ଧୋତି

ଧୋତି ଭାରତରେ ପ୍ରୁରୁଷମାନଙ୍କର ଏକ ପାରମ୍ପରିକ ପୋଷାକ ।ଏହାକୁ କେତେକ ସ୍ଥାନରେ ପଞ୍ଚା, ମର୍ଦନି ବା ଭେସ୍ଟି କୁହାଯାଏ । ଏହା ଚତୁର୍ଭୁଜ ଆକାରର ଏକ ସିଲେଇ ନ ହୋଇଥିବା ଏକ କନା, ୪,୫ ମିଟର (୧୫ ଫୁଟ) ଲମ୍ବା ଯାହାକୁ ଅଣ୍ଟାଠାରୁ ପାଦ ପର୍ଯ୍ୟନ୍ତ ଗୁଡ଼େଇ ପିନ୍ଧାଯାଏ । ଭାରତର ତାମିଲନାଡ଼ୁ, କେରଳ, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ବିହାର, ମଧ୍ୟ ପ୍ରଦେଶା, ଆସାମ, ପଶ୍ଚିମ ବଙ୍ଗ, ଓଡ଼ିଶା, କୋଙ୍କଣ ଓ ଗୋଆରେ ଅଧିକାଂଶ ଲୋକମାନେ ପିନ୍ଧନ୍ତି । ଉତ୍ତର ଗୁଜରାଟ ଓ ଦକ୍ଷିଣ ରାଜସ୍ଥାନରେ ପଞ୍ଚ (ଧୋତି) ସହ ଦେହକୁ ଘୋଢ଼େଇବାକୁ ଗୋଟିଏ ଛୋଟ କୁର୍ତ୍ତା ବା କେଡ଼ିଆ ପିନ୍ଧନ୍ତି । ବିହାର ଓ ଶ୍ରୀଲଙ୍କାର କିଛି ସ୍ଥାନରେ କୁର୍ତ୍ତା ସହ ଧୋତି ପିନ୍ଧନ୍ତି ଯାହାକୁ ଧୋତି-କୁର୍ତ୍ତା କହନ୍ତି । ପଶ୍ଚିମ ବଙ୍ଗରେ ଧୋତି ସହ ପଞ୍ଜାବୀ ପିନ୍ଧନ୍ତି ଓ ତାହାକୁ ଧୋତି-ପଞ୍ଜାବୀ କହନ୍ତି । ତାମିଲନାଡ଼ୁରେ ଏହାକୁ ସତ୍ତାଇ(କୁର୍ତ୍ତା) ସହ ପିନ୍ଧନ୍ତି । ଆନ୍ଧ୍ର ପ୍ରଦେଶରେ ଚୋକ୍କା(କୁର୍ତ୍ତା) ବା ଜୁବ୍ୱା ସହ ଧୋତି ପିନ୍ଧନ୍ତି । ଆସାମରେ ଏହି ପୋଷାକ ଯୁଗଳକୁ ସୁରିୟା ପଞ୍ଜାବୀ କହନ୍ତି । ପାକିସ୍ଥାନର ପଞ୍ଜାବରେ ଏହା ଏକ ପାରମ୍ପରିକ ପୋଷାକ ।

ବିଭିନ୍ନ ଭାଷାରେ ନାମ

ଧୋତି ନାମଟି ସଂସ୍କୃତ ଭାଷାର ଧଉତ ଶବ୍ଦରୁ ଆସିଛି ।

Language
or region
ଧୋତି Dhotī ଓଡ଼ିଆ
ધૉતિયુ Dhotiyu ଗୁଜରାଟି
চুৰিয়া Suriya ଆସାମୀ
ধুতি Dhuti ବେଙ୍ଗଲି
ಧೋತ್ರ
ಕಚ್ಚೆ ಪಂಚೆ
Dhotra
Kachche Panche
କନ୍ନଡ଼
Dhotar
Angostar
Aad-neschey
Pudve
କୋଙ୍କଣୀ
മുണ്ട് Mundu ମଲ‌ୟାଲମ
ధోతీ
పంచె
Dhoti
Pancha
ତେଲୁଗୁ
धोतर Dhotar a
Pancha
ମରାଠି
ਲ਼ਾਛ Laacha ପଞ୍ଜାବୀ
Mardaani ସହରୀ ଉତ୍ତର ପ୍ରଦେଶ, ବିହାର, ତେରାଇ
வேட்டி
வேஷ்டி
vEtti
vEshti
ତାମିଲ
a ମରାଠୀ ଭାଷାରେ, ଧୋତରପଞ୍ଚ (ବହୁବଚନ ପଞ୍ଚେ) ସମାନ ନୁହେଁ.
 ଧୋତିକୁ ଅଣ୍ଟାରେ ପିନ୍ଧାଯାଏ କିନ୍ତୁ ପଞ୍ଚ ଏକ ତଉଲିଆ ଭାବରେ ବ୍ୟବହାର କରାଯାଏ ।
 used as a towel after a bath or shower (compare below).

