ନନ୍ଦକିଶୋର ଜେନା: ଓଡ଼ିଆ ରାଜନୀତିଜ୍ଞ

ନନ୍ଦକିଶୋର ଜେନା (୨୨ ଡିସେମ୍ବର ୧୯୧୬ - ୧୨ ଜୁନ ୨୦୧୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ଚାନ୍ଦବାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ନନ୍ଦକିଶୋର ଜେନା
ନନ୍ଦକିଶୋର ଜେନା: ଜନ୍ମ, ଶିକ୍ଷା ଓ ପରିବାର, ରାଜନୈତିକ ଜୀବନ, ମୃତ୍ୟୁ
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପୂର୍ବ ଅଧିକାରୀନୀଳମଣି ରାଉତରାୟ
ପର ଅଧିକାରୀବୈରାଗୀ ଜନେ
ନିର୍ବାଚନ ମଣ୍ଡଳୀଚାନ୍ଦବାଲି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1916-12-22)୨୨ ଡିସେମ୍ବର ୧୯୧୬
ମୃତ୍ୟୁ୩ ମାର୍ଚ୍ଚ ୨୦୧୪(2014-03-03) (ବୟସ ୯୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଜେମାମଣି ଜେନା
ସନ୍ତାନ୧ ଝିଅ
ବାପା/ବୋଉହରିହର ଜେନା (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ଶିକ୍ଷା ଓ ପରିବାର

ନନ୍ଦକିଶୋର ଜେନା ୧୯୧୬ ମସିହାର ଡିସେମ୍ବର ମାସ ୨୨ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଥିଲା ହରିହର ଜେନା । ନନ୍ଦକିଶୋରଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍‌ରୁ କମ ଥିଲା । ସେ ଜେମାମଣି ଦେବୀଙ୍କୁ ବିବାହ କରିଥିଲେ ।

ରାଜନୈତିକ ଜୀବନ

ନନ୍ଦ କିଶୋର ଜେନା ୧୯୩୨ ମସିହାରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ । ସେତେବେଳେ ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଯୋଗ ଦେଇଥିଲେ । ଲବଣ ସତ୍ୟାଗ୍ରହ ସମୟରେ ତାଙ୍କର ଭୂମିକା ଉଲ୍ଲେଖନୀୟ ଥିଲା । ଭାରତ ସ୍ୱାଧୀନ ହେବାପରେ ଓଡ଼ିଶା ବିଧାନ ସଭାରେ ସେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।

୧୯୫୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଚାନ୍ଦବାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୨ୟ ଓଡ଼ିଶା ବିଧାନ ସଭାକୁ ଯାଇଥିଲେ । ଏହି ବିଧାନ ସଭାରେ ସେ ୧୯୫୭ ମସିହାରୁ ୧୯୬୧ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ମୃତ୍ୟୁ

ନନ୍ଦକିଶୋର ଜେନା ୨୦୧୪ ମସିହାର ମାର୍ଚ୍ଚ ମାସ ୩ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ବୟସ ହୋଇଥିଲା । ୧୨ ଜୁନ ୨୦୧୪ରେ ଓଡ଼ିଶା ବିଧାନ ସଭା ଗୃହରେ ତାଙ୍କ ପାଇଁ ଶୋକ ପାଳନ କରାଯାଇଥିଲା ।

ଆଧାର

Tags:

ନନ୍ଦକିଶୋର ଜେନା ଜନ୍ମ, ଶିକ୍ଷା ଓ ପରିବାରନନ୍ଦକିଶୋର ଜେନା ରାଜନୈତିକ ଜୀବନନନ୍ଦକିଶୋର ଜେନା ମୃତ୍ୟୁନନ୍ଦକିଶୋର ଜେନା ଆଧାରନନ୍ଦକିଶୋର ଜେନାଓଡ଼ିଆ ଲୋକଓଡ଼ିଶାଓଡ଼ିଶା ବିଧାନ ସଭାଚାନ୍ଦବାଲି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭାରତୀୟ ଜାତୀୟ କଂଗ୍ରେସ୨ୟ ଓଡ଼ିଶା ବିଧାନ ସଭା

🔥 Trending searches on Wiki ଓଡ଼ିଆ:

ଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଜୀବସାର ଗଡାଲମାଜହ୍ନIndiaଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରସ୍ୱର ବର୍ଣ୍ଣଟମ୍ ଖା କାଇବନ୍ୟାସରସ୍ୱତୀ ସମ୍ମାନଫକୀର ମୋହନ ସେନାପତି୧୯ ମାର୍ଚ୍ଚକମ୍ପ୍ୟୁଟରଶ୍ରୀଲଙ୍କାର ଭୂଗୋଳଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଦେବସ୍ନାନ ପୂର୍ଣ୍ଣିମାନାରୀବାଦରାକ୍ଷୀ ପୂର୍ଣ୍ଣିମାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାସତ୍ୟନାରାୟଣ ରାଜଗୁରୁଜଗନ୍ନାଥଙ୍କ ବେଶଆଜାଦ ହିନ୍ଦ୍ ଫୌଜଅପରେଟିଙ୍ଗ ସିଷ୍ଟମପଖିଆକୃଷ୍ଣଚନ୍ଦ୍ର ପାଣିଗ୍ରାହୀବୈକୁଣ୍ଠନାଥ ପଟ୍ଟନାୟକଭାନୁଜୀ ରାଓନିତ୍ୟାନନ୍ଦ ଶତପଥୀଅଧର ପଟ୍ଟନାୟକକାଶୀ ବିଶ୍ୱନାଥ ମନ୍ଦିରଗ୍ରହସତୀ ଅନୁସୂୟାନେପଚୁନପୁରୀ ଜିଲ୍ଲାଦେବଗଡ଼ ଜିଲ୍ଲାରାବଣରାସନ କାର୍ଡ଼ (ଭାରତ)ମାସଗୁରୁପ୍ରସାଦ ମହାନ୍ତିଆଖିତାଳଧ୍ୱଜଓଡ଼ିଆ ଭାଷା ଆନ୍ଦୋଳନଚିକୁନ‌ଗୁନିଆବିଶ୍ୱନାଥ କରଯଦୁମଣି ମହାପାତ୍ରଉପେନ୍ଦ୍ର ଭଞ୍ଜକାଳୀଚରଣ ପଟ୍ଟନାୟକହେପାଟାଇଟିସ ବିଉଦୟନାଥ ଷଡ଼ଙ୍ଗୀ୨୧ଆଲୋକଭକ୍ତ ଚରଣ ଦାସ (ରାଜନେତା)ପ୍ରଣବ ପ୍ରକାଶ ଦାସଓଡ଼ିଶା ବିଧାନ ସଭାବୌଦ୍ଧ ଧର୍ମକୋଷ୍ଠକାଠିନ୍ୟନନ୍ଦିନୀ ଶତପଥୀବିର୍ସା ମୁଣ୍ଡାଶୀତଳ ଷଷ୍ଠୀ ଯାତ୍ରାବନ୍ଦେ ଉତ୍କଳ ଜନନୀ୧୯୬୧ରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେସୁନାବେଶ୧୭ ଫେବୃଆରୀଚିନ୍ତାମଣି ବେହେରାଚନ୍ଦ୍ରଶେଖର ନନ୍ଦସଚ୍ଚିଦାନନ୍ଦ ରାଉତରାୟହେମନ୍ତ କୁମାର ଦାସଧର୍ମେନ୍ଦ୍ର ପ୍ରଧାନ🡆 More