନୁକୂଳ ହୋଇଥାଏ । ନନ୍ଦିଘୋଷ ରଥରେ ୪ଟି ଲେଖାଏଁ ଅଶ୍ୱ, ଗୋଟିଏ ସାରଥୀ, ଦୁଇଟି ଶୁଆ, ରଥବାଡ଼, ୯ଟି ଲେଖାଏଁ ପାର୍ଶ୍ୱ ଦେବତା ଖଞ୍ଜା ଯାଇଥାଏ । ନନ୍ଦିଘୋଷ ରଥର ନିର୍ମାଣ କାର୍ଯ୍ୟ ଶେଷ ହେବା ପୂର୍ବରୁ ପ୍ରାୟ ୧୪ ଜଣ ଦରଜୀ ସେବକଙ୍କଦ୍ୱାରା ନିର୍ଦ୍ଦିଷ୍ଟ ତିଥିରେ ଆରମ୍ଭ ହୋଇ ରଥ ମଣ୍ଡିଣି କନା ପ୍ରସ୍ତୁତ କରାଯାଇ ତିନି ରଥରେ ସୁସଜ୍ଜିତ କରାଯାଏ।

ନନ୍ଦିଘୋଷ ରଥର ମାହତ୍ମ୍ୟ

ଆଧାର

Tags:

ନନ୍ଦିଘୋଷ ରଥ-ସବିଶେଷ ବିବରଣୀନନ୍ଦିଘୋଷ ନିର୍ମାଣ ଶୈଳୀନନ୍ଦିଘୋଷ ରଥର ମାହତ୍ମ୍ୟନନ୍ଦିଘୋଷ ଆଧାରନନ୍ଦିଘୋଷ

🔥 Trending searches on Wiki ଓଡ଼ିଆ:

ବୁଧଶ୍ରୀ ଅରବିନ୍ଦଓଡ଼ିଶାଗୋପାଳକୃଷ୍ଣ ପଟ୍ଟନାୟକ୭ (ସଂଖ୍ୟା)ପୁରୀ ଜିଲ୍ଲାଅକ୍ଷୟ ତୃତୀୟାବିଭୂତି ପଟ୍ଟନାୟକଜୁନରାମଚନ୍ଦ୍ର ମିଶ୍ରହନୁମାନ ଚାଳିଶାପୁରୁଷୋତ୍ତମ ଦେବଆଖିହମିଦା ବାନୁ ବେଗମଗୋଲୋକ ବିହାରୀ ଧଳସବ୍ୟସାଚୀ ମିଶ୍ରଇଣ୍ଡୋନେସିଆରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେଲୋକ ସଭାପରୀକ୍ଷାଭଦ୍ରକ ଜିଲ୍ଲାଯୁକ୍ତରାଷ୍ଟ୍ର ଆମେରିକାଓଡ଼ିଆ ଭ୍ରମଣ ସାହିତ୍ୟନବୀନ ପଟ୍ଟନାୟକ୫ ନଭେମ୍ବରଓଡ଼ିଆ ଭାଗବତଗଙ୍ଗାଧର ମେହେରନୋବେଲ ପୁରସ୍କାରଚିଲିକା (ବହୁବିକଳ୍ପ)ଜହ୍ନପୁଷ୍ଟିସାରସୋନାଲ ମାନସିଂହସଚ୍ଚିଦାନନ୍ଦ ରାଉତରାୟଖିଲିପାନଗୋପବନ୍ଧୁ ଚୌଧୁରୀଗୁରୁପ୍ରସାଦ ମହାନ୍ତିହେପାଟାଇଟିସଜୟୀ ରାଜଗୁରୁହୃଷୀକେଶ ପଣ୍ଡାବିଜୟ ମିଶ୍ରବ୍ୟଞ୍ଜନ ବର୍ଣ୍ଣଉଦୟନାଥ ଷଡ଼ଙ୍ଗୀଓ ଅନ୍ଧଗଳିକୃଷ୍ଣଚନ୍ଦ୍ର ପାଣିଗ୍ରାହୀବିରଜା ମନ୍ଦିରକାଜାଖସ୍ତାନନନ୍ଦିନୀ ଶତପଥୀବିଶ୍ୱତାପନସିନ୍ଧୁ ନଦୀପ୍ରତିଭା ଶତପଥୀଚରକରସଗୋଲାଭାରତୀୟ ଜନତା ପାର୍ଟିଗୁରୁ ପ୍ରସାଦ ମହାନ୍ତିବିଷମ କଟକଭାରତର ସଂସ୍କୃତିଓଡ଼ିଶୀବ୍ରାଉଜରମାଲେସିଆଜର୍ମାନୀପ୍ରଦୀପ କୁମାର ପାଣିଗ୍ରାହୀସମର ସଲିମ ସାଇମନଛାୟାପଥଓଡ଼ିଆ ଭାଷା ଆନ୍ଦୋଳନଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଶାର କଳାବାଘନେପଚୁନବସନ୍ତ କୁମାର ଶତପଥୀସମୟ (କାଳ)ଦ୍ୱିତୀୟ ବିଶ୍ୱଯୁଦ୍ଧ୨୮ ଫେବୃଆରୀଯଶୋବନ୍ତ ଦାସ🡆 More