ବିଭିନ୍ନତା ଓ ଷ୍ଟାଇଲ ଧୋତିକୁ ତାମିଲନାଡୁରେ ଭେତ୍ତି (vaetti) ଓ କେରଳରେ ମୁଣ୍ଡୁ କହନ୍ତି । ଆନ୍ଧ୍ର ପ୍ରଦେଶରେ ଏହାକୁ ପଞ୍ଚ ଓ କର୍ଣାଟକରେ ପଞ୍ଚେ, ମହାରାଷ୍ଟ୍ରରେ ଧୋତର, ପଶ୍ଚିମ ବଙ୍ଗରେ ଧୁତି କହନ୍ତି । ସଂସ୍କୃତ ଭାଷାରେ ପାଞ୍ଚ ଓ ଧୁବତି (dhuvati) ଶବ୍ଦମାନଙ୍କର ଅର୍ଥ ସଂଖ୍ୟା ପାଞ୍ଚ । ଏହା ଧୋତିର ପାଞ୍ଚ ହାତ ଲମ୍ବକୁ ବା ଦକ୍ଷିଣ ଭାରତୀୟ ପଦ୍ଧତିରେ ଧୋତି ପିନ୍ଧିବାବେଳେ ତାହାର ପାଞ୍ଚଟି ଗଣ୍ଠିକୁ ଲକ୍ଷ କରି ଲେଖା ହୋଇପାରିଥାଏ ।
ସାଧାରଣତଃ ଧୋତିର ରଙ୍ଗ ଧଳା ବା କ୍ରିମ ରଙ୍ଗ ହୋଇଥାଏ । ଧର୍ମ ସମ୍ପର୍କୀୟ ଅନୁଷ୍ଠାନ ହେଉଥିଲେ ରଙ୍ଗୀନ ଧୋତି ପିନ୍ଧନ୍ତି । ପଶ୍ଚିମ ବଙ୍ଗରେ ବିବାହ ସମୟରେ ଧଳା ଧୋତି ବ୍ୟବହାର କରନ୍ତି । ପୁରୁଷମାନେ ଧଳା ବା ହଳଦୀ ରଙ୍ଗର ଧୋତି ବିବାହ ଓ ବ୍ରତ ସମୟରେ ପିନ୍ଧନ୍ତି । ରେଶମ ତିଆରି ଧୋତିକୁ ତାମିଲନାଡୁରେ ମଗତମ ଓ ଆନ୍ଧ୍ର ପ୍ରଦେଶରେ ପଟ୍ଟୁ ପଞ୍ଚ କହନ୍ତି । ମହାରାଷ୍ଟ୍ର ମନ୍ଦିରମାନଙ୍କରେ ପୂଜାରୀମାନେ ସିନ୍ଦୁର-ଲାଲ ରଙ୍ଗର ଧୋତି (sowlay) ପିନ୍ଧନ୍ତି । ରାଜା ମହାରାଜାମାନେ ଅତି ରଙ୍ଗୀନ ତଥା ସୁନା ଏମବ୍ରୟଡରୀ ହୋଇଥିବା ଧୋତି ପିନ୍ଧୁଥିଲେ । ରେଶମ ପଞ୍ଚ ସ୍ୱତନ୍ତ୍ର ଉତ୍ସବ ସମୟରେ ପିନ୍ଧୁଥିଲେ ଓ ଏହା ଅତି ଦାମିକା ଥିଲା ।
ଧୋତି ପିନ୍ଧାକୁ ଅସୁନ୍ଦର ମନେ କରାଯାଉଥିବା ଜାଣି ମଧ୍ୟ ସ୍ୱତନ୍ତ୍ର ଉତ୍ସବ ସମୟରେ ଧୋତି ପିନ୍ଧୁଥିବା ମହାତ୍ମା ଗାନ୍ଧି ଥରେ ଲଣ୍ଡନରେ ଜଣେ ସାଙ୍ଗଙ୍କୁ ଧୋତି ପିନ୍ଧିଥିବା ଦେଖି ଆଶ୍ଚର୍ଯ୍ୟାନ୍ୱିତ ହୋଇଥିଲେ । ମହର୍ଷି ମହେଶ ଯୋଗୀ ଧଳା ରେଶମ ଧୋତି ପିନ୍ଧୁଥିଲେ ।

ପରମ୍ପରା ଓ ବ୍ୟବହାର

ଆଧାର

Tags:

ଆନ୍ଧ୍ର ପ୍ରଦେଶଆସାମଓଡ଼ିଶାକର୍ଣ୍ଣାଟକକେରଳଗୁଜରାଟଗୋଆତାମିଲନାଡ଼ୁପଶ୍ଚିମ ବଙ୍ଗବିହାରଭାରତମହାରାଷ୍ଟ୍ରରାଜସ୍ଥାନଶ୍ରୀଲଙ୍କା

🔥 Trending searches on Wiki ଓଡ଼ିଆ:

ମାର୍ଚ୍ଚ ୨୧ବୀର ସୁରେନ୍ଦ୍ର ସାଏମନୋଜ ଦାସଙ୍କ କଥା ଓ କାହାଣୀଗର୍ଭାଶୟ ଅନ୍ତଃସ୍ତର କର୍କଟଅଭିରାମ ପରମହଂସମାୟାଧର ମାନସିଂହଜଗନ୍ନାଥଙ୍କ ବେଶନଟବର ସାମନ୍ତରାୟଗଙ୍ଗାଧର ରଥମଦର ଟେରେସାଭାରତର ନଦୀ ସମୂହର ତାଲିକାଜୁନନୋବେଲ ପୁରସ୍କାରସୋନପୁର ରାଜ୍ୟହୃଷୀକେଶ ମଲ୍ଲିକବିରଜା ମନ୍ଦିରରାମଗର୍ଭାଶୟ କର୍କଟଟମ୍ ଖା କାଇଅକ୍ଷୟ ତୃତୀୟାଏମିସ ଲୋକଚିଲିକା (କବିତା)Indiaରାଜନୀତି ବିଜ୍ଞାନଚିଲିକା (ବହୁବିକଳ୍ପ)ଚାଟ୍ ଜିପିଟିରାସନ କାର୍ଡ଼ (ଭାରତ)ଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଫେବୃଆରୀ ୨୯ମଧୁସୂଦନ ଦାସଡାଲମାଚନ୍ଦ୍ରଶେଖର ନନ୍ଦଓଡ଼ିଆ ରାମାୟଣଶଙ୍କରାଚାର୍ଯ୍ୟକୁତାମ ଚଣ୍ଡୀ ମନ୍ଦିରଓଡ଼ିଆ ଭାଷା ଆନ୍ଦୋଳନଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିଜ୍ଞାନଜିନା ସାମଲକୃଷ୍ଣଜଣ୍ଡିସ୍କଳସା ଚଉତିଶାନେତୃତ୍ୱଫାଇଲେରିଆଟୋକିଓଓଡ଼ିଆ ଉଇକିପିଡ଼ିଆଧରିତ୍ରୀରତ୍ନାକର ଚଇନିଗୋପୀନାଥ ମହାନ୍ତିକାଶୀ ବିଶ୍ୱନାଥ ମନ୍ଦିରରାଜ ଯୋଗକାଟୁଲୁ ରବି କୁମାରଜମ୍ମୁ ତୱି ରେଳ ଷ୍ଟେସନଆଣ୍ଡାମାନ ସାଗରଲକ୍ଷ୍ମୀନାରାୟଣ ସାହୁସାଇକେଲଭାରତପ୍ରତୀକ୍ଷାଛତୁ ତରକାରୀତୁଳସୀ ଗଛଅପରେଟିଙ୍ଗ ସିଷ୍ଟମ୧୯୮୪ଇଣ୍ଟରନେଟଆଇଡେଲାଲିସିବଲକ୍ଷ୍ମୀପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗଡ଼ଜାତ କୃଷକଭଦ୍ରକ ଜିଲ୍ଲାଅର୍ଚ୍ଚିତା ସାହୁଉତ୍ତମ ମହାନ୍ତିବାମାଚରଣ ମିତ୍ରଫୋସିନୋପ୍ରିଲଚୈତନ୍ୟନେଲସନ ମଣ୍ଡେଲା🡆 More